Music

RAMACHANDI RE SANDHYA BY NILAKANTHA DASH POEM LYRICS | ରାମଚଣ୍ଡୀରେ ସନ୍ଧ୍ୟା

Ramachandi Re Sandhya

Ramachandi Re Sandhya Odia Poem Lyrics

ରାମଚଣ୍ଡୀରେ ସନ୍ଧ୍ୟା ପଣ୍ଡିତ ନୀଳକଣ୍ଠ ଦାସଙ୍କ ଦ୍ବାରା ରଚନା କରାଯାଇଥିବା ଏକ କବିତା ଯାହା ବହୁ ବର୍ଷ ତଳେ ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିରେ ସ୍ଥାନ ପାଇଥିଲା । ପୁନର୍ବାର ସ୍ମୃତି ଉଜାଗର ନିମନ୍ତେ ଆମ୍ବ ୱେବସାଇଟରେ କେବଳ ଆପଣମାନଙ୍କ ପାଇଁ କବିତାଟିକୁ ଲେଖିଅଛୁ ।

କବି ପରିଚୟ 
ପଣ୍ଡିତ ନୀଳକଣ୍ଠ ଦାସ ଜନ୍ମ : ୫ / ୮ / ୧୮୮୪ , ମୃତ୍ୟୁ ୬ / ୧୧ / ୧୯୬୭ । ପଣ୍ଡିତ ନୀଳକଣ୍ଠ ଦାସ ଆମ ଓଡ଼ିଶାର ଜଣେ ଖ୍ୟାତନାମା କବି । ସେ ବହୁ କବିତା ଓ ପ୍ରବନ୍ଧ ଲେଖି ଯାଇଛନ୍ତି । ଆମ ଓଡ଼ିଆ ଭାଷାର ଏକ ଇତିହାସ ବହି ମଧ୍ୟ ସେ ଲେଖୁଛନ୍ତି । ତାଙ୍କର ସମସ୍ତ ଲେଖାକୁ ନେଇ ଗୋଟିଏ ବଡ଼ ବହି ଛପାଯାଇଛି । ଏହା "ନୀଳକଣ୍ଠ ଗ୍ରନ୍ଥାବଳୀ"। ନୀଳକଣ୍ଠ ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ସେ ଜଣେ ସମାଜ ସଂସ୍କାରକ , ସ୍ବାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ ଥିଲେ । 

ରାମଚଣ୍ଡୀ : କୋଣାର୍କଠାରୁ ଅଳ୍ପ ଦୂରରେ , ସମୁଦ୍ର କୂଳରେ ଥିବା ଠାକୁରାଣୀ । ଠାକୁରାଣୀ ନାମ ଅନୁସାରେ ସେ ସ୍ଥାନର ନାମ " ରାମଚଣ୍ଡୀ " ହୋଇଛି ।

ରାମଚଣ୍ଡୀରେ ସନ୍ଧ୍ୟା (Ramachandi Re Sandhya)
ରଚନା : ପଣ୍ଡିତ ନୀଳକଣ୍ଠ ଦାସ (Pandit Nilakantha Das)

କି କରାଳ ଆଜି ରଜନୀ!
ବହେ ଝଞ୍ଜା ପବନ ।
ତରା ନ ଦିଶଇ ଗଗନେ 
ଶୁଭେ ଘନ ଗର୍ଜନ । 

ମୂଷଳ – ଧାରାରେ ଝଟିକା
ଦିଏ କଚାଡି କେବେ
ଶୋଇ ପଡ଼ିଛି ତ ବାପା ହେ
ଜାଣୁ ନ ଥିବ ଲବେ ।

ଆଜି ଯେ  କୁଆଁର ପୁନିଅଁ
କେଡ଼େ ସୁଖ ଶରଧା
ମାଆ ଭଉଣୀଙ୍କ ଆଦର
ନବ ବସନ ପିନ୍ଧା ।

ମନେ ପଡୁ ନାହିଁ ବାବୁ ହେ
ଲାଗି ଯାଇଛି ନିଦ
ମାଆ ଭଉଣୀଏ ଭବନେ
ଭଜିଥିବେ ବିଷାଦ ।
ଲୁଗାରେ ହଳଦୀ ଲଗାଇ
ଚାହିଁଥିବେ ଜନନୀ
ପିଠାପଣା ଖାଉ ନ ଥିବ ।
ସୁଖେ ଆଜି ଭଗିନୀ ।

ପବନ ଝଙ୍କାରେ ଶୁଣୁ ସେ
ଥିବ ଡାକ ତୁମ୍ଭର
ପଲକେ ପଲକେ ଚମକି
ଭାଙ୍ଗି ଯିବ ଟି ନିଦ
ଶୁଅ ଶୁଅ ଧନ ଆରାମେ
ଶୋଇ ଥାଅରେ ଶିଶୁ
ପଥଶ୍ରମ କରି ଆସିଛ
ଶ୍ରମେ ବିରାମ ମିଶୁ ।

ରହ ରହ ବାଆ ବତାସି
ରହ ବରଷା - ଧାର
କୁଆଁର ପୁନିଅଁ ହେଉରେ
ଆଜି ରଜନୀ ସାରା।
ଉଠି ଆସୁ ନୀଳ ଲହରୀ
ଭେଦି ତାରକା ରାଜି
ନିଶାମଣି ଶୋହୁ ଗଗନେ
ମହୀ ମୁକୁର ମାଜି ।

ପୁନିଅଁ ଜୁଆର ପୁଲକେ
ଭରା ତଟିନୀ ମୁଖ
ମୃଦୁଳ - ଲହରୀ - ହିଲ୍ଲୋଳେ
ଚାରୁ ଚାନ୍ଦ - ମୟୁଖ ।

ମୁହିଁ ଦିନେ ଶିଶୁ ଥିଲଇଁ
ମନେ ପଡୁଛି ମୋର ।
ବସି ଶିଶୁମେଳେ ଦେଖନ୍ତି
ଏ ବିଭବ ରୁଚିର ।

Keywords: Ramachandi Re Sandhya, Ramachandi Re Sandhya By Nilakantha Dash Poem Lyrics, Ramachandi Re Sandhya Odia Lyrics, ରାମଚଣ୍ଡୀରେ ସନ୍ଧ୍ୟା

Post a Comment

0 Comments