Music

ଓଡିଆ ପ୍ରଗତି ଯୁଗର ଇତିହାସ | ODIA PRAGATI JUGA SAHITYA RA ITIHASA

Odia Adhunik Juga, Adhunika Pragati Sahitya, Pragati juga ra sahitya, Odia Pragati juga Ra itihas, Pragati juga Ra kabi
୧୯୩୬ ମସିହାରେ ସ୍ବତନ୍ତ୍ର ଊତ୍କଳ ପ୍ରଦେଶ ଗଠନ ହେବାପରେ ଦେଶବାସୀଙ୍କ ମନରେ ନୂତନ ଉନ୍ମାଦନା ସୃଷ୍ଟି ହୋଇଥିଲା । ଏହା ସାଙ୍ଗକୁ ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ଆନ୍ଦୋଳନ ଫଲରେ ବାସ୍ତବବାଦୀ ସାହିତ୍ୟ ସୃଷ୍ଟି ହେଲା । କବି ଓ ସାହିତ୍ୟିକଗଣ ପଲାୟନବାଦୀ ଚିନ୍ତାଧାରାକୁ ପରିହାର କରି ବାସ୍ତବମୁଖୀ ଏବଂ ବିପ୍ଳବବାଦୀ ଚିନ୍ତା ଧାରରେ ଅନୁପ୍ରାଣିତ ହେଲେ । ଦେଶରେ ଓ ରାଜ୍ୟରେ ସାମ୍ୟବାଦ ଚିନ୍ତାଧାରାର ପ୍ରଭାବ ଦେଖାଦେଲା । ଓଡ଼ିଆ ସାହିତ୍ୟରେ ଏହି ସାମ୍ୟବାଦୀ ଚିନ୍ତାଧାରାର ଭଗୀରଥ ଥିଲେ ଭଗବତୀ ଚରଣ ପାଣିଗ୍ରାହୀ । "ନବଯୁଗ ସାହିତ୍ୟ ସଂସଦ" ଆନୁକୂଲ୍ୟରେ "ଆଧୁନିକ" ନାମକ ମାସିକ ପତ୍ରିକା ପ୍ରକାଶ କରି ତାର ମାଧମରେ ଏକ ନୂତନ ଲେଖକ ଗୋଷ୍ଠୀ ସୃଷ୍ଟି କରିଥିଲେ । ଏହି ଯୁଗକୁ ଓଡ଼ିଆ ସାହିତ୍ୟରେ ପ୍ରଗତି ଯୁଗ କୁହାଯାଏ । କୌଣସି ନିର୍ଦ୍ଦିଷ୍ଟ ସାହିତ୍ୟ ରଥୀଙ୍କ ନାମରେ ଏହି ଯୁଗ ନାମିତ ନୁହେଁ । ଏ ଯୁଗରେ ସାହିତ୍ୟର ଆଙ୍ଗିକ ଓ ଆତ୍ମିକ ରେ ପରିବର୍ତ୍ତନ ଏବଂ ନୂତନତା ଦେଖାଦେଲା । ଏହି ସମୟରୁ ଛନ୍ଦମୟ ସଙ୍ଗୀତ ବା ଗୀତିକବିତା ଦୂରେଇ ଯାଇ ସୃଷ୍ଟି ହେଲ ଗଦ୍ୟ କବିତା। ଏ ଯୁଗର ଗଦ୍ୟ କବିତା ପାଖରୁ ଆରମ୍ଭ କରି ଗଳ୍ପ , ଉପନ୍ୟାସ , ନାଟକ , ସମାଲୋଚନା ପ୍ରଭୃତି ସବୁକ୍ଷେତ୍ରରେ ପରୀକ୍ଷା ନିରୀକ୍ଷା ଦେଖଦେଲା । ଏ ଯୁଗରେ ବହୁ ବିଶିଷ୍ଟ କବି , ଗାଲ୍ପିକ , ଔପନ୍ୟାସିକ , ନାଟ୍ୟକାର , ସମାଲୋଚକ ପ୍ରଭୃତି ସାହତ୍ଯିକଗଣ ଲେଖନୀ ଚାଲନା କରି ପ୍ରଗତି ସାହିତ୍ୟକୁ ନବ ନବ ପ୍ରଜ୍ଞା ଦ୍ୱାରା ନୂତନ ବୈଶିଷ୍ଟ୍ୟ ରେ ରସାଣିତ କଲେ । ସେମାନଙ୍କ ମଧ୍ୟରେ ପଦ୍ମଶ୍ରୀ ସଚ୍ଚି ରାଉତ ରାୟ, ରାଧାମୋହନ ଗଡ଼ନାୟକ , ଅନନ୍ତ ପଟ୍ଟନାୟକ , ମନମୋହନ ମିଶ୍ର , କାହ୍ନୁଚରଣ ମହାନ୍ତି, ଗୋପୀନାଥ ମହାନ୍ତି , କମଳାକାନ୍ତ ଲେଙ୍କା, ନିତ୍ୟାନନ୍ଦ ମହାପାତ୍ର , କୃଷ୍ଣଚନ୍ଦ୍ର ତ୍ରିପାଠୀ , କୁଞ୍ଜବିହାରୀ ଦାସ , ଜ୍ଞାନେନ୍ଦ୍ର ବର୍ମା , ସୁରେନ୍ଦ୍ର ମହାନ୍ତି , ବ୍ରହ୍ମାନନ୍ଦ ପଣ୍ଡା , କିଶୋରୀ ଚରଣ ଦାସ , ମହାପାତ୍ର ନୀଳମଣି ସାହୁ , କୃଷ୍ଣଚରଣ ବେହେରା , କୃଷ୍ଣପ୍ରସାଦ ମିଶ୍ର , ମନୋଜ ଦାସ ପ୍ରମୁଖ ସାହିତ୍ଯକାର ଅନ୍ୟତମ ।





https://blog.odiabook.in

https://blog.odiabook.in/2023/08/odia-pragati-juga-sahitya-ra-itihasa.html

Tag: Odia Adhunik Juga, Adhunika Pragati Sahitya, Pragati juga ra sahitya, Odia Pragati juga Ra itihas, Pragati juga Ra kabi, Odia Bhasa Sahitya, Odia Bhasa Sahitya Blog, OdiaBhasaSahitya, Odia Bhasa Sahitya Blogspot dot com.

ମୁଖ୍ୟ ବିନ୍ଦୁ: ଓଡିଆ ଆଧୁନିକ ଯୁଗ, ଆଧୁନିକ ଓଡିଆ ସାହିତ୍ୟ କଥା, ଆଧୁନିକ ପ୍ରଗତି ପାଇଁ ଯୁଗ, ପ୍ରଗତି ଯୁଗର ଇତିହାସ, ପ୍ରଗତି ଯୁଗର କବି, ଓଡିଆ ପ୍ରଗତି ଯୁଗର ସାହିତ୍ୟ, ପ୍ରଗତି ଯୁଗର ବିବରଣୀ, ଓଡିଆ ଭାଷା ସାହିତ୍ୟ, ଓଡିଆ ଭାଷା ସାହିତ୍ୟ ବ୍ଲଗ, ଓଡ଼ିଆ ଭାଷା ସାହିତ୍ୟ ବ୍ଲଗସ୍ପଟ ଡଟ କମ୍।

Post a Comment

0 Comments