Music

କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ (ଓଡିଶୀ ସଙ୍ଗୀତ) | KA RANGA KAHALO SAHI SHYAMALA SHYAMALA LYRICS

 Ka Ranga Kahalo Sahi Shyamala Shyamala Odia

== ଓଡ଼ିଆ ==

ଗୀତ : କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ
ଭାଷା : ଓଡ଼ିଆ 
ଆଲବମ : ଶ୍ରୀ ଜଗନ୍ନାଥ ଶରଣଂ 
କଣ୍ଠ : ଅନୁରାଧା ପୌଡ଼ୱାଲ
ଗୀତିକାର : ପ୍ରଫୁଲ୍ଲ କର
ସଂଗୀତ ନିର୍ଦ୍ଦେଶନା : ପ୍ରଫୁଲ୍ଲ କର
ମସିହା : ୧୯୯୦



(ଝି)
କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ
କଟିରେ କିଙ୍କିଣି ତାର ଶିରେ ଜାମୁ ଡାଳ
ଗଳେ କଦମ୍ବର ମାଳ ହାତେ ମୁରଲୀ ସୁନ୍ଦର
କିଏ ନାଚଇ ଧିନି ଧିନି ତାଥିନି ଥିନି ଥିନି
କିଏ ସେ ନାଟୁଆ ନାଗର
(ଝି-ସମସ୍ତେ)
ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ
ଜୟ ଜୟ ଦେବ ହରେ
(ଝି)
ହରେ..
(ଝି-ସମସ୍ତେ)
ଜୟ ଜୟ ଦେବ ହରେ ॥

ଆହୁରି ପଢ଼ନ୍ତୁ: କି ହେଲା ରେ କହିତ ନୁହଁଇ ଭାରତୀରେ (କ ଚମ୍ପୂ) - Ki Hela Re Kahita Nuhani Bharatire (Ka Champu) Lyrics

(ଝି)
ଯା ଲାଗି ରାଧା ଝୁରି ଝୁରି ହେଲା ପାଗଳିନୀ
ଯାହାର ପ୍ରେମେ ହେଲେ ବାଇ ଗୋପର ତରୁଣୀ
ବାନ୍ଧିଛି ଯିଏ ତ୍ରିଭୁବନ ପ୍ରେମର ଡୋରିରେ
ସେ ପୁଣି ବନ୍ଧା ଚିରଦିନ ଭକତ ପ୍ରେମରେ
ସଖୀରେ.. 
କହ କିଏ ସେ କଳା କାହ୍ନୁ ଯା ନାମ ଶୁଣୁ ଶୁଣୁ 
ମନଟି ହୁଏ ଚଞ୍ଚଳ  
(ଝି-ସମସ୍ତେ)
ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ
ଜୟ ଜୟ ଦେବ ହରେ
(ଝି)
ହରେ..
(ଝି-ସମସ୍ତେ)
ଜୟ ଜୟ ଦେବ ହରେ ॥୧॥

(ଝି)
ଯାର ପରଶ ପାଇ ବିଷ ହୁଅଇ ପିୟୁଷ
ଯା ଦରଶନେ ପାଏ ଜୀବ ବଇକୁଣ୍ଠେ ବାସ
ଭକତ ପାଇଁ ନିଦ ନାହିଁ ଆଖିକୁ ଯାହାର
ଭକତ ତାର ପ୍ରାଣଧନ ଦାସ ସେ ଭକ୍ତର
ସଖୀରେ..
ମତେ କହନି କିଏ ସେହି ଯା ସରି କେହି ନାହିଁ 
କିଏ ସେ ଭକତବତ୍ସଳ
(ଝି-ସମସ୍ତେ)
ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ
ଜୟ ଜୟ ଦେବ ହରେ
(ଝି)
ହରେ..
(ଝି-ସମସ୍ତେ)
ଜୟ ଜୟ ଦେବ ହରେ 

(ଝି)
କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ
କଟିରେ କିଙ୍କିଣି ତାର ଶିରେ ଜାମୁ ଡାଳ
ଗଳେ କଦମ୍ବର ମାଳ ହାତେ ମୁରଲୀ ସୁନ୍ଦର
କିଏ ନାଚଇ ଧିନି ଧିନି ତାଥିନି ଥିନି ଥିନି
କିଏ ସେ ନାଟୁଆ ନାଗର
(ଝି-ସମସ୍ତେ)
ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ
ଜୟ ଜୟ ଦେବ ହରେ
(ଝି)
ହରେ..
(ଝି-ସମସ୍ତେ)
ଜୟ ଜୟ ଦେବ ହରେ 

(ଝି)
ଜୟ ଜୟ ଦେବ ହରେ
ହରେ..
ଜୟ ଜୟ ଦେବ ହରେ
ହରେ..
ଜୟ ଜୟ ଦେବ ହରେ
ହରେ..
ଜୟ ଜୟ ଦେବ ହରେ ॥୨॥

Post a Comment

0 Comments