Music

ଆହେ ଚକାଡୋଳା ଏବେ ଭକ୍ତ ପାଖେ କାମ ପଡିଲା | ODIA BHAJAN LYRICS

Ahe Chaka Dola Ebe Bhakta Pakhe Kama Padilla Odia Bhajan Songs Lyrics

Ahe Chaka Dola Ebe Bhakta Pakhe Kama Padilla Odia Bhajan Songs Lyrics

ଆହେ ଚକାଡୋଳା ଏବେ ଭକ୍ତ ପାଖେ କାମ ପଡିଲା (୨)
ବଡଦାଣ୍ଡେ ଭକ୍ତ ଅଣ୍ଟା ନ ଭିଡ଼ିଲେ 
ନନ୍ଦିଘୋଷ  କିବା  ଗଡ଼ିଲା 
ଏବେ ଭକ୍ତ ପାଖେ କାମ ପଡିଲା
ଆହେ ଚକାଡୋଳା ଏବେ ଭକ୍ତ ପାଖେ କାମ ପଡିଲା  |0|

ରାମ ଅବତାରେ ଗଙ୍ଗା ପାରି ବେଳେ 
ଭକ୍ତ ଧିବରକୁ ଡାକିଲ ଆକୁଳେ (୨)
ତୁମ୍ଭ ପ୍ରଭୁପଣ ଦମ୍ଭ ଅଭିମାନ 
କାମ ଥିଲା ବୋଲି ଛିଡି଼ଲା 
ଏବେ ଭକ୍ତ ପାଖେ କାମ ପଡିଲା
ଆହେ ଚକାଡୋଳା ଏବେ ଭକ୍ତ ପାଖେ କାମ ପଡିଲା |1|

ରାଧା ସଙ୍ଗେ ତୁମ୍ଭେ ପ୍ରୀତି କଲ ସତ 
ଜୟଦେବ ହାତେ ଲେଖାଇଲ ଗୀତ (୨)
ତୁମ୍ଭେ କି ଜାଣନା ଲୁଚି ଲୁଚି କିଏ 
ଅଧା ଲେଖା ପଦ ଯୋଡିଲା 
ଏବେ ଭକ୍ତ ପାଖେ କାମ ପଡିଲା
ଆହେ ଚକାଡୋଳା ଏବେ ଭକ୍ତ ପାଖେ କାମ ପଡିଲା |2|

ଭକତଙ୍କୁ ତୁମ୍ଭେ ବନ୍ଧୁ ବନ୍ଧୁ କହି 
ନିଜ କାମ ଥିଲେ ନେଉଛ ଉଠେଇ (୨)
ଭକତର ଦୁଃଖ ଶୁଣିଲା ବେଳକୁ 
ଛଅ ମୁଣ୍ଡା ଖଡ଼ି ଛିଡି଼ଲା 
ଏବେ ଭକ୍ତ ପାଖେ କାମ ପଡିଲା
ଆହେ ଚକାଡୋଳା ଏବେ ଭକ୍ତ ପାଖେ କାମ ପଡିଲା |3|

Post a Comment

0 Comments