Music

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ଛାନ୍ଦ ନିର୍ମଳ ଚନ୍ଦ୍ରମଣ୍ଡଳ (ଓଡିଶୀ ସଙ୍ଗୀତ)

Nirmala Chandamandala
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ଛାନ୍ଦ ନିର୍ମଳ ଚନ୍ଦ୍ରମଣ୍ଡଳ
ଗାୟକ - ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ 

ନିର୍ମଳ ଚନ୍ଦ୍ରମଣ୍ଡଳ ସରଗେ ବିରାଜି
ଦିଶେ ଯଥା ଦର୍ପକ ଦର୍ପଣେ ଥିଲେ ମାଜି
ଚାହିଁ କୁମର କାତର
ଲେଖି ଆରମ୍ଭିଲା  ବସି ବିନୟ ପତର ।

ଜାନକୀବଲ୍ଲଭ ପଦ୍ମପାଦେ ଚିତ୍ତ ଥାଉ
ରାଜସୁତା ପ୍ରୀତିକଉଶଳାକୁ ଚିଠାଉ
ଏବେ ମରୁଅଛି ଝୁରି
ଦରିଦ୍ର ରତନ ପାଇ ହରାଇଲା ପରି ।

ତୁୁ ମୋ ପ୍ରତିଚକ୍ଷୁ ଯେଣୁ ହୋଇଛୁ ଅନ୍ତର
ଦିଶୁ ନାହିଁ କିଛି କାହିଁ ଆନ ପ୍ରତିକାର
ନୂଆ ଅନ୍ଧ ପ୍ରାୟେ ହୋଇ
ଅନୁକ୍ଷଣେ ଆକୁଳ ବଢୁଛି ପ୍ରାଣ ସହି ।

ଆହୁରି ପଢ଼ନ୍ତୁ: କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ (Ka Ranga Kahalo Sahi Shyamala Shyamala Lyrics)

ଯେଣେ ଅନାଇଲେ ଇନ୍ଦ୍ରଜାଲ ପ୍ରାଏ ଦିଶୁ
ମୁକୁର ବିମ୍ବ ପରାଏ ପାଶକୁ ନ ଆସୁ ।
ଏଣ ହଟ କାହିଁ ପାଇଁ
ମୋହ ଜାଣିବାରେ ମୁଁ ତ ଦୋଷ କରି ନାହିଁ ।

ଯେତେ ଦୂରେ ପତ୍ର ପଡିଥିଲେ ରେ ନବୀନା
ଚିହ୍ନା କି ନ ହୁଏ ଆନେ ବୃକ୍ଷ ନାମ ବିନା
ବନ୍ଧୁ ତେମନ୍ତେ ମୁଁ ତୋର
ସବୁଠାରେ କୁହାଉଛି ସୁନ୍ଦରୀ ପୟର ।

ଚନ୍ଦ୍ରକୁ ଚକୋର ଜଳଧରକୁ ଚାତକ
ପ୍ରାଏ ତୋତେ କରିଥାଇ ମୁଁ ଆଶା ଅନେକ
ଧାତା ନଟକାର ପରି
ଦେଖାଇ ତ ହରିନେଲା କନକଗଉରୀ ।

ଦୂରେ ଥିଲା ପାଶେ ଅଛି ଏହା ଥିବୁ ଘେନି
କେତେ ଦୂରେ ଚନ୍ଦ୍ର କେତେ ଦୂରେ କୁମୁଦିନୀ
ପ୍ରୀତି ଅଭେଦ ତାଙ୍କର
ଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର ।

Post a Comment

0 Comments