Music

ଆରେ ମନ ଖଡ଼ ଖଡ୍ | ARE MANA KHADA KHADA - BHAJAN LYRICS

Are Mana Khada Khada Lyrics

ARE MANA KHADA KHADA - BHAJAN LYRICS

 ଆରେ ମନ ଖଡ଼ ଖଡ୍,
ମିଛ ମାୟାରେ ପଡି ହେଉ ଗଡ୍ ବଡ୍, ଲଡବଡ୍,
ଚତୁର୍ଥବୟସ ହେଲେ ଆସି,
ଜନମ ହୋଇବ ରୋଗ ରାଶି,
କଫ ସନ୍ନିପାତ ରୁନ୍ଧି ବାତ ପିତ୍ତ ତଣ୍ଟି ଶୁଭୁଥ୍ବ ଘଡ଼ ଘଡ୍....
ପିଣ୍ଡରୁ ପରାଣ ଯିବ ଛାଡି
ଶମଶାନକୁ ନେବେ ଘୋଷାଡ଼ି,
ଜାତି ଭାଇ ବନ୍ଧୁ କୁଟୁମ୍ବ ସହିତେ,
କାଠ ଖଞ୍ଜିଦେବେ ଗଡ୍, ଗଡ୍.....
ନେଇ ଥୋଇ ଦେବେ ତହିଁପରେ,
ଦୟା ନ ଥୁବଟି କିଂଚିତରେ,
ତଳମୁହଁ କରି ଗୋଡ଼ ହାତ ଧରି,
ଭାଙ୍ଗିଦେବେ ଧରି ମଡ୍ ମଡ୍....
ଦଶମ ଦିନରେ ଦଶଘର,
ଏଗାର ଦିନେ କୁଟୁମ୍ବେ ତୋର,
ବାରଦିନେ ଅନ୍ନ ବ୍ୟଞ୍ଜନ କ୍ଷୀରିସା
ବସି ଖାଉଥୁବେ ସଙ୍ଗ୍. ସତ୍...
କହୁଅଛି ମନ ହେତୁ କର,
ଖୋଜି ସାଧୁ ସଙ୍ଗତେ ବିହର,
ଯେବେ ସଂସାରରୁ ତରିଯିବୁ ମନ,
ପରମ ପୁରୁଷ (ପାଦେ)ପଡ୍ ପଡ୍....

Post a Comment

0 Comments