Music

ଫୁଲ କୋବି ଚାଷ କରିବାର ପ୍ରଣାଳୀ | HOW TO GROW CAULIFLOWER IN ODISHA


HOW TO GROW CAULIFLOWER IN ODIA

ଫୁଲକୋବି ସମସ୍ତଙ୍କର ଏକ ମନ ପସନ୍ଦର ଖାଦ୍ୟ ଅଟେ । ଏଥିରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇପାରେ ।  ଯେପରିକି କୋବି ତରକାରୀ, ଚିଲିକୋବି, କୋବି ପକୋଡା, କୋବି ଭଜା, ଫୁଲ କୋବି କୋଫତା ଇତ୍ୟାଦି । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ଵାରା କରାଯାଇଥିବା ଗବେଷଣାରୁ ଜଣଯାଇଛିଯେ, ଜୁନ ବା ଜୁଲାଇ ମାସରେ ଫୁଲ କୋବିର ଚାଷ କରାଯାଇପାରିବ । ଏହି ଚାଷ କରିବା ପାଇଁ ଜମିରେ ମଧ୍ୟ ପାଣି ଭରି ହୋଇ ନରହିଥିବା ଦରକାର । କ୍ଷେତରେ କୌଣସି ପ୍ରକାର କୀଟ ପୋକର ସମସ୍ୟା ନଥିବା ଦରକାର।

ପ୍ରଥମେ ଜମିରେ ୧୦୦କିଲୋଗ୍ରାମର ଗୋବର ଖତ ସହ କିଛି ଔଷଧ ମିଶାଇ ୭ ରୁ ୯ ଦିନ ରଖି ଜମିରେ ପକାଇ ଦିଅନ୍ତୁ । ଜମିରେ ୩ ରୁ ୫ମିଟର ଲମ୍ବା ଓ ୪୫ ସେଣ୍ଟିମିଟରରୁ ୧ମିଟର ଚୌଡାର ହିଡ଼ ବନାନ୍ତୁ । ଏହା ଦ୍ଵାରା ପାଣି ଦେବାରେ ସୁବିଧା ହୋଇଥାଏ । ଫୁଲ କୋବିର ଗଛ ୪୦ ରୁ ୪୫ ଦିନ ମଧ୍ୟରେ ପ୍ରସ୍ତୁତ ହୋଇଥାଏ । ସେଥିପାଇଁ ଏହାକୁ ଦେଖାରଖା କରିବାକୁ ହୋଇଥାଏ । ଯଦି କୌଣସି ପ୍ରକାର କୀଟ ଲାଗନ୍ତି ତାହେଲେ କୀଟନାଶକ ନିଶ୍ଚିନ୍ତ ସିଞ୍ଚନ କରନ୍ତୁ । ଫୁଲ କୋବି ଚାଷ ଚାଷୀମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ଜୁନ-ଜୁଲାଇରେ ଫୁଲ କୋବି ଚାଷ ଆରମ୍ଭ ହୋଇଥାଏ । ଯାହାକି ସେପ୍ଟେମ୍ବରରୁ ଅକ୍ଟୋବେର ମଧ୍ୟରେ ଉତ୍ପାଦନ କରାଯାଇଥାଏ । ଆମ ଦେଶରେ ପରିବା ଚାଷ ବହୁତ ପରିମାଣରେ ହୋଇଥାଏ । ଏଥି ମଧ୍ୟରୁ ଫୁଲ କୋବି ଏକ ମହତ୍ତ୍ୱପୂର୍ଣ୍ଣ ଫସଲ ଅଟେ । ଏମିତିରେ ଦେଖିବାକୁ ଗଲେ ଫୁଲ କୋବି ଆପଣ ମାନଙ୍କୁ ଏକ ନିର୍ଦ୍ଧିଷ୍ଟ ଋତୁରେ ମିଳିଥାଏ । କିନ୍ତୁ ବର୍ତ୍ତମାନର ଜ୍ଞାନ କୌଶଳରେ ଆପଣମାନେ ଯେକୌଣସି ଋତୁରେ ଏହା ଚାଷ କରିପାରିବେ । ଏହା ଶୀତ ଋତୁରେ ଅଧିକ ପରିମାଣରେ ମିଳିଥାଏ । ଏହି ପ୍ରକିୟା ମାଧ୍ୟମରେ ଫୁଲ କୋବି ଚାଷ ଜୁନ ଜୁଲାଇରେ କରିପାରିବେ । ଏହି ସମୟରେ ବଜାରରେ ଫୁଲ କୋବି ମିଳେନାହିଁ, ତେଣୁ ଚାଷୀମାନଙ୍କୁ ରୋଜଗାର କରିବାର ଏହା ଏକ ଉଚିତ ସୁଯୋଗ ହୋଇଥାଏ ।

Post a Comment

0 Comments