Music

ସବୁଜ ଯୁଗ ( ୧୯୨୧-୩୫ ) | SABUJA JUGA


Odia Sahity Ra Adhunika Juga | Odia Adhunika Sabuja Juga | Sabuja Juga Ra Itihas | Odia Sahitya Ra Sabuja Juga

୧୯୨୧ ମସିହା ବେଳକୁ ରେଭେନ୍‌ସା କଲେଜରେ ପଢୁଥିବା ଏକ ତରୁଣ ଯୁବଗୋଷ୍ଠୀ ସବୁଜ ଦଳ ନାମରେ ସୁପରିଚିତ । ସେମାନେ ପ୍ରଥମେ ‘ନନସେନ୍ସ କ୍ଲବ’ ନାମକ ଏକ ସଙ୍ଗଠନ କରି ତାର ମାଧ୍ୟମରେ "ଅବକାଶ" ହାତଲେଖା ପତ୍ରିକା ପ୍ରକାଶ କଲେ । ପ୍ରତ୍ୟେକ ବ୍ୟକ୍ତିଙ୍କ ନାମର ଆଦ୍ୟ ଅକ୍ଷରକୁ ନେଇ ଏହି ପତ୍ରିକାର ନାମକରଣ କରାଯାଇଥିଲା ; ଯଥା --- ‘ ଅ’ରେ ଅନ୍ନଦାଶଙ୍କର , ‘ ବ’ରେ ବୈକୁଣ୍ଠନାଥ , ‘ କା’ରେ କାଲିନ୍ଦୀ - ଚରଣ ଏବଂ ‘ ଶ’ରେ ଶରତଚନ୍ଦ୍ର । ପରେ ଏମାନଙ୍କ ସହିତ ହରିହର ମହାପାତ୍ର ଯୋଗ ଦେଇଥଲେ । ଏ ତରୁଣ ପାଞ୍ଚ ଜଣ କଲେଜ ପଢୁଆ ଯୁବକ ଯୌବନର ଉଦ୍ଦାମରେ ଉଦ୍‌ବେଲିତ ହୋଇ (ରୋମାଣ୍ଟିକଧର୍ମୀ ପ୍ରଣୟମୂଳକ ) ସାହିତ୍ଯ ସୃଷ୍ଟି କଲେ । ପ୍ରଥମ ବିଶ୍ୱଯୁଦ୍ଧ ( ୧୯୧୪ - ୧୮ ) ପରେ ପରେ ମାନବ ଜୀବନର ସୁଖଶାନ୍ତି ପାଇଁ ପୃଥିବୀର ପରିବେଶ ଅତ୍ୟନ୍ତ ସଂକୀର୍ଣ୍ଣ ମନେହେଲା । ତେଣୁ ନୂତନ ସୁଖ ଶାନ୍ତିର ଲାଭ ଆଶାରେ ଏ ତରୁଣଗୋଷ୍ଠୀ ଏକ ନୂତନ ଜଗତର ସନ୍ଧାନରେ କଳ୍ପଲୋକରେ ବା ପରି ରାଇଜରେ ଭ୍ରମଣ କରିବାକୁ ଅଧିକ ପସନ୍ଦ କଲେ । ତେଣୁ ଏମାନଙ୍କୁ ପଳାୟନ ପନ୍ଥୀ କୁହାଯାଉଥିଲା ।

ମାତ୍ର ପରବର୍ତ୍ତୀ ସମୟରେ ଏମାନେ ବାସ୍ତବବାଦୀ ସାହିତ୍ୟ ସୃଷ୍ଟି କରି ଯଶସ୍ଵୀ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ପଦ୍ମଶ୍ରୀ କାଲିନ୍ଦୀଚରଣ ପାଣିଗ୍ରାହୀ , ବୈକୁଣ୍ଠନାଥ ପଟ୍ଟନାୟକ ପ୍ରମ୍ମୁଖ ଅନ୍ୟତମ । ମାତ୍ର ପ୍ରାଥମିକ ସ୍ତରରେ ନଅଜଣ ଲେଖକଙ୍କ ମିଲିତ ଉଦ୍ୟମରେ ‘ ବାସନ୍ତୀ ’ ଉପନ୍ୟାସ ସୃଷ୍ଟି ହୋଇଥିଲା । ସବୁକ ସମିତ ନାମକ ଏକ ସାଂସ୍କୃତିକ ସଂଗଠନ ଗଠନ କରି ତାର ମୁଖପତ୍ର ଭାବରେ ‘ ଯୁଗବୀଣା ’ ନାମକ ପତ୍ରିକା ପ୍ରକାଶ କରିଥିଲେ । ୧୯୩୧ ମସିହା ବେଳକୁ ‘ ସବୁଜ କବିତା ’ ନାମରେ ଏକ ସଂକଳନ ପ୍ରକାଶ କଲେ । ତେଣୁ ଏହି କବିମାନଙ୍କୁ ସବୁଜ କବି ଏବଂ ଏମାନଙ୍କର ତତ୍କାଳୀନ କୃତିକୁ ସବୁଜ ସାହିତ୍ୟ କୁହାଗଲା । ଏହାକୁ ମଧ୍ୟ କେତେକ ସବୁଜ ଯୁଗ ନ କହି ସବୁଜ ଚିନ୍ତାଧାରା ବୋଲି କହିଥାନ୍ତି ।




https://blog.odiabook.in

https://blog.odiabook.in/2023/08/sabuja-juga.html

Tag: Odia Sahitya Katha, Odia Sahitya Adhunika Juga, Adhunika Sahitya Odia, Odia Sabuja Juga , Sabuja Juga Ra Itihas, History Of Odia Sabuja Juga, Odia Adhunika Sabuja Juga, Odia Bhasa Sahitya, Odia Bhasa Sahitya Blog, OdiaBhasaSahitya, Odia Bhasa Sahitya Blogspot dot com.

ମୁଖ୍ୟ ବିନ୍ଦୁ: ଓଡିଆ ଆଧୁନିକ ଯୁଗ, ଓଡିଆ ଆଧୁନିକ ସାହିତ୍ୟ ସବୁଜ ଯୁଗ, ସବୁଜ ଯୁଗର ଇତିହାସ, ସବୁଜ ଯୁଗର ଇତିହାସ, ଆଧୁନିକ ସାହିତ୍ୟର ସବୁଜ ଯୁଗ, ଓଡିଆ ସବୁଜ ଯୁଗ, ଓଡିଆ ଭାଷା ସାହିତ୍ୟ, ଓଡିଆ ଭାଷା ସାହିତ୍ୟ ବ୍ଲଗ, ଓଡ଼ିଆ ଭାଷା ସାହିତ୍ୟ ବ୍ଲଗସ୍ପଟ ଡଟ କମ୍।

Post a Comment

0 Comments