Music

ବିଶ୍ଵସୃଷ୍ଟି ତତ୍ତ୍ଵ: ସାଧାରଣ ଜ୍ଞାନ | THEORY OF COSMOLOGY-ORIGIN OF LIFE (Odia Quiz part-2)


ବିଭାଗ-ଇତିହାସ
ବିଷୟ- ବିଶ୍ଵସୃଷ୍ଟି ତତ୍ତ୍ଵ     
ଉପବିଷୟ- ଜୀବସତ୍ତାର କ୍ରମ ବିକାଶ      

ଜୀବ ସୃଷ୍ଟିର ବିଭିନ୍ନ ପର୍ଯ୍ୟାୟକୁ ଆଲୋଚନା କରିବା ବେଳେ ଯେଉଁ ସ୍ତରଗୁଡ଼ିକ ଦେଇ ବୈଜ୍ଞାନିକମାନେ ଗତି କରିଥାନ୍ତି, ସେହି ସମ୍ପର୍କରେ ଆଜିର ପ୍ରଶ୍ନୋତ୍ତର ।
(୧)  ପ୍ଲେଷ୍ଟୋସିନ ଯୁଗର ଜଳବାୟୁ କିଭଳି ଥିଲା ବୋଲି ଜଣାଯାଏ ?
ଉ.  ନାତିଶୀତୋଷ୍ଣ ଥିଲା ।   
(୨)  ପ୍ଲେଷ୍ଟୋସିନ ଯୁଗରେ ୟୁରୋପରେ କେଉଁ କେଉଁ ଅଞ୍ଚଳ ସୃଷ୍ଟି ହୋଇଥିବା ଜଣାଯାଏ ?  
ଉ.  ତୁଷାରଚ୍ଛନ୍ନ ଅଞ୍ଚଳ ବା ତୁଷାରକ୍ରାନ୍ତି  ଅଞ୍ଚଳ ସୃଷ୍ଟି ହୋଇଥିବା ଜଣାଯାଏ ।  
(୩)  ପ୍ଲେଷ୍ଟୋସିନ ଯୁଗରେ କାହିଁକି ବିଶେଷ ଭାବରେ ବୃକ୍ଷଲତା ଦୃଷ୍ଟିଗୋଚର ହୋଇନଥିଲା ?
ଉ.  ହିମାୟିତ ଜଳବାୟୁର ଅତ୍ୟଧିକ ପ୍ରଭାବ ଯୋଗୁଁ ।
(୪)  ତୁଷାର ଯୁଗ(ice age) କହିଲେ କ’ଣ ବୁଝ ?
ଉ.  ପ୍ଲେଷ୍ଟୋସିନ ଯୁଗର ଅନ୍ୟ ନାମ ।
(୫)  ପ୍ଲେଷ୍ଟୋସିନ ଯୁଗରେ କାହିଁକି ମାନବ ସଭ୍ୟତାର ବିକାଶ ଦେଖିବାକୁ ମିଳେ ନାହିଁ ?
ଉ.  ହିମ ପ୍ରଭାବ ଯୋଗୁଁ ।   
(୬)  ହିମ ପ୍ରତ୍ୟାବର୍ତ୍ତନ କାହାକୁ କୁହାଯାଏ ?
ଉ.  ପ୍ଲେଷ୍ଟୋସିନ ଯୁଗରେ ବରଫ ତରଳିବାର ଯୁଗ ବା ତୁଷାର ଯୁଗର ମଧ୍ୟାନ୍ତରଗୁଡ଼ିକୁ ହିମ ପ୍ରତ୍ୟାବର୍ତ୍ତନ କୁହାଯାଏ ।  
(୭)  ହିମ ପ୍ରତ୍ୟାବର୍ତ୍ତନ ଯୁଗର ଜଳବାୟୁ କିଭଳି ଥିଲା ?
ଉ.  ହିମ ପ୍ରତ୍ୟାବର୍ତ୍ତନ ଯୁଗର ଜଳବାୟୁ ଅପେକ୍ଷାକୃତ ଉଷ୍ଣ ଥିଲା ।    

ଆହୁରି ପଢ଼ନ୍ତୁ: ବିଶ୍ଵସୃଷ୍ଟି ତତ୍ତ୍ଵ: ସାଧାରଣ ଜ୍ଞାନ-Theory of cosmology-Odia Quiz part-1

(୮)  ପୁରାତନ ପ୍ରସ୍ତର ଯୁଗର ପ୍ରାରମ୍ଭ କାଳ ଭାବରେ କାହାକୁ ଗ୍ରହଣ କରାଯାଏ ?
ଉ.  ତୁଷାର ଯୁଗର ବା ପ୍ଲେଷ୍ଟୋସିନ ଯୁଗର ଶେଷ ପର୍ଯ୍ୟାୟକୁ ଗ୍ରହଣ କରାଯାଏ ।  

(୯)  ପୁରାତନ ପ୍ରସ୍ତର ଯୁଗର ଆରମ୍ଭରେ କିଭଳି ଉପାୟ ପ୍ରସ୍ତର ଉପକରଣଗୁଡ଼ିକ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥିଲା ?  
ଉ.  ଜଳବାୟୁର ପରିବର୍ତ୍ତନ ଯୋଗୁଁ  ।    
(୧୦)  ତୁଷାର ଯୁଗର ସମୟରେ କେଉଁ କେଉଁ ପ୍ରଜାତିର ମାନବ ସୃଷ୍ଟି ହୋଇଥିବା ଜଣାଯାଏ ?
ଉ.  ଜାଭା ମାନବ, ପେକିଙ୍ଗ ମାନବ, ନିୟନଡର୍ଟାଲ ମାନବ ।
(୧୧)  କେଉଁ ଯୁଗରେ ହୋମସାପିଆନ ମାନବର ସୃଷ୍ଟି ହୋଇଥିଲା ?
ଉ.  ତୁଷାର ଯୁଗର ପରବର୍ତ୍ତୀ ପ୍ଲେଷ୍ଟୋସିନ କାଳରେ ।
(୧୨)  ହୋମସାପିଆନ ମାନବ କହିଲେ କ’ଣ ବୁଝ ?  
ଉ.  ଆଧୁନିକ ଚିନ୍ତାଶୀଳ ମାନବ ।
(୧୩)  ପ୍ରାନ୍ତ ପ୍ଲେଷ୍ଟୋସିନ  ଯୁଗ କହିଲେ କ’ଣ ବୁଝ ?
ଉ.  ତୁଷାର ଯୁଗର ଅନ୍ତିମ ଭାଗକୁ ବୁଝାଏ ।
(୧୪)  ଭୂତାତ୍ତ୍ଵିକ ଯୁଗର ଆରମ୍ଭ କହିଲେ କ’ଣ ବୁଝ ?
ଉ.  ପ୍ରାନ୍ତ ପ୍ଲେଷ୍ଟୋସିନ  ଯୁଗର ପରବର୍ତ୍ତୀ ସମୟକୁ ବୁଝାଏ ।  
(୧୫)  ହଲୋସିନ ଯୁଗର ପୁରାତନ ଯୁଗ କାହାକୁ କୁହାଯାଏ ?
ଉ.  ଖ୍ରୀଷ୍ଟ ପୂର୍ବ ୧୦୦୦୦ ବର୍ଷରୁ ଆରମ୍ଭ ହୋଇଥିବା ବର୍ଷକୁ ।
(୧୬)  ନୃତତ୍ତ୍ଵବିତ ଏବଂ ଐତିହାସିକମାନେ ବର୍ତ୍ତମାନ ଭୂତାତ୍ତ୍ୱିକ ଯୁଗକୁ କେଉଁ ଯୁଗ ରୂପେ ଗ୍ରହଣ କରନ୍ତି।
ଉ.  ବୃହତ୍ତର ହଲୋସିନ୍ ଯୁଗର ଅଂଶବିଶେଷ ରୂପେ ।
(୧୭)  ଆଦିମାନବର ବିବର୍ତ୍ତନ ଧାରା କେଉଁ ଦିନଠାରୁ ହୋଇଥିବା ଜଣାଯାଏ ?
ଉ.  ଆମୋଇବାଠାରୁ ଆରମ୍ଭ ହୋଇଥିଲା ବୋଲି ଜଣାଯାଏ । 
(୧୮)  ଆଦିପ୍ରାଣ ସ୍ତରରେ ପୃଥିବୀରେ କେଉଁ ପରିବର୍ତ୍ତନ ଆସିଥିଲା ?
ଉ.  ପୃଥିବୀରେ ପ୍ରଥମ ଜୀବସତ୍ତା ସୃଷ୍ଟି ହୋଇଥିଲା ।
(୧୯)  ଜୀବ ସୃଷ୍ଟି ପ୍ରକ୍ରିୟାର କେଉଁ ସ୍ତରକୁ ଆଦିପ୍ରାଣସ୍ତର କୁହାଯାଏ ?
ଉ.  ଦ୍ଵିତୀୟ ସ୍ତରକୁ ।
(୨୦) ପୃଥିବୀର ପ୍ରଥମ ଜୀବସତ୍ତା କେଉଁ ପ୍ରକାରର ଜୀବ ଥିଲା ?
ଉ.  ଏକ ପ୍ରକାରର ସାମୁଦ୍ରିକ ଜୀବ ।

Post a Comment

0 Comments