Music

ମିଲ୍ ମେକର (ସୋୟାବିନ ବଡ଼ି) ତରକାରୀ | SOYA CHUNKS CURRY RECIPES IN ODIA

Soya Chunks Curry Recipe In Odia

ସାମଗ୍ରୀ (Ingredients Of Soya chunks Recipe In Odia):

  • ମିଲ୍ ମେକର (Soya Chunks) – ୨ କପ
  • ପିଆଜ଼ – ୨ ଟି (ଛୋଟ କଟା)
  • ତେଜ ପତ୍ର – ୨ ଟି
  • ଜିରା – ୧/୨ ଟେବୁଲ ଚାମଚ
  • ସୋରିଷ – ୧/୨ ଟେବୁଲ ଚାମଚ
  • କଞ୍ଚା ଲଙ୍କା – ୧ ଟି (ଛୋଟ କଟା)
  • ଅଦା ରସୁଣ ବଟା – ୧ ଟେବୁଲ ଚାମଚ
  • ଲଙ୍କା ଗୁଣ୍ଡ – ୧/୨ ଛୋଟ ଚାମଚ
  • ଗରମ ମସଲା – ୧ ଛୋଟ ଚାମଚ
  • ଧଣିଆ ଗୁଣ୍ଡ – ୧/୨ ଟେବୁଲ ଚାମଚ
  • ସୋରିଷ ତେଲ – ୨ ଟେବୁଲ ଚାମଚ
  • ହେଙ୍ଗୁ – ଚିମୁଟାଏ
  • ଲୁଣ – ସ୍ୱାଦ ଅନୁସାରେ
  • ଟମାଟୋ – ୨ ଟି
  • ନଡ଼ିଆ କୋରା – ୩ ଟେବୁଲ ଚାମଚ
  • କାଜୁ – ୮ ଟି

ପ୍ରଣାଳୀ (Method Of Soya chunks Recipe In Odia): 

ପ୍ରଥମେ ଟମାଟୋ, ନଡ଼ିଆ କୋରା, କାଜୁ କୁ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଗ୍ୟାସରେ ୪ କପ ପାଣି ଦେଇ ଗରମ କରନ୍ତୁ । ପାଣି ଫୁଟି ଆସିଲେ ସୋୟାବିନ ବଡ଼ି ପକାନ୍ତୁ । ସୋୟାବିନ ବଡ଼ି ନରମ ହୋଇଗଲେ ଗ୍ୟାସ ରୁ ଓହ୍ଲାଇ ପାଣି ଥଣ୍ଡା ହେବ ଯାଇ ରଖି ଦିଅନ୍ତୁ । ପାଣି ଥଣ୍ଡା ହୋଇଗଲେ ସୋୟାବିନ ବଡ଼ି କୁ ଚିପୁଡ଼ି ପାଣି ରୁ ବାହାର କରି ରଖି ଦିଅନ୍ତୁ । ପ୍ୟାନ ରେ ତେଲ ନେଇ ଗରମ କରନ୍ତୁ, ଗରମ ହୋଇଗଲେ ସୋରିଷ, ଜିରା ପକାନ୍ତୁ । ସୋରିଷ ଫୁଟିବାକୁ ଲାଗିଲେ ଚିମୁଟାଏ ହେଙ୍ଗୁ, ତେଜ ପତ୍ର, ପିଆଜ଼ ଓ କଞ୍ଚା ଲଙ୍କା ପକାନ୍ତୁ । ପିଆଜ଼ ହାଲକା ବାଦାମୀ ରଙ୍ଗ ହେବ ଯାଏ ଫ୍ରାଏ କରନ୍ତୁ । ଏବେ ଅଦା ରସୁଣ ବଟା ପକାଇ ଗୋଳାନ୍ତୁ ଓ ଅଦା ଗନ୍ଧ ଯିବା ଯାଏ ଫ୍ରାଏ କରନ୍ତୁ । ମସଲା ହୋଇଗଲେ ଗ୍ରାଇଣ୍ଡିଙ୍ଗ ହୋଇଥିବା ଟମାଟୋ, ନଡ଼ିଆ କୋରା, କାଜୁ କୁ ପକାଇ ୧୦ ମିନିଟ ଯାଏ ଅଳ୍ପ ଆଞ୍ଚ ରେ ଫ୍ରାଏ କରନ୍ତୁ । ଭଲ ଭାବେ ମସଲା ସହ ମିଶି ଗଲେ ଏହାପରେ ଲଙ୍କା ଗୁଣ୍ଡ, ଗରମ ମସଲା, ଧଣିଆ ଗୁଣ୍ଡ, ଲୁଣ ପକାଇ ଭଲକି ୩ ମିନିଟ ଭଲ ଗୋଳାନ୍ତୁ । ଏବେ ସୋୟାବିନ ବଡ଼ି କୁ ମସଲା ରେ ପକାଇ ୪ -୫ ମିନିଟ ଗୋଳାନ୍ତୁ ଯେପରି ମସଲା ସୋୟାବିନ ବଡ଼ି ରେ ଭଲକି ଲାଗି ଯିବ । ଆବଶ୍ୟକ ମୁତାବକ ପାଣି ଦେଇ ୧୦ – ୧୨ ମିନିଟ ଯାଏ ମଧ୍ୟମ ଆଞ୍ଚ ରେ ଫୁଟିବାକୁ ଦିଅନ୍ତୁ । ତେଲ ଉପରେ ଭାସିବାକୁ ଲାଗିଲେ ଆଞ୍ଚରୁ ଓହ୍ଲାଇ ରୋଟୀ ବା ଭାତ ସହ ପରସନ୍ତୁ ।

Keywords:  soyabean chunks recipe, soya chunks recipe, soya chunks recipe in odia, soya chunks recipes hebbars kitchen, soya chunks recipes vegetarian, soya chunks recipe air fryer


Post a Comment

0 Comments