Music

ମୋବାଇଲ୍ ମାନିଆର ଶିକାର ହେଉଛନ୍ତି ଯୁବପିଢି ; ଜାଣନ୍ତୁ କଣ ଏହାର ଲକ୍ଷଣ..

 ୱାର୍କଫ୍ରମ୍ ହୋମରେ କାମ କରୁଥିବା ଲୋକମାନେ ଏବେ ବହୁ ମାତ୍ରାରେ ମୋବାଇଲ ମାନିଆର ଶିକାର ହେବାରେ ଲାଗିଛନ୍ତି । ଘରେ ରହି କାମ କରୁଥିବା କର୍ମଚାରୀ ହାତରେ ଫୋନ ଧରିବାର ଅଭ୍ୟାସରେ ପଡିଯାଇଛନ୍ତି । ବାରମ୍ବାର ହ୍ବାଟ୍ସଆପ୍ , ଇ-ମେଲ୍ ଚେକ୍ କରିବା ଏକ ପ୍ରକାରର ଅଭ୍ୟାସ ହୋଇଯାଇଛି । ତେବେ ମନୋବିଶେଷଜ୍ଞଙ୍କ ମତ ଅନୁସାରେ ପ୍ରତି ୫ ଦିନରେ ଜଣେ ବ୍ୟକ୍ତି ଏପରି ସମସ୍ୟା ନେଇ ଆସୁଛନ୍ତି । ଯଦି ସେମାନଙ୍କ ହାତରେ ମୋବାଇଲ ନରହୁଛି ତେବେ ସେମାନେ ନିଜକୁ ଅସହଜ ମନେ କରୁଛନ୍ତି । ତାଙ୍କ ହାତରେ ମୋବାଇଲ ନରହିବା ହେତୁ ସେମାନେ ବିଚଳିତ ହେବା ସହ ହାତ ଥରିବା ଆରମ୍ଭ ହେଉଛି । ଏହା ସହ ଖାଇବା ସମୟରେ ମଧ୍ୟ ମୋବାଇଲ ରହିଲେ ଭଲ ଅନୁଭବ ହୋଇଥାଏ ।

ଏହାର ଲକ୍ଷଣ ଗୁଡିକ ହେଲା –

ହାତରେ ମୋବାଇଲ ନଥିଲେ ବି ମୋବାଇଲ ଥିବା ପରି ଅନୁଭବ ହୋଇଥାଏ । ଅନ୍ୟ କାହା ଫୋନର ରିଙ୍ଗ ହେଉଥିବା ଶୁଣିଲେ ହଠାତ୍ ଚମକି ପଡିବା । ଏହା ସହ ହ୍ବାଟ୍ସଆପ୍ ଗ୍ରୁପ ଖୋଲିବା ମାତ୍ରେ ହୃଦସ୍ପନ୍ଦନ ବଢିଯିବା । ମୋବାଇଲ ହାତରେ ନରହିଲେ ମନ ଭିତରେ ଏକ ପ୍ରକାରର ଡର ସହ ହାତ ଥରି ଥାଏ । ତେବେ ଯଦି ଏଭଳି କିଛି ସମସ୍ୟା ଲାଗେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରିବା ଉଚିତ୍ ।

ଡାକ୍ତରଙ୍କ କହିବା ଅନୁଯାୟୀ କରୋନାର ପ୍ରଥମ ଲହରରେ ଏଭଳି ମାମଲା ସାମ୍ନାକୁ ଆସିନଥିଲା । କିନ୍ତୁ ଦ୍ବିତୀୟ ଲହର ଏଭଳି କଠିନ ସମସ୍ୟା ବଢିବାରେ ଲାଗିଛି । କରୋନା ସଂକ୍ରମଣ ପରେ ଯେତେବେଳେ ସହର ଗୁଡିକ ଅନଲକ୍ ହୋଇଥିଲା ସେବେ ଏପରି ରୋଗୀ ସବୁ ସାମ୍ନାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟତଃ ଅଧିକାଂଶ ରୋଗୀ ଚାକିରିଆ ଅଛନ୍ତି । ଯେଉଁମାନେ ସ୍ମାର୍ଟଫୋନ୍ ଓ ଲାପଟପ୍ ସହ ବେଶୀ କାମ କରୁଥିଲେ ।

କାର୍ଯ୍ୟ କରୁଥିବା ସମୟରେ ଅନେକ ଚାପ ଯୋଗୁଁ ମୋବାଇଲ ମାନିଆର ଏହି  ସମସ୍ତ ସମସ୍ୟା ଦେଖା ଦେଇଥାଏ । ତେବେ ଏହି ସମସ୍ୟାକୁ ଏଡାଇବା ପାଇଁ ମୋବାଇଲ ଫୋନ ବ୍ୟବହାର କରିବାର ସମୟ ସ୍ଥିର କରିବାକୁ ପଡିବ । ଯଦି ଖାଦ୍ୟ ଖାଇବା ସମୟରେ ଫୋନକୁ ବ୍ୟବହାର ନକରନ୍ତି ତାହାଲେ ଖୁବ୍ ଭଲ ହୁଅନ୍ତା ।  ଏଥିପାଇଁ ସ୍ମାର୍ଟ ଫୋନର ବ୍ୟବହାର ଯେତେ କମ୍ କରିବା ତାହା ସ୍ବାସ୍ଥ୍ୟ ଓ ମାନସିକ ସ୍ତରର ପାଇଁ ଠିକ୍ ହେବ ।

Post a Comment

0 Comments