Music

ସେ ମୋର ସବୁକିଛି ଲୁଟିନେଇ ମତେ ଠକିଦେଲା


ସମସ୍ତେ କୁହନ୍ତି ପ୍ରେମର ଦ୍ବିତୀୟ ନାଁ ହେଉଛି ଭରସା,କୁହାଯାଏ ବିଶ୍ବାସ ବିନା ପ୍ରେମର କିଛି ମାନେ ନଥାଏ ।ମୁଁବି ତାକୁ ଭରସା କରିଥିଲି ତା ପ୍ରେମକୁ ବିଶ୍ବାସ କରିଥିଲି ହେଲେ ସେ ମୋ ସହ ଏମିତି କଣପାଇଁ କଲା ।ସେ କଣପାଇଁ ମୋ ବିଶ୍ବାସକୁ ଭାଙ୍ଗିଦେଲା ।ମୁଁ ଏମିତି ଜଣେ ଝିଅ ଯିଏ ପ୍ରେମକରି କେବଳ ଦୁଃଖହିଁ ପାଇଛି ।ଜାହାକୁ ନିଜଠାରୁବି ଅଧିକ ଭରସା କରିଥିଲି,ଜାହାକୁ ନିଜ ଜିବନଠାରୁବି ଅଧିକ ବିଶ୍ବାସ କରୁଥିଲି ସେ ଆଜି ମୋର ସବୁକିଛି ଲୁଟିନେଇ ମୋ ଠାରୁ ବହୁ ଦୁରକୁ ଚାଲିଯାଇଛି ।

ମୁଁ ସୁନିତା ଘର କଟକ । ସେଦିନ Faecookରେ ଗୋଟେ Friend Request ଆସିଥିଲା ।ଭାବିଲି Reject କରିଦେବି ହେଲେ ପୁଣି କଣ ମୋ ମନକୁ ଆସିଲା ସେ ଅଜଣା Friend Requestକୁ Accepet କରିଦେଲି ।କିଛି ସମୟ ପରେ ସେ ଅଜଣା ଲୋକଟି ମତେ ଘନ ଘନ SMS ଛାଡିବାକୁ ଲାଗିଲା ।ମୁଁ ଭାବିଲି ତାକୁ ବ୍ଲକ୍ କରିଦେବି ହେଲେ ପୁଣି ମୋ ମନକୁ କଣ ଜୁଟିଲା କେଜାଣି ତାକୁ ବ୍ଲକ୍ ନକରି ତା ଆଇଡି ଚେକ୍ କରିବାକୁ ଲାଗିଲି ।ତା Facebook ପ୍ରୋଫାଇଲ୍ ଦେଖିଲି ଗୋଟେ ସୁନ୍ଦର୍ ପୁଅଟିର ଫଟୋ ଅଛି ।ତା ଫଟୋଗୁଡିକ ଦେଖି ଲାଗୁଥିଲା ପୁଅଟା ଗୋଟେ ଭଲ ଚାକିରି କରିଛି ବୋଲି ।ମତେ ସେ ପୁଅଟା ବହୁତ୍ ଭଲ ଲାଗିଲା ।ତା ସହ କଥା ହେବାକୁ ଇଛା ହେଲା ।ଏବେ ମୁଁ ତା SMSର ଉତ୍ତର ଦବାକୁ ଲାଗିଲି ।SMSରେ କଥା ହେଉ ହେଉ ଆମ ସମ୍ପର୍କ ଅତି ନିବିଡ ହେବାକୁ ଲାଗିଲା ।

ଏହା ପରେ ଆମେ ଫୋନ୍ ମାଧ୍ଯମରେ କଥାବାର୍ତ୍ତା ହେଲୁ ଓ ଉଭୟେ ଉଭୟଙ୍କୁ ପ୍ରେମ ନିବେଦନ କଲୁ ।ଅତି କମ୍ ସମୟରେ ସେ ମୋର ବହୁତ୍ ନିଜର ହେଇଗଲା ।କିଛିଦିନ ପରେ ସେ ଦିନେ ମତେ କହିଲା ମୋତେ ସେ ମ୍ୟାରେଜ୍ କରିବାକୁ ଚାହେଁ ।ମୁଁ ବହୁତ୍ ଖୁସି ହେଇଗଲି କାରଣ ମୁଁବି ତାକୁ ବାହା ହେବାକୁ ଚାହୁଁଥିଲି ।ବହୁତ୍ କମ୍ ସମୟ ଭିତରେ ମୁଁ ତାକୁ ବହୁତ୍ ବିଶ୍ବାସ କରି ମୋ ପରିବାରର ସବୁକଥା ତାକୁ ସେୟାର୍ କରିବାକୁ ଲାଗିଲି ।ଆମେ କେବେ ଦେଖା ସାକ୍ଷ୍ଯାତ ହେଇନଥିଲୁ ।ତାର ନିଜର ଗୋଟେ Softwere କମ୍ପାନି ଅଛି ବୋଲି ସେ ମୋତେ କହିଥିଲା ।ସେ ମତେ କଥା ଦେଇଥିଲା ୨ମାସ ଭିତରେ ଆମ ଘରକୁ ଆସିବ ଓ ଆମ ବାହାଘର ବିଷୟରେ ଆମ ଘରେ କଥାହେବ ।ଆମେ ସବୁଦିନ ଫୋନରେ କଥାହେଉ ହେଲେ ଥରେ ୨ଦିନ ତା ଫୋନ୍ ଲାଗିଲାନି ମୁଁ ତା ପ୍ରେମରେ ଏତେ ପାଗେଳି ଥିଲିଯେ ତା ସହ ଗୋଟେ ଦିନବି କଥା ନହେଲେ ରହିପାରୁନଥିଲି ।ହେଲେ ସେଦିନ ତା ଫୋନ୍ ୨ଦିନ ବନ୍ଦ୍ ରହିଲା ମୋ ମୁଣ୍ତ କିଛି କାମ କରୁନଥାଏ ।

୩ ୟ ଦିନ ତା ଫୋନ୍ ଆସିଲା ଆଉ ସେ ଫୋନ୍ ରେ କାନ୍ଦୁଥିଲି ।ତା କମ୍ପାନିରେ କିଛି ଗୋଟେ ବଡ ଘାଟା ହେଇଥିଲା ବୋଲି ସେ ମୋତେ କହିଲା ଆଉ ତାକୁ ନିହାତି ୫ଲକ୍ଷ ଟଙ୍କା ଦରକାର ଥିଲା ୭ଦିନ ପାଇଁ ।ନହେଲେ ତା କ୍ଯାରିଅର୍ ନଷ୍ଟ ହେଇଯିବ ।ମୁଁ ତା ଦୁଃଖ ସହି ନପାରି ବାପାଙ୍କ ବ୍ୟଙ୍କ୍ ଖାତାରୁ ତା ପାଖକୁ ୫ଲକ୍ଷ ଟଙ୍କା ପଠେଇ ଦେଲି ।ତା ପାଖକୁ ଟଙ୍କା ଯିବାପରେ ଆଉ ତା ଫୋନ୍ ଲାଗିଲାନି ।ମୋ Facebookବି ସେ ବ୍ଲକ୍ କରିଦେଲା ।ଏବେ ମୁଁ ବୁଝିଗଲି ସେ ଗୋଟେ Online ଫ୍ରଡ୍ ଥିଲା ଯିଏ ମୋର ସବୁ କିଛି ଲୁଟି ନେଇ ମତେସେ ଠକିଦେଲା ।ଇଏତ ଥିଲା ଗୋଟେ କାହାଣୀ ଆପଣ ସତର୍କ ରୁହନ୍ତୁ ନହେଲେ ଆପଣବି ଏମିତି ଠକାମୀର ଶିକାର ହୋଇ ପାରନ୍ତି ।ଏହି ଲେଖାକୁ ସମସ୍ତଙ୍କୁ ସେଆର କରନ୍ତୁ ଯେମିତି ଏଭଳି ଶିକାରରେ କୌଣଷି ଝିଅ ନ ପଡନ୍ତୁ ।

Post a Comment

0 Comments