Music

ଜେଲି କୁକିଜ୍‌ ପ୍ରସ୍ତୁତି ପ୍ରଣାଳୀ | JELLY COOKIES RECIPE IN ODIA

Jelly Cookies Recipe Allrecipes

How to make Jelly cookies recipes at home in Odia.

ଆବଶ୍ୟକ ସାମଗ୍ରୀ (Ingredients of jelly cookies in odia language): ୨.୫ କପ୍‌ ମଇଦା, ୨୫୦ ଗ୍ରାମ୍‌ ବଟର, ୧/୪ କପ୍‌ ଚିନି, ଗୋଟିଏ ଅଣ୍ଡା, ୮୫ ଗ୍ରାମର ଗୋଟିଏ ଲେଖାଏଁ ଲାଇମ୍‌, ରାସ୍ପବେରୀ, ଅରେଞ୍ଜ ଫ୍ଲେଭରଯୁକ୍ତ ଜେଲି କ୍ରିଷ୍ଟାଲ ପ୍ୟାକେଟ୍‌, ୧/୪ ଗରମ ପାଣି।
ଆହୁରି ପଢ଼ନ୍ତୁ: ମିଲ୍ ମେକର (ସୋୟାବିନ ବଡ଼ି) ତରକାରୀ - Soya Chunks Curry Recipes In Odia

ପ୍ରସ୍ତୁତି ପ୍ରଣାଳୀ (Method of jelly cookies in odia language) : ପ୍ରଥମେ ବଟର ଏବଂ ଚିନିକୁ ଭଲ ଭାବେ ଗ୍ରାଇଣ୍ଡ କରି କ୍ରିମ୍‌ ପ୍ରସ୍ତୁତ କରନ୍ତୁ। ସେଥିରେ ଅଣ୍ଡା ମିଶାଇ ପୁନର୍ବାର ଗୋଳାନ୍ତୁ। ଭଲ ଭାବେ ମିଶିଯିବା ପରେ ମଇଦା ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଧ୍ୟାନ ଦିଅନ୍ତୁ ଯେପରି ମଇଦା ଗୁଳା ରହି ନ ଯାଏ। ଏହାକୁ ତିନି ଭାଗ କରିଦିଅନ୍ତୁ। ବର୍ତ୍ତମାନ ତିନୋଟି ପାତ୍ରରେ ଅଲଗା ଅଲଗା କରି ଜେଲି କ୍ରିଷ୍ଟାଲ୍‌ ରଖନ୍ତୁ ଏବଂ ପ୍ରତିଟି ପାତ୍ରରେ ଏକ ଟେବୁଲ୍‌ସ୍ପୁନ୍‌ ଗରମ ପାଣି ପକାଇ ଚାମଚ ସାହାଯ୍ୟରେ ଗୋଳାଇ ଦିଅନ୍ତୁ। ଏଥିରେ ପୂର୍ବରୁ ଭାଗ କରି ରଖିଥିବା କୁକିଜ୍‌ ମିକ୍ସ ପେଷ୍ଟ୍‌ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତିନୋଟି ଅଲଗା ଫ୍ଲେଭରର କୁକିଜ୍‌ ମିକ୍ସକୁ ଏହାକୁ ଅଲଗା ଅଲଗା ପ୍ଲାଷ୍ଟିକ୍‌ ର଼୍ୟାପ୍‌ ସିଟ୍‌ରେ ରଖି ୩୦ ମିନିଟ୍‌ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖିଦିଅନ୍ତୁ। ବର୍ତ୍ତମାନ ଓଭନ୍‌କୁ ୧୮୦ଂ ସେଲ୍‌ସିୟସ୍‌ରେ ପ୍ରିହିଟ୍‌ କରନ୍ତୁ। ତିନୋଟି ବଡ଼ ବେକିଂ ଟ୍ରେ ଉପରେ ବେକିଂ ପେପର ପକାନ୍ତୁ। ଫ୍ରିଜ୍‌ରୁ ପ୍ୟାକେଟ୍‌ଗୁଡ଼ିକୁ କାଢ଼ନ୍ତୁ। ଏହାକୁ ଛୋଟ ଛୋଟ ଗୁଳା କରି ହାତରେ ଚାପି ବରା ଆକୃତିର କରନ୍ତୁ ଏବଂ ଟ୍ରେରେ ରଖନ୍ତୁ। ସମସ୍ତ ଗୁଳା ଏଭଳି ରଖି ଦେବା ପରେ ୧୨ ମିନିଟ୍‌ ପର୍ଯ୍ୟନ୍ତ ମାଇକ୍ରୋଓ୍ବେଭ୍‌ରେ ରଖନ୍ତୁ। ଏହାର ରଙ୍ଗ ସାମାନ୍ୟ ବ୍ରାଉନ୍‌ ହୋଇଗଲେ ୫ ମିନିଟ୍‌ କୁଲ୍‌ କରନ୍ତୁ। ଟ୍ରେଗୁଡ଼ିକୁ ବାହାରକୁ ଆଣି କେକ୍‌କୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଟେଷ୍ଟି ଜେଲି କୁକିଜ୍‌। ଏହାକୁ ସଭିଙ୍କୁ ଖୁଆଇବାର ମଜା ନିଅନ୍ତୁ।

Post a Comment

0 Comments