Music

ସତ୍ୟବାଦୀ ଯୁଗର ଇତିହାସ (୧୯୦୯-୨୧) | ODIA SATYABADI JUGA




Odia Bhasa Adhunika Juga | Satyabadi Juga | Satyabadi Juga Ra Itihas |
Satyabadi Juga | Satyabadi yuga | Satyabadi Sahitya Juga | Satyabadi Sahitya History | Adhunika Juga Satyabdadi Bana Bidyalaya


୧୯୦୩
ମସିହାରେ ଉତ୍କଳ ସମ୍ମିଳନୀ ଯେଉଁ ଜାତୀୟ ଚେତନାର ନବଜାଗରଣ ସୃଷ୍ଟି ହୋଇଥିଲା ତାହା ୧୯୦୯ -୧୦ ମସିହା ବେଳକୁ ପଣ୍ଡିତ ଉତ୍କଲ ମଣି ଗୋପବନ୍ଧୁଙ୍କ ନେତୃତ୍ଵରେ ଗଠନାତ୍ମକ ଭୂମିକା ଗ୍ରହଣ କଲା । ଗୋପବନ୍ଧୁ ଅନ୍ୟାନ୍ୟ କେତେକ ସହକର୍ମୀମାନଙ୍କୁ ନେଇ ସାକ୍ଷୀଗୋପାଲ ନିକଟବର୍ତ୍ତୀ ସତ୍ୟବାଦୀର ବକୁଳ ଛୁରିଆନା କୁଞ୍ଚରେ ଏକ ମଣିଷ ଗଢ଼ା କାରଖାନା –ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କଲେ ।

ବନବିଦ୍ୟାଲର ମୁଖ୍ୟ ଉଦ୍ଦେଶ୍ୟ ଥିଲ ଜାତୀୟ ଚେତନାକୁ ପ୍ରତିଫଳିତ କରାଇ ଦେଶରେ ସୁନାଗରିକ ସୃଷ୍ଟି କରିବା । ଜନସେବା ମୂଳକ ଗଣଚେତନା , ସ୍ୱଦେଶ ପ୍ରୀତି ଏବଂ ସମାଜ ସଂସ୍କାର ମନୋବୃତ୍ତିକୁ ନେଇ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ପଣ୍ଡିତ ନୀଳକଣ୍ଠ , ପଣ୍ଡିତ ଗୋଦାବରୀଶ ମିଶ୍ର , କୃପାସିନ୍ଧୁ , ଏବଂ ଆଚାର୍ଯ୍ୟ ହରିହର ପ୍ରମୁଖ ଜାତି ପାଇଁ , ଦେଶପାଇଁ ଆତ୍ମ ଉସର୍ଗ କରଥିଲେ । ଏହା ସାଧକଗଣଙ୍କ ପ୍ରଚେଷ୍ଟା ଏବଂ ଆତ୍ମ ତ୍ୟାଗ ଫଳରେ ଓଡ଼ିଆ ସାହିତ୍ୟରେ ଏକ ନବଯୁଗର ଅଭ୍ୟୁଦୟ ଘଟିଥିଲା ।

ଓଡ଼ିଆ ସାହିତ୍ୟରେ ଏହାକୁ ଜାତୀୟ ଯୁଗ ବା ସତ୍ୟବାଦୀ ଯୁଗ ବୋଲି କୁହାଯାଏ । ଏହି ଯୁଗର ସମୟ ସୀମା ସୀମିତ । ମାତ୍ର ୧୦ | ୧୧ ବର୍ଷ ହୋଇଥିବାରୁ କେତେକ ସମାଲୋଚକ ଏହାକୁ ଉପଯୁଗ ବା ସତ୍ୟବାଦୀ ଚିନ୍ତାଧାରା ବୋଲି କହିଥାନ୍ତି । ସତ୍ୟବାଦୀର ସାଧକ ଏବଂ ସାହିତ୍ଯିକଗୋଷ୍ଠୀ ବାକ୍ୟର ନ ହୋଇ ସାଜିଥିଲେ କର୍ମବୀର । ସେମାନଙ୍କର ଆଦର୍ଶ ଦେଶସେବା , ପ୍ରଦେଶ ପ୍ରୀତି , ସମାଜ ସଂସ୍କାର , କେବଳ ବକ୍ତୃତାରେ ସୀମାବଦ୍ଧ ନ ରହି ପ୍ରକୃତ କର୍ମରେ ପ୍ରଦର୍ଶିତ ହୋଇଥିଲା । ଏ ଦେଶର ପ୍ରାସାଦବାସୀ ଧନୀକ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି କୁଟୀରବାସୀ ଦୀନ ଦରିଦ୍ର ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରାଣରେ ଏମାନଙ୍କର ଚିନ୍ତା ଧାରା ଆଲୋଡ଼ନ ସୃଷ୍ଟି କରିଥିଲା । ତେଣୁ ସତ୍ୟବାଦୀ ଯୁଗ ଯଥାର୍ଥରେ ଦେଶବାସୀଙ୍କ ପକ୍ଷରେ ଏକ ଗର୍ବ ଗୌରବ ଏବଂ ଗାରିମାର ଯୁଗ ଥିଲା । ରାଧାନାଥଙ୍କ ପରେ ଯୁଗର ଅବସାନ ହୋଇ ସତ୍ୟବାଦୀ ଯୁଗ ପାଖରୁ ବହୁ ଲେଖକଙ୍କ ଦ୍ବାରା ‘ ଯୁଗ ସାହିତ୍ୟ ’ ସମ୍ପର୍କ ପଥରେ ଆଗେଇ ଚାଲିଛି । ସତ୍ୟବାଦୀ ଯୁଗର ଏହି ପଞ୍ଚସାଧକଙ୍କ ବ୍ୟତୀତ ଅନ୍ୟାନ୍ୟ ବହୁ କୃତୀ ଲେଖକମାନଙ୍କ ଦ୍ବାରା ଏ ଯୁଗର ସାହିତ୍ୟ ସମୃଦ୍ଧ ହୋଇଛି ।




https://blog.odiabook.in
https://blog.odiabook.in/2023/08/odia-satyabadi-juga.html


Tag:: Odia Adhunika Juga, Odia Satyabadi Juga, Satyabadi Bana Bidyalaya in Odia, Satyabadee Yuga Ra Itihas, Satyabadi Juga, Satyabadi Ra Itihas, Odia Bhasa Sahitya, Odia Bhasa Sahitya Blog, OdiaBhasaSahitya, Odia Bhasa Sahitya Blogspot dot com.



ମୁଖ୍ୟ ବିନ୍ଦୁ::ଓଡିଆ ଆଧୁନିକ ଯୁଗ, ସତ୍ୟବାଦୀ ଯୁଗ, ସତ୍ୟବାଦୀ ଯୁଗର ଇତିହାସ , ସତ୍ୟବାଦୀ ଯୁଗ କଣ, ଓଡିଆ ସତ୍ୟବାଦୀ ଯୁଗର ସାହିତ୍ୟ, ସତ୍ୟବାଦୀ ସାହିତ୍ୟ ଭାଷା , ସତ୍ୟବାଦୀ ଯୁଗର ବିବରଣୀ, ଓଡିଆ ଭାଷା ସାହିତ୍ୟ, ଓଡିଆ ଭାଷା ସାହିତ୍ୟ ବ୍ଲଗ, ଓଡ଼ିଆ ଭାଷା ସାହିତ୍ୟ ବ୍ଲଗସ୍ପଟ ଡଟ କମ୍।

Post a Comment

0 Comments