Music

ଖରାଦିନେ ପଶୁମାନଙ୍କ ଯତ୍ନ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା | MANAGING LIVESTOCK ANIMALS DURING SUMMER


ଗରମ ଦିନମାନଙ୍କରେ ପଶୁମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର, କାରଣ ଏହି ଋତୁରେ ପଶୁମାନେ ନିଜ ଶରୀର ତାପମାତ୍ରାକୁ ସନ୍ତୁଳିତ କରି ରଖିବାକୁ ସେମାନଙ୍କୁ ଭାରି ଅସୁବିଧା ହୋଇଥାଏ । ଯେତେବେଳେ ପଶୁମାନଙ୍କ ଶରୀର ତାପମାତ୍ରା ୧୦୧.୫ ରୁ ୧୦୨.୮ ଡିଗ୍ରୀ ଫାରେନହିଟ ବଢିଯାଇଥାଏ ତେବେ ସେମାନେ ଅନେକ ସମସ୍ୟାର ସାମ୍ନା କରିଥାଆନ୍ତି l ଯେମିତି କି ଖାଦ୍ୟପେୟରେ ହ୍ରାସ ଘଟିବା, କ୍ଷୀର ଉତ୍ପାଦନରେ ୧୦ ରୁ ୨୫ ପ୍ରତିଶତ   ହ୍ରାସ ଘଟିବା, ପ୍ରଜନନ କ୍ଷମତା କମିବା, ଏହି ପରି ଭାବରେ ବିଭିନ୍ନ ଲକ୍ଷଣ ଦେଖା ଦେଇଥାଏ । ଯାହା ଫଳରେ ଗୋପାଳକମାନଙ୍କୁ ବିଶେଷ କ୍ଷତି ପହଞ୍ଚାଇ ଥାଏ l         

ଏହା ସହ ଗରମ ପବନ ଆଉ ତାପମାତ୍ରା ଅଧିକ ହେବା ଦ୍ଵାରା ପଶୁମାନଙ୍କୁ ‘ଲୁ’ ହେବାର ବିପଦ ବଢି ଯାଇଥାଏ, ଏଥି ପାଇଁ ଏହି ଋତୁରେ ପଶୁପାଳକମାନେ ପଶୁମାନଙ୍କର ସ୍ୱତନ୍ତ୍ର ଯତ୍ନ ନେବା ଉଚିତ । ଯଦି ଆପଣ ପଶୁପାଳନ ବ୍ୟବସାୟରେ ଜଡିତ ଅଛନ୍ତି ତେବେ ଗରମ ଦିନମାନଙ୍କରେ ପଶୁମାନଙ୍କର କିପରି ଯତ୍ନ ନେବାକୁ ହେବ ସେ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣି ରଖନ୍ତୁ l

ଗରମ ଦିନରେ ପଶୁମାନଙ୍କର ଯତ୍ନ

  • ଖରାଦିନେ କ୍ଷୀରଦେଉଥିବା ପଶୁମାନଙ୍କୁ ଖାଦ୍ୟରେ ସବୁଜ ଚାରାର ମାତ୍ରା ଅଧିକ ରଖିବା ଉଚିତ।
  • ପଶୁମାନଙ୍କୁ ଦିନକୁ ୩ ରୁ ୪ ଥର ପଣି ପିଆଇବା ଉଚିତ ।
  • ପଶୁମାନଙ୍କୁ ପାଣିରେ ଲୁଣ ଏବଂ ଅଟା ମିଶାଇ ପିଆଇବା ଉଚିତ।
  • ଗରମ ପବନରୁ ଦୂରେଇ ରଖିବା ଉଚିତ ।
  • ପଶୁମାନେ ରହୁଥିବା ସ୍ଥାନମାନଙ୍କର ଛାତ ଉପରେ ଶୁଖିଲା ଘାସ ଆଉ ନଡା ପକାଇବା ଉଚିତ, ଯାହା ଫଳରେ ଛାତ ଗରମ ହେଇ ନଥାଏ ।
  • ପଶୁମାନଙ୍କୁ ପ୍ରତି ଦିନ ଥଣ୍ଡା ପାଣିରେ ଗାଧୋଇ ଦିଅନ୍ତୁ।

ପଶୁମାନଙ୍କ ମଧ୍ୟରେ ‘ଲୁ’ ହେବାର ଲକ୍ଷଣ

  • ପଶୁମାନଙ୍କ ଶରୀରର ତାପମାତ୍ରା ବଢିବାରେ ଲାଗିଥାଏ ।
  • ସେମାନଙ୍କୁ ଅସ୍ଥବ୍ୟସ୍ତ ଲାଗିଥାଏ ।
  • ପଶୁମାନଙ୍କୁ ଝାଳ ଅଧିକ ଆସିଥାଏ ।
  • ଲାଳ ବାନ୍ତି ଧୀରେ ଧୀରେ ବଢିଥାଏ ।
  • ପଶୁମାନଙ୍କ ମଧ୍ୟରେ ଖାଇବା ପିଇବାର ଆଗ୍ରହ ଏବଂ କ୍ଷମତା କମି ଯାଇଥାଏ।
  • କେତେକ ପଶୁମାନେ ଖାଦ୍ୟ ଖାଇବା ସମ୍ପୂର୍ଣ୍ଣ ରୂପରେ ବନ୍ଦ କରିଦିଅନ୍ତି।
  • କ୍ଷୀର ଉତ୍ପାଦନ ହ୍ରାସ ପାଇଥାଏ ।

ପଶୁମାନେ ‘ଲୁ’ ଆକ୍ରାନ୍ତ ହେବା ପରେ ଏହାର ଉପଚାର

  • ପଶୁମାନଙ୍କୁ ଅଧିକରୁ ଅଧିକ ବିଶ୍ରାମ କରିବାକୁ ଦିଅନ୍ତୁ ।
  • ପଶୁମାନଙ୍କୁ ଅଧିକରୁ ଅଧିକ ମାତ୍ରାରେ ପାଣି ପିଇବାକୁ ଦିଅନ୍ତୁ ।
  • ପଶୁମାନଙ୍କୁ ପଶୁଚିକିସକଙ୍କ ପରାମର୍ଶ ନେଇ ଗ୍ଳୁକୋଜ ପିଇବାକୁ ଦିଅନ୍ତୁ ।
  • ସେମାନଙ୍କ ରହିବା ସ୍ଥାନକୁ ଥଣ୍ଡା ପବନ ପ୍ରବାହ ବ୍ୟବସ୍ଥା କରନ୍ତୁ l
  • ପଶୁମାନଙ୍କୁ ବରଫ ଖଣ୍ଡ ଚାଟିବାକୁ ଦିଅନ୍ତୁ ।
  • ଧ୍ୟାନ ରଖନ୍ତୁ ପଶୁମାନଙ୍କୁ କୌଣସି ବି ଔଷଧ ଦେବା ପୂର୍ବରୁ ପଶୁ ଡାକ୍ତରଙ୍କର ପରାମର୍ଶ ନିଶ୍ଚିତ ନିଅନ୍ତୁ । କାରଣ ଅତ୍ୟଧିକ ଗରମ ଓ ‘ଲୁ’ ଲାଗିବା ଦ୍ଵାରା ସେମାନଙ୍କ ଶରୀର ଶୁଷ୍କ ହୋଇଯାଇଥାଏ, ହଠାତ ଔଷଧ ଦେବା ଦ୍ଵାରା ସେମାନଙ୍କ ଶରୀରକୁ ଏହାର ଶୀଘ୍ର ଖରାପ ପ୍ରଭାବ ପକାଇଥାଏ, ତେଣୁ ପଶୁ ଡାକ୍ତରଙ୍କର ପରାମର୍ଶ ନିତାନ୍ତ ଜରୁରୀ ଅଟେ ।

Post a Comment

0 Comments