Music

ଡାଇରିଆ (Diarrhoea) - ରୋଗର କାରଣ ଓ ନିଦାନ | DIARRHEA CAUSES TREATMENT AND SYMPTOMS IN ODIA


ଡାଇରିଆ (Diarrhoea) In Odia

             Diarrhea Causes treatment and symptoms in Odia :  ଏହି ରୋଗକୁ ଅତିସାର ବା ପତଳାଝାଡ଼ା ବୋଲି ମଧ୍ୟ କୁହାଯାଏ। ଏହା ଦୁଇ ପ୍ରକାରର ।

(1)  ଆକ୍ୟୁଟ୍, (2) କ୍ରନିକ୍ ।

କାରଣ

             ଈ. କୋଲାଇ, ସାଲମୋନେଲା, ସିଗେଲା ଭଳି କେତେକ ବାକ୍ଟେରିଆ ଆମ ଅନ୍ତନଳୀରେ ପ୍ରବେଶ କରି ଏହି ରୋଗ ସୃଷ୍ଟି କରିଥାଆନ୍ତି। ଏହି ବାକ୍ଟେରିଆ ରୋଗୀର ମଳରେ ରହିଥାଏ। ସେହି ମଳର ପ୍ରତ୍ୟକ୍ଷ ବା ପରୋକ୍ଷ ସଂସ୍ପର୍ଶରେ ଆସି ଖାଦ୍ୟ ଦୂଷିତ ହେଲେ ଏହି ରୋଗ ସୃଷ୍ଟି ହୋଇଥାଏ। ଦୂଷିତ ଖାଦ୍ୟ ବ୍ୟତୀତ ଅତ୍ୟଧିକ ଭୋଜନ, ଗୁରୁପାକ ଦ୍ରବ୍ୟର ଭୋଜନ କିମ୍ବା ପଚାସଢା଼ ଖାଦ୍ୟ ସେବନରୁ ମଧ୍ୟ ଏହି ରୋଗ ହୋଇଥାଏ।

ଲକ୍ଷଣ

          ରୋଗ ରୋଗୀର ତଳିପେଟରେ ପୀଡା଼ ହେବାସହ ପତଳା ଝାଡା଼ ହୁଏ। ବାରମ୍ବାର ମଳତ୍ୟାଗ କରିବା  ପାଇଁ ଇଚ୍ଛା ହୁଏ। ଲାଳ, ରକ୍ତ ଓ ଫେଣ ଆଦି ମଳ ସହିତ ଝାଡା଼ରେ ବାହାରିଆସେ। ମୁଣ୍ଡ ବୁଲାଏ ଓ ଜ୍ୱର , ତୃଷ୍ଣା, ଜିହ୍ୱାର ମଳିନତା ଆଦିଲକ୍ଷଣ ପ୍ରକାଶ ପାଏ।  ବେଳେବେଳେ ଏରୋଗ ହଇଜାଭଳି ଅବସ୍ଥା ସୃଷ୍ଟିକରେ। ରୋଗୀର ଝାଡା଼କୁ ଅଣୁବୀକ୍ଷଣ ସାହାଯ୍ୟରେ ପରୀକ୍ଷା ଦ୍ୱାରା ଏହି ରୋଗ ନିରୂପଣ କରାଯାଇଥାଏ।

           ରୋଗୀକୁ ତରଳଖାଦ୍ୟ ଯଥା : ପଇଡ଼ ପାଣି, ପତଳା ପେଜ ତୋରାଣି , ଲେମ୍ବୁସରବତ, ଘୋଳଦହି, ବାର୍ଲିପାଣି, ଓ.ଆର.ଏସ୍.(O. R. S.) ମିଶା ପାଣି ଦେଇ ଚିକିତ୍ସା କରାଯାଏ । ରୋଗୀର ଅବସ୍ଥା ଅଧିକ ଖରାପ ହେଲେ ତରଳ ଖାଦ୍ୟ ସହ ଆଣ୍ଟିବାଇଓଟିକ୍ ଔଷଧ ନେବା ତଥା ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

Tag: ଡାଇରିଆ , Diarrhoea, ଡାଇରିଆ ରୋଗର କାରଣ ଓ ନିଦାନ, Diarrhea Causes treatment and symptoms in Odia

Post a Comment

0 Comments