Music

ଯଦୁମଣିଙ୍କ ନିର୍ଭିକ ଉତ୍ତର | STORIES OF JADUMANI

Jadumani Rahasya-ରାଜା ବିନାୟକ ସିଂହ ରାଜତ୍ବ କରୁଥିବା ସମୟରେ ନୟାଗଡ ରେ ସୁ-ଶାସନ ଥିଲା । ତାଙ୍କ ଅନ୍ତେ କିଛିଦିନ ଅରାଜକତା ଦେଖାଦେଲା । ତା’ପରେ ତାଙ୍କ ନାତି ଲଡୁକେଶ ନୟାଗଡର ରାଜା ହେଲେ ।

ସେ ସମୟରେ ପ୍ରଜାମେଳ ଦେଖାଦେଲା । ଇଂରେଜ ସରକାର ମେଳିର କାରଣ କ’ଣ ଜାଣିବା ପାଇଁ ଚାହିଁଲେ । ହରମୋହନ ଲାଲ ନାମକ ଜଣେ ଉଚ୍ଚ ଅଧିକାରିଙ୍କୁ ସନ୍ଧାନ ନିମନ୍ତେ ପଠାଇଲେ । ଲାଲ ମହୋଦୟ ନୟାଗଡର ଜଣାଶୁଣା ଲୋକମାନଙ୍କୁ କାରଣ କ’ଣ ପଚାରି ତଦନ୍ତ କଲେ । ଯଦୁମଣିଙ୍କୁ ଯେତେବେଳେ ପଚରାଗଲା, ସେ ନିର୍ଭିକ ଉତ୍ତର ଦେଲେ –

 “ଗୋଡ ଗାଡ ସସଂର୍ଗରେ ଯେ ପଟୁ
 ତାଙ୍କର ସୁନାଖଡୁ ତଟୁ ପଟୁ ।
  ଶୁଭରେ ଶୁଭ ହୋଇଲା ଦେଖା
ତାଙ୍କର ଆଡେଣି ପାଲିଙ୍କି ପଖା ।
ଏହି ସକାଶରୁ କରି ଯେ,
ଛ’ ପ୍ରକାର ଲିଙ୍ଗ ଉଭ୍ଭବ ମେଦିନୀ
ହୋଇଗଲା ହତ ଶିରି ଯେ ।।” 

 ଅର୍ଥାତ୍ ଯଦୁମଣି କହିଲେ – ଯେଉଁମାନେ ଗୋଡରେ ଗୋଡ ପୁରାଇ ଲୁଗା ବୁଣନ୍ତି, ସେମାନେ ତନ୍ତି । ସେମାନେ ଅଳ୍ପ ବୁଦ୍ଧିମାନ ହେଲେ ସୁଦ୍ଧା, ରାଜାନୁଗ୍ରହରୁ ସୁନାଖଡୁ ପିନ୍ଧି ବଡଲୋକ ହୋଇଛନ୍ତି । ତଟୁ ଘୋଡା ଚଢୁଚନ୍ତି । ତେଲିମାନେ ରାଜକୀୟ ପାଲିଙ୍କି ଚଢି ଆଡେଣି ପକାଇ, ଆଲଟ ପଙ୍ଖା ବ୍ଯବାହାର କରି ରାଜ୍ୟ ଶାସନ କରୁଛନ୍ତି । ଅର୍ଥାତ୍, ଅନଭିଞ ମୁର୍ଖମାନଙ୍କ ଦ୍ବାରା ଶାସିତ ହେଇଅଛି । ରାଜା ନାମକୁମାତ୍ର ଅଛନ୍ତି । ଏଣୁ ସ୍ବୟଂ ଲଡୁବାବା ଅଧିଷ୍ଠିତ ଏହି ରାଜ୍ୟ ଶ୍ରୀହୀନ ହୋଇଗଲାଣି । ସମ୍ଭ୍ରାନ୍ତ ଲୋକମାନେ ନୀରବ ହେଲେଣି ଏଣୁ ସ୍ବତଃ ପ୍ରଜା ଅଶାନ୍ତି ଓ ମେଳି ସୃଷ୍ଟି ହେବା କଥା – ତାହାହିଁ ହେଉଛି । 

 ଲାଲ ମହୋଦୟ ଯଦୁମଣିଙ୍କ କଥା ପ୍ରତି ଅଧିକ ଗୁରୁତ୍ବ ଦେଲେ । ଆଉ କାହା କଥା ଶୁଣିଲେ ନାହିଁ । କଥାର ସତ୍ୟାସତ୍ୟ ପରୀକ୍ଷା କଲେ । ଏକ ଉପଯୁକ୍ତ ସିଦ୍ଧାନ୍ତରେ ପହଁଚିଲେ ଯେ ଯଦୁମଣି ଯାହା କହୁଛନ୍ତି ବାସ୍ତବରେ ତାହା ଠିକ୍ ।

 ଲାଲ ମହୋଦୟ ସେହି ଅନୁସାରେ ସରକାରଙ୍କୁ ରିପୋର୍ଟ୍ ଦେଲେ । ରାଜା ଶାସନ ଭିତରେ ମଧ୍ୟ ଯଦୁମଣିଙ୍କର ନିର୍ଭିକତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ ।


Tags: Stories of Jadumani, ଯଦୁମଣିଙ୍କ ନିର୍ଭିକ ଉତ୍ତର, ଯଦୁମଣି ରହସ୍ୟ, Jadumani rahasya, Utkala Ghanta

Post a Comment

0 Comments