Music

ଲୋକପ୍ରିୟ ପାରମ୍ପରିକ ବୈଷ୍ଣବ ଭକ୍ତି ସଙ୍ଗୀତ - ନନ୍ଦ ଉତ୍ସବ

Nanda utsabଲୋକପ୍ରିୟ ପାରମ୍ପରିକ ବୈଷ୍ଣବ ଭକ୍ତି ସଙ୍ଗୀତ - ନନ୍ଦ ଉତ୍ସବ
ରଚନା - ବନମାଳୀ ଦାସ

ଦେଖ ଗୋ ରାଧା ମାଧବ ଚାଲି ।
ମଣି ବିମାନ ଆସେ ଝୁଲି ଝୁଲି ।୦।

ବିବିଧ ବାଜଣା ବୀର କାହାଳୀ ।
ବିଜେ କଲେ 'ଚଉଦିଗ' ଉଛୁଳି ।୧।

ସଙ୍ଗତେ ଅଛନ୍ତି ପଞ୍ଚ ସାଗର
ରାଧିକା ଦୂତିକା ମୂରଲୀଧର ।୨। 

ନରେନ୍ଦ୍ର ସରକୁ କରିଣ ମନ ।
ଚାପ ଖେଳନ୍ତି ଜଗତ ମୋହନ ।୩।

ବୋଲେ ବନମାଳୀ ଶ୍ରୀପଦ ଧ୍ୟାୟି ।
ଚନ୍ଦନ କୁଣ୍ଡେ ପ୍ରବେଶିଲେ ଯାଇଁ ।୪।

ବି.ଦ୍ର. - ଗୀତର ଚତୁର୍ଥ ଧାଡ଼ିରେ ଚଉଦିଗ ବଦଳରେ 'ଗୋପଦାଣ୍ଡ' ମଧ୍ୟ ଠାଏଠାଏ ଶୁଣିବାକୁ ମିଳେ । 

Post a Comment

0 Comments