Music

ଗାଈଘିଅକୁ ଗୁଆଘିଅ କାହିଁକି କୁହାଯାଏ

ଗାଈଘିଅକୁ ଗୁଆଘିଅ କାହିଁକି କୁହାଯାଏ

ଗାଈଘିଅକୁ ସଂସ୍କୃତରେ ଗବ୍ଯଘୃତ କୁହାଯାଉଥିଲା ।ପଞ୍ଚଗବ୍ଯର ମିଶ୍ରଣରେ ଔଷଧ ତିଆରି ହେଉଥିଲା । ସେହି ପଞ୍ଚଗବ୍ଯର ନାମ

  • ଦୁଗ୍ଧ(କ୍ଷୀର)
  • ଦଧି(ଦହି)
  • ଘୃତ(ଘିଅ)
  • ଗୋମୁତ୍ର
  • ଗୋବର 

ଆମିକ୍ଷା ବା ଛେନା ଓ ଲବଣୀ/ଲହୁଣୀ  କାହିଁକି ପଞ୍ଚଗବ୍ଯ ମଧ୍ୟରେ ସ୍ଥାନ ପାଇନାହିଁ ତାହା ଗବେଷଣାର ବିଷୟ ।

ତେବେ ଏହି ଗବ୍ଯ ଶବ୍ଦର ମୂଳରେ ଅଛି ‛ଗୋ’ ଶବ୍ଦ ଏବଂ ଭାରତୀୟ ମାନକ ବ୍ଯାକରଣ ନିୟମାନୁସାରେ “ଗୋ+ସମ୍ବନ୍ଧାର୍ଥେ,ଭବାର୍ଥେ,ହିତାର୍ଥେ ତସ୍ୟ ଗବ୍ୟ”

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‛ଗବ୍ଯ’ ଶବ୍ଦର ମୂଳରେ ଥିବା ‛ଗୋ’ ଶବ୍ଦର ୩୩ଟି ଅର୍ଥର ଉଲ୍ଲେଖ କରାଯାଇଛି ସେଗୁଡ଼ିକ ହେଲା:-

  • ଧେନୁ
  • ବୃଷ
  • ଗାଈଠାରୁ ଉତ୍ପନ୍ନ ଦ୍ରବ୍ଯ
  • ପଶୁ
  • ପୃଥିବୀ
  • ମାତା
  • ଦିଗ
  • ଗାୟତ୍ରୀ
  • ବାକ୍ୟ
  • ସ୍ବର୍ଗ
  • ଚକ୍ଷୁ
  • ଇନ୍ଦ୍ରିୟ
  • ଦୃଷ୍ଟି
  • ବିଦିଗ
  • କେଶ
  • କିରଣ
  • ଜଳ
  • ବାଣ;ଶର
  • ସୂର୍ଯ୍ୟ
  • ନକ୍ଷତ୍ର
  • ଚନ୍ଦ୍ର
  • ଯାଗବିଶେଷ
  • ବଜ୍ର
  • ହୀରକ
  • “ଗୁଆ”
  • ଲୋମ
  • ବୃଷରାଶି
  • ଦଶକୋଟି ବା ଏକ ନିୟୁତ ସଂଖ୍ୟା
  • ନଅସଂଖ୍ୟା
  • ଗାୟକ
  • ଗୋମେଧ ଯଜ୍ଞ 
  • ଗୃହ......

‛ଗୋ’ ଶବ୍ଦର ସେହି ତେତିଶଗୋଟି ଅର୍ଥ ମଧ୍ୟରୁ ଗୋଟିଏ ହେଉଛି ଗୁଆ ! ଯେହେତୁ “ଗୁଆ ଓ ଗବ୍ଯ ଶବ୍ଦ ମଧ୍ୟରେ ସାମଞ୍ଜସ୍ୟତା ରହିଥିଲା  ପୁଣି ‛ଗୋ’ ଶବ୍ଦର ଏକ ଅର୍ଥ ଗୁଆ ତେଣୁ ଓଡ଼ିଆରେ ଗାଈଘିଅକୁ ଗୁଆଘିଅ କହିବା ଆରମ୍ଭ ହୋଇଥିବା ଅନୁମାନ କରାଯାଏ ।  ସମ୍ଭବତଃ ଏଠାରେ ଗବ୍ଯ ଶବ୍ଦ ଗୁଆ ଶବ୍ଦରେ ପରିବୃତ ହୋଇଥାଇପାରେ । 

=> ଗବ୍ଯ>ଗୁବ>ଗୁଆ 

ଗବ୍ଯ ଶବ୍ଦର ଅବର୍ଗ୍ଯ ‛ଯ’ ଫଳା ସମସ୍ବନିମ ‛ୟ’ ଉଚ୍ଚାରିତ ହେଉଥିବା ହେତୁ ତାହାର ‛ଇ’ସ୍ବର ଲୁପ୍ତ ହୋଇ ଗ’ ବର୍ଣ୍ଣରେ ‛ଉ’କାର ପ୍ରକଟ ହେତୁ ଇଥାଇପାରେ । ପ୍ରକୃତରେ ‛ୟ’ ବର୍ଣ୍ଣଟି ‛ଇ’ ଓ ‛ଉ’ ଏହି ଦୁଇ ସ୍ବରବର୍ଣ୍ଣର ଏକକାଳୀନ ଉଚ୍ଚାରଣରୁ ସୃଷ୍ଟ ହୋଇଛି ।  ସେଇଭଳି ଅବର୍ଗ୍ଯ ‛ବ’ ନିଜର ସ୍ବାଭାବିକ ଗୁଣ ଯୋଗୁଁ ସ୍ବରବର୍ଣ୍ଣରେ ରୂପାନ୍ତରିତ ହୋଇଯାଇଥିବ । ଅବର୍ଗ୍ଯ ବର୍ଣ୍ଣ ଓ ସ୍ବରବର୍ଣ୍ଣଗୁଡ଼ିକ ପରସ୍ପର ପରିବୃତ୍ତ ହେବା ଓଡ଼ିଆ ଭାଷାରେ ସ୍ବାଭାବିକ ଅଟେ ଯଥା ମାନକ ‛ଦେବକୁଳ’ ଶବ୍ଦ ଓଡ଼ିଆ ଭାଷାରେ ‛ଦେଉଳ’ ହେବା କିଂବା ଦେବ ଓ ଦେବୀ ଶବ୍ଦ ଯଥାକ୍ରମେ ଦେଓ ଓ ଦେଈ ହୋଇଅଛି ।

ଆଧାର-ଓଡ଼ିଆ ଶବ୍ଦ ସମ୍ଭାର Facebook group

Post a Comment

0 Comments