Music

ରାଧାଷ୍ଟମୀ | WHY IS RADHASTAMI BRATA CELEBRATE KNOW IN ODIA

Why Is Radhastami Brata Celebrate Know In Odia


ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି । ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ‘ଜନ୍ମାଷ୍ଟମୀ’ ବା ‘ହରିଜନ୍ମ ’ ଇତ୍ୟାଦି ନାମରେ ଆମେ ପାଳନ କରୁ ଥାଇଁ । ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ‘ ରାଧାଷ୍ଟମୀ ’ ଭାବେ ପାଳନ କରନ୍ତି । ସେମାନଙ୍କ ମତରେ କୃଷ୍ଣଭକ୍ତି ପ୍ରାପ୍ତିର ମାଧ୍ୟମ ଶ୍ରୀରାଧାଙ୍କ ସ୍ତୁତି ଓ ପୂଜନ ।

ପୌରାଣିକ (Mythology Behind Radhastami)

ଦିନେ ନାରଦ ଶ୍ରୀକୃଷ୍ଣଙ୍କୁ ପଚାରିଲେ- ଭଗବାନ ! ଆପଣଙ୍କ ଶ୍ରୀମୁଖରୁ ଅନେକ ବ୍ରତ କଥା ଶୁଣିଛି । ବର୍ତ୍ତମାନ ମୋତେ ଶ୍ରୀରାଧାଙ୍କର ଜନ୍ମଦିନର ବ୍ରତ କଥା କୁହନ୍ତୁ । ଶ୍ରୀକୃଷ୍ଣ କହିଲେ ଦେବର୍ଷି, ତୁମେ ମୋର ପ୍ରିୟ ଭକ୍ତ । ସେଥିପାଇଁ ତୁମେ ଏ ବ୍ରତ ଶ୍ରବଣ କରିବାର ଯୋଗ୍ୟ ଅଟ । ଏକଦା ସୂର୍ଯ୍ୟଦେବ ବ୍ରହ୍ମାଣ୍ଡ ପରିଭ୍ରମଣ କରୁକରୁ ନାନା ପ୍ରକାରର ଐଶ୍ୱର୍ଯ୍ୟ ଦେଖି ତପସ୍ୟା କରିବାକୁ ମନ ବଳାଇଲେ । ତେଣୁ ସେ ମନ୍ଦର ପର୍ବତ ଗୂହାରେ କଠିନ ତପସ୍ୟାରତ ହେଲେ । ଫଳରେ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେଲା, ଦେବତାଗଣ ଭୀତ ହେଲେ । ଇନ୍ଦ୍ର ଦେବତାଗଣଙ୍କ ସହ ମିଶି ମୋତେ ପ୍ରାର୍ଥନା କଲେ ।ମୁଁ ଦେବଗଣଙ୍କୁ ଆଶ୍ୱାସନା ଦେଇ ସୂର୍ଯ୍ୟଙ୍କୁ ଦର୍ଶନ ଦେଇ କହିଲି ‘ ହେ ଦିବାକର ! ତୁମେ ତପସ୍ୟାରେ ସିଦ୍ଧି ଲାଭ କରିଛ । ତୁମେ ବର ପ୍ରାର୍ଥନା କର । ସୂର୍ଯ୍ୟଦେବ କହିଲେ ପ୍ରଭୁ ! ମୋତେ ଗୋଟିଏ ଗୁଣବତୀ କନ୍ୟାର ବର ଦିଅନ୍ତୁ ଏବଂ ଆପଣ ଚିରଦିନ ସେହି କନ୍ୟାପ୍ରତି ବଶୀଭୂତ ରହିବେ । ଏହା ବ୍ୟତୀତ ମୋର ଆଉ କିଛି ଇଚ୍ଛା ନାହିଁ । ମୁଁ ‘ ତଥାସ୍ତୁ ’ କହିଲି । ଏହି ପୃଥିବୀରେ ମୁଁ କେବଳ ଶ୍ରୀରାଧାଙ୍କର ବଶୀଭୂତ । ଶ୍ରୀରାଧା ଏବଂ ମୋ ମଧ୍ୟରେ କୌଣସି ପ୍ରଭେଦ ନାହିଁ । ମୁଁ ପୃଥିବୀର ଭାର ଲାଘବ ପାଇଁ ବୃନ୍ଦାବନର ନନ୍ଦାଳୟରେ ଅବତୀର୍ଣ୍ଣ ହେବି । ତୁମେ ସେଠାରେ ବୃଷଭାନୁ ରାଜା ନାମରେ ଜନ୍ମ ଗ୍ରହଣ କରିବ । ଶ୍ରୀରାଧା ତୁମର କନ୍ୟାରୂପେ ଅବତୀର୍ଣ୍ଣ ହେବେ । ଶ୍ରୀହରି ମଥୁରାରେ ଜନ୍ମଗ୍ରହଣ କରି ନନ୍ଦାଳୟକୁ ଆସିଲେ । ସୂର୍ଯ୍ୟଦେବ ବୈଶ୍ୟ କୁଳରେ ବୃଷଭାନୁ ନାମରେ ଜନ୍ମ ଗ୍ରହଣ କଲେ । ଯଥା କାଳେ ଗୋପକନ୍ୟା କୀର୍ତ୍ତିଦାଙ୍କ ସହିତ ତାଙ୍କ ବିବାହ ହେଲା, ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ବିଶାଖା ନକ୍ଷତ୍ରରେ କୀର୍ତ୍ତିଦାଙ୍କ ଗର୍ଭରେ ରାଧିକା ଜନ୍ମଗ୍ରହଣ କଲେ । ଗୋପଗୋପୀ ଗଣ ଆନନ୍ଦରେ ଶ୍ରୀରାଧାଙ୍କ ଜନ୍ମ ପାଳନ କରିଥିଲେ । କାଳକ୍ରମେ ଶ୍ରୀରାଧା ଚନ୍ଦ୍ରସେଣା ନାମକ ନପୁଂସକ ଗୋପାଳଙ୍କୁ ବିବାହ କଲେ, କିନ୍ତୁ ସେ ପରମପୁରୁଷ ଜ୍ଞାନରେ ଶ୍ରୀକୃଷ୍ଣଙ୍କ ସହ ବିହାର କଲେ, ତେଣୁ ଶ୍ରୀକୃଷ୍ଣଙ୍କର କରୁଣା ଲାଭ ପାଇଁ ଶ୍ରୀରାଧାଙ୍କ ଜନ୍ମଦିନକୁ ‘ ଶ୍ରୀରାଧାଷ୍ଟମୀ ’ ଭାବରେ ପାଳନ କରାଯାଏ ।

ଆମର ଓଡ଼ିଶାରେ ଶ୍ରୀମନ୍ଦିର ଓ ସାକ୍ଷୀଗୋପାଳ ମନ୍ଦିରରେ ଏହି ନୀତି ଯଥାବିଧି ପାଳନ କରାଯାଏ ଏବଂ ଅନୁଗୋଳର କୀର୍ତ୍ତନ ଘରେ ପ୍ରାୟତଃ ୧୯୨୦ ମସିହାରୁ ରାଧାଷ୍ଟମୀ ମହୋତ୍ସବ ଧୁମଧାମରେ ପାଳନ କରା ଯାଇଆସୁଛି ।

ରାଧାଷ୍ଟମୀ ବ୍ରତ (Radhastami Brata In Odia)

ଭାଦ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀରେ ଏହି ବ୍ରତ ପାଳନ କରାଯାଏ । ପୂର୍ବେ ଏହି ତିଥିରେ ଦୁର୍ବାଷ୍ଟମୀ ପାଳନ ହେଉଥିଲା । କ୍ରମେ ଦୁର୍ବାଷ୍ଟମୀ ଅପ୍ରଚଳିତ ହୋଇଗଲାଣି । ରାଧାଷ୍ଟମୀ ବୈଷ୍ଣବମାନଙ୍କ ମଧ୍ୟରେ ବିଶେଷ ଭାବରେ ପ୍ରଚଳିତ । ଏଥିରେ ରାଧାଙ୍କର ଜନ୍ମବୃତ୍ତାନ୍ତ ବ୍ୟତୀତ ଏକ ବ୍ରତ କଥା ପଠିତ ହୁଏ । କାହାଣୀଟି ଅତି ସରଳ । ସତ୍ୟଯୁଗରେ ଗୋଟିଏ ବାରଙ୍ଗନା ଥିଲା । ତା' ନାମ ଲୀଳାବତୀ । ସେ ଥରେ ନିଜ ନଗରରୁ ଅନ୍ୟ ଏକ ନଗରକୁ ଯାଉଥିଲା । ବାଟରେ ଗୋଟିଏ ମନ୍ଦିର ଦେଖିଲା । ସେଠାରେ କେତେଜଣ ବୈଷ୍ଣବ ସନ୍ୟାସୀ ରାଧାଷ୍ଟାମୀ ପାଳୁଥିଲେ । ଧୂପ, ଦୀପ, ନୈବେଦ୍ୟ ଦେଇ ଦିବ୍ୟ ବସ୍ତ୍ର ଅଲଙ୍କାର ବିନ୍ଧାଇ ଶ୍ରୀରାଧାଙ୍କ ମୂର୍ତ୍ତିଙ୍କୁ ପୂଜା କରୁଥିଲେ । ତା'ର ମନରେ ପରିବର୍ତ୍ତନ ଆସିଲା । ସେ ଏହି ବ୍ରତ କରିବ ବୋଲି ସଂକଳ୍ପ କଲା । ସଂକଳ୍ପ କରିବା କ୍ଷଣି ତାର ସବୁପାପ ଦୂର ହେଲା । ସେ ମୃତ୍ୟୁ ପରେ ବୈକୁଣ୍ଠକୁ ଗଲା ।

Keywords: How to celebrate Radhastami, Why is Radha Ashtami celebrated ।n Odia, Who is Radha? What is Radhashtami? Radhashtami fasting in Odia, How to celebrate Radhastami at home in Odia, Why is Radha Ashtami celebrated

Post a Comment

0 Comments