Music

ମହର୍ଷି ପତଞ୍ଜଳି ; ଅଷ୍ଟାଙ୍ଗ ଯୋଗର ଅନନ୍ୟ ବୈଜ୍ଞାନିକ

Maharshi Patanjali Yoga Sutra In Odia

ପତଞ୍ଜଳି ଦୁର୍ଲଭ ଅଟନ୍ତି । ସେ ଏକ ସମୃଦ୍ଧ ବ୍ୟକ୍ତି ଅଟନ୍ତି ଯେପରି ବୁଦ୍ଧ, କୃଷ୍ଣ, ଖ୍ରୀଷ୍ଟ, ମହାବୀର, ମହମ୍ମଦ, ଜରାଥୃଷ୍ଟ୍ର, ହେଲେ ସେ ଏକପ୍ରକାର ଭିନ୍ନ କଥା । ବୁଦ୍ଧ, କୃଷ୍ଣ, ମହାବୀର, ଜରାଥୃଷ୍ଟ୍ର, ମହମ୍ମଦ-ଏମାନଙ୍କ ମଧ୍ୟରୁ କାହାରି ପାଖରେ ବୈଜ୍ଞାନିକ ଚିତ୍ତ ନାହିଁ । ସେ ଧର୍ମର ମହାନ୍ ସଂସ୍ଥାପକ ଅଟନ୍ତି । ସେ ମନୁଷ୍ୟ ମନର ଢ଼ାଞ୍ଚାକୁ ପୂର୍ଣ୍ଣରୂପେ ପରିବର୍ତ୍ତନ କରିଦେଇଥିଲେ, ହେଲେ ସେମାନେ ବୈଜ୍ଞାନିକ ହୋଇପାରିଲେ ନାହିଁ ।

ପତଞ୍ଜଳି ବୁଦ୍ଧ ପୁରୁଷମାନଙ୍କ ଜଗତରେ ଆଇନଷ୍ଟାଇନ୍ ସଦୃଶ ଅଟନ୍ତି । ଏହା ପଛରେ ଏକ ଘଟଣା ରହିଛି । ସେ ସରଳତାରେ ଆଇନଷ୍ଟାଇନ୍, ବୋହର, ଅଥବା ମୈକ୍ସ  ଭଳି ଏକ ନୋବେଲ ପୁରସ୍କାରର ବିଜେତା ହୋଇପାରିଥାନ୍ତେ । ତାଙ୍କ ନିକଟରେ ସେହିଭଳି ମନୋଭାବ ରହିଛି, ଏକ ପ୍ରଖର ବୈଜ୍ଞାନିକର ମନ ଭଳି ମନ । ସେ ଜଣେ କବି ନୁହଁନ୍ତିି । ସେ ଜଣେ ନୈତିକବାଦୀ ନୁହଁନ୍ତି, ମହାବୀର ଜଣେ ନୈତିକବାଦୀ ଅଟନ୍ତି । ସେ ବସ୍ତୁତଃ ଜଣେ ବୈଜ୍ଞାନିକ ଅଟନ୍ତି ଯିଏ ନିୟମ ଦୃଷ୍ଟିରୁ ବିଚାର କରନ୍ତି । ସେ ମାନବତାର ପରମ ନିୟମର ନିଷ୍କର୍ଷ ବାହାର କରିଛନ୍ତି, ମାନବ ମନ ଏବଂ ବାସ୍ତବିକତାର ଅନ୍ତିମ କାର୍ଯ୍ୟ ସଂରନାର ମଧ୍ୟ।

ଆଉ ଯଦି ତୁମେ ପତଞ୍ଜଳିଙ୍କୁ ଅବଗତ ହୁଅ ତେବେ ତୁମେ ଜାଣିପାରିବ ଯେ ସେ ସମ୍ପୂର୍ଣ୍ଣରୂପେ ଏକ ଗଣିତର ସୂତ୍ର ଭଳି ଅଟନ୍ତି । କେବଳ ସେ ଯାହା କହୁଛନ୍ତି ତାହାର ପାଳନ କର ଏବଂ ପରିଣାମ ନିଶ୍ଚିତ ଘଟିତ ହିଁ ଘଟିବ । ପରିଣାମ ଅବଶ୍ୟମ୍ଭାବୀ ଅଟେ- ଏହା ଏହିଭଳି ଅଟେ, ଯେପରି ଦୁଇ ଆଉ ଦୁଇ ମିଳିତ ହୋଇ ଚାରି ହୋଇଯାନ୍ତି, ଏହା ଏହିଭଳି ଅଟେ, ଯେପରି ତୁମେ ଜଳକୁ ୧୦୦ ଡିଗ୍ରୀ ପର୍ଯ୍ୟନ୍ତ ଉତ୍ତପ୍ତ କର ଆଉ ତାହା ବାଷ୍ପରେ ପରିଣତ ହୋଇଯାଏ । ଏଥିରେ କୌଣସି ମାନ୍ୟତାର ଆବଶ୍ୟକତା ନାହିଁ, ତୁମେ କେବଳ ଏହାକୁ କର ଆଉ ବୁଝିଯାଅ । ଏହା କରିବା ଆଉ ବୁଝିବା । ଏଥିପାଇଁ ମୁଁ କହୁଛି, ତାଙ୍କର ତୁଳନା  କରିବା ଆଦୌ ଉିତ ନୁହେଁ: ପତଞ୍ଜଳିଙ୍କ ଭଳି ଅନ୍ୟ କୌଣସି ବ୍ୟକ୍ତି ଆଜିପର୍ଯ୍ୟନ୍ତ ଏ ଧରାପୃଷ୍ଠରେ ଦ୍ୱିତୀୟ ଥର ପାଇଁ ଜନ୍ମ ନେଇନାହାଁନ୍ତି ।

ଆହୁରି ପଢ଼ନ୍ତୁ:

ଯୋଗ ଏକ ଶୁଦ୍ଧ ବିଜ୍ଞାନ ଅଟେ । ଯେ ପର୍ଯ୍ୟନ୍ତ ସଂସାରରେ ଯୋଗର ସ୍ଥିତି ରହିଛି ସେପର୍ଯ୍ୟନ୍ତ ପତଞ୍ଜଳିଙ୍କର ନାମ ମହାନତମ ବୋଲି ସିଦ୍ଧ ହେଉଛି । ସେ ଜଣେ ଦୁର୍ଲଭ ବ୍ୟକ୍ତି ଅଟନ୍ତି, ଯିଏ ଅତୁଳନୀୟ । ମାନବତାର ଇତିହାସରେ ପ୍ରଥମ ଥର ଏହି ବ୍ୟକ୍ତି ଜଣକ ଧର୍ମକୁ ବିଜ୍ଞାନର ରୂପରେଖ ପ୍ରଦାନ କରିଛନ୍ତି, ଶୁଦ୍ଧ ନିୟମ, କୌଣସି ମାନ୍ୟତାର ଆବଶ୍ୟକତା ରଖେନାହିଁ ।

ତଥାକଥିତ ଧର୍ମକୁ ମାନ୍ୟତାର ଆବଶ୍ୟକତା ହୋଇନଥାଏ । ଧର୍ମ ଧର୍ମ ମଧ୍ୟରେ କୌଣସି ପ୍ରଭେଦ ନାହିଁ, ଭେଦ କେବଳ ମାନ୍ୟତାର ରହିଛି । ଜଣେ ମୁସଲମାନ୍ଙ୍କର ଏକପ୍ରକାର ମାନ୍ୟତା ରହିଛି, ଜଣେ ହିନ୍ଦୁଙ୍କର ଆଉ ଏକପ୍ରକାର ମାନ୍ୟତା ରହିଛି, ସେହିପରି ଖ୍ରୀଷ୍ଟିୟାନଙ୍କର ମଧ୍ୟ ଭିନ୍ନ ପ୍ରକାର ମାନ୍ୟତା ରହିଛି । ଭେଦ ମାନ୍ୟତା ସମୂହର ରହିଛି । ଯଦି ମାନ୍ୟତା ଉପରେ ପ୍ରଶ୍ନ ଉଠେ, ତେବେ ଯୋଗ ନିକଟରେ କିଛି ବି ନାହିଁ, ଯୋଗ କାହାରିକୁ ମାନିବାକୁ କହୁନାହିଁ । ଯୋଗ ମତରେ ‘ଅନୁଭବ କର ।’ ଯେଉଁଭଳି ବିଜ୍ଞାନ କୁହେ ‘ପ୍ରୟୋଗ କର’, ଯୋଗ କୁହେ ‘ଅନୁଭବ କର’ । ପ୍ରୟୋଗ କରିବା ଏବଂ ଅନୁଭବ କରିବା ଉଭୟ ଏକା କଥା, କେବଳ ସେମାନଙ୍କର ଦିଗ ଭିନ୍ନ ଅଟେ । ପ୍ରୟୋଗ କରିବାର ଅର୍ଥ ହେଉଛି, ତୁମେ କିଛି ବାହାରେ କରିପାର ଆଉ ଅନୁଭବର ଅର୍ଥ ହେଉଛି, ତୁମେ କିଛି ଭିତରେ କରିପାର ।

ବିଜ୍ଞାନ ମତରେ ‘ବିଶ୍ୱାସ କର ନାହିଁ, ଯେତେ ସମ୍ଭବ ସେତେମାତ୍ରାରେ ସନ୍ଦେହ କର, କିନ୍ତୁ ଏହା ସହିତ ଅବିଶ୍ୱାସ କରନାହିଁ’-କାହିଁକି ନାଁ ଅବିଶ୍ୱାସ ମଧ୍ୟ ଏକ ପ୍ରକାର ବିଶ୍ୱାସ ଅଟେ । ତୁମେ ଈଶ୍ୱରଙ୍କୁ ବିଶ୍ୱାସ କରିପାର, ତୁମେ ଈଶ୍ୱରଙ୍କ ସତ୍ତା ନ ଥିବା କଥା ମଧ୍ୟ ବିଶ୍ୱାସ କରିପାର । ତୁମେ ଯେତେ ଦୃଢ଼ ମନୋଭାବରେ ଈଶ୍ୱରଙ୍କୁ ସ୍ୱୀକାର କରିପାର, ସେତିକି ଦୃଢ଼ତାର ସହ ତୁମେ ସମ୍ପୂର୍ଣ୍ଣରୂପେ ଏହାର ବିପରୀତ ମଧ୍ୟ କହିପାର କି, ଈଶ୍ୱର ନାହାଁନ୍ତି । ଆସ୍ତିକ ଏବଂ ନାସ୍ତିକ ଉଭୟେ ବିଶ୍ୱାସୀ  ହୋଇଥାନ୍ତି ଏବଂ ବିଶ୍ୱାସ ବିଜ୍ଞାନର କ୍ଷେତ୍ର ନୁହେଁ । ବିଜ୍ଞାନର ଅର୍ଥ ହେଉଛି କୌଣସି କଥାକୁ ଅନୁଭବ କରିବା, ତାହା ଯାହା ହେଉନାଁ କାହିଁକି, ଏଥିପାଇଁ କୌଣସି ବିଶ୍ୱାସର ଆବଶ୍ୟକତା ନାହିଁ ।’

ପତଞ୍ଜଳିଙ୍କ ମତରେ- ମୁଁ ସେମାନଙ୍କୁ ଧର୍ମ ଜଗତର ବୈଜ୍ଞାନିକ ବୋଲି କହିବି, ରହସ୍ଯବାଦର ଗଣିତଜ୍ଞ, ଅସଙ୍ଗତ କଥାର ତାର୍କିକ । ସେମାନଙ୍କ ଭିତରେ ବିପରୀତ କଥନର ମିଳନ ଘଟିଥାଏ । ଯଦି କୌଣସି ବୈଜ୍ଞାନିକ ପତଞ୍ଜଳିଙ୍କ ଯୋଗ ସୂତ୍ରକୁ ପାଠ କରିବେ ତେବେ ତୁରନ୍ତ ବୁଝିଯିବେ । ସେ ପରମ ରୂପେ ତର୍କସଙ୍ଗତ ଅଟନ୍ତି । ଆଉ ଯଦି ସେ ଅସଙ୍ଗତି ଆଡକୁ ନେଇଯାନ୍ତି, ତେବେ ସେ ଏତେ ତର୍କସଙ୍ଗତ ଢ଼ଙ୍ଗରେ କରିବେ କି, ତୁମେ କଦାପି ଅବଗତ ହୋଇପାରିବ ନାହିଁ କି, ତର୍କକୁ ପଛରେ ପକାଇ ସେ କେତେବେଳେ ତୁମକୁ ତାର ଉର୍ଦ୍ଧ୍ୱକୁ ନେଇଯିବେ ।

ସେ ଜଣେ ଦର୍ଶନଶାସ୍ତ୍ରୀ, ଜଣେ ବିଚାରକଙ୍କ ଭଳି କାର୍ଯ୍ୟ କରନ୍ତି ଏବଂ ଏତେ ସୂକ୍ଷ୍ମ ବିଭେଦନ କରନ୍ତି କି, ଯେଉଁ ମୁହୂର୍ତ୍ତରେ ସେ ତୁମକୁ ନିର୍ବିକାରରେ, ଭିନ୍ନ ଚିନ୍ତନ ଦିଗକୁ ପ୍ରେରିତ କରିଦିଅନ୍ତି, ତୁମେ ଜାଣିପାରିବ ନାହିଁ କି, କେତେବେଳେ ସେ ବିଷୟ ବହିର୍ଭୁକ୍ତ ହୋଇଯାଆନ୍ତି । ସେ ବିଷୟ ବହିର୍ଭୁକ୍ତ ସ୍ଥିତିକୁ କ୍ଷୁଦ୍ର କ୍ଷୁଦ୍ର ବିନ୍ଦୁରେ ବିଭାଜନ କରିସାରିଥାନ୍ତି ।

ଏଠାରେ ତିଲୋପାଙ୍କ ଭଳି ରହସ୍ଯବାଦୀ ଅଛନ୍ତି, ଉପନିଷଦର ଋଷିଙ୍କ ଭଳି ମହାନ୍ କବି ଏବଂ ଆରିଷ୍ଟଟଲ ଭଳି ମହାନ୍ ତର୍କଶାସ୍ତ୍ରୀ ମଧ୍ୟ ଅଟନ୍ତି, ହେଲେ ତୁମେ ପତଞ୍ଜଳିଙ୍କୁ ଅନ୍ୟକେଉଁଠାରେ ପାଇବ ନାହିଁ । ସେ ଏକ ଏଭଳି ବ୍ୟକ୍ତିତ୍ୱ ଅଟନ୍ତି କି, ତାଙ୍କ ପରେ ଏଭଳି ଆଉ କେହି ନାହାଁନ୍ତି ଯାହାଙ୍କ ସହିତ ତାଙ୍କର ତୁଳନା କରାଯାଇପାରିବ । ଜଣେ କବି ହେବା ଅତ୍ୟନ୍ତ ସରଳ କାହିଁକି ନାଁ ତୁମେ ଏକ ଅଂଶ ମାତ୍ର ଅଟ, ଜଣେ ତର୍କଶାସ୍ତ୍ରୀ ହେବା ଅତ୍ୟନ୍ତ ସରଳ-ତୁମେ ଏକ ଅଂଶରୁ ସମ୍ଭୂତ । ପତଞ୍ଜଳି ହେବା ପୂର୍ଣ୍ଣରୂପେ ଅସମ୍ଭବ କାହିଁକି ନାଁ ତୁମକୁ ତାଙ୍କପରି ହେବାପାଇଁ ଅନେକ ବିପରୀତ କଥାକୁ ଅବଗତ ହେବାକୁ ପଡିବ-ସେ ଏସବୁର ଅପୂର୍ବ ସମନ୍ବୟ ଅଟନ୍ତି । ଏହି କାରଣରୁ ସେ ଯୋଗରାଜ ଅଟନ୍ତି । ବାସ୍ତବରେ, ସେ ଯୋଗର ଆବିଷ୍କାର କରି ନ ଥିଲେ, ଯୋଗ ତାଙ୍କଠାରୁ ଆହୁରି ପୁରାତନ ଅଟେ । ଯୋଗ, ପତଞ୍ଜଳିଙ୍କର ଅନେକ ବର୍ଷ ପୂର୍ବରୁ ଥିଲା । ସେ ତାହାର ଅନୁସନ୍ଧାନ କରି ନଥିଲେ, ହେଲେ ଏହି ଦୁର୍ଲଭ ସମନ୍ବୟଯୁକ୍ତ ବ୍ୟକ୍ତିତ୍ୱ କାରଣରୁ ସେ ତାହାର ଅନୁସନ୍ଧାନ କରି, ତାହାର ସଂସ୍ଥାପକ ରୂପେ ଖ୍ୟାତ ହୋଇଗଲେ । ତାଙ୍କ ପୂର୍ବରୁ ଅନେକ ଲୋକ ଏ ଦିଗରେ କାମ କରିଥିଲେ ଏବଂ ହାରାହାରି ସବୁକିଛି ଜାଣିଥିଲେ ମଧ୍ୟ, ହେଲେ ଯୋଗ ପତଞ୍ଜଳିଙ୍କର ପ୍ରତୀକ୍ଷା କରୁଥିଲା । ଅାନକ ଯେତେବେଳେ ପତଞ୍ଜଳି ଏ ସମ୍ପର୍କରେ କିଛି ମତ ଦେଲେ, ସେତେବେଳେ ସବୁକିଛି ଠିକ ହୋଇଗଲା ଆଉ ସେ ତାହାର ସଂସ୍ଥାପକ ହୋଇଗଲେ । ସେ ସଂସ୍ଥାପକ ନଥିଲେ, ହେଲେ ତାଙ୍କର ବ୍ୟକ୍ତିତ୍ୱ ବିପରୀତର ଏପରି ଏକ ସମନ୍ବୟ, ସେ ନିଜ ମଧ୍ୟରେ ଏପରି ଏକ ଅବୁଝା ତତ୍ତ୍ବସମୂହକୁ ସମ୍ମିଳିତ କରିଛନ୍ତି ଯଦ୍ଦ୍ୱାରା ସେ ଏହାର ସଂସ୍ଥାପକ ହୋଇପାରିଛନ୍ତି-ଏକମାତ୍ର ସଂସ୍ଥାପକ । ଅଧୁନା ଯୋଗ ସଦାସର୍ବଦା ପତଞ୍ଜଳିଙ୍କ ସହିତ ସମ୍ବନ୍ଧିତ ହୋଇ ରହିଥିବ ।

https://blog.odiabook.in/2023/09/maharshi-patanjali-yoga-sutra-in.html

Keywords: Maharshi Patanjali Biography In Odia, Patanjali Yoga Sutra In Odia, Odia Yoga Book PDF Free Download, Patanjali Jibani In Odia.

Post a Comment

0 Comments