Music

ରେବା ରାୟ – ପ୍ରଥମ ଓଡ଼ିଆ ଗଳ୍ପ ଲେଖିକା ଙ୍କ ଜୀବନୀ | REBA RAY INDIA FIRST FEMALE STORY WRITER BIOGRAPHY IN ODIA


ରେବା ରାୟ – ପ୍ରଥମ ଓଡ଼ିଆ ଲେଖିକା ଙ୍କ ଜୀବନୀ – Reba Ray India First female story writer biography in Odia:  ଜୀବନୀ ସହିତ ପୁସ୍ତକଟିରେ ଥିବା ନାରୀ ପ୍ରତିଭା ଥିଲେ ଜଣେ ଅଦ୍ବିତୀୟ ନାରୀ ଲେଖିକା, ଯିଏ ଥିଲେ ପ୍ରଥମ ଓଡ଼ିଆ ଗାଳ୍ପିକା, ଓ ଶିଶୁ ସାହିତ୍ୟ ପତ୍ରିକା ପ୍ରକାଶିକା। ଏହି ନାରୀ ପ୍ରତିଭା ହେଉଛନ୍ତି ରେବା ରାୟ। ସେ ଥିଲେ ଭକ୍ତକବି ମଧୁସୂଦନ ରାଓଙ୍କ ଝିଆରୀ। ୧୮୭୬ ମସିହାରେ ପିତା ଜଗନ୍ନାଥ ରାଓ ଓ ମାତା ରମା ବାଈଙ୍କ କୋଳମଣ୍ଡନ କରିଥିଲେ ରେବା ରାୟ। ଶୈଶବରୁ ବ୍ରାହ୍ମଧର୍ମରେ ଅନୁପ୍ରାଣିତା। ସେ ହିନ୍ଦୁ ବାଳିକା ବିଦ୍ୟାଳୟରେ ଅଧ୍ୟୟନ କରିଲା ପରେ ମାତ୍ର ୧୫ ବର୍ଷ ବୟସରେ ଯାଜପୁରର ଖଣ୍ଡାୟତ ପରିବାରର ସାଧୁଚରଣ ରାୟଙ୍କ ସହ ତାଙ୍କ ବିବାହ ହୁଏ।

ପରବର୍ତ୍ତୀ କାଳରେ ସାଧୁଚରଣ ଉତ୍କଳ ବ୍ରାହ୍ମ ସମାଜର ସଂପାଦକ ହୁଅନ୍ତି। ସାଧୁଚରଣ ପ୍ୟାରୀମୋହନ ଏକାଡେମୀର ତୃତୀୟ ଶିକ୍ଷକ ଓ ‘ଆଶା’ ନାମକ ଏକ ବ୍ରାହ୍ମ ପତ୍ରିକାରେ ସମ୍ପାଦକ। ଏହି ପତ୍ରିକା ବନ୍ଦ ହେବାର ପରେ ୧୮୯୨ ମସିହାରେ ରେବା ରାୟଙ୍କ ଦ୍ବାରା ସଂପାଦନା ନିର୍ବାହ କରାଗଲା। ଏହା ଛଡା ୧୯୦୯ ମସିହାରେ ନିଜ ସମ୍ପାଦନା ଦ୍ବାରା ‘ପ୍ରଭାତ’ ନାମକ ଶିଶୁ ପତ୍ରିକା ପ୍ରକାଶ କରିଥିଲେ, ଯାହା ଅବଶ୍ୟ ୧୯୧୪ ମସିହାରେ ବନ୍ଦ ହୋଇଯାଇଥିଲା।

ଓଡ଼ିଆ ଭାଷାରେ ପ୍ରଥମ ଗଳ୍ପ ଲେଖିକା ହେଉଛଂତି ରେବା ରାୟ । ତାଙ୍କ ଲିଖିତ “ଶକୁନ୍ତଳା” ଗଳ୍ପ (୧୯୦୦ ଖ୍ରୀଷ୍ଟାବ୍ଦ) ହେଉଛି ଓଡ଼ିଆରେ ଲିଖିତ ପ୍ରଥମ ନାରୀ ଲେଖିକାଙ୍କ ଗଳ୍ପ। ଗଳ୍ପ ଗବେଷିକା ଡକ୍ଟର କବିତା ବାରିକଙ୍କ ଭାଷାରେ ଗଭୀର ତାତ୍ତ୍ୱିକତା ଓ ଅସ୍ତିତ୍ୱବାଦ ସହ ଅନ୍ୱେଷଣାତ୍ମକ ଦୃଷ୍ଟିର ସମ୍ମିଶ୍ରଣ ରେବା ରାୟଙ୍କ ସର୍ଜନାତ୍ମକ ବିଶେଷତ୍ୱ ଥିଲା।

୧୯୦୫ ମସିହାରେ ନାରୀଶିକ୍ଷାର ପ୍ରସାର ନିମନ୍ତେ ନିଜ ଘରେ ସେ ‘ଆଦର୍ଶ ବାଳିକା ବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ। ଏହା ସରକାରୀ ସ୍ବୀକୃତିଲବ୍ଧ ଏବଂ ବିଦ୍ୟାଳୟରୁ ୧୯୧୦ ଖ୍ରୀଷ୍ଟାବ୍ଦ ବେଳକୁ ଚାରିଜଣ ଛାତ୍ରୀ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରବର୍ତ୍ତୀ କାଳରେ ରେଭେନ୍ସା ଗାର୍ଲ୍ସ ସ୍କୁଲ ସହ ମିଶିଯାଇଛି।

ତେର ବର୍ଷ ବୟସ ବେଳକୁ କାବ୍ୟ ରଚନା କରି ଜନତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। କବୟିତ୍ରୀ କୋଡିଏ ବର୍ଷ ମଧ୍ୟରେ ପ୍ରକାଶିତ କବିତା ମଧ୍ୟରୁ ୪୦ ଟି ‘ଅଞ୍ଜଳି’ ଶୀର୍ଷକ ସଙ୍କଳନରେ ୧୯୦୩ରେ ପ୍ରକାଶିତ ହୋଇଥିଲା। ଏ ସମ୍ପର୍କରେ ଉତ୍କଳ ଦୀପିକା କହେ – ‘ଶ୍ରୀମତୀ ରେବା ଉତ୍କଳ ସାହିତ୍ୟରେ ସୁପରିଚିତା। ତାଙ୍କର କବିତାମାନଙ୍କୁ ଆମ୍ଭେମାନେ ଅନେକ ଥର ପ୍ରଶଂସା କରିଛୁ। ତାଙ୍କର ବାଳ ବୟସର କବିତାମାନ ଦେଖିବାକୁ ବର୍ତ୍ତମାନ ସୁବିଧା ପାଇ ଆନନ୍ଦିତ ହୋଇ ପଢି ବସିଲୁ ଏବଂ ଦେଖିଲୁ ପୁସ୍ତକର ନାମାନୁଯାୟୀ ତାହା ବାସ୍ତବରେ ଆଞ୍ଜୁଳାଏ ଭକ୍ତି ଅଟେ।’ ( ଉତ୍କଳ ଦୀପିକା , ୧ ଅପ୍ରେଲ ୧୯୦୫)। 

ପ୍ରକାଶିତ ପୁସ୍ତକ

  • ●ଅଞ୍ଜଳି (ଚାଳିଶିଟି କବିତାର ସଙ୍କଳନ - ୧୯୦୩)
  •  ଶକୁନ୍ତଳା - ଗଳ୍ପ ସଂକଳନ (୧୯୦୪)

ସମ୍ପାଦନା

ରେବା ପ୍ରଥମ ନାରୀ ପତ୍ରିକା ଆଶା ଓ ପ୍ରଥମ ଶିଶୁ ସାହିତ୍ୟ ପତ୍ରିକା ପ୍ରଭାତ (୧୯୦୯)ର ସମ୍ପାଦିକା ଥିଲେ ।

ରେବା ରାୟ ଓଡ଼ିଆରେ ପ୍ରଥମ କରି ନାରୀ ଲେଖିକା ମାନଙ୍କର ଲେଖାରେ ନୂଆ ବିପ୍ଳବ ଆଣିଥିଲେ ଯାହା ତାଙ୍କ ପରର ଲେଖିକା ମାନଙ୍କୁ ଅଧିକ ଓଡ଼ିଆ ସାହିତ୍ୟ ତିଆରି କରିବାକୁ ପ୍ରେରଣା ଦେଇଥିଲା।

ଗଳ୍ପ ଗବେଷିକା ଡକ୍ଟର କବିତା ବାରିକଙ୍କ ଭାଷାରେ ଗଭୀର ତାତ୍ତ୍ୱିକତା ଓ ଅସ୍ତିତ୍ୱବାଦ ସହ ଅନ୍ୱେଷଣାତ୍ମକ ଦୃଷ୍ଟିର ସମ୍ମିଶ୍ରଣ ରେବା ରାୟଙ୍କ ସର୍ଜ୍ଜନାତ୍ମକ ବିଶେଷତ୍ୱ ଥିଲା ।

Post a Comment

0 Comments