Music

ପୁରୁଷଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଶକ୍ତି ବଢିବାରେ ସହାୟକ ହୁଏ ଏହି ସବୁ ଖାଦ୍ୟପଦାର୍ଥ ଓ ଫଳ । ପ୍ରତିଦିନ ଖାଇବାରେ କରନ୍ତୁ ସାମିଲ , ପରିବର୍ତ୍ତନ ଜାଣିପାରିବେ


ମହିଳା ଏବଂ ପୁରୁଷଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ , ମହିଳାଙ୍କ ଅପେକ୍ଷା ପୁରୁଷ ଅଧିକ ପରିଶ୍ରମ କରିଥାନ୍ତି । ଏଭଳି ସ୍ଥିତିରେ ପୁରୁଷଙ୍କୁ ପ୍ରତିଦିନ ଫୁର୍ତ୍ତିବାନ ରହିବାକୁ ହେଲେ ସୁପୋଷଣର ଆବଶ୍ୟକତା ରହିଛି । ଡ଼ାକ୍ତରଙ୍କ ମତ ଅନୁସାରେ , ପୁରୁଷଙ୍କୁ ଏଭଳି ଆହାର ଖାଇବା ଉଚିତ୍ ଯେଉଁଥିରେ ସବୁପ୍ରକାର ପୋଷକ ତତ୍ତ୍ୱ ସହଜରେ ଶରୀରକୁ ପ୍ରାପ୍ତ ହୋଇପାରିବ । ସବୁବେଳେ ଫଳ , ତଟକା ପରିବା , ଶ୍ୱେତସାର ଏବଂ ସ୍ନେହସାର ଭଳି ଦ୍ରବ୍ୟ,ଦୁଗ୍ଧ ଜାତୀୟ ଦ୍ରବ୍ୟ ଆଦି ଖାଇବା ଉଚିତ୍ ।

ବ୍ରୋକଲି : ଆହାର ବିଶେଷଜ୍ଞଙ୍କ ମୁତାବକ , ସବୁଜ ପତ୍ର ପରିବା ସ୍ୱାସ୍ଥ୍ୟ ପ୍ରତି ଉତ୍ତମ ହୋଇଥାଏ । ଯେଉଁଥିରେ ଆବଶ୍ୟକ ପୋଷକ ତତ୍ତ୍ୱ ମିଳିଥାଏ । ପୁରୁଷଙ୍କ କ୍ଷେତ୍ରରେ ବ୍ରୋକଲି ଖାଇବା ଖୁବ୍ ଭଲ ହୋଇଥାଏ । ହୃଦୟରୋଗ ଏବଂ କ୍ୟାନ୍ସର ଭଳି ମାରାତ୍ମକ ରୋଗର ନାଶକ ହେଉଛି ବ୍ରୋକଲି । ଏଥିରେ ଭିଟାମିନ୍ ସି ,ବିଟା-କେରୋଟିନ୍ , ପୋଟାସିୟମ୍ ଭଳି ପୋଷକ ତତ୍ତ୍ୱ ଭରପୂର ରହିଥାଏ । ବ୍ରୋକଲି ହୋମୋସାଇକ୍ଲିନ୍ ସ୍ତରକୁ କମାଇବାରେ ମଧ୍ୟ ସହାୟକ ହୋଇଥାଏ ।

କୋବି ଏବଂ ସେଓ : କରୋନା କାଳରେ କୋବି ସବୁଠୁ ଅଧିକ ଚାହିଦା ଏବଂ ମହଙ୍ଗା ପରିବା ପାଲଟିଛି । ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ । କୋବିରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍-ସି ମିଳିଥାଏ । ଯାହା ଇମ୍ୟୁନିଟି ମଜବୁତ୍ କରିବାରେ ସହାୟକ ହୁଏ । ଏହାଛଡ଼ା କୋବି ଇରେକ୍ଲାଇଲ୍ ଇନ୍ସଫେକ୍ସନ୍ ପାଇଁ ମଧ୍ୟ ଖୁବ୍ ଭଲ ହୋଇଥାଏ । କୋବି ଏବଂ ସେଓରେ ଅଧିକ ପୋଷକ ତତ୍ତ୍ୱ ଗୁଣ ରହିଥିବାରୁ ଏହା ଶରୀରକୁ ମଜବୁତ କରିବା ସହ ଯୌନଶକ୍ତିକୁ ମଧ୍ୟ ଲାଭ ପହଂଚାଇଥାଏ ।

କଦଳୀ : ବିଶେଷଜ୍ଞଙ୍କ କହିବାନୁସାରେ , ପୁରୁଷଙ୍କୁ ପ୍ରତିଦିନ ଗୋଟିଏ ଲେଖାଏଁ କଦଳୀ ଖାଇବା ଉଚିତ୍ । କଦଳୀରେ ବ୍ରୋମଲିନ୍ ଏନଜାଇମ୍ ଶକ୍ତି ଅଧିକ ଥିବାରୁ ଏହା ପୁରୁଷଙ୍କ ଯୌନଶକ୍ତିକୁ ବଢାଇବା ସହିତ ନପୁଂସକତା ସମସ୍ୟାକୁ ମଧ୍ୟ ଦୂର କରିଥାଏ । ବଡ୍ଡି ବିଲ୍ଡରଙ୍କ କ୍ଷେତ୍ରରେ କଦଳୀକୁ ସର୍ବୋକୃଷ୍ଠ ଫଳ ବୋଲି ମନାଯାଇଥାଏ ।

ସୋୟାବିନ୍ : ପୁରୁଷଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୋୟାବିନ୍ ବି ଖୁବ୍ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଆଇସୋଫଲେବୋନ୍ସ ପୁରୁଷଙ୍କ ଥକ୍କାପଣକୁ ଦୂର କରିଥାଏ । ଏହା ଫ୍ରୋଷ୍ଟେଟ୍ କ୍ୟାନ୍ସରକୁ ବି କମାଇଥାଏ । ଅଧ୍ୟୟନ ଅନୁସାରେ , ଗୋଟିଏ ଦିନରେ ୨୫ ଗ୍ରାମ୍ ସୋୟା ପ୍ରୋଟିନ୍ ଖାଇଲେ କୋଲେଷ୍ଟ୍ରୋଲ୍ କମ୍ ହୋଇଥାଏ । ସୋୟା ନଟ୍ସ , ସୋୟା ମିଲ୍କ , ସୋୟା ପନିର୍ , ଭେଜି ବର୍ଗର୍ ଆଦିର ବି ସେବନ କରିପାରିବେ ।

Post a Comment

0 Comments