Music

ଜହ୍ନି ଚିଙ୍ଗୁଡ଼ି ବାଟି ବସା | JANHI CHINGUDI BATI BASA ODIA

Janhi Chingudi Bati Basa Odia

 ସାମଗ୍ରୀ-ଚିଙ୍ଗୁଡି ୫୦୦ ଗ୍ରାମା, ପିଆଜ, ଜହ୍ନି ୪ଟି, ଲୁଣ, କଞ୍ଚା ଲଙ୍କା, ୧ କପ୍ ସୋରିଷ ବଟା, ହଳଦୀ, ଲଙ୍କା ଗୁଣ୍ଡ, ପିଆଜ ୨ଟି, ଟମାଟୋ ୨ଟି, ଧନିଆ ପତ୍ର, ଲେମ୍ବୁ, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡିରେ ଲେମ୍ବୁ ରସ ଓ ହଳଦୀ ଗୁଣ୍ଡ ପକାଇ ଅଧ ଘଣ୍ଟା ମାରିନେଟ କରି ରଖନ୍ତୁ। ପରେ ମାରିନେଟ ଚିଙ୍ଗୁଡିରେ କଟା ପିଆଜ, କଞ୍ଚା ଲଙ୍କା, କଟା ଜହ୍ନି, ସୋରିଷ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, ଫାଳେ ଲମ୍ବୁ, ସ୍ୱାଦ ଅନୁସାରେ ଲୁଣ ଓ ଏକ ଚାମଚ ତେଲ ପକାଇ ଭଲଭାବେ ଗୋଳାଇ ରଖନ୍ତୁ । ମସଲା ସବୁ ଚିଙ୍ଗୁଡିରେ ମିଶି ଯିବା ପରେ ତାକୁ ଏକ ମାଟି ପାତ୍ରରେ ରଖି ଅଳ୍ପ ପାଣି ଦେଇ ଚୁଲି ଉପରେ ବସାନ୍ତୁ। ଏହାପରେ ମାଟି ପାତ୍ରଟିକୁ ଢ଼ାଙ୍କି ଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଚିଙ୍ଗୁ ଜହ୍ନି ବାଟି ବସା।

Post a Comment

0 Comments