Music

ସ୍ବପ୍ନଦୋଷ ର କାରଣ ଓ ପ୍ରତିକାର | STOP NIGHT FALL IN ODIA


ସାଧାରଣ ଭାବରେ ସ୍ବପ୍ନଦୋଷ ରୋଗ କିଛି କୁ ଅଭ୍ୟାସର ପରିଣତି ସ୍ବରୂପ ସୃଷ୍ଟି ହୋଇଥାଏ…ଅସମୟରେ ଅପରିମିତ ବୀର୍ଯ୍ୟ କ୍ଷୟ କରିଥିବା ବ୍ୟକ୍ତି କୁ ଏହି ରୋଗ ବିଶେଷ ଭାବେ ଆକ୍ରମଣ କରିଥାଏ ॥

ଉକ୍ତ ରୋଗକୁ ଜାଣିବାକୁ ହେଲେ ଆମକୁ ପ୍ରଥମେ “ବ୍ରହ୍ମଚର୍ଯ୍ୟ”ବିଷୟରେ ବା “ବ୍ରହ୍ମଚର୍ଯ୍ୟ”ର ତାତ୍ପର୍ଯ୍ୟକୁ ଜାଣିବାକୁ ପଡିବ ॥

“ବ୍ରହ୍ମ”ଶବ୍ଦର ଅର୍ଥ ହେଲା –

୧ – ବେଦ

୨ – ପରମେଶ୍ବର

୩ – ବୀର୍ଯ୍ୟ ବା ସତ୍ତ୍ବ

“ଚର୍ଯ୍ୟ”ଶବ୍ଦର ଅର୍ଥ ହେଲା –

୧ – ଅଧ୍ୟୟନ

୨ – ଚିନ୍ତନ

୩ – ରକ୍ଷଣ

ସଂପୂର୍ଣ୍ଣ ଅର୍ଥ ହେଲା ଏକ ସଙ୍ଗରେ ବିଦ୍ୟାଭ୍ୟାସ,ଈଶ୍ୱର ଆରାଧନା ଓ ବୀର୍ଯ୍ୟ ରକ୍ଷଣ କାର୍ଯ୍ୟ ସାଧନ କରିବା ନିୟମ ପାଳନକୁ “ବ୍ରହ୍ମଚର୍ଯ୍ୟ”କୁହାଯାଏ ॥

ଆମ୍ଭ ମାନଙ୍କର ଜୀବନ ବୀର୍ଯ୍ୟର ଅଧୀନ ଅଟେ…ଏହା ଶରୀରକୁ ଧାରଣ ଏବଂ ପୋଷଣ କରିଥାଏ…ଆଉ ଏହାକୁ କେବଳ “ବ୍ରହ୍ମଚର୍ଯ୍ୟ”ଦ୍ବାରା ହିଁ ଶରୀର ମଧ୍ୟରେ ସୁରକ୍ଷିତ ଭାବରେ ରକ୍ଷା କରାଯାଇ ପାରିଥାଏ ॥

“ବ୍ରହ୍ମଚର୍ଯ୍ୟ” ଜରା,ବ୍ୟାଧି,ମୃତ୍ୟୁ ନିବାରକ ଅମୃତ ତୁଲ୍ୟ ଦିବ୍ୟ ଔଷଧ… ଏହା ଶାନ୍ତି, କାନ୍ତି,ସ୍ମୃତି, ଜ୍ଞାନ, ଧର୍ମ ଓ ଆରୋଗ୍ୟ ପ୍ରଦାନ କରିଥାଏ…”ବ୍ରହ୍ମଚର୍ଯ୍ୟ” ପ୍ରଭାବରେ ପୁରୁଷ ତେଜସ୍ବୀ ହୁଏ…ସୁଦୃଢ଼ ତଥା ସୁଗଠିତ ଶରୀର ଲାଭ କରେ… ପରନ୍ତୁ ଏହାର ବା ଏହି “ବ୍ରହ୍ମଚର୍ଯ୍ୟ”ର ଅଭାବରେ ଶରୀରସ୍ଥ ସ୍ନାୟୁ ଦୁର୍ବଳ, ରକ୍ତ ବିକାର,ମସ୍ତିଷ୍କର ଦୁର୍ବଳତା, ସ୍ମୃତି ଶକ୍ତି ହୀନତା,ହିଂସା ପ୍ରତି ଆସକ୍ତି, ନପୁଂସକତା,ଅଜୀର୍ଣ୍ଣ,ଅଗ୍ନିମାନ୍ଦ୍ୟ, କୋଷ୍ଠ କାଠିନ୍ୟ,ହୃଦ୍ ରୋଗ, ଆଳସ୍ୟ, ଅପସ୍ମାର,ଉନ୍ମାଦ,ଶ୍ବାସରୋଗ,ଉତ୍ସାହ ହୀନତା,ଭୀରୁତା,ଶ୍ବେତ ଓ ରକ୍ତ ପ୍ରଦର, ସ୍ବପ୍ନଦୋଷ ,ଧ୍ବଜଭଙ୍ଗ ଇତ୍ୟାଦି ସମସ୍ତପ୍ରକାର ଶାରୀରିକ ଏବଂ ମାନସିକ ରୋଗମାନ ଉତ୍ପନ୍ନ ହୋଇଥାଏ…ଏଣୁ ଆମେ ସର୍ବଦା “ବ୍ରହ୍ମଚର୍ଯ୍ୟ”ରେ ବ୍ରତୀ ହେବା ଆବଶ୍ୟକ। 

ସ୍ବପ୍ନଦୋଷର କାରଣ –

ସ୍ବପ୍ନଦୋଷ କହିଲେ ସ୍ବପ୍ନାବସ୍ଥାରେ ଦେହରୁ ଇନ୍ଦ୍ରିୟ ମାନଙ୍କର ପୋଷକ ଅଗ୍ନିର ଉଦ୍ଦୀପକ,ଶରୀରର ଧାରକ, ଶରୀରର ଶ୍ରେଷ୍ଠ ସମ୍ପଦ “ବୀର୍ଯ୍ୟ” ଦେହରୁ ଚାଲିଯିବା ପ୍ରସଙ୍ଗକୁ ବୁଝାଇଥାଏ…ସାଧାରଣ ଭାବରେ ମୈଥୁନ ପ୍ରକ୍ରିୟା ଦ୍ବାରା ବୀର୍ଯ୍ୟ କ୍ଷୟକୁ ଏହି ସ୍ବପ୍ନଦୋଷ ରୋଗର କାରଣ ବୋଲି ଦର୍ଶାଯାଇଥାଏ ॥

ସହବାସ ଦ୍ବାରା ବୀର୍ଯ୍ୟ କ୍ଷୟ ହେବା କଥା ସଚରାଚର ଜାଣିଥାନ୍ତି…ସହବାସ କହିଲେ ସାଧାରଣତଃ ସ୍ତ୍ରୀ ଏବଂ ପୁରୁଷର ଏକତ୍ର ନିର୍ଜନ ସଙ୍ଗମ ବା ମୈଥୁନ କ୍ରିୟାକୁ ବୁଝାଇଥାଏ…ଏଥି ସଙ୍ଗେ ସଙ୍ଗେ ମୈଥୁନ କ୍ରିୟାର ଅନ୍ୟ ଆଠଗୋଟି ଅଙ୍ଗ ବିଦ୍ୟମାନ … ଯାହାକୁକି “ଅଷ୍ଟାଙ୍ଗ ମୈଥୁନ” ଭାବେ ଆୟୁର୍ବେଦ ଶାସ୍ତ୍ରରେ ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କରାଯାଇଛି ଏବଂ ଏହି “ଅଷ୍ଟାଙ୍ଗ ମୈଥୁନ”କୁ ଅପ୍ରାକୃତିକ ବୋଲି ଅଭିହିତ କରାଯାଇଛି ॥

ଉକ୍ତ ଆଠ ପ୍ରକାର ଅପ୍ରାକୃତିକ ମୈଥୁନ – ୧-ସ୍ମରଣ,୨-କୀର୍ତ୍ତନ,୩-କେଳି,୪-ଅବଲୋକନ ବା ପ୍ରେକ୍ଷଣ, ୫-ଗୁହ୍ୟ ଭାଷଣ,୬-ସଂକଳ୍ପ,୭-ଅଧ୍ୟବସାୟ ଏବଂ ୮-କ୍ରିୟା ନିଷ୍ପତ୍ତି ॥

(ସନ୍ଦର୍ଭର ଦୀର୍ଘତା ଦୃଷ୍ଟିରୁ ଏ ସମସ୍ତର ବର୍ଣ୍ଣନା କରାଯାଉନାହିଁ, ଯଦି କେହି ଏହାର ପରିଚୟ ଜାଣିବାକୁ ଇଚ୍ଛା କରନ୍ତି ବିନା ସଂକୋଚରେ ପ୍ରକାଶ କରିପାରନ୍ତି)

ଶାସ୍ତ୍ର ନିୟମାନୁସାରେ ନିଜର ବିବାହିତା ପତ୍ନୀ ସହିତ ମୈଥୁନକୁ ପ୍ରାକୃତିକ ମୈଥୁନ କୁହାଯାଏ ,ଯାହାକି ବିଜ୍ଞାନର ଅନୁକୂଳ ଅଟେ…ଏହାର ବିପରୀତ ଅନ୍ୟ ଆଠପ୍ରକାର ଅପ୍ରାକୃତିକ ମୈଥୁନ ରୋଗ, ଦୁଃଖ ଏବଂ ନାଶର କାରଣ ହୋଇଥାଏ… ସଂଯମତା ଅଭାବରୁ ଅଜ୍ଞାନତା ବଶତଃ ଉପରୋକ୍ତ ଅପ୍ରାକୃତିକ ଅଷ୍ଟ ମୈଥୁନର ବଶବର୍ତ୍ତୀ ହୋଇ ଯେଉଁ ବ୍ୟକ୍ତି କାଳକାଳ ବୀର୍ଯ୍ୟ କ୍ଷୟ କରିଚାଲେ ସେହି ବ୍ୟକ୍ତି ବଳହାନୀ, ଶ୍ରୀହୀନ,ମେଧାଶକ୍ତି ହ୍ରାସ ଆଦି ଦ୍ବାରା ଆକ୍ରାନ୍ତ ହୋଇ ସ୍ବପ୍ନଦୋଷ ରୋଗର ଶିକାର ହୋଇଥାଏ…ଅଧିକତର ଦେଖାଯାଇଛି ଏହି ଭଳି ଅସଂଯମୀ ବ୍ୟକ୍ତି ବାରମ୍ବାର ମୈଥୁନାସକ୍ତ ହୋଇ ପରିଶେଷରେ “ହସ୍ତମୈଥୁନ” ରୋଗ(Masturbation)ର ବଶ ହୋଇଯାଇଥାଏ ଯାହାକି ସ୍ବପ୍ନଦୋଷ ରୋଗକୁ ଉତ୍ପନ୍ନ କରିଥାଏ…ଅର୍ଥାତ ଅସ୍ବାଭାବିକ ଉପାୟରେ ବୀର୍ଯ୍ୟପାତ କରିବା କୁପ୍ରବୃତ୍ତି ବଢିବଢି ହସ୍ତମୈଥୁନ ରୋଗରେ ପରିଣତ ହୋଇଥାଏ । 

ହସ୍ତମୈଥୁନ ରୋଗ –

ତରୁଣ ବୟସ୍କ ମାନଙ୍କର ଲିଙ୍ଗାଗ୍ର ଚର୍ମ ଭିତରେ ଏବଂ ବାଳିକା ମାନଙ୍କର ଭଗ ଭିତରେ ଏକ ପ୍ରକାର ଉଗ୍ରତା ଉତ୍ପାଦକ କାରଣ ରହିଥିବାରୁ ସେମାନେ ହସ୍ତଦ୍ବାରା ସେହି ସ୍ଥାନକୁ ମନ୍ଥି ଥାନ୍ତି… ଏହି ମନ୍ଥନ ଦ୍ବାରା ସୁଖପ୍ରଦ ଉତ୍ତେଜନା ଉପସ୍ଥିତ ହୋଇଥାଏ…ବାରମ୍ବାର ଏହି ସୁଖ ଅନୁଭବ ଅଭିଳାଷାରେ ଏହି ଅପରିପକ୍ବ ମସ୍ତିଷ୍କଧାରୀ ଯୁବକ ଯୁବତୀମାନେ ଏହିଭଳି ଅପ୍ରାକୃତିକ ମୈଥୁନ କାର୍ଯ୍ୟରେ ଲିପ୍ତ ରହିଥାନ୍ତି… ଦ୍ବିତୀୟତଃ ହସ୍ତମୈଥୁନ ଆସକ୍ତ ବ୍ୟକ୍ତି ମାନଙ୍କ ମଧ୍ୟରୁ ପ୍ରାୟ ଯୁବକ ଯୁବତୀ କୁସଂସର୍ଗରୁ ଏହି କଦର୍ଯ୍ୟ ଅଭ୍ୟାସରେ ରତ ହୋଇଥାନ୍ତି…ଏହାଛଡା ଅପରିଷ୍କାର ଲିଙ୍ଗ ଯୋନି ଓ କେତେକ ରୋଗ ହେତୁ ମଧ୍ୟ ଲିଙ୍ଗ ଏବଂ ଯୋନି ଦ୍ବାର କୁଣ୍ଡେଇ ହୋଇ ଏହି କଣ୍ଡୁର ଉପଶମନାର୍ଥ ପ୍ରଚେଷ୍ଟାର ପରିଣାମ ସ୍ବରୂପ ହସ୍ତମୈଥୁନ କବଳରେ ପଡିବାକୁ ହୋଇଥାଏ…ଏତଦ୍ ବ୍ୟତୀତ ଅପ୍ରାପ୍ତ ବୟସରେ କାମଲାଳସାର ଚରିତାର୍ଥ ଇଚ୍ଛା କରୁଥିବା ଯୁବକ ଯୁବତୀ ଏହି କୃତ୍ରିମ ହସ୍ତମୈଥୁନରେ ଆସକ୍ତି ଜନ୍ମାଇ ଥାନ୍ତି…ଯାହାର ପରିଣତି ସ୍ବପ୍ନଦୋଷ ଭଳି ଭୟଙ୍କର ରୋଗକୁ ଜନ୍ମାଇ ଥାଏ ॥

ସ୍ବପ୍ନଦୋଷର ଲକ୍ଷଣ –

ଉପରୋକ୍ତ ଅଷ୍ଟାଙ୍ଗ ଅପ୍ରାକୃତିକ ମୈଥୁନ ସ୍ମରଣରେ ଜର୍ଜରିତ ବ୍ୟକ୍ତି ମାନଙ୍କର ହସ୍ତମୈଥୁନ ଭଳି କୁଅଭ୍ୟାସ ଦ୍ବାରା ଅତିରିକ୍ତ ଶୁକ୍ରକ୍ଷୟ ହେଉଥିବାରୁ ଶରୀରରେ ଏକ ପ୍ରକାର ଉଷ୍ମତା ଜାତ ହୁଏ…ଏହି ଉଷ୍ମ ପ୍ରଭାବରେ ବ୍ୟକ୍ତିର ସୁଖ ନିଦ୍ରାର ଅଭାବ ହୁଏ…ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ମାଡିବସେ,ଶୋଇବା ପୂର୍ବରୁ କ’ଣ କରିବି ?ସ୍ବପ୍ନଦୋଷ ହୋଇଯିବ ; ଏହି ଚିନ୍ତା ମନକୁ ଘାରିଥାଏ…ଫଳରେ ବ୍ୟକ୍ତି ହସ୍ତ ମୈଥୁନ,ପୁଂମୈଥୁନ,ମୁଖ ମୈଥୁନ, ଶଯ୍ୟା ମୈଥୁନ,କଳ୍ପନା ମୈଥୁନ ସୁଖ ଆଶାରେ ସ୍ବପ୍ନଦୋଷରୋଗର ଶିକାର ହୋଇଥାଏ ॥

ଏହି ରୋଗୀ ଠାରେ ଲାଜୁକତା, କାର୍ଯ୍ୟରେ ଦୃଢ଼ତାର ଅଭାବ,ସର୍ବଦା ଏକାକୀ ରହିବାକୁ ଇଚ୍ଛା,ମନରେ ଭୟ, ଅନ୍ୟ ଙ୍କୁ ଅବିଶ୍ବାସ,ବିବିଧ ପ୍ରକାରର ଅମୂଳକ ଚିନ୍ତା, ବୁଦ୍ଧି ମେଧ୍ୟାଦି ଶକ୍ତିର ହ୍ରାସ ଆଦି ଲକ୍ଷଣ ଦେଖାଯାଇଥାଏ । 

ଏତଦ୍ ବ୍ୟତୀତ ଅକାଳ ବାର୍ଦ୍ଧକ୍ୟ , ମାନସିକ ଅଶାନ୍ତି, ପ୍ରମେହ,ଉପଦଂଶ, ସ୍ନାୟବିକ ଦୁର୍ବଳତା, ରକ୍ତଚାପ,ଶିରରୋଗ,ବଦହଜମି, ଅଶ୍ମରୀ,ଅମ୍ଲପିତ୍ତ,କୋଷ୍ଠବଦ୍ଧତା ଆଦି ରୋଗରେ ପୀଡ଼ିତ ହୋଇ ସାରା ଜୀବନ କଷ୍ଟ ଭୋଗ କରିଥାଏ । 

ଚିକିତ୍ସା –

ସାଧାରଣ ଚିକିତ୍ସା – ପ୍ରଥମେ ସଂଯମତା ଅବଲମ୍ବନ କରିବାକୁ ପଡିବ, ଶୋଇବା ପୂର୍ବରୁ ଭଗବତ୍ ଚିନ୍ତନ, ହୀନ ଅଭିଳାଷ ତ୍ୟାଗ, କୁସଙ୍ଗ ପରିତ୍ୟାଗ, ସିନେମା ଥିଏଟର୍ ଆଦି ବର୍ଜନ , କୃତ୍ରିମ ମୈଥୁନ ପରିତ୍ୟାଗ କରିବାକୁ ହୋଇଥାଏ ॥

ପ୍ରାକୃତିକ ଚିକିତ୍ସା – ବ୍ରହ୍ମ ମୁହୂର୍ତ୍ତ ରେ ଶଯ୍ୟା ତ୍ୟାଗ,ଦିବାନିଦ୍ରା ନିଷେଧ,କ୍ରୋଧଭାବ ତ୍ୟାଗ, ଅସମୟରେ ଖାଦ୍ୟ ଗ୍ରହଣ ନକରିବା,ଅଜୀର୍ଣ୍ଣାବସ୍ଥାରେ ପୁନର୍ବାର ଖାଦ୍ୟ ଗ୍ରହଣ ନକରିବା,ଭୋକ ନଥିବାବସ୍ଥାରେ ଖାଦ୍ୟ ଗ୍ରହଣ ନକରିବା, ଗୁରୁପାକ ଆଦି ତ୍ୟାଗ କରିବ…ଅଧିକ ମାତ୍ରାରେ ତେଲ ମସଲାଯୁକ୍ତ ଖାଦ୍ୟ ବର୍ଜନ କରିବ… କୋଷ୍ଠ କାଠିନ୍ୟ ଥିଲେ ତ୍ରିଫଳାଦି କ୍ବାଥ ସେବନ କରି ପ୍ରଥମେ କୋଷ୍ଠ ଶୁଦ୍ଧି କରିବ…ସ୍ବପ୍ନଦୋଷ ରୋଗୀର କୋଷ୍ଠ ଶୁଦ୍ଧି ହେବା ନିହାତି ଆବଶ୍ୟକ । 

ଔଷଧ ଚିକିତ୍ସା – ସ୍ବପ୍ନ ଦୋଷାରୀ ବଟୀ, ଚନ୍ଦ୍ରପ୍ରଭା ବଟୀ,ଶିଳାଜତୁ ବଟୀ,ମେହମୁଦଗର ବଟୀ,ପ୍ରମେହ ବସନ୍ତ କୁସୁମାକର ରସ, ବସନ୍ତ ମେହ ରସ,ସ୍ବର୍ଣ୍ଣ ବଙ୍ଗ,ବଙ୍ଗେଶ୍ବର ରସ,ପୁଷ୍ପାଶୁଗ ରସ,ଚନ୍ଦନାସବ, ତ୍ରିଫଳା କ୍ବାଥ ଆଦି ଶାସ୍ତ୍ରୀୟ ଔଷଧ ପ୍ରୟୋଗ ଦ୍ବାରା ଏହି ରୋଗରୁ ମୁକ୍ତି ମିଳିଥାଏ । 

ଡଃ ଅଜୟ କୁମାର

Post a Comment

0 Comments