Music

ଭବ ସାଗର ତାରଣ କାରଣ ହେ ପ୍ରାର୍ଥନା | BHABA SAGARA TARANA KARANA HEY

ଭବ ସାଗର ତାରଣ କାରଣ ହେ Bhaba Sagara Tarana Karana Hey Lyrics


ଭବ ସାଗର ତାରଣ କାରଣ ହେ
ରବି ନନ୍ଦନ ବନ୍ଧନ ଖଣ୍ଡନ ହେ
ଶରଣାଗତ କିଙ୍କର ଭିତ୍ତ ମନେ
ଗୁରୁଦେବ ଦୟା କର ଦିନ ଜନେ


ହୃଦ କନ୍ଦର ତାମସ ଭାସ୍କର ହେ
ତୁମେ ବିଷ୍ଣୁ ପ୍ରଜାପତି ଶଙ୍କର ହେ
ପରଂବ୍ରହ୍ମ ପରାପର ବେଦ ଭବେ
ଗୁରୁଦେବ ଦୟା କର ଦିନ ଜନେ


ମନ ବାରଣ ଶାସନ ଅଙ୍କୁଶ ହେ
ନର ତ୍ରାଣ ତାରେ ହରି କାକସୁସ ହେ
ଗୁଣ ଗାନ ପରାୟଣ ଦେବ ଗଣେ
ଗୁରୁଦେବ ଦୟା କର ଦିନ ଜନେ


କୂଳକୁଣ୍ଡଳୀନି ଘୁମ ଭଞ୍ଜକ ହେ
ହୃଦ ଗ୍ରଛି ବିଦାରଣ କାରକ ହେ
ମମ ମାନସ ଚଞ୍ଚଳ ରାତ୍ର ଦିନେ
ଗୁରୁଦେବ ଦୟା କର ଦିନ ଜନେ


ରୂପ ସୁଦନ ମଙ୍ଗଳ ନାୟକ ହେ
ସୁଖ ଶାନ୍ତି ବରା ଅଭୟ ଦାୟକ ହେ
ତ୍ରୟ ତାପ ହରେ ତବ ନାମ ଗୁଣେ
ଗୁରୁ ଦେବ ଦୟା କର ଦିନ ଜନେ


ଅଭିମାନ ପ୍ରଭାବ ବିମର୍ଦକ ହେ
ଗତିହୀନ ଜାଣେ ତୁମେ ରକ୍ଷକ ହେ
ଚିତ୍ତ ଶଙ୍କିତ ବଞ୍ଚିତ ଭକ୍ତି ଧନେ
ଗୁରୁ ଦେବ ଦୟା କର ଦିନ ଜନେ


ତବ ନାମ ସଦା ଶୁଭ ସାଧକ ହେ
ପତିତା ଅଧମ ମାନବ ପାବକ ହେ
ମହିମା ତବ ଗୋଚର ଶୁଦ୍ଧ ମନେ
ଗୁରୁ ଦେବ ଦୟା କର ଦିନ ଜନେ


ଜୟ ସଦ୍ ଗୁରୁ ଈଶ୍ଵର ପ୍ରାପକ ହେ
ଭବ ରୋଗ ବିକାର ବିନାଶକ ହେ
ମନ ଯେହ୍ନ ରହେ ତବ ଶ୍ରୀଚରଣେ
ଗୁରୁ ଦେବ ଦୟା କର ଦିନ ଜନେ

Post a Comment

0 Comments