Music

ଉତ୍କଳର ଭୌତିକ ଇତିହାସ | HISTORY OF UTKALA- QUIZ-1


ବିଭାଗ-ଇତିହାସ
ବିଷୟ- ଉତ୍କଳ ଇତିହାସ    
ଉପବିଷୟ- ଉତ୍କଳର ଭୌତିକ ଇତିହାସ  

  ଉତ୍କଳ ଇତିହାସକୁ ପ୍ରାଞ୍ଜଳ ରୂପେ ଅଧ୍ୟୟନ କରିବା ବେଳେ ଯେଉଁ ପର୍ଯ୍ୟାୟଗୁଡ଼ିକ ଦେଇ ମାନବ ଗତି କରିଥାଏ ସେ ସମ୍ପର୍କରେ ଆଜିର ପ୍ରଶ୍ନୋତ୍ତର ।

ଆହୁରି ପଢ଼ନ୍ତୁ ଉତ୍କଳର ଭୌତିକ ଇତିହାସ-History of utkala- Quiz-2

(୧)  ପାଲି ସାହିତ୍ୟରେ ଓଡ଼ିଶା କିଭଳି ନାମିତ ହୋଇଅଛି ?
ଉ.  ଓଡ୍ଡକ(oddaka) ନାମରେ ।
(୨)  ଓଡ୍ରା ଶବ୍ଦଟିକୁ ଗ୍ରୀକ୍ ଲେଖକମାନେ କେଉଁ ନାମରେ ଉଲ୍ଲେଖ କରିଛନ୍ତି ?
ଉ.  ଓରଟେସ(ortes)ନାମରେ  ।
(୩)  କେଉଁ ରାଣୀଙ୍କ ନାମ ଅନୁସାରେ ଓଡ଼ିଶାର ନାମକରଣ କରାଯାଇଛି ?
ଉ.  ସୁଦେସ୍ନା(sudesna)ଙ୍କ ନାମ ଅନୁସାରେ ।
(୪)  ରାଣୀ ସୁଦେସ୍ନା(sudesna)ଙ୍କ ଅନୁଯାୟୀ ଓଡ୍ରାକୁ କିଭଳି ଚିହ୍ନିତ କରାଯାଇଛି ?  
ଉ.  ଦୀର୍ଘତମାସ(dirghatamas)ଙ୍କର ୬ ଗୋଟି ପୁତ୍ର ମଧ୍ୟରୁ ଗୋଟିଏ ପୁତ୍ର ଭାବେ ଚିହ୍ନିତ କରାଯାଇଛି ।
(୫)  ପ୍ଳିନୀ(pliny) ଅରଟେସ(ortes)(ଓଡ଼ିଶା)କୁ କିଭଳି ଚିହ୍ନିତ କରିଛନ୍ତି ?  
ଉ.  ମଳୟଗିରି ମଲୁ(malu) ପାହାଡ଼ ନିକଟରେ ଥିବା ଏକ ଅଞ୍ଚଳ ଭାବରେ ଚିହ୍ନିତ କରିଛନ୍ତି ।
(୬)  ମଳୟଗିରି ପାହାଡିଆ ଅଞ୍ଚଳଟି ଆଧୁନିକ ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ ?
ଉ.  ଅନୁଗୁଳ(Angul) ଜିଲ୍ଲାରେ । 
(୭)  ମନୁ ସଂହିତା ଅନୁଯାୟୀ ଓଡ୍ରା କେଉଁ କେଉଁ ରାଜ୍ୟ ସହ ମିଶି ରହିଥିବା ଜଣାଯାଏ ?
ଉ.  ପଉନ୍ଦ୍ରକଶ(paundrakas), ଦ୍ରାବିଡସ(dravidas), କାମ୍ବୋଜସ(kambojas), ଯବନସ(yavanas), ସକସ(sakas), ପାରଦଶ(paradas), ପଲବସ(palavas), ଚିନସ(chinas), କିରାତ(kirata)ଦରଦସ(daradas) ଓ ଖାସସ(khasas) ଇତ୍ୟାଦି ସହ ।
(୮)  ପ୍ରାଚୀନ ଓଡ଼ିଶାରେ ଉତ୍ତର ତୋଷଳିରେ ଥିବା ବିଭିନ୍ନ ଜିଲ୍ଲା ବା ବିଷୟଗୁଡ଼ିକର ନାମ ଲେଖ ?
ଉ.  ପଉନ୍ଦ୍ରକଶ(paundrakas), ଦ୍ରାବିଡସ(dravidas), କମ୍ବୋଜସ(kambojas), ଯବନସ(yavanas), ସକସ(sakas), ପାରଦଶ(paradas), ପଲବସ(palabas), ଚିନସ(chinas), କିରାତ(kirata)ଦରଦସ(daradas) ଓ ଖାସସ(khasas) ।  
(୯)  କେଉଁ ଉତ୍ସରୁ ଜଣାଯାଏ ଯେ, ପ୍ରାଚୀନ ଯୁଗରେ ଉତ୍ତର ତୋଷଳିରେ ପଉନ୍ଦ୍ରକଶ(paundrakas), ଦ୍ରାବିଡସ(dravidas), କମ୍ବୋଜସ(kambojas), ଯବନସ(yavanas), ସକସ(sakas), ପାରଦଶ(paradas), ପଲବସ(palabas), ଚିନସ(chinas), କିରାତ(kirata)ଦରଦସ(daradas) ଓ ଖାସସ(khasas) ଜିଲ୍ଲା ବା ବିଷୟର  ଅବସ୍ଥିତି ଥିଲା ? 
ଉ.  ସୋମଦତ୍ତଙ୍କ ସୋରୋ ତାମ୍ର ଫଳକରୁ । 
(୧୦)  ୟାଙ୍ଗ ଚାଙ୍ଗ(yuan chwang) ଓଡ୍ରାକୁ କିଭଳି ଚିହ୍ନିତ କରିଛନ୍ତି ?
ଉ.  ୟାଙ୍ଗ ଚାଙ୍ଗ(yuan chwang)ଙ୍କ ମତରେ ଓଡ୍ରା ବା ୱାଚା(wvcha) ଏକ ଜିଲ୍ଲା ନଥିଲା ବରଂ ୭୦୦୦ ଲି(li) ରେ ଏହା ଏକ ରାଜ୍ୟ ଥିଲା । 
(୧୧)  ୟାଙ୍ଗ ଚାଙ୍ଗ(yuan chwang)ଙ୍କ ମତରେ ଓଡ୍ରାର ବିସ୍ତୃତି କେଉଁ ପର୍ଯ୍ୟନ୍ତ ଥିଲା ?  
ଉ.  ପୁରୀ ପର୍ଯ୍ୟନ୍ତ ଥିଲା ।
(୧୨)  ୟାଙ୍ଗ ଚାଙ୍ଗ(yuan chwang)ଙ୍କ ମତରେ କଙ୍ଗୋଡ଼(kongoda)ର ସୀମାରେଖା କେଉଁଠାରୁ ଆରମ୍ଭ ହୋଇଥିଲା ?
ଉ.  ପୁରୀଠାରୁ ।
(୧୩)  ୟାଙ୍ଗ ଚାଙ୍ଗ(yuan chwang)ଙ୍କ ଓଡ୍ରା ବିବରଣୀରେ କେଉଁ ଶବ୍ଦ ଓଡ଼ିଶାର ଦୁଇଟି ଗୁରୁତ୍ଵପୂର୍ଣ୍ଣ ଅଞ୍ଚଳ ବୋଲି ମନେ ହୁଏ ? 
ଉ.  ଚେ-ଲି-ଟା-ଲୋ(che-li-ta-lo) ଓ ପୁଏ-ସିଏ-ପୋକି-ଲି(pue-sie-poki-li) 
(୧୪)  ପୁଏ-ସିଏ-ପୋକି-ଲି(pue-sie-poki-li) ଶବ୍ଦଟିର ଆଧୁନିକ ନାମ କ’ଣ ? 
ଉ.  ପୁଷ୍ପଗିରି ।
(୧୫)  ହୀରକ ତ୍ରିଭୂଜ(dimond trinangle) କହିଲେ କ’ଣ ବୁଝ ?
ଉ.  ରତ୍ନଗିରି, ଉଦୟଗିରି, ଲଳିତଗିରି ।
(୧୬)  କେଉଁ ବଂଶର ନଥିରେ ଓଡ୍ରାର ବର୍ଣ୍ଣନା ବହୁଳ ଭାବେ ଦେଖାଯାଏ ?
ଉ.  ସୋମବଂଶୀ ଶାସକମାନଙ୍କର ନଥିରେ ।
(୧୭)  ତୋଷାଳି ବା ତୋଷଳିର ବର୍ଣ୍ଣନା କେଉଁ ସାହିତ୍ୟରେ ପ୍ରାଞ୍ଜଳ ଭାବେ ଦେଖାଯାଏ ?
ଉ.  ପ୍ରାଚୀନ ଭାରତୀୟ ସାହିତ୍ୟରେ ।
(୧୮)  ଅଥର୍ବ ବେଦର ପରିଶିଷ୍ଟ ଏବଂ କୋଷଳ ପୁରାଣରେ ତୋଷଳୀର ଅଧିବାସୀମାନେ କେଉଁମାନଙ୍କ ସହିତ ଏକତ୍ରିତ ହୋଇ ରହିଥିବା ଜଣାଯାଏ ?  
ଉ.  କୋଟଲସ(kotalas), ନିସୋଦଶ(nisodas), ଟ୍ରାଇପୁରସ(traipuras), ତୁମୁରସ(tumuras) ଓ ଭଲଡିଶାସ(valdisas)ମାନଙ୍କ ସହିତ ।
(୧୯)  କେଉଁ ଜୈନ ସାହିତ୍ୟରେ ତୋଷଳି ସମ୍ପର୍କରେ ବର୍ଣ୍ଣନା ଦେଖିବାକୁ ମିଳିଥାଏ ?
ଉ.  ଆବଶ୍ୟକ ନିରୁକ୍ତି(avasyaka niryukti)ରେ ।
(୨୦)  ମହାବୀର ଜୈନ ତୋଷଳିର ଦସ୍ୟୁମାନଙ୍କ ଦ୍ଵାରା ଅପହୃତ ହୋଇଥିବା କଥା କେଉଁ ଶାସ୍ତ୍ରରୁ ଜଣାଯାଏ ?
ଉ.  ଆବଶ୍ୟକ ନିରୁକ୍ତି(avasyaka niryukti)ରୁ ।

Post a Comment

0 Comments