Music

କଡ଼କନାଥ କୁକୁଡ଼ା | KADAKNATH CHICKEN FARMING

Kadaknath

 Kadaknath Kukuda Farming In Odisha

କଡ଼କନାଥ କୁକୁଡ଼ା ପ୍ରଜାତି ଏବେ ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି।  ଏଠାକାର କଠିବଡ଼ା  ଏବଂ ଆଲିରାପୁରର ଘଞ୍ଚ ଜଙ୍ଗଲରୁ ବାହାରି ଏହି ପ୍ରଜାତିର କୁକୁଡ଼ା ଦେଶ ବିଦେଶରେ ଏକ ଭିନ୍ନ କିସମ କୁକୁଡ଼ାର ପରିଚୟ ସୃଷ୍ଟି କରିଛି । ଏଠାକାର ଆଦିବାସୀମାନଙ୍କ ଦ୍ଵାରା ନାମିତ କାଲାମାଂଶୀ  କୁକୁଡ଼ା କଡ଼କନାଥ ନାମରେ ପ୍ରସିଦ୍ଧ । ଏମାନଙ୍କ ମାଂସ ଅତ୍ୟନ୍ତ ସ୍ଵାଦିଷ୍ଟ, ପୌଷ୍ଟିକ ଏବଂ ସହଜରେ ହଜମ ହୋଇପାରେ । ଏହି ପ୍ରଜାତିର କୁକୁଡ଼ାଙ୍କ ଚମଡ଼ା, ଥଣ୍ଟ, ଗୋଡ଼ ଓ ଏହା ସହିତ ଏମାନଙ୍କ ମାଂସ ମଧ୍ୟ କଳା ରଙ୍ଗର ଅଟେ । ଏହି କୁକୁଡ଼ାଙ୍କ ମାଂସରେ ମେଲାନୀନ ପିଗମେଣ୍ଟ ମାତ୍ରା ଅଧିକ ଥାଏ ଯାହାକି ମେଦବହୁଳ ଓ ହୃଦ ରୋଗରେ ପୀଡ଼ିତ ଲୋକମାନଙ୍କ ପାଇଁ ଏହା ଉତ୍ତମ ଆହାର ଅଟେ । ଝାବୁଆର କୃଷି ବିଜ୍ଞାନ କେନ୍ଦ୍ର ଗତ ୧୦ ବର୍ଷର ଚେଷ୍ଟା ଏବଂ ପ୍ରୟାସ ଦ୍ଵାରା ଏହି ପ୍ରଜାତିର କୁକୁଡ଼ା ଆଜି ଦେଶର ଅଧିକାଂଶ ସ୍ଥାନରେ ପାଳନ କରାଯାଉଛି ।

ଚୀନ ଏବଂ ଏଣ୍ଡୋନେସିଆରେ ମଧ୍ୟ ଏହି କୁକୁଡା ପାଳନ କରାଯାଉଛି । ଝାବୁଆ କୃଷି ବିଜ୍ଞାନ କେନ୍ଦ୍ରର ପ୍ରଧାନ ବୈଜ୍ଞାନିକ ଡଃ. ଆଇ. ଏସ. ତୋମାର କୁହନ୍ତି ଯେ ଏହି ପ୍ରଜାତିର କୁକୁଡ଼ା ପ୍ରଥମେ ଆଦିବାସୀମାନେ ପାଳୁଥିଲେ କିନ୍ତୁ ଏବେ ଏହା ଭାରତ ସମେତ ଅନ୍ୟ ଦେଶ ଯଥା ଚୀନ ଏବଂ ଏଣ୍ଡୋନେସିଆରେ ମଧ୍ୟ ପାଳନ କରାଯାଉଥିବାର ଦେଖିବାକୁ ପାଇବେ। ସେ କହିଛନ୍ତି ଯେ,  ୨୦୦୯-୧୦ରୁ ଆମ କୃଷି ସଂସ୍ଥା ଏହି ପ୍ରଜାତିର କୁକୁଡ଼ାଙ୍କର ସଂରକ୍ଷଣ ଏବଂ ଉନ୍ନତିକରଣ ପାଇଁ କାମ କରି ଆସୁଛି । ଏହି ପ୍ରଜାତି କୁକୁଡ଼ାର ବିଶିଷ୍ଟ ଗୁଣ ବିଷୟରେ ଆମେ ଜାଣିବାକୁ ପାଇଛୁ । ଏହା ପୂର୍ବରୁ ଆଦିବାସୀମାନେ ଏହି ପ୍ରଜାତିର କୁକୁଡ଼ା ପାଳନ କରୁଥିଲେ କିନ୍ତୁ ସେମାନେ କୁହନ୍ତି ଯେ ଏହି କୁକୁଡ଼ାମାନଙ୍କ ଛୁଆ ବେଶୀ ଦିନ ବଞ୍ଚି ପାରନ୍ତି ନାହିଁ କାରଣ ବିଭିନ୍ନ ବିକୃତି ପାଇଁ ସେମାନେ ମରିଯାନ୍ତି । ଏହା ପରେ କୃଷି ବିଜ୍ଞାନ ସଂସ୍ଥା ଏହି ପ୍ରଜାତି କୁକୁଡ଼ାଙ୍କର ସଂରକ୍ଷଣ ଏବଂ ସମୃଦ୍ଧି ପାଇଁ  କାମ ଆରମ୍ଭ କଲେ, ୧୦ ବର୍ଷର ପରିଶ୍ରମ ପରେ ଫଳସ୍ୱରୂପ ଏହି ପ୍ରଜାତିର କୁକୁଡ଼ା କେବଳ ଝାବୁଆ ଜିଲ୍ଲାରେ ନୁହେଁ,  କିନ୍ତୁ ସମଗ୍ର ଦେଶ ବିଦେଶରେ ବିଖ୍ୟାତ ହୋଇଛି । 

ଆହୁରି ପଢ଼ନ୍ତୁ: ଳେମ୍ବୁ ଚାଷ LEMON TREE FARMING IN ODIA

1. କଡ଼କନାଥ କୁକୁଡ଼ା ଶାନ୍ତ ପରିବେଶରେ ରହିବାକୁ ପସନ୍ଦ କରନ୍ତି । ସେଥି ପାଇଁ ସେମାନଙ୍କ ବସତି  ଗ୍ରାମ ଓ ସହର ଠାରୁ ଦୂରରେ ହୋଇଥାଏ । ସେମାନଙ୍କ ରହିବା ସ୍ଥାନରେ ଜଳ ଓ ବିଜୁଳିର ପର୍ଯ୍ୟାପ୍ତ ପରିମାଣରେ ସୁବିଧା ରହିବା ଦରକାର ।

2. ସେମାନଙ୍କ ଘରର ଉଚ୍ଚତା ୧୨ ରୁ ୧୫ ଫୁଟ, ଭୂମିରୁ ଝରକାର ଉଛତା ୨ ଫୁଟ ଓ ଘରର ଚଉଡା ୨୦ ରୁ ୨୫ ଫୁଟ ଉପଯୁକ୍ତ ଅଟେ, ଧ୍ୟାନ ରଖିବା ଉଚିତ ଯେ ଘରର ଆଖ ପାଖରେ ଗଛ କି ଚାରା ଲଗାଇବେ ଓ ପାଣି ନିଷ୍କାସନର ଉତ୍ତମ ସୁବିଧା ରହିବା ଆବଶ୍ୟକ।

3. ଘର ତିଆରି କଲା ବେଳେ ଏହା ଧ୍ୟାନ ରଖିବା ଉଚିତ ଯେ ଆବଶ୍ୟକ ପରିମାଣରେ ଆଲୋକ ଆସିବା ଦରକାର ଏଥି ପାଇଁ ଏମାନଙ୍କ ଘରର ଲମ୍ବା ପୂର୍ବରୁ ପଶ୍ଚିମ ଆଡକୁ ହବା ଉଚିତ ।

Keywords: kadaknath egg in odia, kadaknath kukuda in odia, kadaknath chicken, kadaknath chicken blood colour, kadaknath details in odia, kadaknath egg benefits, କଡ଼କନାଥ କୁକୁଡ଼ା

Post a Comment

0 Comments