Music

ସେଦିନ ବର୍ଷା ରାତିରେ ଆମ ଡ୍ରାଇଭର୍ ମୋ ସହ…

ସଖାଳୁ ସଖାଳୁ ବର୍ଷା ଛାଡି ଯାଇଥାଏ ।ଆସ୍ତେ ଆସ୍ତେ ମୁଁ ନିଦରୁ ଉଠିବାକୁ ଲାଗେ ଓ ମୋ ଆଖି ଖୋଲାବା ମାତ୍ରେ ହଠାତ୍ ମୁଁ ଚମକିପଡେ । O God ଏ କଣ୍ ମୋ ଦେହରେ ମୋ ଡ୍ରେସ୍ ବଦଳରେ ଆମ ଡ୍ରାଇଭରର ଡ୍ରେସ୍ ତା ମାନେ ସେ ଡ୍ରାଇଭର୍ କାଲି ରାତିରେ ମୋ ସହିତ…ମୁଁ କାନ୍ଦିବାକୁ ଲାଗିଲି ।ମୋ ଆଖି ଆଗରେ ନାଚି ଉଠୁଥିଲା ଆମ ଡ୍ରାଇଭର୍ ସହ ଘଟିଥିବା ମୋର ସବୁ ଘଟଣା ।

ମୁଁ ସ୍ବପ୍ନା ଆମ ଘର ରାୟଗଡା । କଟକରେ ଏକ ଘରୋଇ କଲେଜ୍ ରେ ପାଠ ପଢେ ଓ ହଷ୍ଟେଲ୍ ରେ ରୁହେ।ସରକାର୍ ଘୋଷଣା କରିଦେଲେ ଭାରତ ବନ୍ଦ୍ ମୋ କଲେଜ୍ ବି ବନ୍ଦ୍ ହେଇଗଲା ।ମାମା ଫୋନ୍ କଲେ ଘରକୁ ପଳେଇ ଆସ୍ ହେଲେ ବସ୍ ଟ୍ରେନ୍ ସବୁ ବନ୍ଦ୍ ଯିବାର କିଛିବି ବାଟ ନଥିଲା ।ସେପଟେ ବାପାଙ୍କ ଦେହବି ଠିକ୍ ନଥିଲା ମୋତେ ନେବାକୁ କେହିବି ଆସି ପାରୁନଥିଲେ ।ମୋ ମୁଣ୍ତ କିଛି କାମ କରୁନଥିଲା ।ମୋ ସାଙ୍ଗ ଜଣେ ମୋତେ ଗୋଟେ ଆଇଡିଆ ଦେଲା ଓ କହିଲା ଆମ ହଷ୍ଟେଲ୍ ର ବସ୍ ଡ୍ରାଇଭରକୁ ତୁ ତୋ ପ୍ରେମ ଜାଲରେ ଫସା ଦେଖିବୁ ସେ ଜଦି ଫସିଗଲାନା ସେ ତତେ ଜେମିତିହେଲେ ତୋ ଘରେ ଛାଡିଦେଇ ଆସିବ ।ହେଲେ ମୁଁ ତାକୁ କହିଲି ଏମିତି ପ୍ରେମର ନାଟକ କରିବା ଅପେକ୍ଷା ଆମେତାକୁ ରିକ୍ୟୁଏଷ୍ଟ୍ କଲେ ସେ କଣ ମୋତେ ଆମ ଘରେ ଛାଡିଦେବନି ।ମୋ ସାଙ୍ଗ କହିଲା ତୋ ମୁଣ୍ତରେ ଗୋବର ଅଛି ।ଆଜିକାଲି ଦୁନିଆରେ ବିନା ସ୍ବାର୍ଥରେ କିଏ କାହିଁକି ଏତେ ରିକ୍ସ୍ ନେଇ , ପୋଲିସ୍ ମାନଙ୍କଠାରୁ ମାଡଖାଇ ତତେ ରାୟଗଡା ଛାଡିବାକୁ ଯିବ କହିଲୁ ।ମୋତେବି ତା କଥା ଠିକ୍ ଲାଗିଲା ।ତା ପରଠୁ ସେ ଡ୍ରାଇଭରକୁ ମୋ ପ୍ରେମ ଜାଲରେ ଫସେଇବା ପାଇଁ ତା ସହ ମିଠାମିଠା କଥାହେଲି ।ତା ସହ ଫୋନ୍ ମାଧ୍ୟମରେ ଦିନ ରାତି ଗପିଲି ।ତା ଆଗରେ ହଟ୍ ହଟ୍ ଡ୍ରେସ୍ ପିନ୍ଧି ବୁଲିଲି ।୭/୮ ଦିନ ପରେ ଡ୍ରାଇଭର୍ ମୋ ପ୍ରେମରେ ଫସିଗଲା ।ମୁଁ ଜାଣିଗଲି ସେ ଏବେ ମୋ ପ୍ରେମରେ ଫୁଲ୍ ପାଗଳ ।ଦିନେ ମୁଁ କାନ୍ଦିବାର ଅଭିନୟ କଲି ସେ ପଚାରିବାରୁ ମିଛରେ କହିଲା ମୋ ମମି ପାପା କୋଭିଡ୍ ପଜିଟିଭ୍ ମୋତେ ଜେମିତି ହେଲେ ରାୟଗଡା ଜିବାକୁ ପଡିବ ।ମୋ କଥା ଶୁଣିସାରି ସେ ତା ଆଡୁ ମତେ କହିଲା ସେ ମତେନେଇ ଆମ ଗାଁରେ ଛାଡିଦେବ ।ମୋ ପ୍ରେମର ନାଟକ କାମ କରିଗଲା ।ଆମେ ତା ପରଦିନ ସଖାଳୁ ସଖାଳୁ ତା ବାଇକ୍ ରେ ବାହାରି ପଡିଲୁ ରାୟଗଡା ।ସଖାଳୁ ରାତି ୮ଟା ଯାଏ ବାଇକ୍ ଚାଲିଥାଏ ହେଲେ ଏକ ଜଙ୍ଗଲ ଜାଗାରେ ହଠାତ୍ ବର୍ଷା ହେଲା ।୨ଜଣ ପୁରା ଭିଜିଗଲୁ ।କିଛି ଉପାୟ ନ ପାଇ ଜଙ୍ଗଲ କଡରେ ଥିବା ଏକ ଭଙ୍ଗାଘରେ ଆଶ୍ରୟ ନେଲୁ ।ସେ ଘରେ କେହିବି ନଥିଲେ ମୋତେ ବହୁତ୍ ଡର ଲାଗୁଥାଏ ।ବର୍ଷାରେ ଭିଜି ମତେ ପୁରା ସନିପାତ ହେଇଗଲା ମୁଁ ବେହସ୍ ହୋଇଗଲି ଆଉ ସେଇ ଫାଇଦାନେଇ ସେ ଡ୍ରାଇଭର୍ ମୋ ସହ….।

ପୁରୁଣା କଥାକୁ ମନେପକେଇ ମୁଁ ଜୋର୍ ରେ କାନ୍ଦିବାକୁ ଲାଗିଲି ।ମୁ ଅନୁତାପ୍ କଲିଯେ ମୁଁ ସେ ଡ୍ରାଇଭରକୁ ବିଶ୍ବାସ କରିବାଟା ମୋର ସବୁଠୁ ବଡ ଭୁଲ୍ ।ମୋ କାନ୍ଦ ଶୁଣି ସେ ଭଙ୍ଗା ଘରକୁ ଜଣେ ବୁଢିଲୋକ ଆସି ପଚାରିଲେ ମା ତୋ ଦେହ କେମିତି ଅଛି…?ତୁ କାଲି ରାତିରେ ଜରରେ ବେହୋସ୍ ହେଇଯାଇଥିଲୁ ।ସେ ପୁଅଟା ପାଖ ଗାଁକୁ ଯାଇ ମୋତେ ଡାକିକି ଆଣିଲା ।ତୋ ଡ୍ରେସ୍ ଓଦା ହେଇ ଯାଇଥିଲା ମୁଁ ତାକୁ ବଦଳେଇଦେଲି ।ଯାଣିଛୁ ମା ସେ ପୁଅ ନିଜେ ଓଦା ଡ୍ରେସ୍ ପିନ୍ଧି ତା ପାଖରେ ଥିବା ସୁଖିଲା ଡ୍ରେସ୍ ତତେ ପିନ୍ଧେଇ ଦବାକୁ ମତେ କହାଲା ।ମୁଁ ତ ତୋରି ପାଖରେ ତତେ ରାତିସାରା ଜଗି ରହିଥିଲି ହେଲେ ସେ ପୁଅ କାଲି ରାତି ସାରା ବଇଦ ପାଖକୁ ଦୌଡି ଦୌଡି ତୋ ପାଇଁ ଔଷଧ ଆଣିଲା ।ସେ ପୁଅଟା ବହୁ ଥକି ପଡି ସେପଟେ ଶୋଇ ପଡିଛି ।ମୁଁ ଏଇ ସାଙ୍ଗେ ସାଙ୍ଗେ ତୋ ପାଖରୁ ଟିକେ ଝାଡା ଝପଟ କରିବାକୁ ଯାଇଥିଲି ।ଜାହା କହ ମା ସେ ପୁଅଟା ପାଇଁ ତୋ ଜିବନ ବଞ୍ଚିଗଲା ।ଆଛା ମା ସେ ପୁଅଟା ତୋର କଣ ହେବ…?

ସ୍ବପ୍ନା – (କାନ୍ଦି କାନ୍ଦି) ସେ ମୋ ସ୍ବାମୀ ହେବେ ମାଉଷୀ ।

ଏଥର କିନ୍ତୁ ମୁଁ କହିଥିବା କଥାଟି ନାଟକ ନଥିଲା କାରଣ ସେ ମାଉଷୀଠାରୁ ସବୁ ଶୁଣିଲା ପରେ ସେ ଡ୍ରାଇଭର୍ ମୋ ପାଇଁ ରାକ୍ଷାସରୁ ଭଗବାନ୍ ପାଲଟି ଯାଇଥିଲେ ।ମୁଁ ସତ ସତିକା ସେ ଡ୍ରାଇଭରକୁ ଭଲ ପାଇ ବସିଲି….

Post a Comment

0 Comments