Music

ଶ୍ରୀଜଗନ୍ନାଥଙ୍କ ୧୦୮ ଗୀତ

Jagannath
ଜଗନ୍ନାଥ ମହାମନ୍ତ୍ର
ଜୟ ଜୟ ଜଗନ୍ନାଥ ଜଗନ୍ନାଥ ହରେ ହରେ
ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ହରେ ହରେ ।।
ପ୍ରଭୁଭକ୍ତ ଶ୍ରୀ ଅଖଣ୍ଡ ପ୍ରଣୀତ “ଗୀତ ଶ୍ରୀଜଗନ୍ନାଥ”

ଗୀତ – ୧(ଜୟ ଜଗନ୍ନାଥ ହରେ)

ନୀଳାଦ୍ରି ନୀଳଶୈଳେ ନୀଳମାଧବ ଶୋଭନ
ମଧୁର ମଙ୍ଗଳ ଜନଗଣ ପୂଜନ
ନମୋ ନମସ୍ତେ ପତିତପାବନ ଜୟ ଜଗନ୍ନାଥ ହରେ । ୧
ଅନନ୍ତ କମଳାକାନ୍ତ ଗୋପୀମନ ମଣ୍ଡନ
ପରମ ପୁମାନ୍ ନାମଧାମ କୀର୍ତନ
ନମୋ ନମସ୍ତେ ନିତ୍ୟ ବୃନ୍ଦାବନ ଜୟ ଜଗନ୍ନାଥ ହରେ । ୨
ମହାମୂର୍ତୀ ମହାଶକ୍ତି ମହୀଧର ତପମୂର୍ତୀ
ତପସ୍ୱୀ ମହର୍ଷୀ ଅଖିଳ ଜନାଧିପତି
ନମୋ ନମସ୍ତେ ବିଶ୍ୱରୂପଧର ଜୟ ଜଗନ୍ନାଥ ହରେ । ୩
ସଂସାର ନନ୍ଦିଘୋଷ ତପବଳେ ନିନାଦିତ
ଆତ୍ମ ଉଦ୍ଧାରଣ କାରଣ ଆନନ୍ଦିତ
ନମୋ ନମସ୍ତେ ଦାରୁବ୍ରହ୍ମ ଦେବ ଜୟ ଜଗନ୍ନାଥ ହରେ । ୪
ଶଂଖ ଚକ୍ର ଗଦା ପଦ୍ମ ବିଶ୍ୱଶାନ୍ତି ଅନୁଭବୃ
ବଳଭଦ୍ର ଭଦ୍ରା ଭକ୍ତପ୍ରାଣ ବଲ୍ଲଭ
ନମୋ ନମସ୍ତେ କରୁଣାବତାର ଜୟ ଜଗନ୍ନାଥ ହରେ । ୫
ଜୟ ଜୟ ଜଗନ୍ନାଥ ଜଗନ୍ନାଥ ହରେ ହରେ
ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ହରେ ହରେ
ନମୋ ନମସ୍ତେ ନାମ ମହାମନ୍ତ୍ର ଜୟ ଜଗନ୍ନାଥ ହରେ । ୬
ଜଗତ ଜୀବନ ଧନ ଆଦିଗୁରୁ ଭଗବାନ
ମହାମନ୍ତ୍ର ମହାନାମ ବନ୍ଦେ ପ୍ରତିଦିନ
ନମୋ ନମସ୍ତେ ଅଖଣ୍ଡ ପ୍ରଣାମ ଜୟ ଜଗନ୍ନାଥ ହରେ । ୭

ଗୀତ – ୨ (ପରଂବ୍ରହ୍ମ ଜଗନ୍ନାଥ)

ଜଗନ୍ନାଥ ପରଂବ୍ରହ୍ମ ଜଗନ୍ନାଥ ପରଂତପ
ପରଂତତ୍ୱ ଜଗନ୍ନାଥ ମହାପ୍ରଭୁ ବିଶ୍ୱରୂପ ।
ଅଗ୍ନିତେଜ ଗନ୍ଧରାଜ କୋଟି ବ୍ରହ୍ମାଣ୍ଡ ନାୟକ
ଯୋଗେଶ୍ୱର ଜଗନ୍ନାଥ ଜନ ଜୀବନ ଦାୟକ । ୧
ନନ୍ଦିଘୋଷେ ଜଗନ୍ନାଥ ମନ ପତିତପାବନ
ବଳଭଦ୍ର ତାଳଧ୍ୱଜ ସୁଭଦ୍ରା ଦେବଦଳନ ।
କ୍ଷେତ୍ରରାଜ ରାଜେଶ୍ୱରୀ ଦେବୀ ବିମଳା କମଳା
ହରିପ୍ରିୟା ମହାଲକ୍ଷ୍ମୀ ଶ୍ରୀଦେବୀ ସର୍ବମଙ୍ଗଳା । ୨
ଜଗନ୍ନାଥ ମାତାପିତା ମହୀୟାନ୍ ମହାମେରୁ
ସଂଗୀ ସଖା ସହୋଦର ପରମ ଜଗତଗୁରୁ ।
ଗତାଗତ ମୃତାମୃତ ମହାକାଳ ପ୍ରଭାବିତ
ଶୋକାଶୋକେ ସାଧୁସନ୍ଥ ସ୍ମରଣୀୟ ଜଗନ୍ନାଥ । ୩
ଜୟ ଜୟ ଜଗନ୍ନାଥ ଜଗନ୍ନାଥ ହରେ ହରେ
ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ହରେ ହରେ ।
ଅନୁତାପ ପରିତ୍ୟାଗ ହୃଦୟେ ଆନନ୍ଦକନ୍ଦ
ଜଗନ୍ନାଥ ମହାମନ୍ତ୍ର ନିର୍ଝରିଣୀ ମକରନ୍ଦ ।  ୪

ଗୀତ – ୩ (ଧର୍ମକ୍ଷେତ୍ରେ ଜଗନ୍ନାଥ)

ଧର୍ମକ୍ଷେତ୍ରେ ଜଗନ୍ନାଥ ଜନଗଣ ସମବେତ
ନାମ ଧାମ ମହାପୁଣ୍ୟ ଯୁଗେଯୁଗେ ପ୍ରଚାରିତ ।
ଅନନ୍ତ ବ୍ରହ୍ମାଣ୍ଡ ରାଜା ସୂର୍ଯ୍ୟଚନ୍ଦ୍ର ବିଲୋଚନ
ଜଗନ୍ନାଥ ବଳଭଦ୍ର ସହ ଭଦ୍ରା ସୁଦର୍ଶନ । ୧
ଜନ୍ମଜନ୍ମାନ୍ତର ପ୍ରଭୁ ମହୀତଳେ ପ୍ରକାଶିତ
ସର୍ବଜ୍ଞାତ ଜଗନ୍ନାଥ ଅଜ୍ଞ ମାନବ ଜଗତ ।
ମାନବ ନିମିତ ମାତ୍ର ଅପ୍ରମିତ ଜଗନ୍ନାଥ
ଅଶ୍ରେୟ ସଂସାର ମାୟା ସାଧୁସନ୍ଥ ପ୍ରଣିପାତ । ୨
ଦେବଦେବ ଜଗନ୍ନାଥ ସର୍ବଭାବନ ସର୍ବେଶ
ସ୍ୱୟଂ ଆତ୍ମା ପରମାତ୍ମା ଗଣପତି ଗଣାଧୀଶ ।
ଜନଧନ ରାଜ୍ୟ ସୁଖ ସର୍ବ ସର୍ବତ୍ର କ୍ଷଣିକ
ନିତ୍ୟସତ୍ୟ ଜଗନ୍ନାଥ ଆତ୍ମଶକ୍ତି ଉଦ୍ଧାରକ । ୩
ସୁଖଦୁଃଖ ସମଭାବ ଜଗନ୍ନାଥ ସମର୍ପଣ
ଭୟକ୍ରୋଧ ପରିତ୍ୟାଗ ପରିତ୍ରାଣ ନାରାୟଣ ।
ବିଷମ କାଳେ ମୋହିତ ମନୁଜ ମନ ମଗଜ
ଅଖଣ୍ଡ ପ୍ରଣାମ ପ୍ରଭୁ ଜଗନ୍ନାଥ ନାମଭଜ । ୪

ଗୀତ –

ପରମ ପ୍ରଥମ ପ୍ରଭୁ ଜଗନ୍ନାଥ   
ସକଳ ସଂସାର ଆଦି ମଧ୍ୟ ଅନ୍ତ ।
ସ୍ୱୟଂ ପ୍ରକାଶିତ ନିତ୍ୟ ସନାତନ
ଶ୍ରୀମନ୍ଦିର ଶୋଭା ପତିତପାବନ । ୧
ଅଧୀର ଅସ୍ଥିର ଚଳ ନର ମନ
ଅଟଳ ଅଚଳ ଜଗନ୍ନାଥ ଧ୍ୟାନ
ସର୍ବଜୀବ ଈଶ ଜଗତ ଠାକୁର
ମାୟାରୂପୀ ସୃଷ୍ଟି ସକଳ ସଂସାର । ୨
ଜଗତ ପାଳକ ଜଗତ ତାରକ
ତ୍ରିଗୁଣ ବିହାରୀ ଲୋକ ଉଦ୍ଧାରକ ।
ଜଗନ୍ନାଥ ନାମ ଏକା ଏକ ଧର୍ମ
ଭଜନ କୀର୍ତନ ଭକ୍ତ ଜନ କର୍ମ । ୩
ହୃଦୟ କନ୍ଦରେ ଈଶ୍ୱର ଆସ୍ଥାନ
ପ୍ରଭୁରୂପୀ ଆତ୍ମା ଆତ୍ମାରେ ଦର୍ଶନ
ଜନ୍ମମୃତ୍ୟୁ ମୁକ୍ତି ସାଧୁସନ୍ଥ ଜନ
ଜଗନ୍ନାଥ ନାମ ଅଖଣ୍ଡ ଭଜନ । ୪

 ଗୀତ –

ଜଗନ୍ନାଥ ପ୍ରଭୁ ପାଦପଦ୍ମ ରସ
ବ୍ୟାକୁଳ ଜନତା ଆକୁଳ ମହେଶ ।
ଜଗନ୍ନାଥ ନାମ ଅମୃତ ସମାନ
ନାମ ଜପ ମୁକ୍ତି ସଂସାର ବନ୍ଧନ । ୧
ସର୍ବଧର୍ମ ତେଜ ଜଗନ୍ନାଥ ଭଜ
ଚରଣେ ଶରଣ ଭକ୍ତି ଭାବେ ମଜ୍ଜ ।
ବ୍ରହ୍ମା ହର ରୂପ ପ୍ରଭୁ ନରହରି
ଧର୍ମ ସଂସ୍ଥାପନ ଅଧର୍ମ ସଂହାରି । ୨
ଜଗନ୍ନାଥ ପ୍ରଭୁ ସଂସାର ନାୟକ
ପ୍ରକାଶ ଉତ୍ସବ ସର୍ବତ୍ର ଆଲୋକ
ସୂର୍ଯ୍ୟ ଚନ୍ଦ୍ର ତାରା ଆଲୋକିତ ଧରା
କୋଟି ସୂର୍ଯ୍ୟ ସମ ଜଗନ୍ନାଥ ଧାରା । ୩
ଜୟ ଜଗନ୍ନାଥ ଜନ ଲୋକପାଳ
ଜଗତ ଜନକ ଜନନୀ ସକଳ ।
ନଭ ଭୂମି ଜଳ ବ୍ୟାପ୍ତ ଜଗନ୍ନାଥ
ନାମ ସୁମରଣ ଅଖଣ୍ଡ ବିମୁକ୍ତ  । ୪

 ଗୀତ –

ଯୋଗମାୟା ରୂପ ମହାମାୟାତିତ
ଦେବା ଦେବୀ ସର୍ବ ପ୍ରଭୁ ଜଗନ୍ନାଥ ।
ଶୁଦ୍ଧ ଚଇତନ ନିତ୍ୟ ନିରଂଜନ
ସଂକଟ ହରଣ ଜଗତ ପାଳନ  । ୧
ସୂର୍ଯ୍ୟ ଚନ୍ଦ୍ର ତାରା ନକ୍ଷତ୍ର ମଣ୍ଡଳ
ଅଖିଳ ଶୁଦ୍ଧାତ୍ମା ଦେବୀ ଦେବପାଳ ।
ଜୟ ଜଗନ୍ନାଥ ଜଗତ ଆୟତ
ଜଗନ୍ନାଥ ଗୀତ ନିତ୍ୟ ଅବିରତ । ୨
ବିଶ୍ୱମୟ ପ୍ରଭୁ ଅନନ୍ତ ସ୍ୱରୂପ
ଅଷ୍ଟମୂର୍ତିଧର ଧାତା ଗଣାଧିପ
ଜଗନ୍ନାଥ ନାମ ଭୁବନ ମଙ୍ଗଳ
ସୁନ୍ଦର ସୁଶାନ୍ତ ଶୁଭାଙ୍ଗ ଶ୍ୟାମଳ । ୩
ଅରୂପ ସ୍ୱଭାବ ନୀଳ ନିର୍ବିକାର
ଜଗତ ଜନକ ଆୟତ  ସଂସାର
ଭକ୍ତି ଜୟ ଲୟ ଜଗନ୍ନାଥ ପଦ
ଅଖଣ୍ଡ ପ୍ରଣାମ ଅଶେଷ ସମ୍ପଦ । ୪

 ଗୀତ –

ସଂକଟ ଭଂଜନ ଉଦଣ୍ଡ ଗଂଜନ
ଦୁର୍ଜନ ସଂହାର ଧର୍ମ ସଂସ୍ଥାପନ ।
ଭକତ ବିଶ୍ୱାସ ଜଗତ ଜୀବନ
ଭକ୍ତ ପ୍ରାଣ ଧନ ଭକ୍ତ ପରାଧୀନ । ୧
ଜଗନ୍ନାଥ କଥା ସୁଧା ତରଙ୍ଗିଣୀ
ସଂସାର କଷଣ ବିପଦ ତାରିଣୀ ।
ନାମ ଉଚ୍ଚାରଣ ବିଘ୍ନ ନିବାରଣ
ଆନନ୍ଦ ସ୍ୱରୂପ ସ୍ୱୟଂ ନରାୟଣ । ୨
ପରମ ଈଶ୍ୱର ଯୋଗୀ ଯୋଗୀଶ୍ୱର
ମହିମା ଅପାର ଲୋକ ପ୍ରିୟଙ୍କର ।
ପୁଣ୍ୟ ଶ୍ରୀମନ୍ଦିର ପୁଣ୍ୟ ନୀଳାଚଳ
ଜଗନ୍ନାଥ ପୂଜା ସମାଜ ମଙ୍ଗଳ । ୩
ଜଗନ୍ନାଥ ଦେହେ ସର୍ବ ଦେବଦେବୀ
ଅଖଣ୍ଡ ହୃଦୟେ ପ୍ରଭୁ ପ୍ରତିଛବି ।
ବର୍ଣ୍ଣନା କଠିନ ମହାପ୍ରଭୁ ଗୁଣ
ସରଳ ସହଜ ଶ୍ରୀନାମ ସ୍ମରଣ । ୪

ଗୀତ –

ବୁଦ୍ଧ ଅବତାର ବିଶ୍ୱଶାନ୍ତି ହିତ
ରାମ କୃଷ୍ଣ ହରି ପ୍ରଭୁ ଜଗନ୍ନାଥ ।
କଳ୍କୀ ଅବତାର କାଳ ମହାଘୋର
ଧର୍ମ ସଂସ୍ଥାପନ ଅଧର୍ମ ସଂହାର । ୧
ଆଦି ବିଶ୍ୱଗୁରୁ ପ୍ରଭୁ ଜଗନ୍ନାଥ
ସଂସାରେ ମୋହିତ କୋଟି କୋଟି ଭକ୍ତ ।
ଅକ୍ଷୟ ଅବ୍ୟକ୍ତ ଅନାଦି ଅମର
ଅନନ୍ତ ଆନନ୍ଦ ପରମ ଈଶ୍ୱର । ୨
ସ୍ନେହଭାବେ ଭଜ ଜଗନ୍ନାଥ ଗୀତ
ଭକ୍ତ କବଳିତ ପ୍ରଭୁ ଜଗନ୍ନାଥ
ଜଗତ ବାନ୍ଧବ ଶ୍ରୀରାମ ମାଧବ
ଅଖଣ୍ଡ ପ୍ରଣାମ ଶ୍ରୀକୃଷ୍ଣ କେଶବ । ୩
ବିଶ୍ୱଆତ୍ମା ପ୍ରଭୁ ଜଗନ୍ନାଥ ବ୍ରହ୍ମ
କୋଟି ତୀର୍ଥ ସମ ନୀଳାଚଳ ଧାମ ।
ଜଗନ୍ନାଥ ଭୃତ୍ୟ ଅଖଣ୍ଡ ଅଧମ
ଜଗନ୍ନାଥ ନାମ ଶତତ ପ୍ରଣାମ । ୪

ଗୀତ –

ଜଗନ୍ନାଥ ଆତ୍ମା ମହାତପ ଧନ
ତପ ଶକ୍ତି ବଳ ଜଗତ ପାଳନ ।
ପରମ ମଙ୍ଗଳ ପରମ ଆନନ୍ଦ
ଭଗତ ସହିତ ମଧୁମୟ ଛନ୍ଦ । ୧
ଜଗନ୍ନାଥ ଭକ୍ତ ଶତ୍ରୁମିତ୍ର ସମ
ସମଦୃଷ୍ଟି ଭାବ ଜଗନ୍ନାଥ ନାମ ।
ଦିବାରାତ୍ର ସମ ସୁଖ ଦୁଃଖ ଭାବ
ଜଗନ୍ନାଥ ନାମେ ମୋକ୍ଷପଥେ ଜୀବ । ୨
ସାଧୁଜନ ଗତି ସ୍ୱଧର୍ମ ଭକତି
ସ୍ୱଧର୍ମ ସାଧନ ବିଶ୍ୱ ସୁଖ ଶାନ୍ତି ।
ସମ ସାମ୍ୟରୂପ ପ୍ରଭୁ ଜଗନ୍ନାଥ
ଧରା ଧର୍ମପାଳ ସଦା ଲୋକହିତ । ୩
ଆନନ୍ଦ ବଜାର ସମତା ପ୍ରଚାର
ବର୍ଣ୍ଣ ଧର୍ମ କର୍ମ ସର୍ବ ଏକାକାର
ଜଗନ୍ନାଥ ନାମ ଶ୍ରୀ ମହାପ୍ରସାଦ
ଅଖଣ୍ଡ ଆନନ୍ଦ ଶ୍ରଦ୍ଧା ପଦ୍ମପାଦ । ୪

ଗୀତ – ୧୦

ଜଗନ୍ନାଥ ପ୍ରଭୁ ପରମ ମଙ୍ଗଳ
ପରମ ଆନନ୍ଦ ଆଦି ସୁଖ ମୂଳ ।
ସ୍ୱୟଂ ଭଗବାନ ଶ୍ରୀକ୍ଷେତ୍ରେ ପ୍ରକଟ
ଲୋକ ସଙ୍ଗେ ଲୋକ ଶ୍ରୀମନ୍ଦିରେ ନାଟ । ୧
ନମୋ ଭଗବତେ ଜଗନ୍ନାଥ ନାମ
ଓଁକାର ସ୍ୱରୂପ ପ୍ରଭୁ ଆତ୍ମାରାମ ।
ଜଗନ୍ନାଥ ଗୀତ ଅମୃତ ଭଣ୍ଡାର
ଅଜ୍ଞାତ ଅଚେତ କେବଳ ପାମର । ୨
ଆଦି ମଧ୍ୟ ଅନ୍ତ ପ୍ରଭୁ ଜଗନ୍ନାଥ
ଅଶେଷ ଅପାର ଶ୍ରୀହରି ଅନନ୍ତ ।
କୋଣ ଅନୁକୋଣେ ପ୍ରଭୁ ଶୂନ୍ୟବ୍ୟାପୀ
ଅବ୍ୟୟ ଅକ୍ଷୟ ଆତ୍ମତନ୍ତ୍ର ରୂପୀ । ୩
ସକଳ ଶୁଦ୍ଧାତ୍ମା ପ୍ରଭୁ ଜଗନ୍ନାଥ
ଚରଣ ଶରଣ ଅଖଣ୍ଡ ଅନନ୍ତ ।
ନାମ ସୁମିରଣ ଅରିଷ୍ଟ ଖଣ୍ଡନ
ସର୍ବଜୀବ ହିତେ ପ୍ରଭୁ ନାରାୟଣ । ୪

ଗୀତ – ୧୧

ଈଶ୍ୱର ଶରୀର ଶବ୍ଦବ୍ରହ୍ମ ରୂପ
ସ୍ୱଭାବେ ଅବ୍ୟକ୍ତ ବ୍ୟକ୍ତ ଅପରୂପ ।
ଜଗନ୍ନାଥ ଗର୍ଭେ ବ୍ରହ୍ମାଣ୍ଡ ମଣ୍ଡଳ
ସମୁଦ୍ର ପର୍ବତ ଲୀନ ଲୋମମୂଳ । ୧
ବିଶ୍ୱ ଉଦ୍ଭାବନ ବିଶ୍ୱରୂପ ଧର
ଅନାଦି ଅଖଣ୍ଡ ଅନନ୍ତ ଈଶ୍ୱର ।
ଜଗନ୍ନାଥ ନାମ ଅନ୍ତକାଳେ ସ୍ମର
ମନନ ସ୍ମରଣ ମୋକ୍ଷପ୍ରାପ୍ତି ଦ୍ୱାର । ୨
ଈୃଶ୍ୱର ମହିମା ବିଶ୍ୱ ଦୃଶ୍ୟମାନ
ଜୟ ଜଗନ୍ନାଥ ଯୋଜନ ଯୋଜନ ।
ବିଚିତ୍ର ସ୍ୱରୂପ ବୈକୁଣ୍ଠ ନିବାସୀ
ହୃଦୟ ସ୍ପନ୍ଦନ ପ୍ରଭୁ ବ୍ରହ୍ମରାଶି । ୩
ଜଗନ୍ନାଥ ଭକ୍ତି ରସାମୃତ ପ୍ରାପ୍ତି
ପରମ ଆନନ୍ଦ ପ୍ରଭୁ ମହାଶକ୍ତି ।
ସର୍ବପ୍ରାଣୀ ହିତେ ରତ ଜଗନ୍ନାଥ
ଅଖଣ୍ଡ ଭକତ ଚିତ ଅବିରତ । ୪
 ଗୀତ – ୧୨
ସର୍ବଭୂତେ ସମ ଭାବ ଦୃଶ୍ୟମାନ
ଅସଲ ଭଗତ ଭାବେ ଭଗବାନ ।
ଶାନ୍ତି ମୈତ୍ରୀ ଭାବ ସଦା ଅନୁଭବ
ନାମ ଜଗନ୍ନାଥ ଶ୍ରୀରାମ ମାଧବ । ୧
ଦେଶକାଳପାତ୍ର ପ୍ରଭୁ ଜଗନ୍ନାଥ
କୋଟି ତୀର୍ଥ ପଦ ଅନନ୍ତ ଅଚ୍ୟୁତ ।
ବାୟୁ ଅଗ୍ନିରୂପ ଅଥଳ ସାଗର
ଭକ୍ତ ପ୍ରାଣ ଧନ ସଂସାର ଠାକୁର । ୨
ବ୍ରହ୍ନା ରୁଦ୍ର ଇନ୍ଦ୍ର ଦେବତା ସମସ୍ତ
ଜଗନ୍ନାଥ ଧ୍ୟାନ ନିତ୍ୟ ଅବିରତ ।
ଶ୍ରୀହରି ଚରଣେ ସର୍ବତୀର୍ଥ ସ୍ଥାନ
ପବିତ୍ର ଶ୍ରୀକ୍ଷେତ୍ର ବିଶ୍ୱ ମହୀୟାନ । ୩
ଏକରୂପୀ ଏକ ପ୍ରଭୁ ଜଗନ୍ନାଥ
ମହୀଧର ରୂପ ତପମୂର୍ତୀ ଶାନ୍ତ ।
ଦେବୀଦେବ ଗଣ ଈଶ୍ୱର ବିଭୂତି
ପାଦ ପଦ୍ମ ଚିନ୍ତି ଅଖଣ୍ଡ ସୁମତି । ୪

ଗୀତ – ୧୩

ଜଗନ୍ନାଥ ନାମ ଜଗତେ ସୁଲଭ
ଶ୍ରବଣ କୀର୍ତନ ଫଳ ସର୍ବଶୁଭ ।
ନାମ ଶକ୍ତି ନାମ ଭକ୍ତି ନାମାମୃତ
ଜଗତେ କେବଳ ଜଗନ୍ନାଥ ସତ୍ୟ । ୧
ପ୍ରଭୁ ଜଗନ୍ନାଥ ଧର୍ମଜ୍ଞାନୀ ସାର
ସୁଧର୍ମ ପାଳନ ଜନ ଉପକାର ।
ବିଶ୍ୱ ନେତା ସ୍ୱୟଂ ପ୍ରଭୁ ଜଗନ୍ନାଥ
ଜଗତ ଜୀବନ ଯୋଗ ଜନହିତ । ୨
ଅଗଣିତ ନାମ ପ୍ରଭୁ ଜଗନ୍ନାଥ
ନାମରୂପ ଧ୍ୟାନ କୋଟି ସାଧୁସନ୍ଥ ।
ସତ୍ୟବ୍ରହ୍ମ ସତ୍ୟ ନିତ୍ୟ ସନାତନ
ସୂର୍ଯ୍ୟ ନାରାୟଣ କମଳଲୋଚନ ।୩
ଶଂଖଚକ୍ର ଧର ନମୋ ଜଗନ୍ନାଥ
ନମୋ ନାରାୟଣ ନମୋ ଭଗବତ ।
ଈଶ୍ୱର ଦର୍ଶନ ଭଜନ କୀର୍ତନ
ଭକ୍ତିଭାବ ପୂର୍ଣ୍ଣ ଅଖଣ୍ଡ ଜୀବନ । ୪

ଗୀତ – ୧୪

ପ୍ରଜାପାଳ ଧର୍ମ ପ୍ରଜାପ୍ରିୟ ରାଜା
ରତ୍ନ ସିଂହାସନେ ଯୁଗେ ଯୁଗେ ପୂଜା ।
ପ୍ରଭୁ ଜଗନ୍ନାଥ ଭକ୍ତିଭାବେ ତୋଷ
ପ୍ରଜାବନ୍ଧୁ ଭକ୍ତ ସଂସାର ସନ୍ତୋଷ । ୧
ଶ୍ରୀମନ୍ଦିରରେ ରାଜା ସର୍ବଲୋକ ପ୍ରଜା
ଭାଇ ବଳଭଦ୍ର ସୁଭଦ୍ରା ଅନୁଜା ।
ମହା ଧର୍ମପାଳ ଅଧର୍ମ ବିନାଶ
ପରମ ଦୟାଳୁ ପରମ ବିଶ୍ୱାସ । ୨
ଶ୍ରୀପତି ଭୂପତି ପ୍ରଭୁ ମହୀପତି
ଜଗନ୍ନାଥ ନାମେ ଭକ୍ତଜନ ମତି ।
ହୃଦୟ ସ୍ପନ୍ଦନ ଭକ୍ତ ଚିତହାରୀ
ନୀଳାଦ୍ରି ନିବାସୀ ଜନ ହିତକାରୀ । ୩
ଆତ୍ମତନ୍ତ୍ର ପ୍ରଭୁ ଆତ୍ମାପାଳ ନାମ
ସଂସାରେ ଶୁଦ୍ଧାତ୍ମା ଅଖଣ୍ଡ ପ୍ରଣାମ ।
ଧର୍ମ ଆଚରଣ ସୁକର୍ମ କାରଣ
ନାମ ଜଗନ୍ନାଥ ସଦା ପରାୟଣ । ୪
ଗୀତ – ୧୫
ଜୀବ ଜୀବଦାତା ଜଗତ ବିଧାତା
ଜୟ ଜଗନ୍ନାଥ ଆଦି ପିତାମାତା
ଧରଣୀ ଆକାଶ କୋଣ ଅନୁକୋଣ
ବସୁନ୍ଧରା ହିତେ ପୂର୍ଣ୍ଣ ନାରାୟଣ । ୧
ସାଧୁସନ୍ଥ ଜନ ଭକ୍ତ ମୁନିଗଣ
ପ୍ରଭୁ ଜଗନ୍ନାଥ ସଦା ପାରାୟଣ ।
ଭକ୍ତି ଭକ୍ତିପଥ କଲ୍ୟାଣ କାରକ
ଅଭକ୍ତି ଅଶ୍ରଦ୍ଧା ସଂସାର ନରକ । ୨
ପ୍ରଭୁ ଜଗନ୍ନାଥ ସୁଖ ଦୁଖ ଦାତା
ଧନୀ ଧନଦାତା ବଳୀ ବଳବନ୍ତା ।
ମନ ବୁଦ୍ଧି କର୍ତା ମହା ମାୟାଧର
ଖେଳ ଘର ସମ ସକଳ ସଂସାର । ୩
ସ୍ୱଭାବେ ଅଜନ୍ମା ଅବ୍ୟୟ ଅକ୍ଷୟ
ପ୍ରଭୁ ଜଗନ୍ନାଥ କାଳେ କାଳେ ଜୟ ।
ଯୁଗେ ଯୁଗେ ଜନ୍ମ ମାୟାରୂପ ଧାରୀ
ଅଖଣ୍ଡ ପ୍ରଣାମ ରାମ କୃଷ୍ଣ ହରି । ୪
ଗୀତ – ୧୬
ଗୃହସ୍ଥ ଆଶ୍ରମ ଧର୍ମ ମଧ୍ୟେ ସାର
ଶ୍ରୀମନ୍ଦିର ବିଜେ ଜଗତ ଠାକୁର ।
ବଳଭଦ୍ର ଭଦ୍ରା ଦେବୀ ମହାଲକ୍ଷ୍ମୀ
ବିମଳା କମଳା ନମସ୍ତେ ନମାମି । ୧
ଜଗନ୍ନାଥ ପ୍ରାପ୍ତି ଜଗନ୍ନାଥ ନାମ
ନିଜ ଧର୍ମ ନିତ୍ୟ ଭଜ ଶ୍ରୀଉତମ ।
ଅବିଦ୍ୟା ଅକର୍ମ ପରିତ୍ୟାଗ ସଦା
ଚରଣ ଶରଣ ସହଭକ୍ତି ଶ୍ରଦ୍ଧା । ୨
ସାଧୁ ଆଚରଣ ଶ୍ରଦ୍ଧା ଅବିରତ
ନାମ ଜଗନ୍ନାଥ ପଥ ଅନୁସୃତ ।
ଭାବ ମତିଗତି ଈଶ୍ୱର ଶରଣ
ପୁଣ୍ୟ ଯଶ କୀର୍ତି ପାପ ନିବାରଣ । ୩
ସାଧୁସନ୍ଥ ଜନ ଜଗନ୍ନାଥ ସଙ୍ଗ
ହରିନାମେ ପାର ସଂସାର ତରଙ୍ଗ ।
ମହାସାଧୁ ବାଣୀ ଜଗନ୍ନାଥ ନାମ
ଆଶ୍ରିତ ଅଖଣ୍ଡ ସହସ୍ର ପ୍ରଣାମ । ୪
ଗୀତ –୧୭
ତିନି ଲୋକନାଥ ଅବ୍ୟକ୍ତ ଅନନ୍ତ
ଜୟ ଜଗନ୍ନାଥ ପ୍ରଭୁ ଲକ୍ଷ୍ମୀକାନ୍ତ ।
ଭକତ ମଣ୍ଡନ ଭକତ ସହିତ
ଭକ୍ତ ସହ ରାସ ନିତ୍ୟ ନିୟମିତ । ୧
ପିତା ଜଗନ୍ନାଥ ପୁତ୍ର ଲୋକହିତ
ବାତ୍ସଲ୍ୟ ମମତା ସ୍ନେହ ଅବିରତ ।
ଲାଳନ ପାଳନ ପ୍ରେମ ଆଜୀବନ
ସୁଖଦୁଃଖ ସାଥୀ ପ୍ରଭୁ ଭଗବାନ । ୨
ସଂସାର ନିୟମ ଅଧର୍ମ ବିନାଶ
ଜଗନ୍ନାଥ ଧର୍ମ ଅନନ୍ତ ଅଶେଷ ।
ଅବ୍ୟୟ ଅକ୍ଷୟ ପ୍ରଭୁ ଅବିନାଶୀ
ନିତ୍ୟ ସନାତନ ନୀଳାଦ୍ରି ନିବାସୀ । ୩
ଜଗନ୍ନାଥ ନାମ ନିତ୍ୟ ମନ ଧ୍ୟାନ
ସଂସାରେ ସୁଖ୍ୟାତ ସଦା ଶ୍ରେଷ୍ଠଧନ ।
ନାମ ସଂକୀର୍ତନ ଜଗତ ମଙ୍ଗଳ
ଅଖଣ୍ଡ ନୟନେ ଭକ୍ତି ଅଶ୍ରୁଜଳ । ୪
ଗୀତ – ୧୮
ଜଗନ୍ନାଥ କୃପା ଭୟ ଭ୍ରାନ୍ତି ଦୂର
ଜଗନ୍ନାଥମୟ ସକଳ ସଂସାର ।
ଭଗତ ନୟନେ ଭକ୍ତି ଅଶ୍ରୁଜଳ
ହୃଦୟ କନ୍ଦରେ ସ୍ଥିତ ଲୋକପାଳ । ୧
ଇନ୍ଦ୍ରିୟ ଶରୀର ଆତ୍ମା ଅଧୀଶ୍ୱର
ଆକୃତି ପ୍ରକୃତି ଅଦୃଶ୍ୟ ଅମର ।
ଆତ୍ମାରାମ ରୂପ ପ୍ରଭୁ ଜଗନ୍ନାଥ
ଶ୍ରୀନାମ ସ୍ମରଣ ଆତ୍ମାମୋକ୍ଷ ମୁକ୍ତ । ୨
ସକଳ ସର୍ବସ୍ୱ ପ୍ରଭୁ ସର୍ବରୂପ
ବିଶ୍ୱରୂପଧର ବ୍ରହ୍ମାଣ୍ଡ ସ୍ୱରୂପ ।
ପ୍ରଭୁ ଜଗନ୍ନାଥ ସର୍ବନାମ ହରି
ଶ୍ରୀରାମ ମାଧବ ମୁକୁନ୍ଦ ମୁରାରୀ ।୩
ଜଗନ୍ନାଥ ଗୀତ ଶୁଭ ସୁମଧୁର
କଲ୍ୟାଣ କାରକ ଶାଶ୍ୱତ ସୁନ୍ଦର ।
ସୁମଙ୍ଗଳ ଗୀତ ସଦା ଭକ୍ତ ପ୍ରିୟ
ଅଖଣ୍ଡ ସ୍ମରଣ ଦୂର ଦୁଃଖ ଭୟ । ୪
ଗୀତ – ୧୯
ସ୍ୱତନ୍ତ୍ର ପ୍ରଭାବ ପ୍ରଭୁ ଜଗନ୍ନାଥ
ଗୃହସ୍ଥ ଆଶ୍ରମ ଗୁଣ ଆଚରିତ ।
ମୂଳ ଧର୍ମ କର୍ମ ସଂସାର ଆୟତ
ଯୋଗେଶ୍ୱର କୃପା ମାନବ ଚରିତ । ୧
ଦେହ ମନ ଚିତ ପୂର୍ଣ୍ଣ ଜଗନ୍ନାଥ
ଶୁଭ ଆଶୀର୍ବାଦ ସର୍ବଦା ପ୍ରଦତ ।
ଯଶ ବାଣୀ ଗୁଣ ନାମ ଗୁଂଜରିତ
ଆବଶ୍ୟକ କର୍ଣ୍ଣର୍ ସହସ୍ର ଅୟୁତ । ୨
କୋଟି କୋଟି ଶକ୍ତି କୋଟି ଜନମତ
ଜଗନ୍ନାଥ ତତ୍ୱ ବିଶ୍ୱ ସମାହିତ ।
ଆଦିମୂଳ ଧର୍ମ ଜଗନ୍ନାଥ ବ୍ରହ୍ମ
ପୁଣ୍ୟ ବୀଜମନ୍ତ୍ର ଜଗନ୍ନାଥ ନାମ । ୩
ନିତ୍ୟ ନିତ୍ୟ ଭଜ ନାମ ଜଗନ୍ନାଥ
ସଙ୍ଗୀ ସୁରହରି ପୁଣ୍ୟବନ୍ତ ଭକ୍ତ ।
ନାମ ଧ୍ୟାନ ଗୁଣ ପ୍ରାପ୍ତି ସୁଖଧାମ
ନାମ ଆଶୀର୍ବାଦ ଅଖଣ୍ଡ ଅଧମ । ୪
ଗୀତ – ୨୦
ସାଧୁ ମହାଜ୍ଞାନୀ ଅସାଧୁ ଅଜ୍ଞାନ
ଜଗନ୍ନାଥ ପାଶେ ସମ ଗୁଣାଗୁଣ ।
ଜଗନ୍ନାଥ ଭକ୍ତି ଭାବ ଅନୁଭବ
ଭଜନ କୀର୍ତନ ଆନନ୍ଦ ମାନବ । ୧
କଇବଲ୍ୟ ନାଥ ଭକ୍ତପ୍ରାଣ ଚିତ
ଜଗନ୍ନାଥ ନାମ ପୁଣ୍ୟ କଥାମୃତ ।
ଜୀବନ ଦର୍ଶନ ଏକ ନାମ ଜ୍ଞାନ
ସିଦ୍ଧି ମୁକ୍ତି ମାର୍ଗ ଦିବ୍ୟ ପ୍ରୟୋଜନ । ୨
ଜଗନ୍ନାଥ ରୂପ ଜଗନ୍ନାଥ ନାମ
ମହିମା ଅସୀମ ଜଗନ୍ନାଥ ଧାମ ।
ପୂଜା ଉପଚାର ମହାଯଜ୍ଞ ଧ୍ୟାନ
ସରସ ସୁନ୍ଦର ଶ୍ରୀନାମ ଭଜନ । ୩
ନମୋ ନାରାୟଣ ନମୋ ଜଗନ୍ନାଥ
ନମୋ ବାସୁଦେବ ନମୋ ଭଗବତ ।
ନମନ ଶତତ ନାମ ଜଗନ୍ନାଥ
ଅଖଣ୍ଡ ପ୍ରଣାମ ହରି ପଦେ ଚିତ । ୪
ଗୀତ – ୨୧
ମହାପ୍ରଭୁ କୃପା ଅଭିଯାନ ଜ୍ଞାନ
ବ୍ରହ୍ମାଶିବ ନିତି ପୂଜେ ଭଗବାନ ।
ଭକ୍ତି ବଇରାଗ ଭକତ ସମୀପ
ଠାକୁର ଦର୍ଶନ ମହାନାମ ଜପ । ୧
ସୁରଙ୍ଗ ସୁନ୍ଦର ରତ୍ନ ସିଂହାସନ
ହସିତ ବଦନ କମଳଲୋଚନ ।
କୋଟି ସୂର୍ଯ୍ୟ ଚନ୍ଦ୍ର ସମାନ ପ୍ରକାଶ
ସୁରଙ୍ଗ ଅଧରେ ମନ୍ଦ ମନ୍ଦ ହସ । ୨
ଲକ୍ଷ୍ମୀନାରାୟଣ ଦେବ ଜଗନ୍ନାଥ
ଦେବ ପ୍ରିୟଙ୍କର ଶ୍ୟାମଳ ସୁଶାନ୍ତ ।
ଧର୍ମ ଅବତାର ଶ୍ରୀନାଥ ସୁନ୍ଦର
ପାପ ତାପ ହର ହରି ନାମ ସ୍ମର । ୩
ସଦଗୁରୁ ପ୍ରଭୁ ମମ ପ୍ରାଣପ୍ରିୟ
ବିଶ୍ୱ ଦୃଶ୍ୟମାନ ଜଗନ୍ନାଥମୟ ।
ଜଗନ୍ନାଥ ନାମ ଦେବ ପ୍ରିୟଙ୍କର
ଅଖଣ୍ଡ ପ୍ରଣାମ ଜଗତ ଈଶ୍ୱର । ୪
ଗୀତ – ୨୨
କାଳରୂପୀ ପ୍ରଭୁ ସର୍ବକାଳେ ସ୍ଥିତ
ଜ୍ଞାନ ପରାଜ୍ଞାନ ସମସ୍ତ ପରାସ୍ତ ।
ଜଗନ୍ନାଥ ଏକ ଆତ୍ମାଜ୍ଞାନ ନିଧି
ଗୁଣ ସୀମାତୀତ ଅସୀମ ପରିଧି । ୧
ଅନ୍ୟ ଆଲୋଚନା ସଦା ପରିହର
ଶୁଦ୍ଧ ଆତ୍ମା ରୂପେ ଭଜ ସୁରେଶ୍ୱର ।
ସର୍ବ ସମର୍ପଣ ପ୍ରଭୁ ନାରାୟଣ
କାମନା ବାସନା ପାପ ବିନାଶନ । ୨
ପ୍ରଭୁ କୃପାକର କଳ୍କୀ ରୂପଧର
ପାପ କ୍ଷୟକର ଅଧର୍ମ ସଂହାର ।
ଜଗନ୍ନାଥ ନାମ ବିଶ୍ୱ ମୂଳାଧାର
ସୁଶୀତଳ ଶଶୀ ଜ୍ୟୋତି ଦିବାକର । ୩
ଚନ୍ଦନ ଚର୍ଚ୍ଚିତ ପ୍ରଭୁ ଜଗନ୍ନାଥ
ରୂପ ମନୋହର ଅଖଣ୍ଡ ମୋହିତ ।
ଶ୍ରୀରଙ୍ଗ ଅଧର ମଧୁର ସୁନ୍ଦର
କମଳଲୋଚନ ମନ ମୁଗ୍ଧକର । ୪
ଗୀତ – ୨୩
ପରମ ଈଶ୍ୱର ପ୍ରଭୁ ଲୋକପାଳ
ଜଗନ୍ନାଥ ଦାତା ସର୍ବ କର୍ମଫଳ ।
ଆତ୍ମାଜ୍ଞାନ ଘନ ଶ୍ରୀରାମ ମାଧବ
ଗୃହସ୍ଥ ଆଶ୍ରମେ ଜଗନ୍ନାଥ ଭାବ । ୧
ଦେଶକାଳ ପାତ୍ର ଶ୍ରୀପତି ସର୍ବତ୍ର
ପ୍ରଭୁ ଜଗନ୍ନାଥ ସ୍ଥିତ ଅତ୍ରତତ୍ର ।
ଏକ ରୂପ ପ୍ରଭୁ ସ୍ୱୟଂ ଅବତାରୀ
ଅଷ୍ଟମୂର୍ତିଧର ଶ୍ରୀଧର ଶ୍ରୀହରି । ୨
ଭକ୍ତ ଇଷ୍ଟ ଧନ ଭକତ ଜୀବନ
ପ୍ରଭୁ ଜଗନ୍ନାଥ ଭକ୍ତ ପରାଧୀନ ।
ଭକ୍ତ ପ୍ରିୟ ନାଥ ଭକତ ବଲ୍ଲଭ
ଭକ୍ତ ହିତେ ରତ ପ୍ରଭୁ ପଦ୍ମନାଭ । ୩
ଲୋକହିତେ ଉଭା ପ୍ରଭୁ ଜଗନ୍ନାଥ
ଅବତାରୀ ପ୍ରଭୁ ଅବତାର ନିତ୍ୟ ।
ପୁଣ୍ୟ ଯଶ ଧନ ଜଗନ୍ନାଥ କଥା
ଅଖଣ୍ଡ ପ୍ରଣାମ ଆହେ ମୋକ୍ଷଦାତା । ୪
 ଗୀତ – ୨୪
ମିଥ୍ୟା ମାୟା ମୋହେ ଧର୍ମ ସର୍ବନାଶ
ସ୍ମୃତିଶକ୍ତି ଧ୍ୱଂସ ଜ୍ଞାନ ଅପ୍ରକାଶ ।
ଜଗନ୍ନାଥ ନାମ ଆତ୍ମ ବ୍ରହ୍ମଜ୍ଞାନ
ଦିବ୍ୟ ଜ୍ଞାନ ପ୍ରାପ୍ତି ଜ୍ଞାନ ହୀନ ଜନ । ୧
ସ୍ୱଧର୍ମ ସହିତ ଲୋକ ସ୍ୱର୍ଗବାସ
ଅଧର୍ମ ଆଶ୍ରୟ ନରକ ପ୍ରବେଶ ।
ଆଦିମୂଳ ଧର୍ମ ପ୍ରଭୁ ଜଗନ୍ନାଥ
ବିଧର୍ମ ବିକାର ପରିତ୍ୟାଗ ନିତ୍ୟ । ୨
ଧର୍ମ ଅବକ୍ଷୟ ଅଧର୍ମ ଶାସନ
ପ୍ରଭୁ ଅବତାର ଧର୍ମ ସଂସ୍ଥାପନ ।
ଧର୍ମକ୍ଷୟ କାଳେ ଅଧର୍ମ ଉଦୟ
ଜଗନ୍ନାଥ ଲୀଳା ସତ୍ୟଧର୍ମ ଜୟ । ୩
ଜଗତ ଆଲୋକ ମହାଜ୍ୟୋତି  ଛାୟା
ସଂସାର ଚଂଚଳ ମହାପ୍ରଭୁ ମାୟା ।
ପ୍ରଭୁ ଜଗନ୍ନାଥ ଗୁରୁ ଧର୍ମ ଦୀକ୍ଷା
ଅଖଣ୍ଡ ପ୍ରଣାମ ଅନୁଭବ ଭିକ୍ଷା । ୪
 ଗୀତ – ୨୫
କାଳରୂପୀ ପ୍ରଭୁ ଦେବ ଜଗନ୍ନାଥ
ମାୟାବଳେ ଚଳେ ସକଳ ଜଗତ ।
ଜୀବନ ଆଦର୍ଶ ସୃଷ୍ଟି ଧର୍ମ କର୍ମ
କଳ୍ପିତ ସଂସାରେ ଗୃହସ୍ଥ ଆଶ୍ରମ । ୧
ଅଧ  ଊର୍ଦ୍ଧେ୍ୱ ପୂର୍ଣ୍ଣ ସର୍ବତ୍ର ମୁରାରୀ
ଶରୀର ଚେତନା ଆତ୍ମାରୂପ ଧାରୀ ।
ଚରାଚର ସୃଷ୍ଟି ଆତ୍ମା ଜଗନ୍ନାଥ
ଅଖିଳ ଜଗତ ଈଶ୍ୱର ଆୟତ । ୨
ପ୍ରାଣୀ ଦୁଃଖେ ଦୁଃଖୀ ଜଗନ୍ନାଥ ଭକ୍ତ
ଲୋକ ଉପକାର ସଦା ଧ୍ୟାନ ଚିତ ।
ପ୍ରଭୁ ଦୟାମୟ ଆହେ ଦୀନବନ୍ଧୁ
ଦୟାନିଧି ମୂର୍ତୀ ପ୍ରଭୁ କୃପାସିନ୍ଧୁ । ୩
ମାନବ ଜୀବନ ପୁଣ୍ୟ ଯଶ କୀର୍ତି
ଅଧର୍ମ ଅକର୍ମ ମହା ଆତ୍ମଘାତୀ ।
ପ୍ରଭୁ ମହାଧର୍ମା ଦୁଃଖ ସୁଖ ସାଥୀ
ଅଖଣ୍ଡ ସ୍ମରଣ ଧର୍ମ ମହାଜ୍ୟୋତି । ୪
ଗୀତ – ୨୬
ସର୍ବଘଟେ ବାସ ପ୍ରଭୁ ଶ୍ରୀନିବାସ
ଅନନ୍ତ ବିଭୂତି ଅଶେଷ ପ୍ରକାଶ ।
ଜଗନ୍ନାଥ ନାମ ଜନ ଶ୍ରେୟକର୍ମ
ଅସାର ସଂସାରେ ନାମ ଲୋକଧର୍ମ । ୧
ଜୀବନ ସହିତ ମରଣ ନିଶ୍ଚିତ
ଜନ୍ମ ମୃତ୍ୟୁ ଦାତା ପ୍ରଭୁ ଜଗନ୍ନାଥ ।
ମହାକାଳ ରୂପ କାଳ ନିୟନ୍ତ୍ରକ
ସଂସାର ନାୟକ ଭକ୍ତି ପ୍ରଦାୟକ । ୨
ମଣିଷ ଜୀବନ ଦୁଃଖସୁଖ ଘର
ଜଗନ୍ନାଥ ନାମ ଭଜ ନିରନ୍ତର ।
ନିରନ୍ତର ଭକ୍ତି ଭଗବାନ ପ୍ରୀତି
ଭକ୍ତ ଅନୁଭବ ପ୍ରଭୁ ଶାନ୍ତମୂର୍ତି । ୩
ଆତ୍ମାଜ୍ଞାନ ଅର୍ଥ ପ୍ରଭୁ ଜଗନ୍ନାଥ
ଆତ୍ମଯୋନି ସୃଷ୍ଟ ସକଳ ଜଗତ ।
ଜଗନ୍ନାଥ ଗୀତ ଅଶେଷ ଅନନ୍ତ
ଅଖଣ୍ଡ ପ୍ରଣାମ ଅମୃତ ଚରିତ । ୪
ଗୀତ – ୨୭
ଜଗନ୍ନାଥ କଥା ଗୀତ ଗୁଣ ଗାଥା
ମହୀତଳେ ସାର ଶ୍ରୋତା ଭକ୍ତ ବକ୍ତା ।
ଅଶେଷ ଯନ୍ତ୍ରଣା ସଂସାର କଷଣ
ଅନାୟାସେ ତ୍ରାହି ପ୍ରଭୁ ନାରାୟଣ । ୧
ଏକ ଭାବେ ଭଜ ପ୍ରଭୁ ଜଗନ୍ନାଥ
ସଂସାର ସାଗର ନିସ୍ତାର ନିଶ୍ଚିତ ।
କର୍ମ ଫଳାଫଳ ସୁଖ ଉପଭୋଗ
ପ୍ରଭୁ ନାମଯୋଗ ଅହଂକାର ତ୍ୟାଗ । ୨
ଜଗନ୍ନାଥ ମାୟା ସକଳ ଜଗତ
ପ୍ରଭୁ ଆଶୀର୍ବାଦ ସଂସାର ନିର୍ମିିତ ।
ସଂସାରେ ମାନବ ସର୍ବଶ୍ରେଷ୍ଠ ଭକ୍ତ
ଚକିତ ମୋହିତ ପ୍ରଭୁ ଜଗନ୍ନାଥ । ୩
ଈଶ୍ୱର ଅନନ୍ତ ଆଦି ମଧ୍ୟ ଅନ୍ତ
ଶାସନ ଅଧୀନ ସହସ୍ର ଜଗତ ।
ଜଗନ୍ନାଥ ପ୍ରଭୁ ସଦା ପ୍ରିୟଙ୍କର
ଭକତ ଅଖଣ୍ଡ କୋଟି ନମସ୍କାର । ୪
ଗୀତ – ୨୮
ଜଗନ୍ନାଥ ବ୍ରହ୍ମ ନିର୍ଗୁଣ ନିର୍ମଳ
ସର୍ବବ୍ୟାପୀ ପ୍ରଭୁ ଅଖଣ୍ଡ ମଣ୍ଡଳ ।
ଶ୍ରଦ୍ଧା ଶୁ୍ଦ୍ଧାଚାର ଆହାର ବିହାର
ଜଗନ୍ନାଥ ନାମ ଜଗତ ସଂସ୍କାର । ୧
ପରମ ଆନନ୍ଦ ମଙ୍ଗଳ ମଧୁର
ଲଳିତ ନୟନ ଶ୍ରୀଅଙ୍ଗ ସୁନ୍ଦର ।
ମହା ଦାରୁବ୍ରହ୍ମ କୃଷ୍ଣ କଳେବର
ପ୍ରଭୁ ଜଗନ୍ନାଥ ଦେବ ପ୍ରିୟଙ୍କର । ୨
ସର୍ବଧର୍ମ ତ୍ୟାଗ ଜଗନ୍ନାଥ ଭାବ
ହୃଦୟ ସମ୍ରାଟ ଶ୍ରୀରାମ ମାଧବ ।
ଦେବ ଅଧିଦେବ ସର୍ବ ଦେବରୂପ
ବ୍ରହ୍ମା ରୁଦ୍ର ଇନ୍ଦ୍ର ନାମ ଜପ ତପ । ୩
ତଳ ମହୀତଳ ଅତଳ ପାତାଳ
ଜଗନ୍ନାଥ ଦେହେ ଅନନ୍ତ ମଣ୍ଡଳ ।
ଅଦୃଶ୍ୟ ଅରୂପ ଦୃଶ୍ୟ ମହାରୂପ
ଭକତ ଅଖଣ୍ଡ ମହାନାମ ଜପ । ୪
ଗୀତ – ୨୯
ଦଳିତ ପତିତ ପ୍ରିୟ ଜଗନ୍ନାଥ
ପତିତପାବନ ସ୍ୱଭାବ ଚିତ୍ରିତ ।
ଜଗନ୍ନାଥ ଜନ ଲୋକସେବା ଧର୍ମ
ଜଗତ ସଂସ୍କାର ସରଳ ସୁକର୍ମ । ୧
ଜୀବ ମହାଯାତ୍ରା ସ୍ୱର୍ଗଦ୍ୱାର ପଥ
ଜଗନ୍ନାଥ ନାମ ନିତ୍ୟ ମହାସତ୍ୟ ।
ଅନ୍ତିମ ସମୟ ଭଜ ଲୀଳାମୟ
ଜୟ ଜଗନ୍ନାଥ ନାମ ଜୟ ଜୟ । ୨
ମୋକ୍ଷଦାତା ପ୍ରଭୁ ଜଗତ ଠାକୁର
ଜଗତ ଠାକୁର ନାଥ ସୁରେଶ୍ୱର ।
ସୁରେଶ୍ୱର ପ୍ରଭୁ ସର୍ବ ଶକ୍ତିମାନ
ଜଗନ୍ନାଥ ନାମ ଜଗତ ମହାନ । ୩
ଶୁଦ୍ଧ ଚିତ ମନ ବୈରାଗ ବିଜ୍ଞାନ
ଧର୍ମ ଅର୍ଥ କାମ ମୋକ୍ଷ ବ୍ରହ୍ମଜ୍ଞାନ ।
ଜଗନ୍ନାଥ ନାମ ଭକ୍ତି ଯୋଗ ଧ୍ୟାନ
ଅଖଣ୍ଡ ପ୍ରଣାମ ନିତ୍ୟ ଭଗବାନ । ୨
ଗୀତ – ୩୦
ଜଗନ୍ନାଥ  ପ୍ରଭୁ ସ୍ୱଭାବେ ବିମୁକ୍ତ
ସଂସାର ବନ୍ଧନ ଯୋଗମାୟା ମୁକ୍ତ ।
ମହାମାୟା ଶକ୍ତି ଜୀବ ଅନିଶ୍ଚଳ
ଆତ୍ମା ମଧ୍ୟେ ଆତ୍ମା ଅଜ୍ଞାତ ଅକୁଳ । ୧
ସର୍ବ କର୍ମଫଳ ଦାତା ଜଗନ୍ନାଥ
ସୁଜନ ରକ୍ଷକ ପ୍ରଭୁ ବିଶ୍ୱନାଥ ।
ନାଥ ମହାବିଷ୍ଣୁ ସଂସାର ପାଳକ
ଦୟାସିନ୍ଧୁ ବନ୍ଧୁ ଜଗତ ତାରକ । ୨
ଆତ୍ମଜ୍ଞାନୀ ଜନ ଧ୍ୟାନ ଜଗନ୍ନାଥ
ପାପ ପରିତ୍ୟାଗ ପୁଣ୍ୟ ଦେହ ଚିତ ।
ନମୋ ମହାବିଭୁ ନାମ ପୂର୍ଣ୍ଣକାମ
ନମୋ ଜଗନ୍ନାଥ ପ୍ରଭୁ ଆତ୍ମାରାମ । ୩
ସାଧୁ ଜନ ଭଜ ଜଗନ୍ନାଥ ନାମ
ସରସ ସୁନ୍ଦର ନାମ ଅନୁପମ ।
ବିଶୁଦ୍ଧ ନିର୍ମଳ ନାମ ସୁଧାରସ
ଗୀତ ଜଗନ୍ନାଥ ଅଖଣ୍ଡ ପ୍ରକାଶ । ୪
ଗୀତ – ୩୧
ସାଂଖ୍ୟାୟନ ଯୋଗୀ ପ୍ରଭୁ ଜଗନ୍ନାଥ
ହେ ପରମହଂସ ପରମ ଦୀକ୍ଷିତ ।
କର୍ମମୟ ଲୀଳା ସଂସାରେ ବିଧାତା
ସ୍ୱୟଂଭୂପ୍ରକାଶ ଜୀବ ପିତାମାତା । ୧
ବିଶ୍ୱ ଗର୍ଭଗତ ହୃଦୟେ ଅନନ୍ତ
ଅଶେଷ ମହିମା ପ୍ରଭୁ ଜଗନ୍ନାଥ ।
ଧର୍ମରୂପ ନାଥ ଅଧର୍ମ ସଂହାରୀ
ଜଗତପାଳକ ଶଂଖଚକ୍ରଧାରୀ । ୨
ଶରୀର ସ୍ୱଭାବ ଜଗନ୍ନାଥ ଭାବ
ସଂକଟ ତାରକ ଶ୍ରୀରାମ ମାଧବ ।
ନାମ ସଂକୀର୍ତନ ଜୀବ ଉଦ୍ଧାରଣ
ପାପ ତାପ ନାଶ ନାମ ନାରାୟଣ । ୩
 ଜ୍ଞାନୀ ମାନୀ ଧନୀ ସର୍ବେ ଏକାକାର
ଜଗନ୍ନାଥ ନାମ ଅନ୍ତକାଳେ ସ୍ମର ।
କୋଟି ପୁଣ୍ୟ ଯଶ ସର୍ବ ଶାସ୍ତ୍ରଫଳ
ଜଗନ୍ନାଥ ନାମ ଅଖଣ୍ଡ ସମ୍ବଳ । ୪
ଗୀତ – ୩୨
ସର୍ବପ୍ରାଣୀ ମନେ ଜଗତ ଠାକୁର
ଅଜ୍ଞାନ ଅନ୍ଧାରେ ଅଚିହ୍ନା ଈଶ୍ୱର ।
ଚରାଚର ଦେହେ ପ୍ରଭୁ ଜଗନ୍ନାଥ
ପ୍ରକଟ ସଂସାରେ କର୍ମ ଜନହିତ । ୧
ଜନଧନ ଅନ୍ନ ସୁଖ ଉପଭୋଗ
ଜଗନ୍ନାଥ ଦତ ମହାନନ୍ଦ ଯୋଗ ।
ଅହୋରାତ୍ର ସୁଖ ଜଗନ୍ନାଥ ମୁଖ
ନାମ ସଂକୀର୍ତନ ମୁକ୍ତ ଦୁଃଖଶୋକ । ୨
ମାନବ ଜୀବନ ସ୍ୱଧର୍ମ ଆଧାର
ପରଧର୍ମ ପର ମହା ଭୟଙ୍କର ।
ସ୍ୱଧର୍ମ ସଂସ୍କାର ପୁଣ୍ୟ ଶ୍ରେୟସ୍କର
ଜଗନ୍ନାଥ ନାମ ଧର୍ମ ସୁଧାସାର । ୩
ଜଗନ୍ନାଥ ଗୀତ ମଧୁର ସଂଗୀତ
ମହିମା ଅପାର ଅଶେଷ ଅନନ୍ତ ।
ଜଗନ୍ନାଥ ଗୀତ ଜୀବନ ଦର୍ଶନ
ମୋହିତ ଅଖଣ୍ଡ ଭକ୍ତ ଜନ ମନ । ୪
ଗୀତ – ୩୩
ପ୍ରଭୁ ଜଗନ୍ନାଥ ପରମ ପୁରୁଷ
ପ୍ରକୃତ ସ୍ୱରୂପେ ସ୍ୱୟଂଭୂ ପ୍ରକାଶ ।
ଜଗନ୍ନାଥ ଦେହେ ସକଳ ଜଗତ
ଜଗନ୍ନାଥ ନାମେ ମଗ୍ନ ମନ ଚିତ । ୧
ଗୃହସ୍ଥ ଆଶ୍ରମେ ଗୃହୀ ମହାଶିକ୍ଷା
ଜଗନ୍ନାଥ ନାମ ଧ୍ୟାନ ଜ୍ଞାନ ଦୀକ୍ଷା ।
ଜଗନ୍ନାଥ ନାମ ଦୀକ୍ଷା ମହାସାର
ଖୁସି ପରିବାର ଆନନ୍ଦ ସଂସାର । ୨
ସର୍ବବ୍ୟାପୀ ପ୍ରଭୁ ନିତ୍ୟ ନିରନ୍ତର
ପରଂବ୍ରହ୍ମ ଆତ୍ମା ବାହ୍ୟ ଅଭ୍ୟନ୍ତର ।
ଜଗନ୍ନାଥ ଦେଶ ଉକ୍ରଳ ମଣ୍ଡଳ
ମହାପୁଣ୍ୟ ଭୂମି ଧାମ ନୀଳାଚଳ । ୩
ପରମ ମଙ୍ଗଳ ଜଗନ୍ନାଥ ବାଣୀ
ନାମ ନିରନ୍ତର ଭଜେ ଜ୍ଞାନୀଗୁଣୀ ।
ଶୁଭକର୍ମ ଧର୍ମ ଜଗନ୍ନାଥ ନାମ ।
ଅଖଣ୍ଡ ପ୍ରଣାମ ପୁରୁଷ ଉତମ । ୪
ଗୀତ – ୩୪
ଆତ୍ମାଜ୍ଞାନୀ ଆତ୍ମା ଦର୍ଶନ ସର୍ବତ୍ର
ସଜୀବ ନିର୍ଜୀବ ସମ ଶତ୍ରୁ ମିତ୍ର ।
ଆତ୍ମାନିଷ୍ଠା ଯୋଗ ଜଗନ୍ନାଥ ନାମ
ମୋକ୍ଷପ୍ରାପ୍ତି ମାର୍ଗ କାରଣ ପରମ । ୧
ଜଗନ୍ନାଥ ପ୍ରଭୁ ବିଶ୍ୱ ମନୋହର
ପବିତ୍ର ଶ୍ରୀକ୍ଷେତ୍ର ଉକ୍ରଳ ସୁନ୍ଦର ।
ଭାରତ ହୃଦୟ ପୁଣ୍ୟଭୂମି ପୁରୀ
ଶ୍ରୀମନ୍ଦିରେ ଶୋଭା ରାମ କୃଷ୍ଣ ହରି । ୨
ଜଗନ୍ନାଥ ନାମ ମହାପୁଣ୍ୟ ତୀର୍ଥ
ଭଜନ କୀର୍ତନ ଜୀବନ କୃତାର୍ଥ ।
ଧର୍ମଫଳ ମୋକ୍ଷ ପ୍ରଭୁ ଜଗନ୍ନାଥ ।
ଗୀତ ଜଗନ୍ନାଥ ଗୀତା ଭାଗବତ । ୩
ଆତ୍ମାଜ୍ଞାନୀ ଜନ ପ୍ରାପ୍ତି ଭଗବାନ
ଜନଧନ ପୁଣ୍ୟ ସର୍ବ ସମର୍ପଣ ।
ସକଳ ଦୁର୍ଲଭ ଭକତ ସୁଲଭ
ଅଖଣ୍ଡ ପ୍ରଣାମ ପ୍ରଭୁ ପଦ୍ମନାଭ । ୪
ଗୀତ – ୩୫
ନିବୃତି ପ୍ରବୃତି ମହା ବ୍ରହ୍ମଜ୍ୟୋତି
ଆକାଶ ପାତାଳ ଧରା ଅବସ୍ଥିତି ।
ପ୍ରଭୁ ଜଗନ୍ନାଥ ଅସୀମ ଅଶେଷ
ନାମ ଦୀକ୍ଷା ଦୀପ ଶୁଦ୍ଧାତ୍ମ ପ୍ରକାଶ । ୧
ସାଧନା ପ୍ରାର୍ଥନା ଶାନ୍ତ ମୌନ କଥା
ଜଗନ୍ନାଥ ନାମ ହରେ ଦୁଃଖ ବ୍ୟଥା ।
ଭକତ ବଲ୍ଲଭ ପ୍ରଭୁ ପଦ୍ମନାଭ
ନାମ ଜ୍ଞାନ ଧ୍ୟାନ ସର୍ବ ଶୁଭଲାଭ । ୨
ବିଶୁଦ୍ଧ ନିର୍ମଳ ଜ୍ଞାନୀ ମୁନି ଚିତ
ଅହୋରାତ୍ର ଭାବ ଶୁଦ୍ଧ ଆତ୍ମାହିତ
ବେଦ ଜ୍ଞାନ ଯଜ୍ଞ ଯୋଗ ମହାତପ
ସର୍ବଫଳ ପ୍ରାପ୍ତି ଜଗନ୍ନାଥ ଜପ । ୩
ଆନନ୍ଦ ଭବନ ଆନନ୍ଦ ସାଗର
ମମ ଜଗନ୍ନାଥ କରୁଣାବତାର ।
ନାମ ଭଗବାନ ନାମ ବ୍ରହ୍ମଜ୍ଞାନ
ଜଗନ୍ନାଥ ନାମ ଅଖଣ୍ଡ କୀର୍ତନ । ୪
ଗୀତ – ୩୬
ପରିବ୍ୟାପ୍ତ ପ୍ରଭୁ ଅଖିଳ ସଂସାରେ
ଚରାଚର ଜୀବ ବାହ୍ୟ ଅଭ୍ୟନ୍ତରେ ।
ଜଗନ୍ନାଥ କୃପା ମାନବ ଜନମ
ପ୍ରଭୁ ଦେହେ ଲୀନ ଶେଷ ଧର୍ମ କର୍ମ । ୧
ଅଖିଳ ବ୍ରହ୍ମାଣ୍ଡ ନାଥ ଜଗନ୍ନାଥ
କରୁଣା ସାଗର ତାରଣ ଅନାଥ ।
ଧର୍ମ ବିସ୍ତାରଣ ପ୍ରଭୁ ଅବତାର
ଶ୍ରୀକ୍ଷେତ୍ର ବୈକୁଣ୍ଠ ବାସ ସୁରେଶ୍ୱର । ୨
ଭାବ ଅନୁଭବ ହୃଦୟ ମନ୍ଥନ
ଶ୍ରଦ୍ଧାଳୁ ସ୍ମରଣ ଶ୍ରୀପତି ଦର୍ଶନ ।
ପ୍ରଭୁ ପୂଜାଫୁଲ ଜଗନ୍ନାଥ ନାମ
ଶ୍ରୀମହାପ୍ରସାଦ ମହାପ୍ରଭୁ ପ୍ରେମ । ୩
ଅଶେଷ ମହିମା ରୂପ ଅନୁପମ
ଜଗନ୍ନାଥ ପ୍ରଭୁ ବିଶ୍ୱ ପ୍ରେମ ଧାମ ।
ଅଖଣ୍ଡ ପ୍ରଣାମ ଚରଣ ପଙ୍କଜ
ସକଳ ଜନତା ଜଗନ୍ନାଥ ଭଜ । ୪
ଗୀତ – ୩୭
ଗୋପ ବୃନ୍ଦାବନ ନୀଳାଚଳ ଧାମ
ଭକ୍ତ ଗୋପୀଜନ ଅନାବିଳ ପ୍ରେମ ।
ସୁନ୍ଦର ଲୋଚନ ହସିତ ବଦନ
ପ୍ରଭୁ ଜଗନ୍ନାଥ ସ୍ମରଣ ମନନ । ୧
ଦୃଦୟ ଦର୍ପଣେ ପ୍ରଭୁ ପ୍ରତିବିମ୍ବ
ଧାମ ନୀଳାଚଳ ନିତ୍ୟ ପୂର୍ଣ୍ଣକୁମ୍ଭ ।
ଜୟ ଜଗନ୍ନାଥ ସଂସାର ଶୁଦ୍ଧାତ୍ମା
ଅପାର କରୁଣା ଅଶେଷ ମହିମା । ୨
ଜଗନ୍ନାଥ ଭକ୍ତ ବିଶ୍ୱ ଜନହିତ
ଧର୍ମ ଆଚରଣ ମହାସୁଖ ଚିତ ।
ଭକତ ବଲ୍ଲଭ ଶ୍ରୀ ମଧୁସୂଦନ
ଜନ ମନ ଧନ ପ୍ରଭୁ ଭଗବାନ । ୩
ଆଧ୍ୟାତ୍ମିକ ଜ୍ଞାନ ଜଗନ୍ନାଥ ଧ୍ୟାନ
ଆତ୍ମାରାମ ମୁନି ଭଜେ ଭଗବାନ ।
ଅବ୍ୟୟ ସୁଶାନ୍ତ ଲୋକ ନମସ୍କୃତ
ଅଖଣ୍ଡ ପ୍ରଣାମ ପ୍ରଭୁ ଜଗନ୍ନାଥ । ୪
ଗୀତ – ୩୮
ସାଧୁସନ୍ଥଗଣ ଅହିଂସା ପାଳନ
ଅଧ୍ୟାତ୍ମ ଦର୍ଶନ ଧର୍ମ ପରାୟଣ ।
ଜଗନ୍ନାଥ ପ୍ରଭୁ ପ୍ରାତଃ ସ୍ମରଣୀୟ
ଅସାର ସଂସାର ପ୍ରିୟ ଲୀଳାମୟ । ୧
ମଣିଷ ପ୍ରକୃତି ଜଗନ୍ନାଥ ପ୍ରୀତି
ଅମଣିଷ ଭାବ ସଂସାର ଅନୀତି ।
ଜଗନ୍ନାଥ ନାମ ଜଗତେ ସୁଲଭ
ଆଜୀବନ ଧ୍ୟାନ ଶ୍ରୀନାଥ ମାଧବ । ୨
ପ୍ରଭୁ ଜଗନ୍ନାଥ ଜନ୍ମ କର୍ମ ଦାତା
ପରମ ପୁରୁଷ ଜଗତ ବିଧାତା
ସକଳ ସଂସାର ଈଶ୍ୱର ଆୟତ
ପୁରୁଷ ଉତମ ମହା ପୁଣ୍ୟତୀର୍ଥ । ୩
ଶହ ଶହ ବର୍ଷ ସହସ୍ର ହଜାର
ଶ୍ରୀମନ୍ଦିର ନାଥ ଜଗତ ଈଶ୍ୱର  ।
ପ୍ରଭୁ ଜଗନ୍ନାଥ ଭକ୍ତ ଭାବ ପ୍ରୀତ
ପ୍ରଭୁ ପଦେଚିତ ଅଖଣ୍ଡ ଆଶ୍ରିତ । ୪
ଗୀତ – ୩୯
ମହାକାଳ ଗତି ମାନବ ଅଜ୍ଞାତ
କାଳବଶେ ବଶ ସଂସାରେ ଭ୍ରମିତ ।
ଅନ୍ତକାଳେ ଲଭେ ମହା ଅଧୋଗତି
ଜଗନ୍ନାଥ ନାମ ଏକା ମନ୍ତ୍ର ମୁକ୍ତି । ୧
ମାନବୀୟ ଲୀଳା ଲୀଳାକ୍ଷେତ୍ର ପୁରୀ
ଶ୍ରୀମନ୍ଦିରେ ହରି ଶ୍ରୀରାମ ମୁରାରୀ ।
ଭକତ ସହିତ ନିତ୍ୟ ରାସଲୀଳା
ମହୋଦଧି କୂଳେ ଜଗନ୍ନାଥ ମେଳା । ୨
ସୁଜ୍ଞାନୀ ପଣ୍ଡିତ ମନ ମତାମତ
ପରଂବ୍ରହ୍ମ ତତୃ୍ୱ ନାମ ଜଗନ୍ନାଥ ।
ନିର୍ମଳ ନିଷ୍କାମ ଭକ୍ତି ଅବିରତ
ହରି ପଦ୍ମପାଦେ ଭକ୍ତ ଧ୍ୟାନ ଚିତ । ୩
ସଂସାର ପାଳନ ଜଗତ କଲ୍ୟାଣ
ନୀଳାଚଳ ଧାମେ ସ୍ୱୟଂ ଭଗବାନ ।
ଅମୃତ ତରଙ୍ଗ ସଦା ପ୍ରବାହିତ
ଅଖଣ୍ଡ ଆଶ୍ରିତ ଗୀତ ଜଗନ୍ନାଥ । ୪
ଗୀତ – ୪୦
ପରମ ପୁମାନ୍ ଦିବ୍ୟ ଜଗନ୍ନାଥ
ନିରାକାର ବ୍ରହ୍ମ ପ୍ରଣାମ ଶତତ ।
ସତସଙ୍ଗ ଧ୍ୟାନ ଜଗନ୍ନାଥ ନାମ
ଧ୍ୟାନେ ବ୍ରହ୍ମାଶିବ ବାୟୁ ଅଗ୍ନି ଯମ । ୧
ଜଗନ୍ନାଥ ପ୍ରଭୁ ଗୁଣ କର୍ମ ନାମ
ଭଜନ କୀର୍ତନ ସପ୍ରେମ ପ୍ରଣାମ ।
ପତିତପାବନ ଶ୍ରୀ ମଧୁସୂଦନ
ମଙ୍ଗଳ ଭବନ ଜଗତ ଜନନ । ୨
ଜଗନ୍ନାଥ ଭାବ ସଂହାର ଅଭାବ
ଭାବୁକ ସହିତ ସଖା ବନ୍ଧୁ ଭାବ ।
ଭକ୍ତ ସୁଖେ ସଦା ଜଗନ୍ନାଥ ନାମ
ନର ନାରାୟଣ ସେବା ସ୍ନେହ ପ୍ରେମ । ୩
ମଙ୍ଗଳ ମଧୁର ପ୍ରଭୁ ଜଗନ୍ନାଥ
ଶ୍ୟାମଳ ଶୁଭାଙ୍ଗ ସୁନ୍ଦର ସୁଶାନ୍ତ ।
ଭକ୍ତି ପ୍ରଦାୟକ ମହାପ୍ରଭୁ ହରି
ଅଖଣ୍ଡ ପ୍ରଣାମ ଶ୍ରୀକୃଷ୍ଣ ମୁରାରୀ । ୪
ଗୀତ – ୪୧
ସଗୁଣ ନିର୍ଗୁଣ ସ୍ୱଭାବ ଈଶ୍ୱର
ଗତିମୁକ୍ତି ପଥ ନାଥ ଯୋଗେଶ୍ୱର ।
ଚରଣ ଶରଣ ଅଖଣ୍ଡ ପ୍ରଣାମ
ଗୁରୁ ଦୀକ୍ଷା ଶିକ୍ଷା ଜଗନ୍ନାଥ ନାମ । ୧
କମଳଲୋଚନ ଜଗତ ମୋହନ
ସଂସାରେ ଦୁର୍ଲଭ ଜନ ଗୁପ୍ତଧନ ।
ପ୍ରଭୁ ଜଗନ୍ନାଥ ଆରତ ଭଂଜନ
ଯଶ ପୁଣ୍ୟ କୀର୍ତି ସୁଧନ ପ୍ରଦାନ । ୨
ଗୃହବନ୍ଧ ସୁଖ କ୍ଷଣିକ ସମୟ
ମୁହୂର୍ତ ମୁହୂର୍ତ ମୋହମାୟା ଭୟ ।
ଜ୍ଞାନୀଗୁଣୀ ଜନ ହରି ନାମ ଧ୍ୟାନ
ପ୍ରଭୁ ଜଗନ୍ନାଥ ମନ ଭଗବାନ । ୩
ସାଧୁ ସଙ୍ଗ ଫଳ ପ୍ରଭୁ ଯୋଗବଳ
ଜଗନ୍ନାଥ ଭକ୍ତି ଅଚଳ ଅଟଳ ।
ହୃଦୟ ଅନ୍ତରେ ପ୍ରଭୁ ଜଗନ୍ନାଥ
ଅଜ୍ଞାନ ଅଖଣ୍ଡ ପ୍ରଣାମ ଶତତ । ୪
ଗୀତ – ୪୨
ନବଗ୍ରହ ଶାନ୍ତି ପରମ ମଙ୍ଗଳ
ଜଗନ୍ନାଥ ନାମ ଶୁଭ ଅନୁକୂଳ ।
ଭକ୍ତ ପ୍ରୀତି ଯୋଗେ ଯୁଗେ ଯୋଗେଶ୍ୱର
ଆତ୍ମାରାମ ଗୁରୁ ଜଗତ ଈଶ୍ୱର । ୧
ସତ୍ୟବ୍ରହ୍ମ ପ୍ରଭୁ ପବନ ଆକାର
ଜନ ଜଗବନ୍ଧୁ ବିଶ୍ୱରୂପଧର ।
ବ୍ରହ୍ମା ରୁଦ୍ର ଇନ୍ଦ୍ର ଜଗନ୍ନାଥ ଭକ୍ତ
ନାମ ଗୁଣ ଗୀତ ଚରଣ ଆଶ୍ରିତ । ୨
ପବିତ୍ର ଶ୍ରୀକ୍ଷେତ୍ର ଜଗନ୍ନାଥ ପୁରୀ
କୋଣ ଅନୁକୋଣ ସଦାଚାରୀ ହରି ।
ଜଗନ୍ନାଥ ନାମ ଜଗତ ସ୍ୱଭାବ
ନାମ ଧ୍ୟାନ ରତ ସଦା ବ୍ରହ୍ମାଶିବ । ୩
ବିଶାଳ ଆକାଶ ଅନନ୍ତ ପ୍ରକାଶ
ପ୍ରଭୁ ଜଗନ୍ନାଥ ଭକତ ବିଳାସ ।
ଆନନ୍ଦ ସାଗର ପ୍ରଭୁ ପ୍ରେମମୟ
ଅଖଣ୍ଡ ସୁମନ ନାମ ଧ୍ୟାନ ଲୟ । ୪
ଗୀତ – ୪୩
ଜନହିତେ ତପ କରୁଣା ସାଗର
ଶାନ୍ତ ନିର୍ବିକାର ଧରା ଖେଳଘର ।
ତେଜ ଅପ୍ରମିତ ପ୍ରଭୁ ଜଗନ୍ନାଥ
ସର୍ବବ୍ୟାପୀ ନାଥ ଅନନ୍ତ ଜଗତ । ୧
ମାନବ ଜୀବନ ଜଗନ୍ନାଥ ମାର୍ଗ
ସଂସାରେ ସୁପଥ ଅନୁଭବ ସ୍ୱର୍ଗ ।
ଭକତ ଭଜନ ନାମ ଭଗବାନ
ଭକ୍ତ ପ୍ରୀତି ସଦା ଭଗତ ଜୀବନ । ୨
ସକଳ ସଂସାର ଅନିତ୍ୟ ସ୍ୱଭାବ
ଜଗତେ ଅତିଥି ଚରାଚର ଜୀବ ।
ପ୍ରଭୁ ସାଙ୍ଗସାଥୀ ଜୀବ ଗତି ମୁକ୍ତି
ଜଗନ୍ନାଥ ନାମ ସର୍ବ ସୁଖ ପ୍ରାପ୍ତି । ୩
ଅଖଣ୍ଡ ହୃଦୟେ ପ୍ରଭୁ ଜଗନ୍ନାଥ
ନିତ୍ୟ ଅନୁଭବ ଚିତ ଅବିରତ ।
ସୁମଙ୍ଗଳ ମୁଖ ସୁନ୍ଦର ସ୍ୱରୂପ
ମନନ ସ୍ମରଣ ନାଶ ପାପ ତାପ । ୪
ଗୀତ – ୪୪
ଜଗନ୍ନାଥ ପ୍ରଭୁ ମହା ପୁଣ୍ୟଦେହୀ
ବିଶ୍ୱରୂପଧାରୀ ନିର୍ମଳ ନିର୍ମୋହୀ ।
ପୁରାଣ ପୁରୁଷ ପ୍ରଭୁ ନରହରି
ସର୍ବଗୁଣ ଶୋଭା ବିଶ୍ୱ ଅଧିକାରୀ । ୧
ଆଦି ଗୁରୁକୁଳ ନୀଳାଚଳ ଧାମ
ଗୁରୁ ଜଗନ୍ନାଥ ଶତତ ପ୍ରଣାମ ।
ଧର୍ମ ନ୍ୟାୟ ବାଣୀ ଈଶ୍ୱର ସ୍ୱଭାବ
ଅନନ୍ତ ପ୍ରକାଶ ଆହେ ବାସୁଦେବ । ୨
ସର୍ଜନ ପାଳନ ଅସାଧୁ ସଂହାର
ଯୁଗେ ଯୁଗେ ପ୍ରଭୁ ସ୍ୱୟଂ ଅବତାର ।
ଦଶ ଅବତାର ଜଗନ୍ନାଥ ହରି
ସ୍ୱୟଂ ଅବତାର ସ୍ୱୟଂ ଅବତାରୀ । ୩
ଅଜନ୍ମା ଅମର ଜନ୍ମ ମୃତ୍ୟୁ ଦୂର
ବାୟୁ ଯମ ଅଗ୍ନି ପ୍ରଣାମ ପୟର ।
ଅନାଥ ସାହାରା ପ୍ରଭୁ ଜଗନ୍ନାଥ
ଶତତ ପ୍ରଣାମ ଅଖଣ୍ଡ ଅନାଥ । ୪
ଗୀତ – ୪୫
ଜଗନ୍ନାଥ ପ୍ରଭୁ ଜଗତ ଠାକୁର
ବ୍ରହ୍ମବାଦୀ ନାଥ ବ୍ରହ୍ମରୂପଧର ।
ନାମ ସୁମରିଣ ଭକ୍ତ ଭୟ ଦୂର
ଅଧୀନ ଭକତ କୋଟି ନମସ୍କାର । ୧
ପ୍ରଭୁ ଜଗନ୍ନାଥ ଜଗତ ଜୀବନ
ଶ୍ରୀମୁଖ ଦର୍ଶନ ଭକ୍ତ ଜନ ମନ ।
ବିଶ୍ୱ ଆତ୍ମା ହରି ପ୍ରଭୁ ଲୀଳାମୟ
ଜଗନ୍ନାଥ ନାମ ଜୟ ଜୟ ଜୟ । ୨
ପ୍ରଭୁ ରକ୍ଷାକାରୀ ଜଗତ ସମ୍ପଦ
ଜୟ ଜଗନ୍ନାଥ ଗୋବିନ୍ଦ ଗୋବିନ୍ଦ ।
ଭକ୍ତ ତ୍ରାଣକର୍ତା ଭକତ ବିଶ୍ୱାସ
ଭକତ ଜୀବନ ପ୍ରଭୁ ଶ୍ରୀ ନିବାସ । ୩
ଆକାଶ ପାତାଳ ଧରା ଗିରିବନ
ନଦ ନଦୀ ହ୍ରଦ ସାଗର ସୁମନ ।
ସକଳ ଜଗତ ଶରଣ ଆଶ୍ରିତ
ଅଖଣ୍ଡ ପ୍ରଣାମ ପ୍ରଭୁ ଜଗନ୍ନାଥ । ୪
ଗୀତ – ୪୬
ଭକତ ବଲ୍ଲଭ ପ୍ରଭୁ ପଦ୍ମନାଭ
ଭକତ ଜୀବନ ଶ୍ରୀରାମ ମାଧବ ।
ପତିତପାବନ ଶ୍ରୀମୁଖ ସୁନ୍ଦର
ଜଗନ୍ନାଥ ନାମ ମଙ୍ଗଳ ମଧୁର । ୧
ଶ୍ରୀକ୍ଷେତ୍ରେ ଦର୍ଶନ ପ୍ରଭୁ ପଦ୍ମମୁଖ
ଭକ୍ତଜନ ମନ ସଦା ମହାସୁଖ ।
ସ୍ନେହ ପ୍ରେମ ଶ୍ରଦ୍ଧା ସହ ଆଲିଙ୍ଗନ
ଜୟ ଜଗନ୍ନାଥ ଭକତ ଜୀବନ । ୨
ଧର୍ମ ଅବତାରୀ ପ୍ରଭୁ ନରହରି
ଧର୍ମ ସଂସ୍ଥାପନ ଅଧର୍ମ ସଂହରି ।
ମଣିଷ ସ୍ୱଭାବ ସ୍ୱଧର୍ମ ପାଳନ
ଜଗନ୍ନାଥ ନାମ ସ୍ମରଣ ମନନ । ୩
ଅଖଣ୍ଡ ଆନନ୍ଦ ମୁଖେ ଜଗନ୍ନାଥ
ଗୀତ ଜଗନ୍ନାଥ ଜଗତ ମୋହିତ ।
ଅନ୍ତହୀନ ଶକ୍ତି ଅରୂପ ଅନନ୍ତ
ନମୋ ଜଗନ୍ନାଥ ନମୋ ଭଗବତ । ୪
ଗୀତ – ୪୭
ଈଶ୍ୱର ଦର୍ଶନ ସର୍ବଫଳ ସୁଖ
କମଳଲୋଚନ ପ୍ରଭୁ କୃଷ୍ଣମୁଖ ।
ଜଗନ୍ନାଥ ସର୍ବ ଆତ୍ମା ଯୋଗେଶ୍ୱର
ପ୍ରଭୁ ମାୟା ବଳେ ସକଳ ସଂସାର । ୧
ନାମ ଗୁଣ ରୂପ ଶୁଭ ମନୋହର
ସୁମଙ୍ଗଳ ନାଦ କୋଟି ଭକ୍ତ ସ୍ୱର ।
ପୁରାଣ ପୁରୁଷ ଜଗନ୍ନାଥ ହରି
ଅନାଦି ଅନନ୍ତ ଆଦି ବ୍ରହ୍ମଚାରୀ । ୨
ବିଶୁଦ୍ଧ ସୁନ୍ଦର ରୂପ ମନୋହର
ନବଘନ ଶ୍ୟାମ ଜନ ହିତକର ।
ପରମ କାରଣ ସର୍ବଗୁଣ ସମ
ପ୍ରଭୁ ଜଗନ୍ନାଥ ନାମ ଅନୁପମ । ୩
ଧନ୍ୟ ନୀଳାଚଳ ଧନ୍ୟ ବସୁନ୍ଧରୀ
ଈଶ୍ୱର ପ୍ରକାଶ ସ୍ୱୟଂ ଦେହଧାରୀ ।
ଜଗନ୍ନାଥ ଗୀତ ଶୁଦ୍ଧ ସୁଧାଧାର
ଅଖଣ୍ଡ ପ୍ରଣାମ ଶ୍ରୀନୀଳ ସୁନ୍ଦର । ୪
ଗୀତ – ୪୮
ଜଗନ୍ନାଥ ଆଦି ଆତ୍ମା ନିରଂଜନ
କୋଟି କୋଟି ସୂର୍ଯ୍ୟ ଚନ୍ଦ୍ର ବିଲୋଚନ ।
ଚରଣ ଆଶ୍ରିତ ଭକ୍ତ ସାଧୁ ଜନ
ନିତ୍ୟ ମନ ଧ୍ୟାନ ଶ୍ରୀନାମ ଭଜନ । ୧
ପୁରୁଷ ଉତମ ଜଗ ଅଧିପତି
ଚରଣ କମଳ ମହାମୁକ୍ତି ଗତି ।
ଶ୍ରୀମନ୍ଦିରେ ଶୋଭା ପ୍ରଭୁ ପୁଣ୍ୟତମ
ଜୟ ଜଗନ୍ନାଥ ପୁରୁଷ ପରମ । ୨
ଅନଙ୍ଗ ସୁନ୍ଦର ତ୍ରିଲୋକ ମୋହନ
ସଂସାର କାରଣ ଜୀବ ପ୍ରାଣ ଧନ ।
ଜନ ହିତକର ପ୍ରଭୁ ଜଗନ୍ନାଥ
ସଦା ଉପକାର ଅଶେଷ ଜଗତ । ୩
ଜଗନ୍ନାଥ ପ୍ରଭୁ ଅଖଣ୍ଡ ପ୍ରଣାମ
ମନନ ସ୍ମରଣ ଜଗନ୍ନାଥ ନାମ ।
ନିର୍ମଳ ସ୍ୱରୂପ ଜଗନ୍ନାଥ ଗୀତ
ଶ୍ରବଣ କୀର୍ତନ ସର୍ବଜନ ପ୍ରୀତ । ୪
ଗୀତ – ୪୯
ପ୍ରଭୁ ଭାବଗ୍ରାହୀ ସଂସାର ରକ୍ଷକ
ପରମ ପୁମାନ୍ ଅମୃତ ଦାୟକ ।
ଈଶ୍ୱର ସ୍ୱଭାବ ସର୍ବ ପ୍ରିୟଙ୍କର
ପ୍ରଭୁ ଜଗନ୍ନାଥ ନବ କଳେବର । ୧
ପ୍ରଭୁ ପରମାତ୍ମା କଲ୍ୟାଣ କାରକ
ପୂର୍ଣ୍ଣକାମ ହରି ଜଗତ ପାଳନ ।
ଆତ୍ମା ପ୍ରକାଶିତ ପ୍ରଭୁ ଆତ୍ମାରାମ
ପ୍ରିୟମିତ୍ର ବନ୍ଧୁ ଶ୍ରୀଗୁରୁ ପରମ । ୨
ଅଧର୍ମ ନାଶନ ମହାଧର୍ମପାଳ
ଜଗତ ଧାରଣ ସ୍ୱୟଂ ମହାକାଳ ।
ଜଗନ୍ନାଥ ପ୍ରଭୁ ପୁରୁଷ ଉତମ
ପତିତ ପାବନ ପୁଣ୍ୟ ଗୁଣ ଧାମ । ୩
ଜଗନ୍ନାଥ ଗୀତ ଜଗତେ ସରସ
ଅମୃତ ସମାନ ପାପ ତାପ ନାଶ ।
ଜଗନ୍ନାଥ ପ୍ରଭୁ ପ୍ରିୟ ବନ୍ଧୁ ସଖା
ଅଖଣ୍ଡ ପ୍ରଣାମ ପାଦପଦ୍ମରେଖା । ୪
ଗୀତ – ୫୦
ମହାକାଳ ଗ୍ରାସ ସକଳ ଜଗତ
ମହାକାଳ ସ୍ୱୟଂ ଈଶ୍ୱର ଆୟତ ।
ଭକତ ହିତାୟ ଭକତ ସୁଖାୟ
ପ୍ରଭୁ ଜଗନ୍ନାଥ ସର୍ବ ଲୀଳାମୟ । ୧
ନୀଳାଚଳ ଧାମ ସୁଶୋଭିତ ପୁରୀ
ଶ୍ରୀମନ୍ଦିର ନାଥ ପ୍ରଭୁ ନରହରି ।
ପ୍ରଭୁ ବଳଭଦ୍ର ଭଦ୍ରା ସୁଦର୍ଶନ
ଆଦି ଜଗନ୍ନାଥ ପ୍ରତ୍ୟକ୍ଷ ଦର୍ଶନ । ୨
ଗୀତ ଜଗନ୍ନାଥ ଧର୍ମଗ୍ରନ୍ଥ ସାର
ପଠନ ପାଠନ ସକଳ ସଂସାର ।
ଜୀବନ ସଂଗୀତ ଜଗନ୍ନାଥ ଗୀତ
ଧର୍ମ  ମର୍ମବାଣୀ ସର୍ବ ଜୀବ ହିତ । ୩
ଜଗନ୍ନାଥ ଗୁଣ ଗୀତ ପ୍ରତିକ୍ଷଣ
ଭଜନ କୀର୍ତନ ମନନ ସ୍ମରଣ ।
ସର୍ବ ତୀର୍ଥଫଳ ଜଗନ୍ନାଥ ଧାମ
ଅଖଣ୍ଡ ପ୍ରଣାମ ପ୍ରଭୁ ଘନଶ୍ୟାମ । ୪
ଗୀତ – ୫୧
ନୀଳାଦ୍ରି ନଗରେ ଭକ୍ତଜନ ସଙ୍ଗ
ମନ୍ଦ ମନ୍ଦ ହସ ଆନନ୍ଦ ତରଙ୍ଗ ।
ଚରଣ କମଳ ନିତ୍ୟ ଧ୍ୟାନ ଚିତ
ନିର୍ମଳ ମହାତ୍ମା ପ୍ରଭୁ ଜଗନ୍ନାଥ । ୧
ଅଧର ଅମୃତ ଧାରା ପ୍ରବାହିତ
ଭକତ ମୋହିତ ଧରା ମହକିତ ।
ସଂସାର ରକ୍ଷଣ ଜଗତ କଲ୍ୟାଣ
ଜଗନ୍ନାଥ ପ୍ରଭୁ ସର୍ବ ସମର୍ପଣ । ୨
ଜଗନ୍ନାଥ ଆଶ୍ରା ସଫଳ ଜୀବନ
ସଦା ସୁଖ ଶାନ୍ତି ଈଶ୍ୱର ମିଳନ ।
ପ୍ରାଣୀ ଅନ୍ତକାଳ ମହାଘୋର ସ୍ଥିତି
ଜଗନ୍ନାଥ ନାମ ସୁମରିଣ ମୁକ୍ତି । ୩
ସମସ୍ତ ସ୍ୱରୂପ ପ୍ରଭୁ ଜଗନ୍ନାଥ
ନିର୍ବିକାର ହରି ଆକାର ଶ୍ରୀନାଥ ।
ପରମ ପୁରୁଷ ଦାରୁବ୍ରହ୍ମ ହରି
ଅଖଣ୍ଡ ପ୍ରଣାମ ନାଥ ବ୍ରହ୍ମଚାରୀ । ୪
ଗୀତ – ୫୨
ନୀଳାଚଳ ରାସ ମଧୁର ବିଳାସ
ଜନଗଣ ସହ ପ୍ରଭୁ ଶ୍ରୀନିବାସ ।
ଭଜନ କୀର୍ତନ ନାମ ଜଗନ୍ନାଥ
ମହାରାସ ମେଳା ଆନନ୍ଦ ଅମୃତ । ୧
ପୀତ ଆଭୂଷଣ ମକର କୁଣ୍ଡଳ
କମଳ ନୟନ ରୂପ ଘନନୀଳ ।
ରତ୍ନ ଅଳଙ୍କାର ସୁନ୍ଦର ଶୋଭିତ
ମୋହନ ମୂରତି ପ୍ରଭୁ ଜଗନ୍ନାଥ । ୨
ଜଗନ୍ନାଥ ନାମ ପରମ ସମ୍ପଦ
ଭକତ ହୃଦୟେ ଜଗନ୍ନାଥ ନାଦ ।
ଯୋଗୀ ଯୋଗେଶ୍ୱର ପରମ ପୁରୁଷ
କୋଟି ସୂର୍ଯ୍ୟ ଚନ୍ଦ୍ର ଆଲୋକ ପ୍ରକାଶ । ୩
ସକଳ ସଂସାର ବାହ୍ୟ ଅଭ୍ୟନ୍ତର
ଜ୍ଞାତ ଜଗନ୍ନାଥ ଜଗତ ଈଶ୍ୱର ।
ଜଗନ୍ନାଥ ଗୀତ ହରି କଥାମୃତ
ଅଖଣ୍ଡ ପ୍ରଣାମ ନୀଳାଚଳ ନାଥ । ୪
 ଗୀତ – ୫୩
ପ୍ରଭୁ ଜଗନ୍ନାଥ ପ୍ରଭୁ ନାରାୟଣ
ଅଭୟ ଚରଣ ଭକତ ଶରଣ ।
ଜଗନ୍ନାଥ ପୁରୀ ପୁଣ୍ୟତୀର୍ଥ ଧାମ
ଦାରୁବ୍ରହ୍ମ ରୂପେ ଶୋଭା ଶାଳଗ୍ରାମ । ୧
ଅମୃତ ପ୍ରଦାତା ପ୍ରଭୁ ଜଗନ୍ନାଥ
ଆୟୁଷ କରତା ସକଳ ଜଗତ ।
ଉଦିତ ଭାସ୍କର କମଳଲୋଚନ
ସର୍ବ ଅଳଙ୍କାର ଶ୍ରୀଅଙ୍ଗ ଭୂଷଣ । ୨
ପରମ ପୁରୁଷ ଚରଣ ଶରଣ
ଧନ୍ୟ ଧନ୍ୟ ଧନ୍ୟ ଭକତ ଜୀବନ ।
ଜଗନ୍ନାଥ ପ୍ରଭୁ ଚରଣ ଯୁଗଳ
ଜ୍ଞାନ ଜାଗରଣ ଭକ୍ତି ଭାବ ବଳ । ୩
ପଂଚ ମହାଭୂତ ସକଳ ଜଗତ
ସର୍ବ ପ୍ରାଣୀ ହୃଦେ ପ୍ରଭୁ ଜଗନ୍ନାଥ ।
ଜୟ ଜଗଦୀଶ ହରି ନମସ୍ତୁତେ
ଅଖଣ୍ଡ ପ୍ରଣାମ ହୃଦୟ ଜଗତେ । ୪
ଗୀତ – ୫୪
ଅପୂର୍ବ ସୁନ୍ଦର ରୂପ ଘନଶ୍ୟାମ
ପୁରୁଷ ଉତମ ଜୟ ରାମ ରାମ ।
ଜନ ହିତକର ସୁଧର୍ମ ପାଳକ
ଜଗନ୍ନାଥ ପ୍ରଭୁ ସକଳ କାରକ । ୧
ସ୍ୱସ୍ତିକ ମଙ୍ଗଳ ପ୍ରଭୁ ଜଗଦୀଶ
ଶୁଭ ଅନୁକୂଳ ଆଶୀର୍ବାଦ ଯଶ ।
କର୍ତା ବରଦାତା ସର୍ବଲୋକେ ପୂଜା
ପ୍ରଭୁ ଜଗନ୍ନାଥ ବିଶ୍ୱ ମହାରାଜା । ୨
ସମସ୍ତ ସମ୍ପଦ ପ୍ରଭୁ ଜଗନ୍ନାଥ
ଅଜ୍ଞାନ ମାନବ ମାୟା ବିମୋହିତ ।
ଯୋଗ ଜ୍ଞାନ ଯଜ୍ଞ ତପ ଦାନ ଗତି
ପରମ ସମ୍ପଦ ପ୍ରଭୁ ଇଚ୍ଛାମୂର୍ତୀ । ୩
ମହାପ୍ରଭୁ ଗୁଣ ଅସଂଖ୍ୟ ଅପାର
ଭକତ ବଲ୍ଲଭ ଦେବ ପ୍ରିୟଙ୍କର
ଗୀତ ଜଗନ୍ନାଥ ନିତ୍ୟ ଅବିରତ
ଅଖଣ୍ଡ ପ୍ରଣାମ ପ୍ରଭୁ ଜଗନ୍ନାଥ । ୪
ଗୀତ – ୫୫
ଅବ୍ୟକ୍ତ ଈଶ୍ୱର ପ୍ରଭୁ ମହାଧର୍ମା
ଅନନ୍ତ ଅଶେଷ ମାଧବ ମହିମା ।
ଲୋକ ଅହଂକାର ମହୀ ଅନ୍ଧକାର
ଜଗନ୍ନାଥ ପ୍ରଭୁ ପ୍ରକାଶ ଈଶ୍ୱର । ୧
ପରମ ଆନନ୍ଦ ହରି ଗୁଣ ଗୀତ
ଭଜନ କୀର୍ତନ ଶୁଦ୍ଧ ମନ ଚିତ ।
ଜଗନ୍ନାଥ ଭାବ ଜୀବନ ସ୍ୱଭାବ
ନିତ୍ୟ ନିତ୍ୟ ଭଜ ପ୍ରଭୁ ବାସୁଦେବ । ୨
ଭକ୍ତଜନ ସୁଖ ଜଗନ୍ନାଥ ନାମ
ମଙ୍ଗଳ ମଧୁର ରୂପ ଅନୁପମ ।
ଯୋଗୀ ଯୋଗାନନ୍ଦ ପ୍ରଭୁ ଲୀଳାମୟ
ସାଂଖ୍ୟ ତତ୍ୱ ଜ୍ଞାନ ଯୋଗଦୀକ୍ଷା ଧ୍ୟାୟ । ୩
ସହସ୍ର ବ୍ରହ୍ମାଣ୍ଡ ଦେହେ ସମାହିତ
ଅସୀମ ଶରୀର ତେଜ ଅପ୍ରମିତ ।
ଅପାର ମହିମା କର୍ମ ଅବିରତ
ଅଖଣ୍ଡ ପ୍ରଣାମ ପ୍ରଭୁ ଜଗନ୍ନାଥ । ୪
ଗୀତ – ୫୬
ବିଶ୍ୱ କର୍ଣ୍ଣଧାର ପ୍ରଭୁ ଇଚ୍ଛାମୂର୍ତୀ
ବିଶ୍ୱରୂପେ ନିତ୍ୟ ଆନନ୍ଦ ମୂରତି ।
ଜଗନ୍ନାଥ ଗୀତ ଜଗନ୍ନାଥ ସଙ୍ଗ
ଶରୀର ସାଗରେ ଆନନ୍ଦ ତରଙ୍ଗ । ୧
ଜଗନ୍ନାଥ ନାମ ସଦା ଉଚ୍ଚାରଣ
ଶ୍ରୀଗୀତ ଭଜନ କୀର୍ତନ ଶ୍ରବଣ ।
ହୃଦୟ କନ୍ଦର ନୀଳାଚଳ ଧାମ
ପବିତ୍ର ଦର୍ଶନ ନିତ୍ୟ ଭକ୍ତି ପ୍ରେମ । ୨
ଅପାର ମହିମା ଅଭୟ ଅମୃତ
ସର୍ବ ଗୁଣବନ୍ତ ପ୍ରଭୁ ଜଗନ୍ନାଥ ।
ସୃଷ୍ଟିକର୍ତା ପ୍ରଭୁ ପାଳନ ସଂହାର
ସର୍ବରୂପ ହରି କୋଟି ନମସ୍କାର । ୩
ଭକ୍ତ ଅଙ୍ଗସଙ୍ଗ ଈଶ୍ୱର ତରଙ୍ଗ
ମଧୁର ମଙ୍ଗଳ ନାମ ରୂପ ରଙ୍ଗ ।
ଜଗନ୍ନାଥ କୃପା ବିଭୂତି ପରମ
ରସମୟ ଗୀତ ଅଖଣ୍ଡ ପ୍ରଣାମ । ୪
ଗୀତ – ୫୭
ମହାକାଳ ଗତି ମୃହା ବିପରୀତ
କାଳ ଶକ୍ତି ବଳେ ଜଗତ ଆୟତ ।
ଜୀବ ଆକର୍ଷିତ କାମ କ୍ରୋଧ ଲୋଭ
ଜଗନ୍ନାଥ ନାମ ପ୍ରାଣୀମନ ଶୁଭ । ୧
ଅନାଦି ଅନନ୍ତ ପ୍ରଭୁ ଜଗନ୍ନାଥ
ସତ୍ୟ ସନାତନ ସର୍ବ ଦେହେ ସ୍ଥିତ ।
ସତ୍ୟଶିବ ରୂପ ଶୁଦ୍ଧ ଜ୍ଞାନମୟ
ପୂର୍ଣ୍ଣ ଅବତାର ଜୟ ଜୟ ଜୟ । ୨
ଶାନ୍ତମୂର୍ତୀ ପ୍ରଭୁ ଆନନ୍ଦ ବଦନ
ଭକତ ମୋହିତ ସୁନ୍ଦର ନୟନ ।
କୋଟି ସୂର୍ଯ୍ୟ ସମ ଆଲୋକ ପ୍ରକାଶ
ଜଗନ୍ନାଥ ପ୍ରଭୁ ପରମ ବିଶ୍ୱାସ । ୩
ଭକତ ହୃଦୟେ ଜଗନ୍ନାଥ ନାମ
ପରମ ଆନନ୍ଦ ମହାପ୍ରଭୁ ପ୍ରେମ ।
ମାନବ ଜୀବନ ପ୍ରଭୁ ଉପହାର
ଅଖଣ୍ଡ ଭଜନ କୋଟି ନମସ୍କାର । ୪
ଗୀତ – ୫୮
ସକଳ ସଂସାର ନନ୍ଦିଘୋଷ ରଥ
ସଂସାର ସାରଥି ପ୍ରଭୁ ଜଗନ୍ନାଥ ।
ପ୍ରଭୁ ପାଦପଦ୍ମ ନିତ୍ୟ ଅନୁଧ୍ୟାନ
ନିର୍ମଳ ସୁଶାନ୍ତ ପ୍ରାଣ ଚିତମନ । ୧
ହୃଦୟେ ଦର୍ଶନ ପ୍ରଭୁ ଜଗନ୍ନାଥ
ଅଶ୍ରୁଳ ନୟନ ପ୍ରେମମୟ ଚିତ ।
ଜୀବନ ଆନନ୍ଦ ଈଶ୍ୱର ଦର୍ଶନ
ଅନ୍ୟଥା ମାନବ ଦୃଷ୍ଟିଶକ୍ତି ହୀନ । ୨
ଦିବ୍ୟରୂପଧାରୀ ବିଶ୍ୱରୂପଧର
ପ୍ରଭୁ ଜଗନ୍ନାଥ ସ୍ୱୟଂ ହରିହର ।
କୋଟି ତୀର୍ଥ ରାଜ ପୁଣ୍ୟଧାମ ପୁରୀ
ଯୋଗ ଧ୍ୟାନେ ମଗ୍ନ ଶ୍ରୀହରି ମୁରାରୀ । ୩
ଭୂତ ଭବିଷ୍ୟତ ବର୍ତମାନ କାଳ
ପ୍ରଭୁ ଜଗନ୍ନାଥ ସଦା ଲୋକପାଳ ।
ରସଗୁଣମୟ ଗୀତ ଜଗନ୍ନାଥ
ଅଖଣ୍ଡ ପ୍ରକାଶ ଆଦି ମଧ୍ୟ ଅନ୍ତ । ୪
ଗୀତ – ୫୯
ଭକତ ବତ୍ସଳ ପ୍ରଭୁ ପଣ୍ଡୁରଙ୍ଗ
ଭକତ ହୃଦୟେ ଆନନ୍ଦ ତରଙ୍ଗ ।
ପ୍ରଭୁ ଜଗନ୍ନାଥ ଭକ୍ତ ଆଲିଙ୍ଗନ
ନାମ ସୁଧାରସ ଭକତ ଜୀବନ । ୧
ଭାଗବତ ଧର୍ମ ଜଗନ୍ନାଥ ଭକ୍ତି
ପରମ ପୁରୁଷ ସର୍ବମୟ ଶକ୍ତି ।
ପ୍ରଶାନ୍ତ ନିର୍ଭୟ ପୁରୁଷ ଉତମ
ଧ୍ୱନି ପ୍ରତିଧ୍ୱନି ଜଗନ୍ନାଥ ନାମ । ୨
ଜଗନ୍ନାଥ ନାମ ଶ୍ରବଣ ମଙ୍ଗଳ
ନାମ ଦିବ୍ୟଜ୍ଞାନ ନାମ ସୁଶୀତଳ ।
ଅଧର୍ମ ସଂହାର ଧର୍ମ ସଂସ୍ଥାପନ
ପାପ ତାପ ନାଶ ନାମ ଉଚ୍ଚାରଣ । ୩
ସର୍ବ ସୁମଙ୍ଗଳ ପ୍ରଭୁ ନାରାୟଣ
ସ୍ମରଣ ମନନ ପୂଜା ସମର୍ପଣ ।
ନମସ୍ତେ ନମସ୍ତେ ପ୍ରଭୁ ଜଗୃନ୍ନାଥ
ଅଖଣ୍ଡ ପ୍ରଣାମ ପାଦପଦ୍ମେ ଚିତ । ୪
ଗୀତ – ୬୦
ଚିତେ ପରଂବ୍ରହ୍ମ ହୃଦୟେ ମହାତ୍ମା
ଆକାଶ ପାତାଳ ସର୍ବତ୍ର ମହିମା ।
ଦୁଃଖ ସୁଖ ସାଥୀ ପ୍ରଭୁ ନାରାୟଣ
ଜଗନ୍ନାଥ ନାମ ହରି ସୁଧାପାନ । ୧
ବେଦ ସାରଅଂଶ ଜଗନ୍ନାଥ ନାମ
ନିତ୍ୟ ନମସ୍କାର ପୁନଶ୍ଚ ପ୍ରଣାମ ।
ବହୁ ଶକ୍ତିମନ୍ତ ଜଗନ୍ନାଥ ହରି
ଆଦି ଦେବ ଦେବ ସ୍ୱୟଂ ଦେହଧାରୀ । ୨
ଆତ୍ମାତତ୍ୱ ଦାତା ସକଳ ବିଧାତା
ପରମ ପୁରୁଷ ଦିବ୍ୟ ଜ୍ଞାନଦାତା
ଧର୍ମ ପ୍ରେମମୟ ପ୍ରଭୁ ଜଗନ୍ନାଥ
ଯୋଗୀଜନ ମନ ନିତ୍ୟ ଅବିରତ । ୩
ଈଶ୍ୱର ଦର୍ଶନ ସ୍ୱଭାବେ ଦୁର୍ଲଭ
ଜଗନ୍ନାଥ ନାମ ସରଳ ସୁଲଭ ।
ଭକ୍ତିଭାବ ବନ୍ଦୀ ଭକତ ବଲ୍ଳଭ
ଅଖଣ୍ଡ ପ୍ରଣାମ ପ୍ରଭୁ ପଦ୍ମନାଭ । ୪
ଗୀତ – ୬୧
ପ୍ରଭୁ ଜଗନ୍ନାଥ ପୂଜା ଆରାଧନା
ନାମ ଉଚ୍ଚାରଣ ସରଳ ସାଧନା ।
ଜଗନ୍ନାଥ ନାମ ରସମୟ ଗୀତ
ସହସ୍ର ପ୍ରଣାମ ପ୍ରଭୁ ଜଗନ୍ନାଥ । ୧
ଧରଣୀ ରକ୍ଷଣ ଅଧର୍ମ ସଂହାର
ଯୁଗେ ଯୁଗେ ପ୍ରଭୁ ନବ ଅବତାର ।
ମହୋଦଧି ତୀରେ ନିତ୍ୟ ବୃନ୍ଦାବନ
ଭକ୍ତ ପ୍ରିୟଙ୍କର ଭକ୍ତ ଆଲିଙ୍ଗନ । ୨
ତ୍ରିଲୋକ ଈଶ୍ୱର ପ୍ରଭୁ ଜଗନ୍ନାଥ
ବ୍ରହ୍ମା ଶିବ ଇନ୍ଦ୍ର ପୂଜା ଅବିରତ
ନାମ ଉଚ୍ଚାରଣ ଦୂର ଅନ୍ଧକାର
ଶୁଭାଙ୍ଗ ସୁନ୍ଦର ଧର୍ମ ଅବତାର । ୩
ଆନନ୍ଦ ଭବନ ଜଗନ୍ନାଥ ଧାମ
ଭଜନ କୀର୍ତନ ଜଗନ୍ନାଥ ନାମ ।
ଦିବ୍ୟ ମହାପ୍ରଭୁ ପୁରୁଷ ଉତମ
ହୃଦୟ ଆଶ୍ରମେ ଅଖଣ୍ଡ ପ୍ରଣାମ । ୪
ଗୀତ – ୬୨
ଆଦି ଗୁରୁଦେବ ପ୍ରଭୁ ଜଗନ୍ନାଥ
ଶୁଦ୍ଧ ପରମାତ୍ମା ହୃଦେ ଅବସ୍ଥିତ ।
ଅରୁଣ ଶଶାଙ୍କ ପଙ୍କଜ ଲୋଚନ
ବ୍ରହ୍ମା ଶିବ ଇନ୍ଦ୍ର ନିତ୍ୟ ନାମ ଧ୍ୟାନ । ୧
ଜଗନ୍ନାଥ ଭକ୍ତ ତପ ଆଚରଣ
ନିଶ୍ଚଳ ସମାଧି ଅଖଣ୍ଡ ପ୍ରଣାମ
ବିଶ୍ୱବନ୍ଧୁ ଜନ ପରମ କାରଣ
ଶ୍ରୀରାମ ଗୋବିନ୍ଦ ପୁରୁଷ ପୁରାଣ । ୨
ମହାଜ୍ୟୋତି ରୂପ ଆଲୋକ ପ୍ରକାଶ
ଯୋଗୀ ଯୋଗେଶ୍ୱର ପ୍ରଭୁ ଜଗଦୀଶ ।
ସ୍ୱୟଂ ଆତ୍ମଗତି ସର୍ବମୟ ଶକ୍ତି
ଜୟ ଜଗନ୍ନାଥ ନାମ ଧାମ ଭକ୍ତି । ୩
ଜଗନ୍ନାଥ ଗୀତ ରସ ସୁଧାସାର
ଆନନ୍ଦ ମୋହିତ ସାକ୍ଷାତ ଈଶ୍ୱର ।
ଜନଗଣ ପ୍ରିୟ ଗୀତ ଜଗନ୍ନାଥ
ଅଖଣ୍ଡ ପ୍ରଣାମ ନିତ୍ୟ ଅବିରତ । ୪
ଗୀତ – ୬୩
ଜଗନ୍ନାଥ ପ୍ରଭୁ ସର୍ବଜନ୍ମ ଦାତା
ସକଳ ଜଗତ ନାଥ ପିତାମାତା ।
ସମସ୍ତ ସମ୍ପଦ ଧନ ଜ୍ଞାନ ଦାତା
ଧର୍ମଗୁରୁ ପ୍ରଭୁ ଜଗତ ବିଧାତା । ୧
ସକଳ ବିଜ୍ଞାନ ଜଗନ୍ନାଥ ରୂପ
ଜଗତ ରଚନା ପ୍ରଭୁ ଜପତପ ।
ହରି ବନ୍ଧୁ ସଖା ହୃଦୟ ସମ୍ରାଟ
ନୀଳାଚଳ ଧାମ ମହୋଦଧି ତଟ । ୨
ମାନବ ଶରୀର ରାମ କୃଷ୍ଣ ହରି
ପ୍ରଭୁ ଜଗନ୍ନାଥ ସ୍ୱୟଂ ଅବତାରୀ ।
ଅଧର୍ମ ସଂହାର ସଂସାର ବିହାର
ସ୍ୱଧର୍ମ ପାଳନ ନାମ ସୁଧାସାର । ୩
ଜ୍ଞାନ ବିଦ୍ୟା ହୀନ ଇତର ସମାନ
ଦିବ୍ୟଚକ୍ଷୁ ପ୍ରାପ୍ତ କୃପା ଭଗବାନ
ଜଗନ୍ନାଥ ଗୀତ ଧର୍ମ ରସସାର
ଅଖଣ୍ଡ ପ୍ରଣାମ ପ୍ରଭୁ ସୁରେଶ୍ୱର । ୪
ଗୀତ – ୬୪
ଲୀଳାମୟ ପ୍ରଭୁ ଜଗତ ଜୀବନ
ଧରା ଅବତୀର୍ଣ୍ଣ ଭକତ ଦର୍ଶନ ।
ଜଗନ୍ନାଥ ପ୍ରଭୁ ଦୀନହୀନ ବନ୍ଧୁ
ଭକ୍ତି ପ୍ରଦାୟକ ଆହେ କୃପାସିନ୍ଧୁ । ୧
ଅଧିଭୂତ ଆତ୍ମା ମହା ଅଧିଦେବ
ଆତ୍ମା ପରଂବ୍ରହ୍ମ ପରମ ସ୍ୱଭାବ ।
ବିଶ୍ୱ ଅଧିପତି ପ୍ରଭୁ ଜଗନ୍ନାଥ
ସକଳ ଜଗତ ଆଦି ମଧ୍ୟ ଅନ୍ତ । ୨
ଜୟ ଜଗନ୍ନାଥ ଜୟ ଭଗବାନ
ତ୍ରିଲୋକ ବିହାରୀ ସର୍ବ ବିଦ୍ୟମାନ
ଯଜ୍ଞ କର୍ମ  ଧର୍ମ ମହାମନ୍ତ୍ର ବହ୍ନି
ବେଦମୟ ପ୍ରଭୁ ମହା ବ୍ରହ୍ମଜ୍ଞାନୀ । ୩
ବିସ୍ମୟ ଜଗତ ବିସ୍ମୟ ଈଶ୍ୱର
ମହାପ୍ରଭୁ କୃପା ସଂସାର ସୁନ୍ଦର ।
ଜଗନ୍ନାଥ ଗୀତ ଜଗତ ମୋହିତ
ଅଖଣ୍ଡ ପ୍ରଣାମ ପ୍ରଭୁ ଜଗନ୍ନାଥ । ୪
ଗୀତ – ୬୫
ନିରାକାର ବ୍ରହ୍ମ ପ୍ରଭୁ ନିରଂଜନ
ଅନାଦି ଅନନ୍ତ ସଂସାର ପାଳନ ।
ଧର୍ମପାଳ ଦେବ ପତିତ ପାବନ
ଜଗନ୍ନାଥ ପ୍ରଭୁ ମନ ଭଗବାନ । ୧
ପୁଣ୍ୟ ଭୂମି ପୁରୀ ସିଦ୍ଧ ନୀଳାଚଳ
ପ୍ରଭୁ ଜଗନ୍ନାଥ ଅଖଣ୍ଡ ମଣ୍ଡଳ ।
ପୁଣ୍ୟ ଭୂମି ଦେଶ ଉକ୍ରଳ ପ୍ରଦେଶ
ପ୍ରଭୁ ଶ୍ରୀନିବାସ ନିତ୍ୟ ନିତ୍ୟ ରାସ । ୨
ପ୍ରସନ୍ନ ବଦନ ପ୍ରଭୁ ମନୋହର
ରୂପ ଅନୁପମ ସକଳ ସୁନ୍ଦର ।
ପ୍ରଭୁ ଜଗନ୍ନାଥ ସର୍ବଜନ ଦୟା
ସର୍ବତ୍ର ମାଧବ ରୂପ ଯୋଗମାୟା । ୩
ଜଗନ୍ନାଥ ଗୀତ ଶୀତଳ ସମୀର
ମଧୁର ମଙ୍ଗଳ ସର୍ବ ମନୋହର ।
ସୁଲଳିତ ଗୀତ ସଂସାର ବିଦିତ
ଅଖଣ୍ଡ ପ୍ରଣାମ କୋଟି ଶତ ଶତ । ୪
ଗୀତ – ୬୬
ଜଗନ୍ନାଥ ଭକ୍ତ ତୀର୍ଥଗତି ପ୍ରାପ୍ତ
ଭଜନ କୀର୍ତନ ନାମ ଅବିରତ ।
ପରମ ପବିତ୍ର ପୁଣ୍ୟ ଭୂମି ପୁରୀ
ପ୍ରକାଶ ପ୍ରକଟ ପ୍ରଭୁ ନରହରି । ୧
ଅଧର ସୁନ୍ଦର ମନ୍ଦ ମନ୍ଦ ହସ
କୌସ୍ତୁଭ ମଣ୍ଡିତ ପ୍ରଭୁ ଶ୍ରୀନିବାସ ।
ମୁଖ ମନୋହର କମଳ ଲୋଚନ
ପ୍ରଭୁ ଜଗନ୍ନାଥ ପତିତ ପାବନ । ୨
ଜଗନ୍ନାଥ ନାମ ରୋଗ ଶୋକ ନାଶ
ପତିତ ପାବନ ପ୍ରଭୁ ଶ୍ରୀନିବାସ ।
ପରମ ମଙ୍ଗଳ ପରମ ମଧୁର
ଜଗନ୍ନାଥ ନାମ ଅମୃତ ଭଣ୍ଡାର । ୩
ହିଂସା ପରିହର ଜୀବନ ସୁଧାର
ସତ୍ୟ ଧର୍ମ ନ୍ୟାୟ ଲୋକ ଅଧିକାର ।
ଗୀତ ଜଗନ୍ନାଥ ଭକ୍ତ ବିମୋହିତ
ଅଖଣ୍ଡ ପ୍ରଣାମ ନିତ୍ୟ ଅବିରତ । ୪
ଗୀତ – ୬୭
ପ୍ରଭୁ ଜଗନ୍ନାଥ ଜଗତ ପୂଜିତ
ପରମ ପୁରୁଷ ପରମ ଶାଶ୍ୱତ ।
ପ୍ରଭୁ ଜଗନ୍ନାଥ ମାତା ପିତା ଧାତା
ସଂଗୀ ସଖା ଗୁରୁ ବିଶ୍ୱ ପ୍ରାଣ ସତା । ୧
ମହାକାଳ ରୂପୀ ପ୍ରଭୁ ଜଗନ୍ନାଥ
ଜଗତ ଠାକୁର ଜୟ ଜଗନ୍ନାଥ ।
ସଂସାର ସର୍ଜନା ମହା ପଂଚଭୂତ
ଜଗତ ବିଦିତ ଈଶ୍ୱର ମହତ । ୨
ଭକତ କଲ୍ୟାଣ ପ୍ରଭୁ ଅବତାର
ପ୍ରଭୁ ଜଗନ୍ନାଥ ସ୍ୱୟଂ ହରିହର ।
ଜଗନ୍ନାଥ ଗୀତ ହରେ ଭବ ବ୍ୟଥା
ମଧୁର ମଙ୍ଗଳ ମହା ପୁଣ୍ୟ ଦାତା । ୩
କମଳା ରମଣ ପ୍ରଭୁ ଜଗନ୍ନାଥ
ପରମ ଆନନ୍ଦ ପରମାର୍ଥ ତତ୍ୱ ।
ସାଧୁ ସନ୍ଥ ଜପ ସଦା ଅନୁକ୍ଷଣ
ଅଖଣ୍ଡ ପ୍ରଣାମ ଚରଣ ଶରଣ । ୪
ଗୀତ –୬୮
ପ୍ରଭୁ ଜଗନ୍ନାଥ ସର୍ବ ଇଷ୍ଟ ଦେବ
ପରମ ଦୟାଳୁ ଭକତ ବଲ୍ଲଭ ।
ବୈକୁଣ୍ଠ ବିହାରୀ ପୁରୁଷ ଉତମ
ସଂସାର ତାରଣ ଜଗନ୍ନାଥ ନାମ । ୧
ପୁଣ୍ୟ ଜଗନ୍ନାଥ ଭକତ ସହିତ
ପୁଣ୍ୟ ଯଶ କୀର୍ତୀ ବିଜୟ ନିଶ୍ଚିତ ।
ପ୍ରଭୁ ଜଗନ୍ନାଥ ହୃଦୟେ ଶୋଭିତ
ସକଳ ସଂସାର ଆଦି ମଧ୍ୟ ଅନ୍ତ । ୨
ପ୍ରଭୁ ଜଗନ୍ନାଥ ମହାବଳୀ ମେରୁ
ଚରାଚର ଜୀବ ଜନମନ ଗୁରୁ ।
ପ୍ରଭୁ ଜଗନ୍ନାଥ ନିତ୍ୟ ସନାତନ
ସଂସାରେ ପ୍ରକଟ ସ୍ୱୟଂ ଭଗବାନ । ୩
ଜଗନ୍ନାଥ ପ୍ରଭୁ ଗୁଣ କର୍ମ ଗୀତ
ସତ୍ୟ ଧର୍ମ ନ୍ୟାୟ ଭକତ ମୋହିତ ।
ମୁଖେ ଅବିରତ ଜଗନ୍ନାଥ ନାମ
ଅସୀମ ମହିମା ଅଖଣ୍ଡ ପ୍ରଣାମ । ୪
ଗୀତ – ୬୯
ଜଗତ ମୋହନ ମହାମାୟା ରୂପ
ମାଧବ ମୋହିତ ଭକତ ସମୀପ ।
ଭକ୍ତ ଜନ ବନ୍ଧୁ ପତିତ ପାବନ
ଜଗନ୍ନାଥ ହରି ଧରା ଆଗମନ । ୧
ଆକାଶ ଶୋଭିତ ନୀଳ ମେଘମାଳ
ପଥ ରାଜପଥ ଭକତ ଗହଳ ।
ଜଗନ୍ନାଥ ଶୋଭା ରଥ ନନ୍ଦିଘୋଷ
ଉତ୍ସବମୁଖର ବିଶ୍ୱ ଦଶ ଦିଶ । ୨
ପ୍ରଜା ନାଥ ପ୍ରଭୁ ଜଗନ୍ନାଥ ହରି
ମହା ବଳବନ୍ତ ମୁକୁନ୍ଦ ମୁରାରୀ ।
ସମସ୍ତ ସଂସାର ପରମ କାରଣ
ଦୀନ ଉଦ୍ଧାରଣ ପ୍ରଭୁ ନାରାୟଣ । ୩
ଜଗନ୍ନାଥ ନାମ ଆତ୍ମଯୋଗ ସମ
ନାମ ପରାୟଣ ଧର୍ମ ଅନୁପମ ।
ଗୀତ ଜଗନ୍ନାଥ ଶ୍ରୀହରି ଚରିତ
ଅଖଣ୍ଡ ପ୍ରଣାମ ଗୋପ ଗୋପୀନାଥ । ୪
ଗୀତ – ୭୦
ଜଗନ୍ନାଥ ପ୍ରଭୁ ନିର୍ବିକାର ଧର୍ମ
ଧର୍ମ ସଂରକ୍ଷଣ ଜନ୍ମଜାତ କର୍ମ ।
ଅଶେଷ ମହିମା ଗୁଣ ସୀମାତୀତ
ଶ୍ରବଣ କୀର୍ତନ ନାମ ଜଗନ୍ନାଥ । ୧
ସୁନ୍ଦର ବଦନ ମୁଖ ଶୋଭାବନ
କୋଟି ସୂର୍ଯ୍ୟ ତେଜ ଲକ୍ଷ୍ମୀ ନାରାୟଣ ।
ଶୂନ୍ୟ ମହାଶୂନ୍ୟ ଶୂନ୍ୟଗର୍ଭ ନାଥ
ଶୂନ୍ୟ ବିଭୂଷଣ ପ୍ରଭୁ ଜଗନ୍ନାଥ । ୨
ଶୋଭା ଅନୁପମ ନୀଳାଚଳ ଧାମ
ଜଗନ୍ନାଥ ପ୍ରଭୁ ପୁରୁଷ ଉତମ ।
ଭକ୍ତ ସଙ୍ଗ ପ୍ରିୟ ଭକତ ଜୀବନ
ପୁଣ୍ୟଭୂମି ପୁରୀ ପବିତ୍ର ଭଜନ । ୩
ଈଶ୍ୱର ଦର୍ଶନ ପବିତ୍ର ନୟନ
ନାମ ଉଚ୍ଚାରଣ ସଫଳ ଜୀବନ ।
ଜଗନ୍ନାଥ ଗୀତ ଜଗତ ବିଖ୍ୟାତ
ଅଧମ ଅଖଣ୍ଡ ମନନ ଶତତ । ୪
ଗୀତ – ୭୧
ଧର୍ମଧାତା ପ୍ରଭୁ ଜଗନ୍ନାଥ ହରି
ସ୍ୱୟଂ ନାରାୟଣ ଶ୍ରୀରାମ ମୁରାରୀ ।
ଅଧର୍ମ ସଂହାର ମହା ଭୟଙ୍କର
ଭକ୍ତି ଭାବ ସ୍ନେହ ଆନନ୍ଦ ଆଦର । ୧
ବର୍ତମାନ କାଳ ଭୂତ ଭବିଷ୍ୟତ
ଏକ ହିଁ କେବଳ ପ୍ରଭୁ ଜଗନ୍ନାଥ ।
ଆନନ୍ଦ ଠାକୁର ଆଦି ବିଶ୍ୱକର୍ମା
ସକଳ ସଂସାର ଆଧାର ସୁଧର୍ମା । ୨
ପ୍ରଭୁ ଜଗନ୍ନାଥ ଦାରୁବ୍ରହ୍ମ ରୂପ
ନାମ ମହାମନ୍ତ୍ର କ୍ଷୟ ପାପ ତାପ ।
ପ୍ରଭୁ ଜଗନ୍ନାଥ ନାମ ଶୁଭଧାମ
ଭକତ ସହିତ ଅନାବିଳ ପ୍ରେମ । ୩
ପ୍ରଭୁ ଜଗନ୍ନାଥ ପତିତ ପାବନ
ନନ୍ଦିଘୋଷେ ଶୋଭା ଅରୂପ ବାମନ ।
ପ୍ରଭୁ ଜଗନ୍ନାଥ ଯୁଗେ ଯୁଗେ ସ୍ଥିତ
ଅଖଣ୍ଡ ପ୍ରଣାମ ଗୀତ ଜଗନ୍ନାଥ । ୪
ଗୀତ – ୭୨
ଜନ ସୁଖ ପ୍ରଭୁ ଉତ୍ସବ ପୂରିତ
ପତିତପାବନ ରଥେ ଜଗନ୍ନାଥ ।
ଯାତ୍ରା ସହ ସଙ୍ଗୀ ଦଶ ଅବତାର
ପାପ ତାପ କ୍ଷୟ ଜନ୍ମ ଜନ୍ମାନ୍ତର । ୧
ସୂର୍ଯ୍ୟ ଚନ୍ଦ୍ର ତାରା ଆକାଶ ମଣ୍ଡଳ
ଉତ୍ସବମୁଖର ତଳ ମହୀତଳ ।
ଜନ ଗଣ ପ୍ରେମ ରସ ସୀମାତୀତ
ଭଜନ କୀର୍ତନ ନାମ ଗୁଣ ଗୀତ । ୨
ବଳଭଦ୍ର ଭଦ୍ରା ପ୍ରଭୁ ସୁଦର୍ଶନ
ଚତୁର୍ଦ୍ଧା ମୂରତୀ ରତ୍ନ ସିଂହାସନ ।
ମହାପଥ ରଥ ସଂସାର ସ୍ୱରୂପ
ମହାପ୍ରଭୁ ସ୍ୱୟଂ ସାରଥି ଅରୂପ । ୩
ଈଶ୍ୱର ଦର୍ଶନ ପବିତ୍ର ନୟନ
ଭାବ ବଳେ ନତ ପ୍ରଭୁ ନରାୟଣ ।
ଭକ୍ତ ହିତେ ସଦା ଜୀବନ ଭଗତ
ଅଖଣ୍ଡ ପ୍ରଣାମ ନାମ ଜଗନ୍ନାଥ । ୪
ଗୀତ – ୭୩
ଶୀତଳ ସମୀର ଜଗନ୍ନାଥ ନାମ
ତୀର୍ଥରାଜ ପୁଣ୍ୟ ନୀଳାଚଳ ଧାମ ।
ଜଗନ୍ନାଥ ନାମ ରସ ସୁଧାସାର
କଲ୍ୟାଣ କାରକ ସକଳ ସଂସାର । ୧
ଜଗନ୍ନାଥ ନାମ ସର୍ବଶକ୍ତିମାନ
ନାମ ମହାମନ୍ତ୍ର ନାମ ଭଗବାନ ।
ଦୁଃଖ ଶୋକ ଦୂର ନିର୍ମଳ ନିଷ୍କାମ
ମୋକ୍ଷ ପ୍ରାପ୍ତି ମାର୍ଗ ଜଗନ୍ନାଥ ନାମ । ୨
ନାମ ନାମ ନାମ ଜଗନ୍ନାଥ ନାମ
ଜଗତେ କେବଳ ଆନନ୍ଦ ପରମ ।
ନାମ ଗତି ମୁକ୍ତି ନାମ ପ୍ରେମ ରସ
ନାମ ଜ୍ଞାନ ଧନ ଜଗତେ ସରସ । ୩
ତିନି ଲୋକେ ଜୟ ଜଗନ୍ନାଥ ଧ୍ୱନି
ଯୁଗେ ଯୁଗେ ଧ୍ୟାନ ସାଧୁସନ୍ଥ ମୁନିୃ ।
ବ୍ରହ୍ମା ଶିବ ମୁଖେ ନାମ ଗୁଣ ନିତ୍ୟ
ଅଖଣ୍ଡ ପ୍ରଣାମ ନାମ ଜଗନ୍ନାଥ ।
ଗୀତ – ୭୪
ମହୋଦଧି ତୀରେ ମହା ଗୁଣବନ୍ତ
ଗୃହସ୍ଥ ଆଶ୍ରମ ପ୍ରଭୁ ଜଗନ୍ନାଥ ।
ଭକ୍ତ ସଙ୍ଗ ପ୍ରିୟ ଭକତ ବିଶ୍ୱାସ
ସଂସାର ପାଳକ ଜୀବନ ସନ୍ନ୍ୟାସ । ୧
ଭକ୍ତ ଜନ ଗଣ ସେବା ଅବିରତ
ଜଗନ୍ନାଥ ନାମ ସୁଖ ମନ ଚିତ ।
ଭକ୍ତି ଭାବ ରସ ଧର୍ମ ବିଦ୍ୟାସାର
ପତିତ ପାବନ ଦେବ ପ୍ରିୟଙ୍କର । ୨
ନୀଳ ରତ୍ନମଣି ପ୍ରଭୁ ଚକ୍ରପାଣି
ସୁଗନ୍ଧ ସଂସାର ସୁନ୍ଦର ଧରଣୀ ।
ପ୍ରଭୁ ପାଦପଦ୍ମ ଭକ୍ତ ମନ ଚିତ
ଜୟ ଜୟ ହରେ ପ୍ରଭୁ ଜଗନ୍ନାଥ । ୩
ଜଗନ୍ନାଥ ନାମ ଗୀତ ନିରନ୍ତର
ଭକତ ଭଜନ ଯୋଗୀ ଯୋଗେଶ୍ୱର ।
ଗୀତନାଦ ଧ୍ୱନି ସରସ ସୁନ୍ଦର
ଅଖଣ୍ଡ ପ୍ରଣାମ ପ୍ରଭୁ କୃପାକର । ୪
ଗୀତ – ୭୫
ଅନାଦି ପୁରୁଷ ନିର୍ଗୁଣ ଈଶ୍ୱର
ସର୍ବତ୍ର ପ୍ରକାଶ ବାହ୍ୟ ଅଭ୍ୟନ୍ତର ।
ପରମ ପ୍ରକୃତି ପଂଚ ମହାଭୂତ
ଜଗତ କାରଣ ପ୍ରଭୁ ଜଗନ୍ନାଥ । ୧
ସଂସାର ତରଙ୍ଗ ଜଗନ୍ନାଥମୟ
ଜଗନ୍ନାଥ ନାମ ଜୟ ଜୟ ଜୟ ।
ସଂସାର ସାଗର ସଂସାର ବନ୍ଧନ
ଜନ ଉଦ୍ଧାରଣ ପତିତ ପାବନ । ୨
ଭକ୍ତ ଧର୍ମ କର୍ମ ଜଗନ୍ନାଥ ନାମ
ଅମୃତ ଜୀବନ ଭକ୍ତ ପ୍ରଭୁ ପ୍ରେମ ।
ଜଗନ୍ନାଥ ନାମ ଜ୍ଞାନ ମହାଧନ
ସଦା ପ୍ରେମମୟ ଭକ୍ତ ଭଗବାନ । ୩
ଜଗନ୍ନାଥ ରୂପ ଦର୍ଶନ ଦୁôର୍ଲଭ
ଈଶ୍ୱର ପ୍ରକାଶ ଭକ୍ତି ପ୍ରେମ ଭାବ ।
ସର୍ବଦେବ ପ୍ରିୟ ଗୀତ ଜଗନ୍ନାଥ
ଅଖଣ୍ଡ ପ୍ରଣାମ ଭକ୍ତଜନ ମିତ । ୪
ଗୀତ – ୭୬
ପ୍ରଭୁ ଜଗନ୍ନାଥ ସିଦ୍ଧ ମହାବୀର
ଭକ୍ତକୂଳନାଥ ଅନନ୍ତ ଈଶ୍ୱର ।
କମଳ ନୟନ ଚନ୍ଦ୍ର ଦିବାକର
ସର୍ବଦେବ ରୂପ ସର୍ବ ଅବତାର । ୧
ମହାଯୋଗ ସିଦ୍ଧି କଠିନ ମାଧ୍ୟମ
ଚିତ ମନ ସ୍ଥିର ଶରୀର ସଂଯମ ।
ସଂସାର ବନ୍ଧନ ମୁକ୍ତିପଥ ଦାତା
ପ୍ରଭୁ ଜଗନ୍ନାଥ ବନ୍ଧୁ ପିତାମାତା । ୨
ମହା ଭକ୍ତିଯୋଗ ବ୍ରହ୍ମଜ୍ଞାନ ଲାଭ
ସାଧୁ ସନ୍ଥ ସଙ୍ଗ ଭକତ ବଲ୍ଲଭ ।
ସର୍ବ ସମର୍ପଣ ପ୍ରଭୁ ଜଗନ୍ନାଥ
ନିଶ୍ଚଳ ନିରତ ଭଜ ନାମ ଗୀତ । ୩
ଜଗନ୍ନାଥ ଗୀତ ଜୀବନ ସଂଗୀତ
ଅମୃତ ଆଧାର ମହିମା ଅନନ୍ତ ।
ନାମ ନିରନ୍ତର ଆନନ୍ଦ ଅପାର
ଅଖଣ୍ଡ ପ୍ରଣାମ ନାମ ଅବତାର । ୪
ଗୀତ – ୭୭
ପ୍ରଭୁ ପରମେଶ ପରମ ପୁରୁଷ
ପରମାତ୍ମା ବ୍ରହ୍ମ ପ୍ରିୟ ଜଗଦୀଶ ।
ପରମ ପୁମାନ୍ ପରମ ବିଶ୍ୱାସ
ଜଗତ ଜୀବନ ପ୍ରଭୁ ଶ୍ରୀନିବାସ । ୧
ସୂର୍ଯ୍ୟ ଚନ୍ଦ୍ର ତାରା ଶୋଭିତ ଜଗତ
ଅନନ୍ତ ସମୟ ପ୍ରଭୁ ବିରାଜିତ ।
ଯୁଗେ ଯୁଗେ ନାଥ ଭିନ୍ନ ଅବତାର
ଜଗନ୍ନାଥ ହରି ସକଳ ଆଧାର । ୨
ଅପାର ଆନନ୍ଦ ପ୍ରଭୁ ଭକ୍ତିଯୋଗ
ମାନବ ମହାନ୍ ପୁଣ୍ୟ ଧର୍ମ ଭୋଗ ।
ଯୋଗୀ ଯୋଗେଶ୍ୱର ଶାନ୍ତି ପ୍ରଦାୟକ
ଜଗନ୍ନାଥ ପ୍ରଭୁ ସଂସାର ନାୟକ । ୩
ଜଗନ୍ନାଥ ଗୀତ ଅମୃତ ବଚନ
ପ୍ରେମମୟ ରସ ବିମୋହିତ ମନ ।
ନାମ ଧ୍ୟାନ ମଗ୍ନ ଅଖଣ୍ଡ ଅଧମ
କୋଟି ନମସ୍କାର ପୁରୁଷ ଉତମ । ୪
ଗୀତ – ୭୮
ପ୍ରଭୁ ସର୍ବନାମ ସର୍ବଗୁଣ ଧାମ
ସରସ ସୁନ୍ଦର ଜଗନ୍ନାଥ ନାମ ।
ଚରଣ ଶରଣ ପରମ କାରଣ
ତପ ଆଚରଣ ପାପ ନିବାରଣ । ୧
ଶ୍ରୀରାମ ସୁନ୍ଦର ରୂପ ଅନୁପମ
ଜନ ମନୋହର ପ୍ରଭୁ ଘନଶ୍ୟାମ ।
ଅପାର ମହିମା ଅନନ୍ତ ବିଭୂତି
ପ୍ରଭୁ ଜଗନ୍ନାଥ ଦେବ ଦେବ ପତି । ୨
ଇଷ୍ଟ ଗୁରୁଦେବ ଦୟା ପ୍ରେମ ସିନ୍ଧୁ
ଇହ ପରଲୋକ ଜଗନ୍ନାଥ ବନ୍ଧୁ ।
ଜୀବ ପରିତ୍ରାଣ ପରମ କାରଣ
ପ୍ରାଣୀହିତ ନିତ୍ୟ ପ୍ରଭୁ ନାରାୟଣ । ୩
ପୁଣ୍ୟ ନୀଳାଚଳ ଦିବ୍ୟଧାମ ପୁରୀ
ଶ୍ରୀମନ୍ଦିର ଶୋଭା ଜଗନ୍ନାଥ ହରି ।
ପ୍ରଭୁ ପ୍ରାଣ କେନ୍ଦ୍ର ଉକ୍ରଳ ଭୂଖଣ୍ଡ
ବିଶ୍ୱମୟ ନାଥ ପ୍ରଣାମ ଅଖଣ୍ଡ । ୪
ଗୀତ – ୭୯
ଭୁବନ ମୋହନ କମଳ ଲୋଚନ
ଭକ୍ତ ଚିତହାରୀ ଜଗତ ଜୀବନ ।
ସଦାଶିବ ହରି ପ୍ରଭୁ ଆତ୍ମାରାମ
ଜଗନ୍ନାଥ ନାମ ଜଗତ ପ୍ରଣାମ । ୧
ଭବ ବିନାଶନ ଭୁବନ ପାଳକ
ପରମ ମଙ୍ଗଳ କଲ୍ୟାଣ କାରକ ।
ସତ୍ୟ ଶିବ ଶୋଭା ଯୋଗୀ ବିଶ୍ୱନାଥ
ଜନଗଣ ବନ୍ଧୁ ପ୍ରଭୁ ଜଗନ୍ନାଥ । ୨
ମହୋଦଧି ତୀରେ ପବିତ୍ର ମନ୍ଦିର
ସୁନ୍ଦର ଠାକୁର ପୂର୍ଣ୍ଣ ଅବତାର ।
ଭକ୍ତ ଚିନ୍ତାମଣି ହୃଦୟ ଶୋଭିତ
ସଦା ଆରାଧନା ପ୍ରଭୁ ଜଗନ୍ନାଥ । ୩
ଜଗନ୍ନାଥ ନାମ ମଧୁର ଅମୃତ
ବୈ÷କୁଣ୍ଠ ଆନନ୍ଦ ଗୀତ ଜଗନ୍ନାଥ ।
ମଧୁମୟ ଗୀତ ମୋହିତ ଜଗତ
ଅଖଣ୍ଡ ପ୍ରଣାମ ପ୍ରଭୁ ଲୋକନାଥ । ୪
ଗୀତ – ୮୦
ପରଂବ୍ରହ୍ମ ହରି ନାଥ ନିରଂଜନ
ମନ ତନ ଧନ ସହ ନିବେଦନ ।
ପରମ ପବିତ୍ର ଦିବ୍ୟ ଆଦି ଦେବ
ଜଗନ୍ନାଥ ପ୍ରଭୁ ଶ୍ରୀକୃଷ୍ଣ କେଶବ । ୧
ପଙ୍କଜ ଲୋଚନ ଜଗତ ବନ୍ଦନ
ଆନନ୍ଦ ଉଲ୍ଲାସ ଧରଣୀ ଗଗନ ।
ଶ୍ରୀମୁଖ ମଣ୍ଡଳ ଭକ୍ତ ବିମୋହିତ
ସର୍ବ ଧର୍ମଶୀଳ ପ୍ରଭୁ ଜଗନ୍ନାଥ । ୨
ବିଶ୍ୱମୁଖ ହରି ପ୍ରଭୁ ନାରାୟଣ
ଜଗନ୍ନାଥ ନାମ ଧର୍ମ ଗୀତ ଗୁଣ ।
ସକଳ ଭକତ ଧର୍ମ ପରାୟଣ
ଗୀତ ଜଗନ୍ନାଥ ସଦା ଅନୁକ୍ଷଣ । ୩
ସର୍ବ ଧର୍ମ କର୍ମ ପ୍ରଭୁ ଜଗନ୍ନାଥ
ଭଜନ କୀର୍ତନ ସଦାଭକ୍ତି ଚିତ ।
ପ୍ରଭୁ ଦୟାମୟ ରାଧାରାଣୀ ପ୍ରେମ
ଅକିଂଚନ ଭକ୍ତ ଅଖଣ୍ଡ ପ୍ରଣାମ । ୪
ଗୀତ – ୮୧
ଜଗନ୍ନାଥ ପ୍ରଭୁ ପ୍ରଜା ସୃଷ୍ଟିକାରୀ
ପାଳନ ସଂହାର ତିନିଗୁଣଧାରୀ ।
ବ୍ରହ୍ମା ହର ରୂପ ଜଗନ୍ନାଥ ହରି
କୋଟି ନମସ୍କାର ସର୍ବ ନରନାରୀ । ୧
ମୂଳ ଆଦିବାସୀ ଦଳିତ ପତିତ
ସଦା ପ୍ରିୟଙ୍କର ପ୍ରଭୁ ଜଗନ୍ନାଥ ।
ଜଗତ ପାଳନ ସମଦର୍ଶୀ ଗୁଣ
ଧର୍ମ ସଂରକ୍ଷଣ ସକଳ କଲ୍ୟାଣ । ୨
ଭକ୍ତ ସାଧୁ ଜନ ତ୍ୟାଗ ଅଭିଯାନ
ଜାତି ଧର୍ମ ବର୍ଣ୍ଣ ସମସ୍ତ ସମାନ ।
ଭକତ ବତ୍ସଳ ପ୍ରଭୁ ଜଗନ୍ନାଥ
ନମୋ ବାସୁଦେବ ନମୋ ଭଗବତ । ୩
ଈଶ୍ୱର ମହିମା ଜଗନ୍ନାଥ ଗୀତ
ମନନ ସ୍ମରଣ ସମସ୍ତ ଜଗତ ।
ଗୀତ ମଧୁଧାରା ସ୍ରୋତ ପ୍ରବାହିତ
ସଦା ଏକାକାର ଅଖଣ୍ଡ ଭକତ । ୪
ଗୀତ – ୮୨
ପ୍ରଭୁ ଅଙ୍ଗସଙ୍ଗେ ଭକତ ମୋହିତ
ମଙ୍ଗଳ ଉତ୍ସବ ନିତି ଅବିରତ ।
ସର୍ବଦେବମୟ ପ୍ରଭୁ ଜଗନ୍ନାଥ
ସର୍ବ ଦିଗପାଳ ଚରଣ ଆଶ୍ରିତ । ୧
ପ୍ରଥମ ଅର୍ପଣ କର୍ମ ଯଜ୍ଞଭାଗ
ଜଗନ୍ନାଥ ନାମ ମହାମୋକ୍ଷ ମାର୍ଗ ।
ବ୍ରହ୍ମା ଶିବ ଇନ୍ଦ୍ର ଚନ୍ଦ୍ର ଦିବାକର
ପୂଜନ ମନନ ବିଶ୍ୱ ଅଧୀଶ୍ୱର । ୨
ବିଶ୍ୱରୂପ ହରି ସର୍ବ ଆଦିଭୂତ
ଦେବପ୍ରାଣ ପ୍ରିୟ ପ୍ରଭୁ ଜଗନ୍ନାଥ ।
ଅଖିଳ ସଂସାର ପରମ କାରଣ
ଧରଣୀ ଧର୍ମାତ୍ମା ସତ୍ୟ ନାରାୟଣ । ୩
ମହାଧର୍ମ ଗୁରୁ ପ୍ରଭୁ ଜଗନ୍ନାଥ
ନାମ ମହାମନ୍ତ୍ର ଅଖଣ୍ଡ ଦୀକ୍ଷିତ ।
ଜୀବନ ଆକାଶ ଆଲୋକ ପ୍ରକାଶ
ସଦା ଅନୁଭବ ପ୍ରଭୁ ଶ୍ରୀ ନିବାସ । ୪
ଗୀତ – ୮୩
ପ୍ରଭୁ ଜଗନ୍ନାଥ କାଳଶକ୍ତିରୂପୀ
ଯୋଗମାୟା ଶକ୍ତି ସ୍ୱୟଂ ବିଶ୍ୱବ୍ୟାପୀ ।
ନିର୍ମଳ ସ୍ୱରୂପ ଆନନ୍ଦ ଅମୃତ
ପରମ ଦୟାଳୁ ଜଗତ ବିଖ୍ୟାତ । ୧
ପ୍ରଭୁ ଅବତାର ଭକ୍ତ ପୁଣ୍ୟଯଶ
ଶ୍ରୀହରି ଚରିତ ପାପ ତାପ ନାଶ ।
ଜୀବେ ଦୟା ଭାବ ଅହିଂସା ପରମ
ଜଗନ୍ନାଥ ନାମ ସାଧୁସନ୍ଥ ପ୍ରେମ । ୨
କରୁଣା ସାଗର ସଂସାର ଠାକୁର
ସ୍ୱୟଂ ହରିହର ପ୍ରଭୁ ଯୋଗେଶ୍ୱର ।
ପ୍ରଭୁ ଜଗନ୍ନାଥ ସ୍ୱର୍ଗ ମୋକ୍ଷ ଦାତା
ପ୍ରିୟ ବନ୍ଧୁ ସଖା ଗୁରୁ ପିତାମାତା । ୩
ଗୁଣ ଅପ୍ରମିତ ଜଗତ ବନ୍ଦିତ
ଅଶେଷ ଅନନ୍ତ ଗୀତ ଜଗନ୍ନାଥ ।
ଜଗନ୍ନାଥ ଗୀତ ଭଗବତ ପ୍ରେମ
ଭକ୍ତ ଶିରୋମଣି ଅଖଣ୍ଡ ପ୍ରଣାମ । ୪
ଗୀତ – ୮୪
ନମସ୍ତେ ଶ୍ରୀହରି ପରମ ପୁରୁଷ
ଅଜ୍ଞାନ ହୃଦୟେ ବିବେକ ପ୍ରକାଶ ।
ଅନନ୍ତ ଚେତନା ପ୍ରଭୁ ଜଗନ୍ନାଥ
ଚରଣ ଆଶ୍ରିତ ଯୋଗୀ ସାଧୁସନ୍ଥ । ୧
ଜ୍ଞାନମୟ କୋଷ ଅଜ୍ଞାନ ଆବୃତ
ଘନ ଅନ୍ଧକାର ମାନବ ମୋହିତ ।
ଭଜନ ଶ୍ରବଣ ଜଗନ୍ନାଥ ଗୀତ
ଅଜ୍ଞାନ ବିନାଶ ଜ୍ଞାନ ପ୍ରକାଶିତ । ୨
ନୀଳାଚଳ ଧାମ ଜଗନ୍ନାଥ ପୁରୀ
ତୀର୍ଥରାଜ ଭୂମି କୋଟିପୁଣ୍ୟକାରୀ ।
ଧର୍ମ ବିସ୍ତାରଣ ସଂସାର ତାରଣ
ସ୍ୱୟଂ ଅବତାର ପ୍ରଭୁ ନାରାୟଣ । ୩
ପାଦପଦ୍ମେ ଭକ୍ତି ଆନନ୍ଦ ଭକତ
ଶରଣ ଅଖଣ୍ଡ ସଦା ଦଣ୍ଡବତ ।
ଆତ୍ମଗତି ପଥ ଜଗନ୍ନାଥ ଗୀତ
ଅକ୍ଷୟ ଅନନ୍ତ ଶାସ୍ତ୍ର ପୁଣ୍ୟବନ୍ତ । ୪
ଗୀତ – ୮୫
ଅନନ୍ତ ମହିମା ପ୍ରେମମୟ ହରି
ପ୍ରଭୁ ଜଗନ୍ନାଥ ମୁକୁନ୍ଦ ମୁରାରୀ ।
ମମତା ସାଗର କରୁଣା ଅପାର
ଯୁଗେ ଯୁଗେ ପ୍ରଭୁ ଭିନ୍ନ ଅବତାର । ୧
ଜଗନ୍ନାଥ ରୂପ ତ୍ରିଲୋକ ମୋହନ
ଆନନ୍ଦ ହରଷ ବିହ୍ୱଳିତ ମନ ।
ଲକ୍ଷ୍ମୀନାରାୟଣ ଚରଣ ଶରଣ
ଆଶିଷ ବିଭୂତି ଜଗତ କଲ୍ୟାଣ । ୨
ଶ୍ରଦ୍ଧା ଯୁକ୍ତ ଭକ୍ତ ଆତ୍ମଜ୍ଞାନ ପ୍ରାପ୍ତ
ସଦା ସୁଖ ଶାନ୍ତି ଧାରା ପ୍ରବାହିତ ।
ଭକ୍ତ ସମ ହରି ଭକତ ଭଜନ
ଜଗନ୍ନାଥ ନାମ ଜ୍ଞାନ ତପ ଧ୍ୟାନ । ୩
ସାଧୁ ସନ୍ଥ ମୁନି ପୁଣ୍ୟବନ୍ତ ଭ୍କ୍ତ
ମନନ  ସ୍ମରଣ ନାମ ମନ୍ତ୍ର ଗୀତ ।
ଅଖଣ୍ଡ ରଚିତ ଗୀତ ଜଗନ୍ନାଥ
ପାପ ତାପ ନାଶ ବିଶ୍ୱଜନ ହିତ । ୪
ଗୀତ – ୮୬
ପରମ ପୁରୁଷ ଗୋବିନ୍ଦ ମାଧବ
ଭକତ ଭଜନ ପ୍ରେମ ଭକ୍ତି ଭାବ ।
ସଦା ବିରାଜିତ ନାମ ଜଗନ୍ନାଥ
ଅଶେଷ ମହିମା ପୂର୍ଣ୍ଣ ମନୋରଥ । ୧
ସକଳ ଜଗତ ପ୍ରଭୁ ଆଜ୍ଞାକାରୀ
ବନ୍ଦିତ ପୂଜିତ ସର୍ବତ୍ର ଶ୍ରୀହରି ।
ସଦା ଲୋକହିତ ଆହେ ନରନାଥ
ଜୟ କୃପାମୟ ପ୍ରଭୁ ଜଗନ୍ନାଥ । ୨
ଧର୍ମ ଆଚରଣ ଈଶ୍ୱର ଶରଣ
ସର୍ବଦା ଭଜନ ଗୀତ ନାମ ଗୁଣ ।
ବର୍ତମାନ କାଳ ଭୂତ ଭବିଷ୍ୟତ
ଆଦି ମଧ୍ୟ ଅନ୍ତ ପ୍ରଭୁ ଜଗନ୍ନାଥ । ୩
ଶୁଦ୍ଧ ମନ ପ୍ରାଣ ଭଜନ କୀର୍ତନ
ପ୍ରଭୁ ଜଗନ୍ନାଥ ସଦା ଅବସ୍ଥାନ ।
ଭକତ ବଲ୍ଲଭ ଭକ୍ତ ବଶ ହରି
ଅଖଣ୍ଡ ପ୍ରଣାମ ମୁକୁନ୍ଦ ମୁରାରୀ । ୪
ଗୀତ – ୮୭
ଧର୍ମ ଅଧିକାରୀ ପ୍ରଭୁ ଦେହଧାରୀ
ସଂସାର ପାଳକ ଜନପ୍ରିୟ ହରି ।
ଦୟାମୟ ପ୍ରଭୁ ସଂସାର ବିହାରୀ
ଜୟ ଜଗନ୍ନାଥ ଜନ ମନୋହାରୀ । ୧
ଏକକ ଅନେକ ଜଗତ ନାୟକ
ତ୍ରିଲୋକ ରକ୍ଷକ ହରେ ଦୁଃଖଶୋକ ।
ଶୁଦ୍ଧ ଭକ୍ତି ଭାବ ତର୍ପଣ ଅର୍ପଣ
ପ୍ରଭୁ ଜଗନ୍ନାଥ ସାକ୍ଷାତ୍ ଦର୍ଶନ । ୨
ଶ୍ରଦ୍ଧାବନ୍ତ ନର ଈଶ୍ୱର ଆଦର
ଜଗନ୍ନାଥ ନାମ ସଦା ନିରନ୍ତର ।
ପରମ ସୁଗତି ପ୍ରାପ୍ତ ଭକ୍ତଜନ
ସଂସାର ସାଗରେ ପବିତ୍ର ଜୀବନ । ୩
ଜଗନ୍ନାଥ ଗୀତ ମନ ପୁଲକିତ
ଜ୍ଞାନସାର ଗୀତ ଅଖଣ୍ଡ ମୋହିତ ।
ଭଜନ ଶ୍ରବଣ ରସାମୃତ ବାଣୀ
ପାପ ତାପ ନାଶ ନିସ୍ତାରଣ ପ୍ରାଣୀ । ୪
ଗୀତ – ୮୮
ପ୍ରଭୁ ଜଗନ୍ନାଥ ଜଗତ ନିୟନ୍ତା
ଆଦି ପିତା ମାତା ସଂସାର ବିଧାତା ।
ସର୍ବଜ୍ଞ ଅନନ୍ତ ସର୍ବରୂପ ହରି
ପ୍ରଭୁ ପରଂବ୍ରହ୍ମ ଭକ୍ତଚିତ ହାରୀ । ୧
ଈଶ୍ୱର କରୁଣା ମାନବ ଜୀବନ
ପରମ କର୍ତବ୍ୟ ଶ୍ରଦ୍ଧା ଭଗବାନ ।
ପାପ ନିବାରଣ ପ୍ରଭୁ ନାମ ଗୀତ
ଜଗନ୍ନାଥ ନାମ ସର୍ବ ପ୍ରାୟଶ୍ଚିତ । ୨
ଜଗନ୍ନାଥ ନାମ ମହାମନ୍ତ୍ର ଦୀକ୍ଷା
ଦୀକ୍ଷିତ ଶିକ୍ଷିତ ପ୍ରଭୁ ପ୍ରେମ ଭିକ୍ଷା  ।
ପ୍ରଭୁ ଭକ୍ତ ସଦା ନାମ ଗୁଣ ଗୀତ
ମହା ପୁଣ୍ୟକାରୀ ଗୀତ ଜଗନ୍ନାଥ । ୩
ପୁଣ୍ୟ ନୀଳାଚଳ ତୀର୍ଥରାଜ ପୁରୀ
ଅନାଦି ଅନନ୍ତ ଜଗନ୍ନାଥ ହରି ।
ଜୟ ଜୟକାର ଜଗନ୍ନାଥ ନାମ
ଜୟ ପ୍ରଭୁଭକ୍ତ ଅଖଣ୍ଡ ପ୍ରଣାମ । ୪
ଗୀତ – ୮୯
ପରମ ମଙ୍ଗଳ ନୀଳାଦ୍ରି ବିହାରୀ
ପ୍ରଭୁ ଆତ୍ମାରାମ ଆତ୍ମପଦ ହରି ।
ସର୍ବଜୀବ ଗତି ପ୍ରଭୁ ଜଗନ୍ନାଥ
ଆତ୍ମା ନିସ୍ତାରଣ ଅନନ୍ତ ଅଚ୍ୟୁତ । ୧
ପ୍ରକୃତି ପୁରୁଷ ନିତ୍ୟ ନିରାକାର
ମହାଜ୍ୟୋତି ରୂପ ପ୍ରକାଶ ଈଶ୍ୱର ।
ଜୀବନ ମରଣ ବ୍ରହ୍ମ ରୂପାନ୍ତର
ପ୍ରଭୁ ଜଗନ୍ନାଥ ପରଂବ୍ରହ୍ମେଶ୍ୱର । ୨
ଅଧର୍ମ ମହତ ବିଶ୍ୱ କବଳିତ
ବିସ୍ମରଣ ମନ ଜ୍ଞାନ ହିତାହିତ ।
ଭକ୍ତି ଭାବ ହୀନ ମହା ହତଜ୍ଞାନ
ଜଗନ୍ନାଥ ନାମ ପୂର୍ଣ୍ଣ ସମାଧାନ । ୩
ଅବିଶ୍ୱାସ ଭାବ ଈଶ୍ୱର ଅଭାବ
ଶ୍ରଦ୍ଧା ଭକ୍ତି ପ୍ରେମ ଭକତ ସ୍ୱଭାବ ।
ଜଗନ୍ନାଥ ଗୀତ ଜନଗଣ ପ୍ରୀତ
ଆଜୀବନ ବ୍ରତ ଅଖଣ୍ଡ ଭକତ । ୪
ଗୀତ – ୯୦
ଅନନ୍ତ ଈଶ୍ୱର ଯୋଗୀ ସିଦେ୍ଧଶ୍ୱର
ବ୍ରହ୍ମବାଦୀ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର ।
ଜଗତ ଗୋସାଇଁ ପ୍ରଭୁ ଜଗନ୍ନାଥ
ସର୍ବଭୂତମୟ ଜଗତ ପୂଜିତ । ୧
ମହାପ୍ରଭୁ ଭକ୍ତ ଚରଣ ଆଶ୍ରିତ
ଜଗନ୍ନାଥ ନାମ ଦିବ୍ୟଜ୍ଞାନ ଜାତ ।
ମାୟା ବନ୍ଧ ମୋହ ସଂସାର ସ୍ୱଭାବ
ଧର୍ମ ପରିଭାଷା ଶ୍ରଦ୍ଧା ଭକ୍ତିଭାବ । ୨
ସ୍ନାନ ଶ୍ରୀଗୁଣ୍ଡିଚା ସ୍ୱୟଂ ପ୍ରଭୁ ଲୀଳା
ପତିତପାବନ ଯାତ୍ରା ଲୀଳାଖେଳା ।
ନବ ଯଉବନ ଜଗନ୍ନାଥ ହରି
ଦାରୁବ୍ରହ୍ମ ରୂପ ନୀଳାଦ୍ରି ବିହାରୀ । ୩
ସୁନ୍ଦର ଶରୀର ଅତି ସୁକୁମାର
କମଳ ଲୋଚନ ଆନନ୍ଦ ମଧୁର ।
ଅଖଣ୍ଡ ପ୍ରଣାମ ରୂପ ଜଗନ୍ନାଥ
ଜଗତ ମୋହିତ ନାମ ଗୁଣ ଗୀତ । ୪
ଗୀତ – ୯୧
ଧର୍ମ କ୍ରିୟା ମୂଳ ପ୍ରଭୁ ଜଗନ୍ନାଥ
ସ୍ୱୟଂ ଧର୍ମ ଯଜ୍ଞ ଅଗ୍ନି ମନ୍ତ୍ର ପଥ ।
ଧର୍ମ ତପୋଭୂମି ଜଗନ୍ନାଥ ପୁରୀ
ଧର୍ମ ଅବତାର ଧର୍ମ ଅବତାରୀ । ୧
ଜ୍ଞାନ ପରାଜ୍ଞାନ ଜଗତ ବିଜ୍ଞାନ
ଆଦି ମହାଜ୍ଞାନୀ ପ୍ରଭୁ ଭଗବାନ ।
ମହାପ୍ରଭୁ ଗୁରୁ ବିଶ୍ୱ ପିତାମହ
ଆତ୍ମଜ୍ଞାନ ରୂପ ଆତ୍ମ ଜ୍ଞାନମୋହ । ୨
ଅଖଣ୍ଡ ଆନନ୍ଦ ପ୍ରଭୁ ନିତ୍ୟାନନ୍ଦ
ପ୍ରେମମୟ ନାମ ସୁଧା ମକରନ୍ଦ ।
ମନନ ସ୍ମରଣ ନାମ ଜଗନ୍ନାଥ
ଆନନ୍ଦ ବିଭୋର ଶ୍ରଦ୍ଧାଳୁ ଭକତ । ୩
ମହିମା ଅନନ୍ତ ବ୍ରହ୍ମଯୋଗୀ ହରି
ପ୍ରଭୁ ଜଗନ୍ନାଥ ଭକ୍ତ ଭକ୍ତିଧାରୀ ।
ସାଧୁଜନ ମତି ଭୂପତି ଶ୍ରୀପତି
ଅଖଣ୍ଡ ପ୍ରଣାମ ଇହକାଳ ସାଥୀ । ୪
ଗୀତ – ୯୨
ପ୍ରଭୁ ଆଦିମୂଳ ସର୍ବ ପ୍ରିୟଙ୍କର
ସର୍ବଭୂତମୟ ଅଚ୍ୟୁତ ଅମର ।
ପ୍ରଭୁ ଆଶୀର୍ବାଦ ଭକତ ସମ୍ପଦ
କୋଟି ନମସ୍କାର ପୁଣ୍ୟ ପଦ୍ମପାଦ । ୧
ତମୋଗୁଣ ଯୁକ୍ତ ସୁକର୍ମ ବିଲୁପ୍ତ
ଅଜ୍ଞାନ ଅନ୍ଧାର ସଦା ପରିବୃତ ।
ସ୍ୱାର୍ଥ ଅହଙ୍କାର କର୍ମ ବିପରୀତ
ଜଗନ୍ନାଥ ନାମ ପାପ ପ୍ରାୟଶ୍ଚିତ । ୨
ଧର୍ମ ଅବତାର କଳ୍କୀରୂପଧର
ମହାକାଳ ମୂର୍ତୀ ବିଷ୍ଣୁ ଚକ୍ରଧର ।
ରାମ କୃଷ୍ଣ ହରି ପ୍ରଭୁ ଜଗନ୍ନାଥ
ମହା ବୁଦ୍ଧ ରୂପ ବ୍ରହ୍ମ ଲୋକନାଥ । ୩
ଧର୍ମ ଅବତାର ଧର୍ମମୟ ରଥ
ଅଦୃଶ୍ୟ ସାରଥି ଗୀତ ଜଗନ୍ନାଥ ।
ଧର୍ମ ରସସାର ପ୍ରଭୁ ଧର୍ମଗୀତ
ଅଖଣ୍ଡ ପ୍ରଣାମ ନାମ ଜଗନ୍ନାଥ । ୪
ଗୀତ – ୯୩
ସର୍ବଜୀବ ପ୍ରାଣ ପ୍ରଭୁ ନାରାୟଣ
ସର୍ବରୂପ ହରି ପରମ କାରଣ ।
ପ୍ରଭୁ ଜଗନ୍ନାଥ ସର୍ବତ୍ର ଶୋଭିତ
ସର୍ବଜନ ରତ ନାମ ଗୁଣ ଗୀତ । ୧
ଲକ୍ଷ୍ମୀ ନାରାୟଣ ଭକ୍ତି ଆବାହନ
ଜଗନ୍ନାଥ ନାମ ଗୀତ ସମର୍ପଣ ।
ଶକ୍ତି ଭକ୍ତି ରୂପ ଦେବୀ ଭଗବତୀ
ମହାପ୍ରଭୁ ପ୍ରିୟ ରାସଲୀଳା ପ୍ରୀତି । ୨
ଜଗନ୍ନାଥ ନାମ ପାପ ତାପ ନାଶ
ହରି ଦ୍ୱାରଦେଶ ଭକତ ପ୍ରବେଶ ।
ଘର ଘର ନାଥ ପ୍ରଭୁ ଜଗନ୍ନାଥ
ସଦା ଅବିରତ ଭକତ ସହିତ । ୩
ପ୍ରଭୁ ଜଗନ୍ନାଥ ଭକତ ସହିତ
ଜ୍ଞାନ ପୁଣ୍ୟ ଧର୍ମ ବିଜୟ ନିଶ୍ଚିତ ।
ଜଗନ୍ନାଥ ସାଥୀ ଜନ୍ମ ଜନ୍ମାନ୍ତର
ଅଖଣ୍ଡ ଭକତ କୋଟି ନମସ୍କାର । ୪
ଗୀତ – ୯୪
ପରମ ଦୟାଳୁ ପରମ ଈଶ୍ୱର
ପ୍ରେମମୟ ପ୍ରଭୁ ଜଗତ ଠାକୁର ।
ପ୍ରଥମ ପୁରୁଷ ଅନାଦି ଅନନ୍ତ
ପୂର୍ଣ୍ଣକାମ ହରି ପ୍ରଭୁ ଜଗନ୍ନାଥ । ୧
ମଙ୍ଗଳ ବିବାହ ଶୁଭ ଦିନ ବ୍ରତ
ପ୍ରଥମ ଅତିଥି ପ୍ରଭୁ ଜଗନ୍ନାଥ ।
ବାଳ ବ୍ରହ୍ମଚାରୀ ବ୍ରତୋପନୟନ
ନୀଳାଚଳ ନାଥ ଘେନ ନିମନ୍ତ୍ରଣ । ୨
ନବବଧୂ ସହ ନବ ବିବାହିତ
ପ୍ରଥମ ଦର୍ଶନ ପ୍ରଭୁ ଜଗନ୍ନାଥ ।
ରଥଯାତ୍ରା ଦିନ ଭକ୍ତ ଅଗଣିତ
ପବିତ୍ର ଦର୍ଶନ ପୂର୍ଣ୍ଣ ମନୋରଥ । ୩
ସର୍ବ ସୁମଙ୍ଗଳ ପ୍ରଭୁ ଜଗନ୍ନାଥ
ମଙ୍ଗଳ ଉତ୍ସବ ପ୍ରଥମ ପୂଜିତ ।
ନାମ ଗୁଣ ଗୀତ ପ୍ରଥମ ପସନ୍ଦ
ଅଖଣ୍ଡ ପ୍ରଣାମ ଗୀତ ମକରନ୍ଦ । ୪
ଗୀତ – ୯୫
ପତିତପାବନ ଯାତ୍ରା ମହୋତ୍ସବ
ସ୍ୱୟଂ ଜଗନ୍ନାଥ ରଥେ ଆବିର୍ଭାବ ।
ପତିତ ଉଦ୍ଧାର ପ୍ରମୁଖ କାରଣ
ଭକ୍ତ ଜନ ସହ ପ୍ରଭୁ ନାରାୟଣ । ୧
ଭକ୍ତି ଭାବ ହୀନ ବିବେକ ବିହୀନ
କୁସଙ୍ଗ ମିଳନ ମାଦକ ସେବନ ।
ଅଧର୍ମ ସ୍ମରଣ ଅଶାନ୍ତି କାରଣ
ଆସ୍ଥାହୀନ ଜନ ପତିତ ବର୍ଣ୍ଣନ । ୨
ରମ୍ୟ ମନୋରଥ ନନ୍ଦିଘୋଷ ରଥ
ନବଦିନ ଲୀଳା ପ୍ରଭୁ ଜଗନ୍ନାଥ ।
ପ୍ରଭୁ ଆଲିଙ୍ଗନ କୋଟି ଭକ୍ତ ଜନ
ଦୁଃଖ ସୁଖ ସାଥୀ ପତିତ ପାବନ । ୩
ପଂଚ ମହାସିନ୍ଧୁ ସପ୍ତ ମହାଦେଶ
ବିଖ୍ୟାତ ଭାରତ ଉକ୍ରଳ ପ୍ରଦେଶ ।
ତୀର୍ଥରାଜ ପୁରୀ ନୀଳାଚଳ ଧାମ
ଅଖଣ୍ଡ ପ୍ରଣାମ ଜଗନ୍ନାଥ ନାମ । ୪
ଗୀତ – ୯୬
ସର୍ବଭୂତମୟ ଆତ୍ମଭୂତ ହରି
ତେଜମୟ ରଥ ଜଗତ ବିହାରୀ ।
ଆକାଶ ପାତାଳ ଧରା ବିଚରଣ
ପ୍ରଭୁ ସହ ସୂର୍ଯ୍ୟ ଚନ୍ଦ୍ର ଦେବଗଣ । ୧
ବେଦମୟ ରଥ ମହା ନନ୍ଦିଘୋଷ
ଦେବତା ସମାନ ସର୍ବତ୍ର ପ୍ରକାଶ ।
ମାନବ ଶରୀର ନନ୍ଦିଘୋଷ ରଥ
ଆତ୍ମା ମହାରଥୀ ପ୍ରଭୁ ଜଗନ୍ନାଥ । ୨
ପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥ
ବିବେକ ଦର୍ପଣ ମାନବ ଜଗତ ।
ଆତ୍ମା ଅନୁରାଗୀ ମହାନ ବିବେକ
ପୁରୁଷ ଉତମ ସଂସାର ନାୟକ । ୩
ଶ୍ରୀଦେବୀଦଳନ ଦର୍ପ ସଂହାରଣ
ଦେବୀ ଭଦ୍ରା କୃପା ଭଦ୍ର ଆଚରଣ ।
ଜୀବନ ସାରଥି ଜଗନ୍ନାଥ ନାମ
ଆଜୀବନ ପ୍ରେମ ଅଖଣ୍ଡ ପ୍ରଣାମ । ୪
ଗୀତ – ୯୭
ରଥ ସମ ଦେହ ପରମାତ୍ମା ରଥୀ
ମନ ବିଚଳିତ ବିବେକ ସାରଥି ।
ପ୍ରଭୁ ଜଗନ୍ନାଥ ରଥ ରଥୀ ପଥ
ସମଗ୍ର ଜଗତ ବିଶ୍ୱ ସମାହିତ । ୧
ଶ୍ରୀକ୍ଷେତ୍ର ଠାକୁର ବିଷ୍ଣୁ ମହେଶ୍ୱର
ସର୍ବଆତ୍ମା ପ୍ରଭୁ ଯୋଗୀ ଯୋଗେଶ୍ୱର ।
ଆନନ୍ଦଦାୟକ ନନ୍ଦିଘୋଷ ରଥ
ଭକତ ବଲ୍ଲଭ ଭକତ ସହିତ । ୨
ରୂପ ଅନୁପମ ଶ୍ରୀନୀଳ ମାଧବ
ଧରାବତରଣ ଶିବ ମହାଦେବ ।
‘ନନ୍ଦୀ’ ନାଦ ଘୋଷ ଅନନ୍ତ ଉଲ୍ଲାସ
ଆନନ୍ଦ ଉତ୍ସବ ଯାତ୍ରା ନନ୍ଦିଘୋଷ । ୩
ରଥ ପଥ ଭକ୍ତ ସର୍ବ ଏକାକାର
ଶତତ ବନ୍ଦନ ଜଗତ ଈଶ୍ୱର ।
ମୁକ୍ତି ମୋକ୍ଷ ମାର୍ଗ ମହାପ୍ରଭୁ ନାମ
ଜଗନ୍ନାଥ ଭକ୍ତ ଅଖଣ୍ଡ ପ୍ରଣାମ । ୪
 ଗୀତ – ୯୮
ପବିତ୍ର ପୂର୍ଣ୍ଣିମା ଲୀଳା ଦେବସ୍ନାନ
ବେଶ ଗଜାନନ ଭକତ ଦର୍ଶନ ।
ମଙ୍ଗଳ ଆରତି ସହ ସ୍ନାନ ବିଧି
ସ୍ୱର୍ଣ୍ଣକୂପ ଜଳ ଆକାଶ ବାରିଧି । ୧
ସ୍ନାନବେଦୀ ରୂପ ଦିବ୍ୟ ମନୋରମ
ଚତୁର୍ଦ୍ଧା ମୂରତି ବେଶ ଅନୁପମ ।
ଅଣସର ବାସ ପ୍ରଭୁ ଶ୍ରୀନିବାସ
ବଇଦ ସେବକ ଆନନ୍ଦ ଉଲ୍ଲାସ । ୨
ପଟ୍ଟଚିତ୍ର ରୂପ ପ୍ରଭୁ ନାରାୟଣ
ଶ୍ରୀକୃଷ୍ଣ ସୁନ୍ଦର ମଦନ ମୋହନ ।
ପ୍ରଭୁ ବଳଭଦ୍ର ବାସୁଦେବ ନାମ
ଶ୍ରୀଦୋଳଗୋବିନ୍ଦ ନରସିଂହ ରାମ । ୩
ସୁଭଦ୍ରା ରୂପକ ଭୂବନ ଈଶ୍ୱରୀ
ଭୂଦେବୀ ଶ୍ରୀଦେବୀ ଭକ୍ତ ଚିତହାରୀ ।
ଶୂନ୍ୟ ଶ୍ରୀମନ୍ଦିର ରତ୍ନ ସିଂହାସନ
ଅଖଣ୍ଡ ପ୍ରଣାମ ପତିତ ପାବନ । ୪
ଗୀତ – ୯୯
ଅନ ଅବସର ଅସୁସ୍ଥ ଈଶ୍ୱର
ଭକତ ନୟନ ଅଶ୍ରୁ ଧାର ଧାର ।
ପଂଚଦଶ ଦିନ ଗୁପ୍ତ ସେବା ନୀତି
ନବ ଯଉବନ ଭକତ ମିନତି । ୧
ଶୂନ୍ୟ ନୀଳାଚଳ ଭକତ ବ୍ୟାକୁଳ
ଲୀଳାମୟ ପ୍ରଭୁ ଅଜର ଅମର ।
ସ୍ୱୟଂ ମହାକାଳ ସ୍ୱୟଂ ମହୌଷଧୀ
ମାନବ ସମାନ ସାଂସାରିକ ବିଧି । ୨
ଦର୍ଶନ ରହିତ ପ୍ରଭୁ ଜଗନ୍ନାଥ
ଶ୍ରଦ୍ଧାଳୁ ନିରାଶ ଭକତ ବଂଚିତ ।
ଅଚଳ ଅଟଳ ଭକ୍ତି ପ୍ରୀତି ପଥ
ବିକଳ୍ପ ଭାବନା ଶ୍ରୀଅଲାରନାଥ । ୩
ସର୍ବତ୍ର ପ୍ରକାଶ ପ୍ରଭୁ ଶ୍ରୀନିବାସ
ନାମ ଗୁଣ ଗୀତ ସଦା ଅବିନାଶ ।
ଅଖଣ୍ଡ ଦର୍ଶନ ଗୀତ ଜଗନ୍ନାଥ
କୋଟି ପୁଣ୍ୟ ଫଳ ଧର୍ମ ରସାମୃତ । ୪
ଗୀତ – ୧୦୦
ରୋଗ ଶୋକହାରୀ ପ୍ରଭୁ ଜଗନ୍ନାଥ
ଜଗତ ଚକିତ ଈଶ୍ୱର ଅସୁସ୍ଥ ।
ପୂର୍ବକାଳ ପୁଣ୍ୟ ଧର୍ମ ଉପଭୋଗ
ରାଜବୈଦ୍ୟ ପ୍ରାପ୍ତ ଚିକିତ୍ସା ସୁଯୋଗ । ୧
ସୁଗନ୍ଧ ଫୁଲୁରୀ ଶରୀର ମର୍ଦ୍ଦନ
ମହା ଦଶମୂଳ ଔଷଧ ସେବନ ।
ବଇଦ ସେବକ ଭାବ ସମର୍ପଣ
ସଫଳ ଜୀବନ ସୁସ୍ଥ ନାରାୟଣ । ୨
ତୁଳସୀ ଚନ୍ଦନ ସୁନ୍ଦର ସର୍ବାଙ୍ଗ
ସର୍ବତ୍ର ସୁଗନ୍ଧ ମହକ ତରଙ୍ଗ ।
ସୁସ୍ଥ ମହାପ୍ରଭୁ ରାଜା ଅବଗତ
ଶ୍ରୀଅଙ୍ଗ ପ୍ରସାଦ ଗଜପତି ପ୍ରାପ୍ତ । ୩
ସ୍ୱୟଂ ମହାପ୍ରଭୁ ସମାଧାନ ମନ୍ତ୍ର
ସୁନ୍ଦର ସଂସାର ନିୟମ ବିଚିତ୍ର ।
ଭକ୍ତପ୍ରାଣ ପ୍ରଭୁ ଜୀବନ ଭକତ
ଅଖଣ୍ଡ ପ୍ରଣାମ ପ୍ରଭୁ ଜଗନ୍ନାଥ । ୪
ଗୀତ – ୧୦୧
ଅନୁପମ ରୂପ ନବ ଯଉବନ
ସତେଜ ଶରୀର ପ୍ରଭୁ ଭଗବାନ ।
ପଂଚଦଶ ଦିନ ଅପେକ୍ଷା କଠିନ
ଈଶ୍ୱର ନୟନ ଭକତ ଦର୍ଶନ । ୧
ନବ ଯଉବନ ମନ ପ୍ରାଣ ଶକ୍ତି
ଆନନ୍ଦ ଉଲ୍ଲାସ ଶ୍ରଦ୍ଧା ପ୍ରେମ ଭକ୍ତି ।
ଅପରୂପ ନେତ୍ର ଭକ୍ତ ବିମୋହିତ
ଅପାର ଆନନ୍ଦ ଉତ୍ସବ ପାଳିତ । ୨
ନବଦିନ ଯାତ୍ରା ଈଶ୍ୱର ପ୍ରସ୍ତୁତ
ବ୍ୟାକୁଳ ଠାକୁର ଆକୁଳ ଭକତ ।
ମହାପ୍ରଭୁ ମନ ଭକତ ଦର୍ଶନ
ପତିତପାବନ ଗୁଣ୍ଡିଚା ଗମନ । ୩
ରଥ ମହାପଥ ଆତୁର ଭକତ
ଭଜନ କୀର୍ତନ ପ୍ରଭୁ ଜଗନ୍ନାଥ ।
ଗୀତ ଜଗନ୍ନାଥ ନାମ ଭକ୍ତି ପ୍ରେମ
ଯୌବନ ଦର୍ଶନ ଅଖଣ୍ଡ ପ୍ରଣାମ । ୪
ଗୀତ – ୧୦୨
ଈଶ୍ୱର ଦର୍ଶନ ଭକତ ଆଗ୍ରହ
ପହଣ୍ଡି ବିଜୟ ଠାକୁର ବିଗ୍ରହ ।
ସୁଦର୍ଶନ ଚକ୍ର ଶୂନ୍ୟ ଶୂନ୍ୟ ଗତି
ପ୍ରଭୁ ଅବଗତ ଅନ୍ତରୀକ୍ଷ ସ୍ଥିତି । ୧
କାମପାଳ ଦେବ ଈଶ୍ୱର ଅଗ୍ରଜ
ମନ୍ଦିର ପହଣ୍ଡି ରଥ ତାଳଧ୍ୱଜ ।
ସୁନ୍ଦର ଶ୍ରୀମୁଖ ଟାହିଆ ମୁକୁଟ
ଅନୁଜ ଠାକୁର ସଂସାର ସମ୍ରାଟ । ୨
ସୁଭଦ୍ରା ଈଶ୍ୱରୀ ଦେବୀ ଊଦ୍ଧ୍ୱର୍ମୁଖ
ଦଇତା ସେବକ ସ୍କନ୍ଧ ଶ୍ରୀପଲଙ୍କ ।
ଭକତ ବଳୟ ଯାତ୍ରା ମହାସୁଖ
ପଦ୍ମଧ୍ୱଜ ରଥ ଦର୍ପ ବିନାଶକ । ୩
ପ୍ରଭୁ ଦୟାମୟ ପହଣ୍ଡି ବିଜୟ
ଚଉଦ ଭୁବନ ଜଗନ୍ନାଥମୟ ।
ନନ୍ଦିଘୋଷ ରଥ ପତିତପାବନ
ଅଖଣ୍ଡ ପ୍ରଣାମ ବିଶ୍ୱ ଭଗବାନ । ୪
ଗୀତ – ୧୦୩
ସେବାୟତ ସେବା ପୂର୍ବଜନ୍ମ ଫଳ
ପୁଣ୍ୟକର୍ମ ଧର୍ମ ସେବକ ସକଳ ।
ଉଚ୍ଚନୀଚ ଭାବ ସର୍ବ ପରିତ୍ୟାଗ
ମହାପ୍ରଭୁ ସେବା ସୁବର୍ଣ ସୁଯୋଗ । ୧
ପ୍ରଥମ ସେବକ ରାଜା ଗଜପତି
ସ୍ୱର୍ଣ୍ଣ ସମାର୍ଜନୀ ସେବା ରାଜନୀତି ।
କୁସୁମ ଚନ୍ଦନ ଛେରା ସମାର୍ଜନ
ରଥ ପରିକ୍ରମା ପୂଜା ସଂପାଦନ । ୨
ତାଳଧ୍ୱଜ ରଥ ପ୍ରଥମ ଚଳନ
ଦ୍ୱିତୀୟ ସୁଭଦ୍ରା ଶ୍ରୀଦେବୀ ଦଳନ ।
ରାସଲୀଳା ସହ ପ୍ରଭୁ ଜଗନ୍ନାଥ
ବହୁତ ବିଳମ୍ବ ନନ୍ଦିଘୋଷ ରଥ । ୩
ମହାପ୍ରଭୁ ରଥ ଭକତ ସାରଥି
ଗୁରୁ ପିତା ମାତା ବନ୍ଧୁ ସଖା ସାଥୀ ।
ଖୁସି ମହୋତ୍ସବ ପ୍ରେମାନନ୍ଦ ଭାବ
ଅଖଣ୍ଡ ପ୍ରଣାମ ପ୍ରଭୁ ଦେବଦେବ । ୪
ଗୀତ – ୧୦୪
ଆଡପ ମଣ୍ଡପ ପ୍ରଭୁ ଜଗନ୍ନାଥ
ଜଗନ୍ନାଥ ମୟ ରଥ ପଥ ଭକ୍ତ ।
ଦେବୀ ମହାଲକ୍ଷ୍ମୀ ମନ ମର୍ମାହତ
କଠୋର ତପସ୍ୟା ମହା ପତିବ୍ରତ । ୧
କଠିନ ଯନ୍ତ୍ରଣା ବିରହ ବେଦନା
ମହାପ୍ରଭୁ ମୋହ ଭକତ କାମନା ।
ବିରହିଣୀ ଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ଯାତ୍ରା
ପ୍ରେମ ଭକ୍ତି ସହ କ୍ରୋଧ ଅତିମାତ୍ରା । ୨
ଶ୍ରୀଲକ୍ଷ୍ମୀ ଦର୍ଶନ ପ୍ରଭୁ ମୋହଭଙ୍ଗ
ନୀଳାଦ୍ରି ଠାକୁର ଲକ୍ଷ୍ମୀ ଅନ୍ତରଙ୍ଗ ।
ଅଭିମାନୀ ପ୍ରିୟା ପ୍ରେମ ଜର୍ଜରିତ
ଭକ୍ତ ମର୍ମାହତ ରଥ କ୍ଷତିଗ୍ରସ୍ତ । ୩
ଈଶ୍ୱର ସଙ୍ଗିନୀ ମହାଲକ୍ଷ୍ମୀ ରାଣୀ
ସୁଖ ପ୍ରଦାୟିନୀ ଜଗତ କଲ୍ୟାଣୀ ।
ମଧୁର ସମ୍ପର୍କ ମଧୁର ସଂଗୀତ
ଅଖଣ୍ଡ ପ୍ରଣାମ ଲକ୍ଷ୍ମୀ-ଜଗନ୍ନାଥ । ୪
ଗୀତ – ୧୦୫
ପ୍ରଭୁ ଜଗନ୍ନାଥ ସଂଧ୍ୟା ଦରଶନ
ପବିତ୍ର ନୟନ ଭକ୍ତ ଜନମନ ।
ଦିବ୍ୟ ପରିବେଶ ଶୁଭ ସଂଧ୍ୟାକାଳ
ଜଗନ୍ନାଥ ନାମ ପ୍ରାର୍ଥନା ମଙ୍ଗଳ । ୧
ବାହୁଡା ବିଜୟ ପତିତପାବନ
ଗୁଣ୍ଡିଚା ମନ୍ଦିର ପ୍ରାଣଧନଶୂନ୍ୟ
ମାଉସୀ ମା ଦ୍ୱାର ପୁତ୍ର ଜଗନ୍ନାଥ
ପ୍ରିୟ ପୋଡପିଠା ପୂର୍ଣ୍ଣ ଆପ୍ୟାୟିତ । ୨
ଶ୍ରୀମନ୍ଦିର ଖୁସି ରଥ ଦରଶନ
ଭକ୍ତଜନ ସହ ପ୍ରଭୁ ଆଗମନ ।
ନୀଳଚକ୍ର ଧ୍ୱଜ ଆନନ୍ଦ ଅଧୀର
ନବ ପ୍ରାଣ ପ୍ରାପ୍ତି ଶିଳା ସିଂହଦ୍ୱାର । ୩
ବ୍ରହ୍ମାଣ୍ଡ ନାୟକ ବାମନ ସ୍ୱରୂପ
ଯାତ୍ରା ମହାଯଜ୍ଞ ପୂର୍ଣ୍ଣାହୁତି ଜପ ।
ତିନି ରଥ ଶୋଭା ମନ୍ଦିର ସମ୍ମୁଖ
ଅଖଣ୍ଡ ପ୍ରଣାମ ଆନନ୍ଦ ଦାୟକ । ୪
ଗୀତ – ୧୦୬
ଶ୍ରୀଅଙ୍ଗ ଶ୍ରୀମୁଖ ସ୍ୱର୍ଣ୍ଣ ସୁଶୋଭିତ
ରାଜବେଶ ଶୋଭା ପ୍ରଭୁ ଜଗନ୍ନାଥ ।
ରତ୍ନଗର୍ଭ ରୂପ ତ୍ରିଲୋକ ମୋହନ
ରାଜ ଅଧିରାଜ ଭକ୍ତ ଜନଧନ । ୧
ପ୍ରଭୁ ଶ୍ରୀପୟର ଶ୍ରୀଭୁଜ ଅଳକା
ଚକ୍ର ସୁଦର୍ଶନ ତିଳକ ଚନ୍ଦ୍ରିକା ।
ସୂର୍ଯ୍ୟ ଚନ୍ଦ୍ର ଶୋଭା ସ୍ୱର୍ଣ୍ଣ ଅଳଙ୍କାର
କୋଟି ବିଷ୍ଣୁ ସମ ସୁନ୍ଦର ଈଶ୍ୱର । ୨
ବହୁ ବର୍ଣ୍ଣଧର ସୁବର୍ଣ୍ଣ ଠାକୁର
ଧନୀ ଧନଦାତା ପ୍ରଭୁ ରତ୍ନାକର ।
ଦେବ ଅଧିଦେବ ସ୍ୱର୍ଣ୍ଣିମ ପ୍ରକାଶ
ସର୍ବମୟ କର୍ତା ଜୟ ଶ୍ରୀନିବାସ । ୩
ସଦା ସ୍ୱର୍ଣମୟ ଅଳଙ୍କାର ଯୁକ୍ତ
ସୁନ୍ଦର ମୂରତି ପ୍ରଭୁ ଜଗନ୍ନାଥ ।
ମହାଲକ୍ଷ୍ମୀ ରୂପ ଶୋଭା ଅଳଙ୍କାର
ଅଖଣ୍ଡ ପ୍ରଣାମ ଲକ୍ଷ୍ମୀ ପ୍ରିୟଙ୍କର । ୪
ଗୀତ – ୧୦୭
ନବଦିନ ଯାତ୍ରା ମନ ପ୍ରାଣ କ୍ଳାନ୍ତ
ପ୍ରଭୁ ସମର୍ପଣ ଅଧର ଅମୃତ ।
ମଧୁର ନୟନ ମଧୁର ଅଧର
ପ୍ରଭୁ ଜଗନ୍ନାଥ ମଧୁର ଠାକୁର । ୧
ମଧୁମୟ ପ୍ରଭୁ ମଧୁପୂର୍ଣ୍ଣ ଧାରା
ମଧୁର ଜଗତ ସୂର୍ଯ୍ୟ ଚନ୍ଦ୍ର ତାରା ।
ଆକାଶ ଧରଣୀ ତଳ ରସାତଳ
ଶ୍ରୀଅଧର ଜଳ ପବିତ୍ର ସକଳ । ୨
ଅଶରୀରୀ ପ୍ରେତ ପିଶାଚ ପତିତ
ପାପ ମୁକ୍ତି ଦାୟୀ ଅଧର ଅମୃତ ।
ଭକତ ଅମୃତ ଜଗନ୍ନାଥ ନାମ
ମୋହିତ ଈଶ୍ୱର ଭାବ ଭକ୍ତି ପ୍ରେମ । ୩
ଜଗନ୍ନାଥ ନାମ ଅଧର ଅମୃତ
ନାମ ରସ ପାନ ସଦା ଅବିରତ ।
ଜଗନ୍ନାଥ ଗୀତ ଅଧର ନିଃସୃତ
ଅଧମ ଅଖଣ୍ଡ କୋଟି ଦଣ୍ଡବତ । ୪
ଗୀତ – ୧୦୮
ଶୁଭ ରଥଯାତ୍ରା ଅନ୍ତିମ ପର୍ଯାୟ
ପ୍ରଭୁ ଜଗନ୍ନାଥ ନୀଳାଦ୍ରି ବିଜୟ ।
ହରପ୍ରିୟା ଲକ୍ଷ୍ମୀ ମାନ ଅଭିମାନ
ସ୍ୱୟଂ ମହାପ୍ରଭୁ ମଧୁର ଭଂଜନ । ୧
ମହାଲକ୍ଷ୍ମୀ ରାଣୀ ପ୍ରେମ ଅଭିମାନ
ପ୍ରଭୁ ଜଗନ୍ନାଥ ମନ୍ଦିର ବାରଣ ।
ନବଦିନ ଯାତ୍ରା ରାସଲୀଳା ମଜା
ସିଂହଦ୍ୱାର ମନା ଅପମାନ ସଜା । ୨
ଜଗନ୍ନାଥ ସ୍ୱାମୀ ପଙ୍କଜ ଲୋଚନ
ମାଆ କମଳିନୀ ନୟନ ମିଳନ ।
ଲକ୍ଷ୍ମୀ ଜଗନ୍ନାଥ ମନ ବିନିମୟ
ଭକ୍ତଗଣ ପ୍ରିୟ ପ୍ରିୟା ପ୍ରେମମୃୟ ।୩
ସ୍ୱାଗତ ଠାକୁର ପ୍ରିୟ ପ୍ରାଣେଶ୍ୱର
ଜଗନ୍ନାଥ ବିନା ଶୂନ୍ୟ ଶ୍ରୀମନ୍ଦିର ।
ମହାପ୍ରଭୁ ବିଜେ ରତ୍ନ ସିଂହାସନ
ଅଖଣ୍ଡ ପ୍ରଣାମ ଲକ୍ଷ୍ମୀ ନାରାୟଣ । ୪

Post a Comment

0 Comments