Music

ଭୂୟାଁ ବିଦ୍ରୋହ - ରତ୍ନାମେଳି ଓ ଧରଣୀ ମେଳି

ଭୂୟାଁ ବିଦ୍ରୋହ - ରତ୍ନାମେଳି ଓ ଧରଣୀ ମେଳି

Bhuyan Meli (Rebellion) In Odia

କେନ୍ଦୁଝର ଭୂୟାଁ ବିଦ୍ରୋହ : ଓଡ଼ିଶାରେ ଇଂରେଜ ଶାସନ ବିରୁଦ୍ଧରେ ଯେଉଁ ଆଦିବାସୀ ସମ୍ପ୍ରଦାୟର ପ୍ରତିରୋଧ ସଂଗ୍ରାମ ବିଭିନ୍ନ ସ୍ଥାନରେ ଦେଖାଯାଇଥିଲା , ସେଥିରୁ କେନ୍ଦୁଝରର ଭୂୟାଁ ସମ୍ପ୍ରଦାୟର ବିଦ୍ରୋହ ଅନ୍ୟତମ । ୧୮୬୮ରେ ଏହି ବିଦ୍ରୋହର ନେତୃତ୍ଵ ନେଇଥିଲେ ରତ୍ନା ନାୟକ । ତେଣୁ ଏହି ବିଦ୍ରୋହକୁ ‘ରତ୍ନାମେଳି ’ ମଧ୍ୟ କୁହାଯାଏ । କେନ୍ଦୁଝର ରାଜାଥିଲେ ଗଦାଧର ଭଞ୍ଜ । ତାଙ୍କପରେ ତାଙ୍କ ପୋଷ୍ୟପୁତ୍ର ବୃନ୍ଦାବନ ଭଞ୍ଜକୁ ରାଜଗାଦିର ସୁଯୋଗ ଦିଆଗଲା ନାହିଁ । ସେତେବେଳେ କମିଶନର ଥିଲେ ରେଭେନ୍ସା । ସେ ବୃନ୍ଦାବନ ଭଞ୍ଜଙ୍କୁ ଶାସନ ଗାଦିରୁ ବଞ୍ଚିତ କରି ଧନୁର୍ଜୟ ଭଞ୍ଜଙ୍କୁ ଗାଦିସୀନ କରାଇବାରେ ସାହାଯ୍ୟ କଲେ । ଗଦାଧର ଭଞ୍ଜଙ୍କ ରାଣୀ ବିଷ୍ଣୁପ୍ରିୟା ଧନୁର୍ଜୟ ଭଞ୍ଜଙ୍କୁ ଚାହୁଁନଥିଲେ । ଆଦିବାସୀ ଭୂୟାଁ ସମ୍ପ୍ରଦାୟ ମଧ୍ଯ ଧନୁର୍ଜୟ ଭଞ୍ଜଙ୍କୁ ସମର୍ଥନ କରୁନଥିଲେ । ଭୂୟାଁମାନେ କୋହ୍ଲ ଓ ଜୁଆଙ୍ଗ ପ୍ରଭୃତି ଆଦିବାସୀ ସମ୍ପ୍ରଦାୟଙ୍କର ସହାୟତା ଓ ସମର୍ଥନରେ ଇଂରେଜ ସରକାରଙ୍କର ଏତାଦୃଶ ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧ କଲେ । ରତ୍ନା ନାୟକ ଏହି ମେଳିର ନେତୃତ୍ଵ ନେଲେ । ରତ୍ନା ନାୟକଙ୍କ ସହିତ ମନ୍ଦ ନାୟକ , ନନ୍ଦ ପ୍ରଧାନ , ବାବୁ ନାୟକ ଓ ଯଦୁ ନାୟକ ପ୍ରଭୃତି ଅନେକ ନେତା ଯୋଗ ଦେଲେ । ସେମାନେ ୧୮୬୮ରେ ରାଜା ଧନୁର୍ଜୟଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ସେମାନେ ଖଣ୍ଡା , କୁରାଢ଼ୀ , ଧନୁଶର ଆଦି ଅସ୍ତ୍ରଧରି କେଉଁଝର ଗଡ଼ ଅବରୋଧ କଲେ ।

ଦେୱ।ନ ଓ ପୋଲିସବାଲାଙ୍କୁ କରାୟତ କରାଗଲା । ଇଂରେଜ ସରକାର ଅସୁବିଧାରେ ପଡ଼ି ବାଭଳି ଅନୁଭବକଲେ । ଇଂରେଜମାନଙ୍କର ସୈନ୍ୟ ଶିବିର ନଷ୍ଟ କରିଦିଆଗଲା । ଅନ୍ୟପକ୍ଷରେ ବଣାଇ , ପାଲଲହଡା , ଢେଙ୍କାନାଳ ଓ ମୟୂରଭଞ୍ଜର ରାଜାମାନେ ଇଂରେଜମାନଙ୍କୁ ସାହାଯ୍ୟ କଲେ । ବିଦ୍ରୋହ ଦମନ କରାଗଲା । ଭୂୟାଁମାନେ ଆତ୍ମ ସମର୍ପଣ କଲେ । ରତ୍ନା ନାୟକ ଓ ନନ୍ଦ ନାୟକଙ୍କୁ ପ୍ରାଣଦଣ୍ଡ ଦିଆଗଲା । 

୧୮୯୮ରେ ଭୂୟାଁ ସମ୍ପ୍ରଦାୟର ଧରଣୀଧର ଭୂୟାଁ ଇଂରେଜମାନଙ୍କ ବିରୋଧରେ ଏକ ମେଳିର ନେତୃତ୍ବ ନେଲେ । ଏହାକୁ ‘ଧରଣୀ ମେଳି ’ ବୋଲି କୁହାଯାଉଥିଲା । ରାଜା ଧନୁର୍ଜୟ ଭଞ୍ଜଙ୍କ ଶାସନରେ ପ୍ରଜାମାନେ ଶୋଷିତ ଓ ନିର୍ଯ୍ୟାତିତ ଅନୁଭବ କରୁଥିଲେ । ପ୍ରଜାମାନଙ୍କୁ ବିଭିନ୍ନ କରଦେବାକୁ ପଡ଼ିଲା । ବେଠି ପ୍ରଥାର ପ୍ରଚଳନ ଥିଲା । ଲୋକମାନଙ୍କର ଅର୍ଥନୈତିକ ଅବସ୍ଥା ଦୁର୍ବିସହ ହୋଇପଡ଼ିଲା । ୧୮୯୧ରେ ବେଠିରେ ଏକ ବନ୍ଧ ନିର୍ମାଣ କରିବାକୁ ରାଜା ଆଦେଶ ଦେଲେ । ପ୍ରଜାମାନେ ଏହାକୁ ବିରୋଧ କରି ଏକାଠି ହେଲେ । ଧରଣୀଧର ଏହାର ନେତୃତ୍ଵନେଲେ । ରାଜକୋଷ ଓ କାରାଗାର ଆକ୍ରମଣ କରାଗଲା । ଧରଣୀଧର କେଉଁଝର ଗଡ ଦଖଲ କରି ପାରିଲେ ନାହିଁ । ଶେଷରେ ସେ ବନ୍ଦୀ ହେଲେ । ଏହିପରିଭାବରେ ଧରଣୀମେଳିର ଯବନିକା ପଡ଼ିଲା । ବିଦ୍ରୋହ ଦମନ କରାଗଲେ ମଧ୍ୟ ଇଂରେଜ ସରକାରଙ୍କର ଆଖି ଖୋଲି ଯାଇଥିଲା।

Tag: ଭୂୟାଁ ବିଦ୍ରୋହ - ରତ୍ନାମେଳି ଓ ଧରଣୀ ମେଳି, ରତ୍ନା ମେଳି, ୧୮୬୮ ରତ୍ନାମେଳି, ଭୂୟାଁ ବିଦ୍ରୋହ, ୧୮୯୧ ଧରଣୀ ମେଳି, Bhuyan Rebellion, Dharani meli, Ratna Meli, Bhuyan Bidroh 

Post a Comment

0 Comments