Music

କି ହେଲା ରେ କହିତ ନୁହଁଇ ଭାରତୀରେ (କ ଚମ୍ପୂ) | KI HELA RE KAHITA NUHANI BHARATIRE (Ka Champu) LYRICS

Ki Helare Kahita Nunhai Bharati Re

Ki Helare Kahita Nunhai Bharati Re

ଗୀତ : କି ହେଲା ରେ କହିତ ନୁହଁଇ ଭାରତୀରେ
ଭାଷା : ଓଡ଼ିଆ
ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ
କଣ୍ଠ : ଶ୍ୟାମାମଣି ପଟ୍ଟନାୟକ
ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ
ଲେବେଲ : ଜେ.ଇ. କ୍ୟାସେଟ କମ୍ପାନି


କି ହେଲା ରେ, କହିତ ନୁହଇ ଭାରତୀରେ
କାଲି ଯା ଦୂରରୁ ଦେଖି, କଳନା କଲା ମୋ ଆଖି
କଳା ଇନ୍ଦୀବର ଆରତିରେ ॥

କେଳି କଦମ୍ବ ଲତାର, କୋଳେ କି ଶ୍ୟାମଳତାର
ତେଜ ସେ ରବିସୁତାର ତୀରେ
କମ୍ପି ମୋର କଳେବର, ହୋଇଗଲା ଆରପାର
ଯାହାକୁ ଡରଇ ତାର ତୀରେ ॥୧॥

କୁସୁମ କୋଦଣ୍ଡ କାଣ୍ଡ, କେତେ କରିଥିଲା ରୁଣ୍ଡ
କର୍କଶ ନୋହିବା ଭାରତୀରେ
କହୁଛି ବରଜି ଲଜ୍ଜା, କେବଳ ହେଲା ମୋ ମଜ୍ଜା
ମଜ୍ଜିଯିବି କି ଉଭା ରତିରେ ॥୨॥

ଆହୁରି ପଢ଼ନ୍ତୁ: କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ - Ka Ranga Kahalo Sahi Shyamala Shyamala Lyrics

କି ମୋହନ ଲୀଲା ଧରି, କୋଟି କଳାକର ଶିରୀ
ପୁରିଛି ସେ ଶ୍ୟାମ ମୂରତିରେ
କୁତ୍ସା କରେ ମୁଁ ଧାତାକୁ, କାହିଁକି ସରଜି ତାକୁ
ଚିରାୟୁ ରଖିଲା ଜରତୀରେ ॥୩॥

କି ନୀତି କି ଜାତିଶୀଳ, କି କୁଳବରତ ଫଳ
ଠଉର ପାରିଲା ମୋ ମତିରେ
କୋମଳତର ମୋହନ, କୁଞ୍ଜକୁକ୍ଷିରୁ ନିଃସ୍ୱନ
ଆସି ଚୁମ୍ବିଦେଲା ମୋ ଶ୍ରୁତିରେ ॥୪॥

କଲବଲ ଛଟପଟ, ହୋଇ ଯାଉଛି ନିପଟ
ସଂବେଶ ଅଶନ ବିରତିରେ
କହଇ ଶ୍ରୀବାଲ୍ଲକେଶ, ଶରଣ ଧରଣୀ ଈଶ
ଏ କି ଦଣ୍ଡ ବିନା ପୀରତିରେ ॥୫॥

Post a Comment

0 Comments