Music

ରିଣ୍ଡୋ ମାଝୀ ଙ୍କ ଜୀବନୀ | RINDO MAJHI BIOGRAPHY IN ODIA

ରିଣ୍ଡୋ ମାଝୀ ଙ୍କ ଜୀବନୀ - Rindo Majhi Biography In Odia

Biography Of Rindo Majhi In Odia

 ରିଣ୍ଡୋ ମାଝୀ, ବର୍ତ୍ତମାନର କଳାହାଣ୍ଡି ଜିଲ୍ଲାର ଜଣେ ଅନନ୍ୟ ସ୍ୱାଧୀନତା ସଂଗ୍ରାମୀ।  ସେ ୧୮୫୩ ମସିହାରେ ବ୍ରିଟିଶମାନଙ୍କ ବିରୁଦ୍ଧରେ କନ୍ଧ ଜନଜାତିର ବିପ୍ଲବର ନେତା ଥିଲେ।

ସେ ଜନ୍ମ ନେଇଥିଲେ ପାହାଡ଼ି ଜଙ୍ଗଲ ମଧ୍ୟରେ ସ୍ଥିତ ଅପହଞ୍ଚ ଉର୍ଲାଦାନୀ ପଞ୍ଚାୟତର ଲୁବେନଗଡ ଗ୍ରାମରେ। ସେ ଓ ତାଙ୍କ ବକାରିକିଆ କନ୍ଧ ଜନଜାତି ପ୍ରକୃତି ଓ ମାଟି ମା'ର ଉପାସକ। ସେମାନେ ଆଉ କାହା ଆଗରେ ମୁଣ୍ଡ ନୁଆଁଉ ନ ଥିଲେ। ହେଲେ ବ୍ରିଟିଶ ଅଧୀନକୁ ଚାଲି ଯାଇଥିଲା କଳାହାଣ୍ଡି ରାଜାଙ୍କ ଅଞ୍ଚଳ ।

କନ୍ଧମାନେ କଳାହାଣ୍ଡି ରାଜାଙ୍କ ନିକଟବର୍ତ୍ତୀ ଥିବାରୁ ଟିକସମୁକ୍ତ ଥିଲେ।  ବ୍ରିଟିଶମାନେ ସେମାନଙ୍କଠାରୁ ଜବରଦସ୍ତି ଖଜଣା ଆଦାୟ ଆରମ୍ଭ କଲେ । ଏହା ବିରୁଦ୍ଧରେ କନ୍ଧମାନେ ଏକ ଜୀବନ ମରଣ ଯୁଦ୍ଧ ଆରମ୍ଭ କରିଥିଲେ, ଯେଉଁଥିରେ ପ୍ରମୁଖ ଭୂମିକା ନେଇଥିଲେ ରିଣ୍ଡୋ ମାଝୀ ।

୧୮୫୩ ରେ ରିଣ୍ଡୋ ମାଝୀଙ୍କୁ ଗିରଫ କରି ବିନା ବିଚାରଣାରେ ରସଲକୋଣ୍ଡା ଜେଲରେ ବନ୍ଦୀ କରାଗଲା । ଏହି ଗିରଫଦାରୀ କନ୍ଧ ବିପ୍ଲବର ନିଆଁରେ ଘିଅ ଢାଳିଦେଲା। କନ୍ଧମାନଙ୍କ ଭୟ ସୃଷ୍ଟି କରିବା ପାଇଁ ୧୮୫୫ରେ ରିଣ୍ଡୋ ମାଝୀଙ୍କୁ ଗୋଡ ଏବଂ ହାତରେ ବେଡି ପକାଇ ପାଇଁ ଉଲ୍ଲାଦାନୀରେ ବୁଲା ଯାଇଥିଲା। କିନ୍ତୁ କନ୍ଧ ମାନେ ଡରିବା ବଦଳରେ ଅଧିକ ଉଗ୍ର ହୋଇଥିଲେ।

ଡିସେମ୍ବର ୧୦, ୧୮୫୫ରେ କନ୍ଧମାନେ ଉର୍ଲାଦାନୀଠାରେ ବ୍ରିଟିଶ ଲେଫ୍ଟନାଣ୍ଟ ମାକନେଲଙ୍କ ଶିବିର ଉପରେ ଆକ୍ରମଣ କରିଥିଲେ।  ଫିରିଙ୍ଗିମାନଙ୍କ ପାଖରେ ଥିଲା ବନ୍ଧୁକର ବଳ।  ଅନେକ ଆଦିବାସୀ ବିପ୍ଲବୀଙ୍କର ମୃତ୍ୟୁ ହୋଇଥିଲା। ତଥାପି ଥମି ନ ଥିଲା ରିଣ୍ଡୋ ମାଝୀ ସମର୍ଥକ ଆଦିବାସୀମାନଙ୍କ ବିଦ୍ରୋହ। 

ବ୍ରିଟିଶ ଉପନିବେଶବାଦ ସ୍ୱପ୍ନର ତଂଟିରେ  ରିଣ୍ଡୋ ମାଝୀଙ୍କ ଜୀବନ କଣ୍ଟା ହୋଇ ଲାଗିଥିଲା। ଶେଷରେ ଫିରିଙ୍ଗିମାନେ ତାଙ୍କୁ ହତ୍ୟା କରିଥିଲେ। ହେଲେ ତାଙ୍କ ସ୍ମୃତି ବି ଅନୁପ୍ରାଣିତ କରିଥିଲା ଭବିଷ୍ୟତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ।

Tag: ରିଣ୍ଡୋ ମାଝୀ ଙ୍କ ଜୀବନୀ, Rindo Majhi Biography In Odia, ରିଣ୍ଡୋ ମାଝୀ, Rindo Majhi, ରିଣ୍ଡୋ ମାଝୀ, କଳାହାଣ୍ଡି ଇଂରେଜ ବିରୁଦ୍ଧରେ ସ୍ବାଧୀନତା ସଂଗ୍ରାମ

Post a Comment

0 Comments