Music

ମୋ ସାଙ୍ଗ ମୋ ସ୍ବାମୀଙ୍କ ସହ ଖରାପ୍ କାମ କରି ମୋ ସଂସାର ଭାଙ୍ଗିଦେଲା ।


 ସେଦିନ ମୋ ପିଲାଦିନର ସାଙ୍ଗ ମୋ ବଉଳ ମୋ ଘରକୁ ଆସିଥିଲା ।ମୋ ସ୍ବାମୀ , ମୁ ଓ ମୋ ବଉଳ ଖୁସିରେ ଖୁବ୍ ମଜା କରୁଥିଲୁ ହେଲେ ମୋ ଖୁସିରେ କାହାର ଯେମିତି ନଜର୍ ଲାଗିଗଲା ।ହାଠାତ୍ ଫୋନ୍ ଆସିଲା ବାପାଙ୍କ ଦେହ ବହୁତ୍ ଖରାପ୍ ଅଛି ମତେ ସଙ୍ଗେ ସଙ୍ଗେ ଗାଁକୁ ଯିବାକୁ ହେବ ।

ମୁଁ ବଉଳକୁ ମୋ ସ୍ବାମୀଙ୍କ ଦାୟୀତ୍ବ ନେବା ପାଇଁ କହି ତରବରିଆ ଭାବେ ବାହାରି ପଡିଲି ଆମ ଗାଁ ଅଭିମୁକ୍ଷେ ।ବସ୍ ଷ୍ଟାଣ୍ତ୍ ପାଖରେ ମନେପଡିଲା ଟଙ୍କାଥିବା ଭ୍ୟାନିଟିଟା ଘରେ ଛାଡିଦେଇ ଆସିଛି ।ପୁଣି ଘରକୁ ଫେରିଆସି କବାଟ ଖୋଲି ଦେଖେ ମୋ ସ୍ବାମୀ ଓ ମୋ ବଉଳ ଅର୍ଧନଗ୍ନ ଅବସ୍ଥାରେ ଦେହ ସୁଃଖ ମେଣ୍ଟାଉଥାନ୍ତି ଛି ଏସବୁ ଦେଖି ମୋ ମୁଣ୍ତ ଘୁରେଇଦେଲା ।ସମସ୍ତେ କୁହନ୍ତି ସାଙ୍ଗ ଏମିତି ଗୋଟେ ନାଁ ଯିଏ ଆମର ସବୁଠୁ ଅଧିକ ପ୍ରିୟ ।ସାଙ୍ଗ ଏମିତି ଗୋଟେ ସମ୍ପର୍କ ଯିଏ ଦୁନିଆର ସବୁଠୁ ଅଧିକ ବିଶ୍ବସ୍ତ ହେଲେ ସେଇ ସାଙ୍ଗ ମୋ ଜିବନରେ କଳଙ୍କିନି ସାଜି ମୋ ସଂସାରକୁ ଭାଙ୍ଗି ଚୁର୍ ମାର୍ କରିଦେଲା ।

ମୁ ସୁନିତା ଘର ଡେଲାଙ୍ଗ ।୨ବର୍ଷ ତଳେ ବାହାହେଇ ହସ ଖୁସିର ସଂସାରଟିଏ ଗଢିଥିଲି ହେଲେ ସେଇ ସଂସାରକୁ ମୋ ପିଲା ଦିନର ବଉଳ ଆଜି ଭାଙ୍ଗିଦେଲା ।ମୁଁ ଆଜି ଫେରି ଯାଉଛି ମୋ ବାପ ଘରକୁ ସବୁଦିନ ପାଇଁ ।ଆଉ କେବେ ଫେରିବିନି ଏଠିକି ।ତମେ ମୋ ବଉଳକୁ ଧରି ସଂସାର କର । ମୋତେବି ମିଳିଯିବେ କେତେ ଟୋକା ।

କାନ୍ଦି କାନ୍ଦି ବସ୍ ସ୍ଟପ୍ ପାଖରେ ପହଞ୍ଚିଲି ।ପ୍ରଥମ ବସ୍ ମିସ୍ କରିଦେଲି ୨ୟ ବସ୍ ଅପେକ୍ଷାରେ ଥାଏ ।ମନେ ମନେ ଭାବୁଥାଏ ଯୋଉ ସ୍ବାମୀ ମୋତେ ତାଙ୍କ ଜିବନଠୁବି ଅଧିକ ଭଲ ପାଉଥିଲେ ସେ ମୋସହ ଏମିତି କେମିତି କରିପାରିଲେ ।ମୋ ଭଲ ପାଇବାରେ କୋଉଠୁ ଉଣା ରହିଗଲାଯେ ସେ ମୋ ବଉଳ ସହ ଖରାପ୍ ସମ୍ପର୍କ ରଖିଲେ ।

ଏମିତି ଭାବୁ ଭାବୁ ଫୋନ୍ ଆସିଲା ବାପା ଫୋନ୍ କରିଥିଲେ କହିଲେ ମା କେମିତି ଅଛୁ ।ମୁ ଆଚମ୍ବିତ ହେଇ ପଚାରିଲି ବାପା ତମ ଦେହ କେମିତି ଅଛି ।ବାପା କହିଲେ ଆରେ ମୋ ଦେହ କଣ ହେବ ମୁଁ ତ ପୁରା ଫିଟ୍ ଅଛି ଏବେ ବିଲରୁ ଆସିଲି ।ତୋ କଥା ଟିକେ ମନେପଡିଗଲାତ ଫୋନ୍ କରିଦେଲି ।

ହେଲେ ବାପା ମତେ ଗୋଟେ ଅଜଣା ନଂରୁ କେହିଜଣେ ଫୋନ୍ କରି କହିଲେ ତମ ଦେହ ବହୁତ୍ ସିରିଏସ୍ ଅଛିବୋଲି ।ନାଇଁଲୋ ମା କେହି ତୋ ସହିତ ମଜା କରିଥିବ ।ଏତକ କହି ବାପା ଫୋନ୍ ରଖିଦେଲେ ।ମତେ ଆଚମ୍ବିତ ଲାଗିଲା ଏମିତି ମଜା କିଏ ଓ କାହିଁକି କରିପାରେ ।ମତେ ଡାଉଟ୍ ଲାଗିଲା ମୁଁ ପୁଣି ଫେରିଗଲି ମୋ ସ୍ବାମୀଙ୍କ ଘରକୁ ଓ ସେଠି କବାଟ ଫାଙ୍କରେ ଯାହା ଶୁଣିଲି ।

ବଉଳ – ଭାଇ ବଉଳ ମୋତେ ବହୁତ୍ ଖରାପ୍ ଭାବିଥିବ ।ସେ ମତେ କେବେବି କ୍ଷମା କରିବନି ।

ସ୍ବାମୀ – ମୁଁ ମରିଗଲା ପରେ ତତେ ନିଶ୍ଚୟ କ୍ଷମା କରିଦେବ ।

ବଉଳ – ସେମିତି କୁହନି ଭାଇ ତମର ଏ ରୋଗ ଭଲହେବା ପାଇଁ କଣ କିଛିବି ଔଷଧ ନାହିଁ ।

ସ୍ବାମୀ – ଯଦି ଥାନ୍ତା ତତେ ଏ ନାଟକ କରିବା ପାଇଁ କେବେବି କହିନଥାନ୍ତି ।ମୁଁ ଜାଣିଛି ତୋ ବଉଳ ମତେ ଏତେ ଭଲପାଏଯେ ମୁଁ ମରିଗଲା ପରେ ସେ କେବେବି ୨ୟ ବିବାହ କରିବନି ।ମୁଁ ତୋ ବଉଳକୁ ବହୁତ୍ ପାଏ ତୁ କହିଲୁ ମୁଁ ଉପରେରହି ସାରା ଜିବନ ତାକୁ ବିଧବା ଭେସରେ କେମିତି ଦେଖିପାରିବି ।

କବାଟ ଫାଙ୍କରେ ମୋ ସ୍ବାମୀ ଓ ବଉଳର କଥାଶୁଣି ମୁଁ ଦୌଡିଯାଇ ମୋ ସ୍ବାମୀଙ୍କ ପାଦତଳେ ପଡି ଭୋଭୋ ହେଇ କାନ୍ଦିବାକୁ ଲାଗିଲି ।ମୋ ବଉଳ ଆଗରେ ହାତଯୋଡି କ୍ଷମା ମାଗିଲି ।କିଛିଦିନ ପରେ ସେ ମତେ ଏକାକରି ଚାଲିଗଲେ । ଆଯିସିନା ସେ ଏ ଦୁନିଆରେ ନାହାନ୍ତି ହେଲେ ମୁଁ ଏ ଜନ୍ମରେ ତାଙ୍କ ସ୍ଥାନ ଆଉ କାହାକୁ ଦେଇ ପାରିବିନି ।

Post a Comment

0 Comments