Music

ଗୋପାଳ ଚନ୍ଦ୍ର ପ୍ରହରାଜ ଙ୍କ ଜୀବନୀ | GOPALA CHANDRA PRAHARAJ BIOGRAPHY IN ODIA

Gopal Chandra Praharaj Biography In Odia

 ଗୋପାଳଚନ୍ଦ୍ର ପ୍ରହରାଜ | Gopala Chandra Praharaj | ଗୋପାଳ ଚନ୍ଦ୍ର ପ୍ରହରାଜ ଙ୍କ ଜୀବନୀ | Gopal chandra praharaj books | Gopal chandra praharaj in odia | Gopal chandra praharaj | Gopal chandra praharaj odia wikipedia

Biography Of Gopal Chandra Praharaj In Odia 

ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଜଣେ ଖ୍ୟାତନାମା ଓଡ଼ିଆ ଭାଷାବିଦ, ଲେଖକ ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ଏକ ସମ୍ଭ୍ରାନ୍ତ ଜମିଦାର ବ୍ରାହ୍ମଣ ପରିବାରରେ ହୋଇଥିଲା । ପେଷାରେ ଜଣେ ଓକିଲ ହୋଇଥିଲେ ମଧ୍ୟ ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।

  • ଜନ୍ମ ଓ ଜନ୍ମସ୍ଥାନ-୯ ସେପ୍ଟେମ୍ବର ୧୮୭୪(ସିଦ୍ଦେଶ୍ୱରପୁର)
  • ମୃତ୍ୟୁ୧୬ ମଇ ୧୯୪୫(୭୦ ବର୍ଷ ବୟସରେ)
  • ଜୀବିକା-ଗପ ଓ ପ୍ରବନ୍ଧ ରଚନା, ଓକିଲାତି
  • ପ୍ରସିଦ୍ଧି-ଭାଷାବିଦ, ଲେଖକ ଓ ବାରିଷ୍ଟର
  • ପୈତୃକ ବାସସ୍ଥାନ-କଟକ, ଓଡ଼ିଶା
  • ଜୀବନ-ସାଥିମୁକ୍ତାମଣି

ବ୍ୟକ୍ତିଗତ ଜୀବନ (Personal Life Of Gopala chandra praharaj In Odia)

ଗୋପାଳ ଚନ୍ଦ୍ର ପ୍ରହରାଜ ୧୮୭୪ ମସିହା ସେପ୍ଟେମ୍ବର ୯ ତାରିଖରେ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ଗୋଟିଏ ସମ୍ଭ୍ରାନ୍ତ ବ୍ରାହ୍ମଣ ଜମିଦାର ଘରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ପ୍ରହରାଜ ରେଭେନ୍ସା କଲିଜେଟ ସ୍କୁଲରୁ ମାଟ୍ରିକ ପାସ କରିଥିଲେ । ପରବର୍ତ୍ତୀ ସମୟରେ କଟକର ସେ ରେଭେନ୍ସା ମହାବିଦ୍ୟାଳୟରୁ କଳା(Final of Arts) ବିଭାଗରେ ଅଧ୍ୟୟନ କଲେ । ଏହା ପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓକିଲାତି ପାଠ ଅଧ୍ୟୟନ କରି ୧୯୦୨ ମସିହାରେ ଓକିଲ ହୋଇଥିଲେ । ସେ ମଧୁବାବୁଙ୍କ ଅଧିନରେ ଓକିଲାତି ବ୍ୟବସାୟ କରୁଥିଲେ । ସେ ସରକାରୀ ଓକିଲ ହିସାବରେ ମଧ୍ୟ କାମ କରିଥିଲେ । ବ୍ୟବସାୟ ବହୁତ ଭଲ ଚାଲିଥିଲା ଓ ରୋଜଗାର ଭଲ ହେଉଥିଲା । ଭାଷାକୋଷ ପ୍ରସ୍ତୁତିରେ ଏହି ରୋଜଗାରରୁ ସଞ୍ଚିତ ସବୁ ଅର୍ଥ ଖର୍ଚ୍ଚ ହୋଇ ଯାଇଥିଲା । ପ୍ରହରାଜଙ୍କ ପତ୍ନୀଙ୍କ ନାମ ଥିଲା ମୁକ୍ତାମଣି । ପ୍ରହରାଜ ନିଜ ବିଧବା ଶାଳୀ ପିତାମ୍ବରୀଙ୍କ ସହ କଟକରେ ରହୁଥିଲେ । କଟକରେ ସେ ରହୁଥିବା ସ୍ଥାନ ଏବେ ଭାଷାକୋଷ ଲେନ୍ ଭାବରେ ପରିଚିତ । ୧୯୪୫ ମସିହା ମେ ୧୬ତାରିଖରେ ବିଷ ମିଶା ଦୁଧ ପାନ କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା ।

ଲେଖକ ଜୀବନୀ (Biography Of Gopala Chandra Praharaj)

"ପାଇଲି ଅସଲ ଚିଜ ହେଉ ତାହା ଛଡ଼ା,
ନିରୋଳ ଓଡ଼ିଆ କଥା ଥିଲା ମୋର ଲୋଡା,
ପଢିଲି ସାହିତ୍ୟ ବସି ପହରେକ ଆଜ,
ଠିକ୍ ଠିକ୍ ଗାଇ ଯାଇଛନ୍ତି ପ୍ରହରାଜ . . "

ଯାହାଙ୍କ ପ୍ରଶଂସାରେ ବ୍ୟାସକବି ଫକୀରମୋହନ ଏପରି ଶତମୁଖ ହୋଇପଡ଼ିଥିଲେ, ସେଇ ମହାନ ସ୍ରଷ୍ଟା କିନ୍ତୁ ଆମ ଭାଷାସାହିତ୍ୟର ଉନ୍ନତି ପାଇଁ କରିଥିଲେ ସର୍ବସ୍ବ ତ୍ୟାଗ, ବାଜି ଲଗାଇଥିଲେ ଜୀବନ ଓ ଜୀବିକାକୁ, ଜଳାଞ୍ଜଳି ଦେଇଥିଲେ ଜୀବନର ୩୦ଟି ବର୍ଷ, ଆମ ସାହିତ୍ୟର ଅନୁପମ କୋଣାର୍କ ଗଢିବା ପାଇଁ ସେ ହରାଇଥିଲେ କଟକର ପ୍ରାସାଦ ପରି ବାସଗୃହ ଆଉ ଅଚଳାଚଳ ସମ୍ପତ୍ତି, ସେ ଥିଲେ ସେଇ କୋଣାର୍କର ଶିବେଇ, ସେ ବି ଥିଲେ ଵିଶୁ ମହାରଣା, ଧରମା ସାଜି ସେଇ ଐତିହାସିକ କୃତିର ମୁଣ୍ଡି ମାରିଥିଲେ, ନିଜ ଜୀବନକୁ ତିଳ ତିଳ କରି ଓଡ଼ିଆ ଜାତିକୁ ଅର୍ପଣ କରିଥିଲେ ସର୍ବଶ୍ରେଷ୍ଠ ଉପାଦାନ ଓଡ଼ିଆ ଶବ୍ଦକୋଷ “ପୂର୍ଣ୍ଣଚନ୍ଦ୍ର ଭାଷାକୋଷ“ ।

ଆହୁରି ପଢ଼ନ୍ତୁ:

ସେ ଥିଲେ ସାହିତ୍ୟବିଶାରଦ ସାହିତ୍ୟଭୂଷଣ ରାୟବାହାଦୁର ବାରିଷ୍ଟର ଗୋପାଳଚନ୍ଦ୍ର ପ୍ରହରାଜ

ଶ୍ରୀ ପ୍ରହରାଜ ୧୯୦୧ ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାରେ ଭାଗବତ ଟୁଙ୍ଗୀରେ ସନ୍ଧ୍ୟା ଶୀର୍ଷକରେ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ ଏବଂ ଏହା ହେଉଛି ଲେଖକଙ୍କର ପ୍ରଥମ କରି ପ୍ରକାଶିତ ହୋଇଥିବା ଲେଖା । ସେ ଫକୀର ମୋହନ ସେନାପତିଙ୍କ ପଥକୁ ଅନୁସରଣ କରୁଥିଲେ ଏବଂ ଓଡ଼ିଆ ବ୍ୟଙ୍ଗ ସାହିତ୍ୟକୁ ଏକ ଉଲ୍ଲେଖନୀୟ ଉନ୍ନତୀ କରାଇଥିଲେ । ତାଙ୍କ ଲେଖାରେ ଓଡ଼ିଶାର ଅପଭ୍ରଂଶିତ ଭାଷା ସ‌ହିତ ହିନ୍ଦୁସ୍ଥାନୀ, ପାର୍ସୀ, ଇଂରାଜୀ, ସଂସ୍କୃତ ଏବଂ ଅନେକ ଭାଷାର ମିଶ୍ରଣ ଦେଖିବାକୁ ମିଳେ । ଜୀବନର ଶେଷ ଯାଏ ଭିନ୍ନ ଶୀର୍ଷକ ଥାଇ ସେ ଅନେକ କଷ୍ଟକର ପ୍ରବନ୍ଧ ବିଭିନ୍ନ ପତ୍ରିକାରେ ଲେଖିଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ରଚନା ଶେଷ କରିବା ପାଇଁ ସେ ପାଖାପାଖି ୩୦ ବର୍ଷ ନେଇଥିଲେ ।

Purnachandra bhasakosha

ପେଷାରେ ଜଣେ ଓକିଲ ହୋଇଥିଲେ ମଧ୍ୟ ଗୋପାଳଚନ୍ଦ୍ର ସୃଷ୍ଟି କରିଥିଲେ ସାମାଜିକ, ରାଜନୀତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତିଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ । ସେ ଫକୀରମୋହନଙ୍କ ପଥକୁ ଅନୁସରଣ କରି ଓଡ଼ିଆ ବ୍ୟଙ୍ଗସାହିତ୍ୟକୁ ପହଞ୍ଚାଇଥିଲେ ଏକ ଉଲ୍ଲେଖନୀୟ ସୋପାନରେ ।

ଉତ୍କଳ କାହାଣୀ”, “ଭାଗବତ ଟୁଙ୍ଗୀରେ ସନ୍ଧ୍ୟା”, “ବାଇ ମାହାନ୍ତି ପାଞ୍ଜି”, “ଦୁନିଆର ହାଲଚାଲ”, “ନନାଙ୍କ ବସ୍ତାନି”, “ଆମ ଘରର ହାଲଚାଲ”, ମିଆଁ ସାହେବଙ୍କ ଭୋଜନାଳୟ”, “ବାଇନନାଙ୍କ ବୁଜୁଳି” “ସ୍ୱପ୍ନରେ ରାଜଯୋଗ” ପରି ବହୁ କାଳଜୟୀ ବ୍ୟଙ୍ଗରଚନା ଓ ଅଗଣିତ ପ୍ରବନ୍ଧ ତଥା “ଧୋ ରେ ବାୟା ଧୋ”, “ଜେଜେ ବାପାଙ୍କ ଟୁଣିମୁଣି” ପରି ଶିଶୁସାହିତ୍ୟ ସହିତ ୯୪୫୦ ପୃଷ୍ଠା ସମ୍ବଳିତ ତଥା ୧,୮୫,୦୦୦ ଶବ୍ଦର ବିଶଦ ବିବରଣୀ ସଙ୍କଳିତ ପ୍ରଥମ ଓଡ଼ିଆ ଭାଷାକୋଷ (୭ ଖଣ୍ଡ) ରଚନା କରି ସେ ଓଡ଼ିଆ ଜାତିକୁ କରିଛନ୍ତି ମହିମାମଣ୍ଡିତ ।

ଯେତେ ଜ୍ଞାନୀ, ପଣ୍ଡିତ ହେଲେ ମଧ୍ୟ ସେସବୁ ଓଡ଼ିଆ ଶବ୍ଦ ବିଷୟରେ ଜ୍ଞାତ ଥିବେ ଏହା ସମ୍ଭବ ନୁହେଁ । ତେବେ ଆମ ଭାଷାର ସମସ୍ତ ବ୍ୟବହୃତ ଶବ୍ଦର ନିର୍ଭୁଲ ବନାନ ପାଇଁ ଆମ ନିକଟରେ ଉଜ୍ଜ୍ୱଳ ଦର୍ପଣ ପରି ରହିଛି ଅନବଦ୍ୟ ସୃଷ୍ଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ । ଏଇ ଭାଷାକୋଷର ପ୍ରକାଶନ ପାଇଁ କେତେ କଷ୍ଟ ସହିନାହାଁନ୍ତି ଗୋପାଳଚନ୍ଦ୍ର ପ୍ରହରାଜ । କେତେ ଓକିଲ, ମହନ୍ତ, ସାହୁକାର, ଜମିଦାର, ରାଜାମହାରାଜାଙ୍କ ନିକଟରେ ହାତପତାଇ ନାହାଁନ୍ତି ସେ । ଖଡ଼ିଆଳର ଓଡ଼ିଆପ୍ରାଣ ମହାରାଜା ଆର୍ତ୍ତତ୍ରାଣ ଦେବ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ମୁଦ୍ରଣ ଓ ପ୍ରକାଶନ ବାବଦ ସମସ୍ତ ଅର୍ଥରାଶି ପ୍ରଦାନ କରିଥିଲେ, ମାତ୍ର କୌଣସି କାରଣରୁ ଗୋପାଳଚନ୍ଦ୍ର ପ୍ରହରାଜ ଉକ୍ତ ଅର୍ଥର ସଦୁପଯୋଗ କରି ପରି ନ ଥିଲେ ।

ଶେଷରେ ତତ୍କାଳୀନ ମୟୁରଭଞ୍ଜ ରାଜାଙ୍କ ସର୍ତ୍ତକୁ ଗ୍ରହଣ କରି ତାଙ୍କ ବଡ଼ଭାଇ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ରଙ୍କ ନାମରେ ହିଁ ପ୍ରକାଶ କରାଇଥିଲେ ତାଙ୍କ ଜୀବନର ସର୍ବଶ୍ରେଷ୍ଠ କୃତିକୁ, ତାଙ୍କ ମାନସପୁତ୍ରକୁ – ଏଇ ଭାଷାକୋଷକୁ ! ତେବେ କନିକା ଗଡ଼ଜାତର ସଂସ୍କୃତିପ୍ରେମୀ ମହାରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ୧ମ ଓ ୭ମ ଭାଗର ପ୍ରକାଶନର ଖର୍ଚ୍ଚ ବହନ କରିଥିଲେ i 

Purnachandra bhasa kosha

ପ୍ରକୃତରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏକ lexicon। ପ୍ରତ୍ୟେକ ଶବ୍ଦର ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଭାଷାରେ ଅର୍ଥ ଏଥିରେ ଦର୍ଶାଯାଇଛି। ଆଉ କେଉଁ ଭାରତୀୟ ଭାଷାରେ ଏପରି ଏକ ଶବ୍ଦକୋଷ ଉଦାହରଣ ଥିବା ଜଣାନାହିଁ। ଗୋପାଳଚନ୍ଦ୍ର ପ୍ରହରାଜ ମହୋଦୟ ଏହାକୁ ସଙ୍କଳିତ କରି ଓଡ଼ିଆ ଭାଷାସାହିତ୍ୟକୁ ଏକ ପୂର୍ଣ୍ଣ ଚନ୍ଦ୍ର ପ୍ରଦାନ କରିଛନ୍ତି। ତେବେ ଏହାର ପୁନଃ ପ୍ରକାଶନ ବିଭିନ୍ନ ଆଇନ ଗତ କାରଣରୁ ଅଟକି ରହିଥିଲା ଏବେ ସଙ୍କଳନ ମିଳୁଛି କି ନାହିଁ ଜଣାନାହିଁ।

୧୯୪୫ ମସିହା ମଇ ୧୬ ତାରିଖରେ କଟକସ୍ଥିତ ବାସଭବନରେ ସେଇ ଭାଷାପ୍ରାଣ ମହାନରଥୀ ଗୋପାଳଚନ୍ଦ୍ର ପ୍ରହରାଜ ଦେହତ୍ୟାଗ କରିଥିଲେ ।

ରଚନାବଳୀ (Book Of Gopal Chandra Praharaja)

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ (Purnachandra bhasakosha In Odia)

  • ପ୍ରଥମ ଓଡ଼ିଆ ଭାଷାକୋଷ (୭ଟି ଖଣ୍ଡ)।୯୪୫୦ ପୃଷ୍ଠାର ଏହି ସଙ୍କଳନରେ ସର୍ବମୋଟ ମୋଟ ୧,୮୫,୦୦୦ ଶବ୍ଦର ବିଷଦ ବିବରଣୀ ସ୍ଥାନ ପାଇଛି । 
  • ଭାଗବତ ଟୁଙ୍ଗୀରେ ସନ୍ଧ୍ୟା
  • ବାଇ ମାହାନ୍ତି ପାଞ୍ଜି
  • ଦୁନିଆର ହାଲଚାଲ
  • ନନାଙ୍କ ବସ୍ତାନି
  • ଆମ ଘରର ହାଲଚାଲ

Keywords: ଗୋପାଳଚନ୍ଦ୍ର ପ୍ରହରାଜ, Gopala Chandra Praharaj, ଗୋପାଳ ଚନ୍ଦ୍ର ପ୍ରହରାଜ ଙ୍କ ଜୀବନୀ, Gopal chandra praharaj books, Gopal chandra praharaj in odia, gopal chandra praharaj books, gopal chandra praharaj in odia, gopal chandra praharaj, gopal chandra praharaj odia wikipedia

Post a Comment

0 Comments