Music

ଚିଙ୍ଗୁଡ଼ି ମଣିରତ୍ନ | CHINGUDI MANIRATNA

ଚିଙ୍ଗୁଡ଼ି ମଣିରତ୍ନ - CHINGUDI MANIRATNA

Chingudi Maniratna Recipes In Odia

ସାମଗ୍ରୀ (Ingredients Of Chingudi Maniratna):ଚିଙ୍ଗୁଡ଼ି, ସଜନା ଛୁଇଁ, ହଳଦୀଗୁଣ୍ଡ, ଲଙ୍କା ଗୁଣ୍ଡ ଲୁଣ, ପିଆଜ, ଅଦାରସୁଣ,  ଟମାଟୋ, କାଜୁ, ଗରମ ମସଲା।

ପ୍ରସ୍ତୁତି (Method Of Chingudi Maniratna Recipes):  ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବେ ଧୋଇ ସେଥିରେ ହଳଦୀ ଗୁଣ୍ଡ ଓ ଲୁଣ ଗୋଳାଇ ଦିଅନ୍ତୁ। ଏହାପରେ ତାକୁ ଭାଜି ରଖନ୍ତୁ। ସେହିପରି ସଜନା ଛୁଇଁକୁ  ଛୋଟ ଛୋଟ ଖଣ୍ଡ କାଟି  ଅଳ୍ପ ଭାଜି ରଖନ୍ତୁ।

ଆହୁରି ପଢ଼ନ୍ତୁ: ମିଲ୍ ମେକର (ସୋୟାବିନ ବଡ଼ି) ତରକାରୀ

ଏହାପରେ କଡ଼େଇରେ ତେଲ ଗରମ କରି ଫୁଟଣ ପକାନ୍ତୁ। ଏହାପରେ ସେଥିରେ କଟା ପିଆଜ ଓ କଟା ଟମାଟୋ ପକାଇ ଭାଜନ୍ତୁ।  ପିଆଜ ଭାଜି ହେବା ପରେ ଅଦାରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ କଷନ୍ତୁ। ମସଲା କଷି ହେବା ପରେ ସେଥିରେ ଭଜା ଛୁଇଁକୁ ପକାଇ ଅଳ୍ପ ପାଣି ଦିଅନ୍ତୁ। ଏହାପରେ ସେଥିରେ ଭଜା ଚିଙ୍ଗୁଡ଼ି ପକାଇ କଷନ୍ତୁ।

କିଛି ସମୟ ପରେ ଚିଙ୍ଗୁଡ଼ିରେ କାଜୁ ବଟା ପକାଇ ଭଲ ଭାବେ ଗୋଳାଇ ୨ରୁ ୩ ମିନିଟ୍‌ ଛାଡ଼ି ଦିଅନ୍ତୁ।  କିଛି ସମୟ ପରେ ତରକାରୀରେ ଗରମ ମସଲା ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ମଣିରତ୍ନ। ଏହାକୁ ଗରମ ଭାତ, କିମ୍ବା ରୁଟି ସହ ଖାଇ ହେବ।

Keywords: Chingudi maniratna odia recipe, ଚିଙ୍ଗୁଡ଼ି ମଣିରତ୍ନ, Chingudi maniratna odia recipe, Chingudi maniratna odia recipe book, Chingudi maniratna odia recipe body, ଚିଙ୍ଗୁଡ଼ି ମଣିରତ୍ନ ରୋଷେଇ, odisha recipes India, Chingudi maniratna odia recipe jobs, Chingudi maniratna odia lunch recipes, Chingudi maniratna odia recipe videos, Chingudi maniratna odia recipe picture, Chingudi maniratna odia recipe download, Chingudi maniratna odia recipe pdf




Post a Comment

0 Comments