Music

ରଘୁନାଥ ମୁର୍ମୁ ଜୀବନୀ | RAGHUNATH MURMU BIOGRAPHY IN ODIA

Raghunath Murmu



 Biography Of Raghunath Murmu In Odia

ରଘୁନାଥ ମୁର୍ମୁ (୧୮ ମଇ ୧୯୦୫– ୧ ଫେବୃଆରୀ ୧୯୮୨) ଜଣେ ଭାଷା ଓ ଲିପି ଗବେଷକ ଥିଲେ । ସେ ପ୍ରଥମ କରି ଅଲ ଚିକି ଲିପି ତିଆରି କରିଥିବାରୁ ଏହି ଲିପିର ଜନକ ନାମରେ ମଧ୍ୟ ଜଣାଶୁଣା । ଏଥି ନିମନ୍ତେ ତାଙ୍କୁ ସାନ୍ତାଳୀ ଭାଷାଭାଷୀ ଲୋକେ ଆଦରରେ "ଗୁରୁ ଗୋମକେ' ବୋଲି ମଧ୍ୟ ଡାକିଥାନ୍ତି । ଅଲ ଚିକି ବହୁବିଧ ନାମ ଯଥା ଅଲ ସେମେଟ ("ପ୍ରଣାଳୀ"), ଅଲ ସିକି, ଅଲ ଓ ବେଳେବେଳେ ସାନ୍ତାଳୀ ଅକ୍ଷର ବୋଲି ଜଣାଶୁଣା । ୧୯୨୫ରେ ଏହି ଲିପି ସାନ୍ତାଳୀ ଭାଷା ଲେଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା । ସେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସାନ୍ତାଳୀ ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଥିଲେ । ରଘୁନାଥ ମୁର୍ମୁଙ୍କ ଅବଦାନକୁ ପଶ୍ଚିମବଙ୍ଗ ସରକାର ସ୍ୱୀକାର କରିଛନ୍ତି ଏବଂ ତାଙ୍କ ସ୍ମୃତିରେ ୧୯୮୬ ମସିହାରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ଜାମବାଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଓ ୨୦୦୭ ମସିହାରେ ମୁର୍ସିଦାବାଦଠାରେ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ସରକାର ମଧ୍ୟ ରାଜ୍ୟର ପଞ୍ଚମ ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି ।

ରଘୁନାଥ ମୁର୍ମୁ (Raghunath Murmu In Odia)

  • ଜନ୍ମ ଓ ଜନ୍ମସ୍ଥାନ-୧୮ ମଇ ୧୯୦୫ (ବୈଶାଖ ପୂର୍ଣ୍ଣମୀ)
  • (ଡହରଡିହା) ଦାଣ୍ଡବୋସ, ରାଇରଙ୍ଗପୁର, ମୟୂରଭଞ୍ଜ ଜିଲ୍ଲା
  • ମୃତ୍ୟୁ-1 February 1982 (aged 76)
  • ଛଦ୍ମନାମ-ଗୁରୁ ଗୋମକେ
  • ବୃତ୍ତି-ଚିନ୍ତାନାୟକ, କବି, ଲେଖକ, ଦାର୍ଶନିକ, ନାଟ୍ଯକାର
  • ଜାତୀୟତା-ଭାରତୀୟ
  • ବିଷୟ-ସାହିତ୍ୟ
  • ସାହିତ୍ୟର ଆନ୍ଦୋଳନ-ଅଲ ଚିକି ଲିପିର ଗଠନ
    ସାହିତ୍ୟ କୃତି-ଦାରେଗେ ଧାନ''

  1. ସିଧୁ କାହ୍ନୁ
  2. ବିଦୁ ଚନ୍ଦନ
  3. ଖେରବାଳ ବୀର
  4. "ହିତଲ"

ପ୍ରାରମ୍ଭିକ ଜୀବନ (Early Life Of Raghunath Murmu)

ସେ ମୟୂରଭଞ୍ଜରେ ୧୯୦୫ ମସିହା ବୈଶାଖ ପୂର୍ଣ୍ଣମୀ ତିଥି (୧୮ ମଇ ୧୯୦୫) ରେ ଡହରଡିହା (ଦାଣ୍ଡବୋସ)ଠାରେ ଜନ୍ମ ନେଇଥିଲେ । ସେ ରାଇରଙ୍ଗପୁରର ବଡାମତଳିଆଠାରେ ଜଣେ ସ୍କୁଲ ଶିକ୍ଷକ ଥିବା ସମୟରେ ସାନ୍ତାଳୀ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ । 

୧୯୮୨ ମସିହା ଫେବୃଆରୀ ୧ ତାରିଖରେ ରଘୁନାଥ ମୁର୍ମୁଙ୍କ ଦେହାନ୍ତ ହୋଇଥିଲା ।

ରଚିତ ପୁସ୍ତକ (Book Of Raghunath Murmu)

ଆହୁରି ପଢ଼ନ୍ତୁ: Gopinath Nanda Sharma Biography In Odia

ପାଠ୍ୟ ପୁସ୍ତକ (Text Book By Raghunath Murmu)

  • ଞ୍ଜେଲ ଜଂ ଲାଗିଦ୍ ଅଲ୍
  • ଅଲ୍ ଚେମେଦ୍ (ଅକ୍ଷର ଶିକ୍ଷା)
  • ପାର୍ସିପୋହା (ଶିଶୁପାଠ)
  • ପାର୍ସିଅପାଦ

ନାଟକ ପୁସ୍ତକ (Drama Book By Raghunath Murmu)

  • ବିନ୍ଦୁ ଚାନ୍ଦାନ - ୧୯୪୨
  • ଦାଳେଗେ ଧନ୍
  • ଖେରୱାଳ ବୀର
  • ସିଦୁ କାହ୍ନୁ ସାନ୍ତାଳ ହୁଲ୍
  • ଦାଳେଗେ ଧନ୍

କବିତା ପୁସ୍ତକ (Poetry Book By Raghunath Murmu)

  • ହର୍ ସେରେଞ୍ଜ - ୧୯୩୬
  • ବାହା ସେରେଞ୍ଜ
  • ହିତାଲ

ଗଣିତ ପୁସ୍ତକ (Mathematics Book By Raghunath Murmu)

  • ଏଲଖା ପତବ୍

ବ୍ୟାକରଣ ପୁସ୍ତକ (Grammar Book By Raghunath Murmu)

  • ରନଳ

ସମ୍ମାନ ଓ ପୁରସ୍କାର (Prizes And Honours)

  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା - ୧୯୭୮
  • ଡିଲିଟ - ୧୯୫୧ (ରାଞ୍ଚୀ ଦୂମକୁଡ଼ିଆ ଅନୁଷ୍ଠାନ ପକ୍ଷରୁ)

Post a Comment

0 Comments