Music

ଧନିଆ ପାଣି ପିଇବା ଦ୍ୱାରା, ଶରୀରକୁ ମିଳିବ ଏହି ସବୁ ଫାଇଦା | BENEFIT OF CORIANDER WATER

ଧନିଆ ପାଉଡର ହେଉଛି ଭାରତୀୟ ରୋଷେଇର ଏପରି ଏକ ଉପାଦାନ ଯାହା ଅଧିକାଂଶ ଜିନିଷରେ ବ୍ୟବହୃତ ହୋଇଥାଏ । ସେହିପରି ଧନିଆ ପତ୍ରର ଗାର୍ନିସିଙ୍ଗ୍ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଥାଏ । କିନ୍ତୁ ଧନିଆ ପାଣି ମଧ୍ୟ ସ୍ୱାସ୍ଥ୍ୟକୁ ଅନେକ ସୁବିଧା ଯୋଗାଇବାରେ ସହାୟକ ହୋଇଥାଏ । ଚାଲନ୍ତୁ ଜାଣିବା ଧନିଆ ପାଣି ପିଇବାର ଉପକାର ବିଷୟରେ ।

ପ୍ରସ୍ତୁତ ପ୍ରଣାଳୀ :

ଧନିଆ ପାଣି ତିଆରି କରିବା ପାଇଁ, ଆପଣ ଏକ ଚାମଚ ଧନିଆ ମଞ୍ଜି ଧୋଇ ଏକ କପ୍ ପାନୀୟ ପାଣିରେ ତାତିସାରା ଭିଜାଇ ରଖନ୍ତୁ । ସକାଳେ ଏହି ପାଣିକୁ ଛାଣି ପିଅନ୍ତୁ । ଯଦି ଆପଣ ଏହାକୁ ସକାଳେ ଖାଲି ପେଟରେ ପିଅନ୍ତି ତେବେ ଏହା ଅଧିକ ଲାଭଦାୟକ ହୋଇଥାଏ ।

ଧନିଆ ପାଣି ପିଇବାର ଫାଇଦା :

ଇମ୍ୟୁନିଟି ମଜବୁତ କରିଥାଏ :

ଧନିଆ ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ ହୋଇଥାଏ । ଏହି ପାଣିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଶରୀରରେ ଫ୍ରୀ ରେଡିକାଲ୍ସକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଯେଉଁଥିପାଇଁ ଅସୁସ୍ଥ ହେବାର ଆଶଙ୍କା କମ୍ ରହିଥାଏ ।

ହଜମ ପ୍ରକ୍ରିୟା ସଠିକ୍ କରିଥାଏ :

ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ଧନିଆ ପାଣି ମଧ୍ୟ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ । ଏହା ହଜମ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ, ଯେଉଁ କାରଣରୁ ହଜମ ସଠିକ୍ ଭାବରେ ହୋଇଥାଏ ।

ଶରୀରକୁ ଡିଟକ୍ସ କରିଥାଏ :

ଧନିଆ ପାଣି ଶରୀରକୁ ଡିଟକ୍ସିଫାଇ କରିବାରେ ସାହାଯ୍ୟ କରିଥାଏ । ଏହାକୁ ପିଇବା ଦ୍ୱାରା ଶରୀରର ଟକ୍ସିନ୍ ବାହାରି ଯାଇଥାଏ । ଏହି କାରଣରୁ ସଂକ୍ରମଣ ହେବାର ଆଶଙ୍କା କମ ହୋଇଥାଏ ।

କେଶ ମଜବୁତ କରିଥାଏ :

ଧନିଆ ପାଣି ପିଇବା  କେଶକୁ ମଜବୁତ କରିଥାଏ, ଯେଉଁ କାରଣରୁ କେଶ ଝଡିବା କମ୍ ହୋଇଥାଏ । ଧନିଆ ମଞ୍ଜିରେ ଭିଟାମିନ୍-କେ, ସି ଏବଂ ଏ ପ୍ରଚୁର ପରିମାଣରେ ମିଳିଥାଏ । ଯାହା କେଶକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ ।

Post a Comment

0 Comments