Music

ଗୃହପାଳିତ ପଶୁମାନଙ୍କ ବୀମା ବିଷୟରେ ଆସନ୍ତୁ ଜାଣିବା | LET'S LEARN ABOUT LIVESTOCK INSURANCE!!


ଚାଷୀ ଭାଇମାନେ ସଦାବେଳେ ଉପାର୍ଜନ ପାଇଁ ଚାଷ ସହ ପଶୁପାଳନ ମଧ୍ୟ କାରିଥାଆନ୍ତି l ଯେହେତୁ ଚାଷ କାମର ଆୟ ମୌସୁମୀ ଋତୁ ଉପରେ ନିର୍ଭର କରି ଥାଏ ତେଣୁ ପଶୁପାଳନ ଚାଷୀ ଭାଇମାନଙ୍କୁ ଅତିରିକ୍ତ ସାହାଯ୍ୟ କରିଥାଏ । ଏହି ସବୁ ସ୍ଥିତିରେ ଚାଷୀମାନଙ୍କ ପରି ଅନ୍ୟ ପଶୁପାଳକମାନଙ୍କ ଉପକାର ପାଇଁ ସରକାରଙ୍କର ବିଭିନ୍ନ ପ୍ରକାରର ବୀମା ସୁବିଧା ସୁଯୋଗ ରହିଛି l ଯାହା ଫଳରେ କୃଷି ସହ ପଶୁପାଳନରେ ଅଧିକ ଲୋକ ଜଡ଼ିତ ହୋଇପାରିବେ l

ଏଥି ପାଇଁ କେନ୍ଦ୍ରସରକାରଙ୍କ ତରଫରୁ ପଶୁପାଳନ ବିଭାଗ ଗଠିତ କରାଯାଇଛି, ଯାହା ଦ୍ୱାରା ସମସ୍ତ ପଶୁଙ୍କ ବୀମା ସମ୍ବନ୍ଧୀୟ ବିଷୟର ଆକଳନ କରାଯାଇପାରିବ। ଏତେ ସବୁ ପ୍ରବନ୍ଧନ ଥାଇ ମଧ୍ୟ ଆମ ଦେଶରେ ପଶୁମାନଙ୍କର ବହୁତ ଖରାପ ଦୁର୍ଦ୍ଦଶା ଅଟେ । ଏହି ସବୁକୁ ଦୃଷ୍ଟିରେ ରଖି ବିହାର ସରକାର ଗୃହପାଳିତ ପଶୁମାନଙ୍କ ମୃତ୍ୟୁରେ ପଶୁପାଳକମାନଙ୍କୁ କ୍ଷତିପୂରଣ ରୂପରେ ଏକ ନିର୍ଦ୍ଧିଷ୍ଟ ପରିମାଣର ଅର୍ଥ ରାଶିର ଅନୁକମ୍ପା ରଖିଛନ୍ତି, ଯାହା ପଶୁପାଳକମାନଙ୍କ ପାଇଁ ଆସ୍ୱସ୍ଥି ଆଣି ଦେଇଛି । ପଶୁପାଳକମାନେ ନିଜର କ୍ଷେତିପୂରଣ ପାଇବାକୁ ହେଲେ ସର୍ବ ପ୍ରଥମେ ଏହି କଥା ନିଶ୍ଚିତ କରିବାକୁ ହେବ ଯେ ତାଙ୍କର ପଶୁର ମୃତ୍ୟୁ ହୋଇଛି । ଏଥି ପାଇଁ ପଶୁପାଳକମାନେ ପଶୁପାଳନ ବିଭାଗରୁ ଗୋଟେ ଫର୍ମ ପୂରଣ କରିବାକୁ ହେବ। ଏହା ପରେ ପଶୁପାଳନ ବିଭାଗ ତରଫରୁ ପଶୁ ମୃତ୍ୟୁର ପ୍ରମାଣ ଦାଖଲ କରାଯିବ l ଯେବେ ବିଭାଗ ତରଫରୁ ପଶୁର ମୃତ୍ୟୁ ଘଟିଛି ବୋଲି କାଗଜପତ୍ର ଦାଖଲ ହୋଇସାରିଲା ପରେ ପଶୁପାଳକଙ୍କୁ କ୍ଷେତିପୂରଣ ଟଙ୍କା ଦିଆଯିବ। ଏହି ସବୁ ପ୍ରକ୍ରିୟା ସମୟ ଏବଂ ବିଧି ଅନୁଯାୟୀ ସମ୍ପର୍ଣ୍ଣ ହୋଇଥାଏ । 

କେଉଁ ପ୍ରକାରର ପଶୁମାନଙ୍କ ମୃତ୍ୟୁରେ ମିଳିବ କେତେ ଟଙ୍କା

ଆସନ୍ତୁ ଜାଣିବା କେଉଁ ପ୍ରକାରର ପଶୁମାନଙ୍କ ମୃତ୍ୟୁରେ ମିଳିବ କେତେ କ୍ଷେତିପୂରଣ ଟଙ୍କା ? ଏହି ପ୍ରକାରର ପରିସ୍ଥିତିର ସାମ୍ନା କରିବା ପାଇଁ ପଶୁପାଳନ ବିଭାଗ ତରଫରୁ ପଶୁମାନଙ୍କୁ ଦୁଇ ଭାଗରରେ ବିଭକ୍ତ କରାଯାଇଛି । ପ୍ରଥମ ହେଉଛି କ୍ଷୀର ଦେଉଥିବା ପଶୁ ଏବଂ ଦ୍ୱିତୀୟ ହେଉଛି ଭାର ବୋହୁଥିବା ପଶୁ । ଯଦି କ୍ଷୀର ଦେଉଥିବା ପଶୁର ମୃତ୍ୟୁ ହୁଏ ତେବେ ନିୟମ ଅନୁସାରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପଶୁପାଳକଙ୍କୁ ଦିଆଯିବ l ଏହା ଛଡା ଭାର ବୋହୁଥିବା ପଶୁମାନଙ୍କ ମୃତ୍ୟୁ ହେଲେ ପଶୁପାଳକଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ ।

କେଉଁ କେଉଁ ପ୍ରକାରର ମୃତ୍ୟୁ ହେଲେ ମିଳିବ ଆର୍ଥିକ ଅନୁଦାନ

  • ପଶୁ ଯଦି କୌଣସି ପ୍ରାକୃତିକ ଘଟଣାର ଶିକାର ହୋଇ ମରିଥାଏ, ତେବେ ବି ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯାଇ ପାରିବ।
  • ଯଦି କୌଣସି ବଣ୍ୟ ଜନ୍ତୁ କିମ୍ବା ସଡ଼କ ଦୁର୍ଘଟଣା ଦ୍ଵାରା ପଶୁର ଜୀବନ ହାନି ଘଟେ ତେବେ ପଶୁପାଳକଙ୍କୁ କ୍ଷତିପୂରଣ ରାଶି ପାଇବାର ଅଧିକାର ରହିଛି ।
  • ଏହା ଛଡ଼ା ହଠାତ ମୃତ୍ୟୁ ଘଟିବା ଦ୍ଵାରା ବି ପଶୁପାଳକଙ୍କୁ ମିଳିବ ଆର୍ଥିକ ଅନୁଦାନ ।

Post a Comment

0 Comments