Music

ଆହେ ଦୟାମୟ ବିଶ୍ୱ ବିହାରୀ - ଓଡ଼ିଆ ପ୍ରାର୍ଥନା | AHE DAYAMAYA BISWA BIHARI

AHE DAYAMAYA BISWA BIHARI ODIA PRARTHANAAHE DAYAMAYA BISWA BIHARI ODIA PRARTHANA

ଆହେ ଦୟାମୟ ବିଶ୍ୱ ବିହାରୀ ଓଡ଼ିଆ ଭାଷାର ଏକ ପ୍ରାର୍ଥନା । ଏହା ଓଡ଼ିଆ ଶିକ୍ଷକ ଓ କବି ରାମକୃଷ୍ଣ ନନ୍ଦଙ୍କ "ଝୁମୁକା" କବିତା ସଂକଳନରୁ ଆନୀତ । ଏହି ପ୍ରାର୍ଥନାଟି ଗାନ୍ଧୀଙ୍କର ସାବରମତୀ ଆଶ୍ରମର ପ୍ରାର୍ଥନା ସଭାରେ ବୋଲାଯାଉଥିଲା। ପାରମ୍ପରିକ ଭାବେ ଏହି ଗୀତଟିକୁ ଓଡ଼ିଶୀ ସଙ୍ଗୀତର ଚକ୍ରକେଳୀ ବୃତ୍ତର ଛାନ୍ଦ ଭାବେ ଗାୟନ କରାଯାଏ । ଗୀତଟି ଓଡ଼ିଆ ଚଳଚ୍ଚିତ୍ର ବଳିଦାନରେ ମଧ୍ୟ ସ୍ଥାନ ପାଇଥିଲା ।

ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି |୧|
ଜଳ ସ୍ଥଳ ବନ ଗିରି ଆକାଶ, ତୁମ ଲୀଳା ସବୁଠାରେ ପ୍ରକାଶ |୨|
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି |
ତୁମେ ଶୁଭ ବୁଦ୍ଧି ପରା ସିଖାଅ, ତୁମେ ଭଲ ବାଟ ପରା ଦେଖାଅ |୩|
ମୋର କାମକୁ କରାଅ ସରସ, ମୋର ମୁଖେ ଦିଅ ଚିର ହରଷ |୪|
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି |
ତୁମ ଚରଣରେ ମୋର ଭକତି, ଦିଅ ବିପଦେ ସାହସ ଶକତି |୫|
କୂଟ କପଟ ସ୍ୱଭାବ ଯାହାର, ତାଙ୍କୁ ଦୂରୁ ମୁଁ କରଇ ଜୁହାର |୬|
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି |
ମୋତେ ନମିଶାଅ ତାଙ୍କ ସାଥିରେ, ସଦା ରଖ ସାଧୁଜନ କତିରେ |୭|
ଦୟା ବିନୟ ହେଉ ମୋ ଭୂଷଣ, କାହା ମନେ ମୁଁ ନଦିଏ କଷଣ |୮|
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି |
ଦୁଃଖୀ ଅରକ୍ଷିତ ସେବା କାରଣେ, ବଳ ଦିଅ ମୋର କର ଚରଣେ |୯|
ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି |୧୦|
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି |
ମୋତେ ଏତିକି ସିଖାଅ ସାଇଁ ହେ, ମୋର ଧନଜନ ଲୋଡା ନାହିଁ ହେ |୧୧|
ତୁମେ ସବୁଠାରୁ ବଡ ଠାକୁର, ସଦା ରହିବି ମୁଁ ତୁମ ପୟର |୧୨|
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି |

Post a Comment

0 Comments