କଠିନ ବ୍ୟାୟାମ କରୁଥିଲେ ଏହି ଡାଏଟ୍‌ ଜରୁରୀ

@Archivist
0

ବଡିବିଲଡିଂ

ବଡିବିଲଡିଂ କରିବା ପାଇଁ ହେଲେ କଠିନ ବ୍ୟାୟାମ ସହ ଶରୀରକୁ ଉପଯୁକ୍ତ ପରିମାଣର ଡାଏଟ୍‌ର ମଧ୍ୟ ଆବଶ୍ୟକତା ରହିଛି। ବ୍ୟାୟାମ କରିବା ସହ କେଉଁ ପ୍ରକାର ଖାଦ୍ୟ ଖାଇଲେ ଶରୀର ମାଂସପେଶୀକୁ ଶକ୍ତ କରିବା ସହ ବୃଦ୍ଧି କରାଇବ ଜାଣନ୍ତୁ ସେ ସଂପର୍କରେ କିଛି ଖାସ୍ ଟିପ୍ସ।

ଟିପ୍ସ - Yoga Tips In Odia

କ୍ୟାଲୋରୀ ଯୁକ୍ତ ଖାଦ୍ୟ

ଆପଣଙ୍କ ଶରୀର ଓଜନ ଯେତେ ଅଧିକ ବଢ଼ିବ ଫାଟ୍‌କୁ କ୍ଷୟ କରିବା ପାଇଁ ସେତେ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବାର ଆବଶ୍ୟକତା ପଡ଼ିବ। ତେଣୁ ଆବଶ୍ୟକ ମୁତାବକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଆନ୍ତୁ।

ଠିକ୍‌ ସମୟରେ ମିଲ୍‌ ଖାଆନ୍ତୁ:

ବଡି ତିଆରି କରିବା ସମୟରେ ମିଲ୍‌ ନ ଖାଇବା କଥା ଚିନ୍ତା କରନ୍ତୁ ନାହିଁ। ଦିନକୁ ୫ ରୁ ୬ଥର ମିଲ୍‌ ଖାଇବାର ଅଭ୍ୟାସ ରଖନ୍ତୁ। ଏହା ଶରୀରର ମେଟାବୋଲିଜିମ୍‌ ବୃଦ୍ଧି କରାଏ ଏବଂ ଶରୀରରେ ଫାଟ୍‌ ଜମାଇବାକୁ ଦିଏ ନାହିଁ।

ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଜରୁରୀ:

ମାସଂପେଶୀ ଗଠନ କରିବାରେ ପ୍ରୋଟିନ୍‌ ବେଶ୍‌ ସହାୟକ ହୁଏ। ତେଣୁ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବା ଏହି ସମୟରେ ଖୁବ୍‌ ଜରୁରୀ।

ଡ୍ରିଙ୍କ୍ସ ପ୍ରତି ଧ୍ୟାନ ଦିଅନ୍ତୁ:

ମାସଂପେଶୀ ତିଆରି କରିବାରେ ପ୍ରତିଦିନ କେଉଁ ପ୍ରକାରର ଡ୍ରିଙ୍କ୍ସ ପିଉଛନ୍ତି ତାହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅଧିକ ମିଠା ଥିବା ଓ କାର୍ବୋନେଟେଡ୍‌ ପାନୀୟ ପିଇବା ଏହି ସମୟରେ ମନା।

ଦରକାର ମୁତାବକ କାର୍ବୋହାଇଡ୍ରେଟ୍‌(ଶ୍ବେତସାର) ଖାଆନ୍ତୁ:

ଶରୀରରେ କାର୍ବୋହାଇଡ୍ରେଟ୍‌ ଗ୍ଲାଇକୋଜେନ୍‌ ଆକାରରେ ଗଚ୍ଛିତ ହୋଇ ରୁହେ। ପ୍ରତିଦିନ ୨ ରୁ ୩ଗ୍ରାମ୍‌ କାର୍ବୋହାଇଡ୍ରେଟ୍‌ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ।

ସମୟ ଅନୁଯାୟୀ କରିବା:

ବଡିବଲଡିଂ ପାଇଁ ଠିକ୍‌ ସମୟରେ ଖାଦ୍ୟ ,ବ୍ୟାୟାମ ଏବଂ ଶୋଇବା ଜରୁରୀ। ଏହା ତୁରନ୍ତ ମାଂସପେଶୀ ଗଠନ କରିବାରେ ସାହାଯ୍ୟ କରେ। କଠିନ ବ୍ୟାୟାମ ପରେ ଶରୀରକୁ ଯଥେଷ୍ଟ ସମୟ ସୁନିଦ୍ରାର ଆବଶ୍ୟକତା ରୁହେ।

Tags

Post a Comment

0Comments

Post a Comment (0)