Music

ଟାଇଫଏଡ଼ ରୋଗ ଏବଂ ତାହାର କାରଣ ଓ ନିରାକରଣ | TYPHOID CAUSES TREATMENT AND SYMPTOMS IN ODIA

Typhoid Causes treatment and symptoms in Odia : ରୋଗ ଏବଂ ତାହାର କାରଣ ଓ ନିରାକରଣ :-      

 ଟାଇଫଏଡ଼ (Typhoid) :

                ଏହି ରୋଗରେ ଅନ୍ତନାଳୀ ଆକ୍ରାନ୍ତ ହେବା ସଙ୍ଗେ ସଙ୍ଗେ ଜ୍ଵର ହୋଇଥାଏ। ତେଣୁ ଏହାକୁ ଆନ୍ତ୍ରିକ ଜ୍ଵର ବା ଟାଇଫଏଡ଼ ବୋଲି କୁହାଯାଏ।

 କାରଣ

              ଟାଇଫଏଡ଼ ରୋଗୀର ମଳରେ ଥିବା ସାଲମୋନେଲା ଟାଇପିଂ (salmonella typhii) ନାମକ ଏକ ବାକ୍ଟେରିଆ ଦ୍ୱାରା ଏହି ରୋଗ ବ୍ୟାପିଥାଏ। ଯେହେତୁ ଏହା ଏକ ଜଳ ଵାହିତ ରୋଗ,ତେଣୁ ରୋଗୀ ଶରୀରରୁ ଏହି ବାକ୍ଟେରିଆ ଗୁଡ଼ିକ ନିର୍ଗତ ହୋଇ ଖାଦ୍ୟ ଓ ଜଳ ମାଧ୍ୟମରେ ସୁସ୍ଥ ଲୋକର ଶରୀରରେ ପ୍ରବେଶ କରି ରୋଗ ସୃଷ୍ଟି କରନ୍ତି।

ଲକ୍ଷଣ

               ରୋଗର ପ୍ରଥମ ଅବସ୍ଥାରେ ମୁଣ୍ଡବ୍ୟଥା, ଦୁର୍ବଳତା, ତଣ୍ଟିଦରଜ ଓ କୋଷ୍ଠକାଠିନ୍ୟ ଭଳି ଲକ୍ଷଣ ମାନ ପ୍ରକାଶ ପାଇ ଧୀରେ ଧୀରେ ଜ୍ୱର ଆରମ୍ଭ ହୁଏ। ପରେ କ୍ଷୁଦ୍ରାନ୍ତରେ ଘା' ହୁଏ। ରୋଗର ସର୍ବାଧିକ ଲକ୍ଷଣ ରୋଗ ଆରମ୍ଭର 10 ଦିନ ମଧ୍ୟରେ ଦେଖାଯାଏ।

   ଚିକିତ୍ସା

                ରୋଗୀକୁ ତାପମାତ୍ରା ହ୍ରାସକାରୀ ଔଷଧ ସହ ଆଣ୍ଟିବାଇଓଟିକ୍ ଔଷଧ ଦେଇ ଚିକିତ୍ସା କରାଯାଏ। ରୋଗୀକୁ ସମ୍ପୂର୍ଣ୍ଣ ବିଶ୍ରାମ ଦିଆଯାଏ।

 ନିବାରଣ ଓ ନିୟନ୍ତ୍ରଣ :

                 ରୋଗୀର ମଳ ଯେପରି ସର୍ବସାଧାରଣ ବ୍ୟବହାର କରୁଥିବା ଜଳାଶୟରେ ନ ମିଶେ ସେଥିପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ୍। ଖାଦ୍ୟକୁ ଘୋଡାଇ ରଖିବା ସହ ସେଥିରେ ଯେପରି ମାଛି ବସିବେନାହିଁ ବିଶେଷ ନଜର ରଖିବା ଉଚିତ୍। 

Post a Comment

0 Comments