Music

ଅଣାକ୍ଷର କଣ?

ଅଣାକ୍ଷର କଣ?

 ଯେଉଁ ଅକ୍ଷରର ଆକାର ଥାଇ ଉଚ୍ଚାରଣ ହୋଇପାରେ ନାହିଁ ତାକୁ ଅଣାକ୍ଷର କହନ୍ତି। ଏ ଲିପି କେବଳ ଓଡ଼ିଶାରେ ଚଉଦ ଶତାବ୍ଦୀରୁ ଦେଖିବାକୁ ମିଳେ। ପଞ୍ଚସଖା କବିମାନେ ଏ ଲିପି କୁ ବର୍ଣ୍ଣମାଳାରେ ସ୍ଥାନୀୟ ନ କରି ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲେ। କିନ୍ତୁ ଏବେ ଏହା ଲୁପ୍ତ ହେଇଯାଇଛି।

 ଏ ପଞ୍ଚମାତ୍ରା / ପଞ୍ଚକାର ବିଶିଷ୍ଟ ଲିପି କୁ କିପରି ବନାନ ଓ ଉଚ୍ଚାରଣ କରିବା। କେତେକ ଦାର୍ଶନିକ ବର୍ଣ୍ଣନା କରି ବୁଝାନ୍ତି କିନ୍ତୁ ଉଚ୍ଚାରଣ କରନ୍ତି ନାହିଁ।

ଆିେୁୖଂ/ଅୋିୁଁଃ

 ଏ ଅଣାକ୍ଷର କୁ ତାଙ୍କ ଶିଷ୍ୟ ମାନେ ଏପରି ବର୍ଣ୍ଣନା  କରିଛନ୍ତି --

 - ଏ ହେଉଛି ପାଂଚ ମାତ୍ରା ବିଶିଷ୍ଟ ଲିପି।

ଏଥିରେ ଅ କାରରେ ଆକାର,ଇକାର, ଉକାର ,ଏକାର(ଐକାର) ଓ ଅନୁସ୍ବାର/ବିସର୍ଗ (ଂ/ଃ)ବ୍ୟବହାର କରାଯାଇଛି। 

୧-         "   ିଁ "

ଏହି ଅକ୍ଷର ରୂପ ଭେଦ, ଶୁଣିଲେ ମୁଠେ ପରମାଦ।
ଅକ୍ଷରରେ ବିନ୍ଦୁ ଅର୍ଦ୍ଧ ମାତ୍ରା ,
                    ଜ୍ଯୋତିରେ ପୂର୍ଣ୍ଣ ଥାଏ ମାତ୍ରା।
ଏ ଅର୍ଦ୍ଧ ମାତ୍ରା ବିନ୍ଦୁ ଯାହା,ଆଦି ଅନାଦି ରୂପ ତାହା।
ଉପରି ଅର୍ଦ୍ଧ ମାତ୍ରା ସୃଷ୍ଟି, ସମସ୍ତ ତତ୍ତ୍ଵ ଜ୍ଞାନ ବୃଷ୍ଟି।
ହ୍ରସଇକାର ନାମେ ଏହି, ଅର୍ଦ୍ଧ ମାତ୍ରା ଥାଏ ରହି।।

୨  -       " ା"

ଆକାର ମାତ୍ରାକୁ ନିରେଖି,ଆଦିବ୍ରହ୍ମ‌ଙ୍କ ଧାମ ଦେଖ ।
ଏଠାରୁ ଆଦି ଲିଲା ହୁଏ, ଅଲୌକିକ ଭାବେ ରହେ।
ଯୋଗମାୟା ଓ ମହାମାୟା, ବୈଷ୍ଣବୀମାୟାଙ୍କର କାୟା।
ଏଠାରୁ ବିସ୍ତାର କରନ୍ତି,ଜୀବକୁ ମୋହିତ କରନ୍ତି।।

୩-      " େ"

 ଏଥର ଦେଖ ଏକାର କୁ, ନଜର ଦିଅ ସେ ପୁଡା଼କୁ।
ଶୂନ୍ୟ ମଣ୍ଡଳ ପରି ଦିଶେ, ବ୍ରହ୍ମଜ୍ଞାନକୁ ପରିଭାଷେ।
ସେଠାରେ ଅର୍ଦ୍ଧମାତ୍ରା ଦିଶେ, ମହାବିଜ୍ଞାନ ତତ୍ତ୍ୱ ବର୍ଷେ।

୪-          " ୁ"

 ହ୍ରସଉକାର ଦୁଇଶୂନ , ବ୍ରହ୍ମା ବିଷ୍ଣୁ ଶିବଙ୍କ ମାନ।
ଅର୍ଦ୍ଧାଗାର ବା ଆଠଅଣା,  ବାଇଶି ପାବଚ୍ଛରେ ଗଣା।
ସାଧକ ଚକ୍ର ଭେଦ କରି, ପାହାଚ ଅତିକ୍ରମ କରି ।
ଯଜ୍ଞ ପୁରୁଷେ ମିଳିଥାଏ, ଅନୁଭବ ରେ ଦେଖିଥାଏ।

୪-         "  ଃ"

ଅକ୍ଷର ମାତ୍ରାର ବିସର୍ଗ , ସାଧକ ମନରେ ସେ ସ୍ବର୍ଗ।
ବିଷ୍ଣୁ ମଣ୍ଡଳୀୟ ବିଜ୍ଞାନ, ସାତଲକ୍ଷ ତିନିଶତ ଜ୍ଞାନ।
ତହିଁରେ ବୟାଲିଶି ମିଶି, ରହିଛି କୈବଲ୍ୟର ରାଶି।
ଏହି ବିସର୍ଗ ମାତ୍ରା କେନ୍ଦ୍ର, ବ୍ରହ୍ମତତ୍ତ୍ବର ସର୍ବ କେନ୍ଦ୍ର ।
ଏଥିରୁ ଏକଶତ ଆଠ, ବ୍ରହ୍ମ ତତ୍ତ୍ଵର ସୂତ୍ରୀ ମାଠ।
ସାଧକ ଗତି ଏହିଯାଏ, ତହିଁରେ ଉର୍ଦ୍ଧ ଗତି ନାହିଁ।
କୈବଲ୍ୟେ କିଛି ଯୋଗ ହେଇ, ମାନସ ସନ୍ତାନେ ଦିଶଇ।
ସୂକ୍ଷ୍ମ ଆତ୍ମା ସପ୍ତଲୋକରେ, ଦେହ ନଥାଇ ସୂକ୍ଷ୍ମେ ତରେ।
ସେ ଆତ୍ମା ତତ୍ତ୍ଵେ ଯୋଗାଯୋଗ,
                             ଦର୍ଶନ ପାଆନ୍ତି ସେଠାରେ।
ଅସଂଖ୍ୟ ବ୍ରହ୍ମାଣ୍ଡର ତତ୍ତ୍ଵ, ଜ୍ଞାନ ମାଳାରେ ସୃଷ୍ଟିର ତତ୍ତ୍ଵ।
ବଣ୍ଟନ ହୋଇଛି ସୃଷ୍ଟିରେ,ନ ପାଏ କେ ଏକ ଜନ୍ମରେ।

       ଏହିପରି ବୁଝାନ୍ତି କିନ୍ତୁ ତା'ର ସଠିକ୍ ଉଚ୍ଚାରଣ କରନ୍ତି। ଯଦି ପଞ୍ଚାସଖା ଏ ଅଣାକାର ଅକ୍ଷର ସୃଷ୍ଟି କରିଛନ୍ତି, ତେବେ ଏହା ଉଚ୍ଚାରଣ ନିଶ୍ଚୟ ଥିବ।

 ଅଚ୍ୟୁତାନନ୍ଦ ନିଜେ ତାଙ୍କ ଜୁମର ସଂହିତା ରେ ଲେଖିଛନ୍ତି -" ଅଣାକ୍ଷର ମନ୍ତ୍ର ଜପନ୍ତି ତହିଁ,
ଅମର ହୁଅଇ ଯେ  ପାରେ ଯାଇ, 
ଅନାହତ ଧ୍ବନି
ଅଷ୍ଟ ପ୍ରହର ବାଜେ କିଣି କିଣି ଯେ "।

 ତେବେ ଅଣାକାର ବା ଅଣାକ୍ଷର ମନ୍ତ୍ର କ'ଣ? ମହାପୁରୁଷ ଆଉମଧ୍ୟ କହିଛନ୍ତି ଯେ ଅ ରୁ କ୍ଷ ପର୍ଯ୍ୟନ୍ତ ସବୁ ଏକାକ୍ଷର,ଓ ଅକ୍ଷର ଏହି ଅଣାକ୍ଷର ଯନ୍ତ୍ର ରେ ଅଛନ୍ତି।

ଏ ଯନ୍ତ୍ର କାହା ପାଖରେ ଅଛି କି?

Post a Comment

0 Comments