Music

MODAK RECIPE IN ODIA | ମୋଦକ ପ୍ରସ୍ତୁତି ପ୍ରଣାଳୀ

Modak recipes in Odia

Easy Modak recipe in Odia

ପର୍ବପର୍ବାଣୀରେ ଘରେ ବିଭିନ୍ନ ମିଠା ଓ ପିଠା ପ୍ରସ୍ତୁତ କରାଯାଇଥାଏ । ଏହି ଗଣେଷ ପୂଜାରେ ଘରେ ଆପଣ ଅଳ୍ପ ଖର୍ଚ୍ଚରେ ମିଠା ବନେଇ ପାରିବେ । ଆଜି ଆମେ ଭଗବାନ ଗଣେଷଙ୍କ ଅତି ପ୍ରିୟ ଭୋଗ ବିଷୟରେ କହିବାକୁ ଯାଉଛୁ । ଏହି ମିଠା ରେସିପିର ନାଁ ହେଉଛି ‘ମୋଦକ’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

‘ମୋଦକ’ ବନେଇବା ପାଇଁ ସାମଗ୍ରୀ: (Ingredients Of Modal)

  • ଚାଉଳ ଚୂନା
  • ଚିନି
  •  ଗୁଡ଼
  • ନଡ଼ିଆ କୋରା
  • ଗୁଜୁରାତି
  •  ରିଫାଇନ ତେଲ

ପ୍ରସ୍ତୁତି ପ୍ରଣାଳୀ: (Method Of Modak in odia)

  • ମୋଦକ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଚୁଲିରେ କଡ଼େଇ ସାଇ ନଡ଼ିଆ କୋରାକୁ ଭଲ ଭାବେ ଭାଜି ଦିଅନ୍ତୁ ।
  • ନଡ଼ିଆ କୋରା ଭାଜି ହୋଇଗଲା ପରେଏହାକୁ ଆଉ ଏକ ପାତ୍ରକୁ କାଢି ଦିଅନ୍ତୁ ।
  • ଏହାପରେ ଆଉଏକ କଡ଼େଇରେ ୨ କପ୍ ପାଣି ଦେଇ ଗୁଡ଼କୁ ଫୁଟାନ୍ତୁ। ଆପଣ ଗୁଡ଼ ବଦଳରେ ଚିନି ମଧ୍ୟ ବ୍ୟବହାର କରିପାରିବେ।
  • ଗୁଡ଼ ଗରମ ହୋଇ ବହଳିଆ ହୋଇ ଆସିଲେ ସେଥିରେ ଭଜା କୋରା ନଡ଼ିଆକୁ ପକାନ୍ତୁ।
  • ଏହାପରେ ସେହି ମିଶ୍ରଣରେ ଗୁଜୁରାତି ଗୁଣ୍ଡ ଭଲ ଭାବେ ପକାଇ ଗୋଳାଇ ଦିଅନ୍ତୁ ଓ ଏହି ମିଶ୍ରଣକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ ।
  • ଏହାପରେ ଚାଉଳ ଚୂନାରେ ଆବଶ୍ୟକ ଅନୁସାରେ ଗରମ ପାଣି ,ରିଫାଇନ୍‌ ତେଲ, ଲୁଣ ଦେଇ ଅଟା ଚକଟିଲା ଭଳି ଚକଟି ଦିଅନ୍ତୁ।
  • ଏହାପରେ ଚକଟା ହୋଇଥିବା ଚାଉଳ ଚୁନାକୁ ଛୋଟ ଛୋଟ ଗୁଳା କରି ଅଳ୍ପ ବେଲି ଏହା ଭିତରେ ନଡ଼ିଆ ଓ ଗୁଡ଼ର ପୂର ଦେଇ ବନ୍ଦ କରି ଦିଅନ୍ତୁ ।
  • ଗୁଳା ଗୁଡ଼ିକୁ ମୋଦକ ଆକୃତିରେ ତିଆରି କରନ୍ତୁ ।
  • ଏହାପରେ ପୂର ଭର୍ତ୍ତି ଗୁଳାଗୁଡ଼ିକୁ ମାଇକ୍ରୋଓଭେନ୍‌ କିମ୍ବା ଇଟଲି ଛାଞ୍ଚରେ ରଖି ଷ୍ଟିମ୍‌ କରନ୍ତୁ ।
  • କିଛି ସମୟ ପରେ ମୋଦକ ସିଝିଗଲା ପରେ ଏହାକୁ ବାହାର କରି ଥଣ୍ଡା କରି ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ମୋଦକ । ମୋଦକ ଉପରେ କେଶର କିମ୍ବା ଉପରେ ଆଲମଣ୍ଡରେ ସଜାଇ ଭଗବାନ ଗଣେଶଙ୍କୁ ଭୋଗ ଲଗାନ୍ତୁ । ଏହି ମିଠା ରେସିପିଟିକୁ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ ।
https://blog.odiabook.in/2023/06/modak-recipe-in-odia.html
Keywords: Modak Recipe in odia | Ukadiche Modak | Ukadiche Modak Recipe | Steamed Modak For Ganpati | easy ukadiche modak - 2 ways | ganesh chaturthi modak banane sikhe |ମୋଦକ ତିଆରି ପ୍ରଣାଳୀ | ମୋଦକ ରୋଷେଇ

Post a Comment

0 Comments