Music

ଆଦି ଶଙ୍କରାଚାର୍ଯଙ୍କର ଶିକ୍ଷା (ପ୍ରଶ୍ନୋତ୍ତର ରତ୍ନମାଳିକା) | TEACHING OF ADI SHANKARACHARYA

Teaching Of Adi Shankaracharya

Teaching Of Adi Shankaracharya

ଭଗବନ୍ କିମୁପାଦେୟମ୍ ଗୁରୁବଚନଂ ହେୟମପି କିଂ ଅକାର୍ଯ୍ୟମ୍ !
କୋ ଗୁରୁଃ ଅଧିଗତ ତତ୍ତ୍ବଃ ଶିଷ୍ୟହିତାୟୋଦ୍ୟତଃ ସତତମ୍॥

ପ୍ର : ସଂସାରରେ  କ’ଣ ଅଛି ଯାହା ଅତ୍ୟନ୍ତ ଉପାଦେୟ ?

ଉ : ଗୁରୁ ବଚନ ।

ପ୍ର : କେଉଁ କାର୍ଯ୍ୟକୁ ହେୟ ମଣିବା ଦରକାର ଅର୍ଥାତ୍ ତ୍ୟାଗ କରିବା ଦରକାର ?

ଉ : ଯାହା ପାପ ଓ ଅକରଣୀୟ ।

ପ୍ର : ଆଧ୍ୟାତ୍ମିକ ଗୁରୁ କିଏ ଅଟନ୍ତି ?

ଉ : ଯିଏ ସତ୍ୟକୁ ଜାଣିଛନ୍ତି ଏବଂ ଯିଏ ଶିଷ୍ୟର ଉନ୍ନତି ପାଇଁ ସତତ ପ୍ରଯତ୍ନଶୀଳ ।

ତ୍ୱରିତଂ କିଂ କର୍ତ୍ତବ୍ଯଂ ବିଦୁଷାମ୍ ସଂସାରସନ୍ତତିଚ୍ଛେଦଃ ।
କିଂ ମୋକ୍ଷତରୋର୍ବିଜମ୍ ସମ୍ୟକ୍ ଜ୍ଞାନମ୍ କ୍ରିୟାସିଦ୍ଧମ୍ ।

ପ୍ର : ଜଣେ ବିଜ୍ଞଲୋକର ସହସା କର୍ତ୍ତବ୍ୟ କ’ଣ ?

ଉ : ସଂସାର ଚକ୍ର ବା ଆବର୍ତ୍ତ ମଧ୍ୟରୁ ମୁକ୍ତ ହେବା ଅର୍ଥାତ୍ ଜନ୍ମମୃତ୍ୟୁର ଚକ୍ରବ୍ୟୂହରୁ ଅପସରି ଯିବା ହେଉଛି ପ୍ରକୃତ ଜ୍ଞାନୀର କର୍ତ୍ତବ୍ୟ ।

ପ୍ର : ମୁକ୍ତିବୃକ୍ଷର ବୀଜ କେଉଁଟି ?

ଉ : ପ୍ରକୃତ ଜ୍ଞାନ ଆହରଣ କରିବା ଏବଂ ତାକୁ ଜୀବନରେ କାର୍ଯ୍ୟରେ ପରିଣତ କରାଇବା ।

Post a Comment

0 Comments