Music

ଭୂତ ପ୍ରେତ ଙ୍କ ରହସ୍ୟ ପ୍ରଥମ ଭାଗ ? MYSTERY OF GHOST PART I


Mystery of Ghost in Odia: କୁହାଯାଏ ରାତି 12ପରେ ଆରମ୍ଭ ହୁଏ ଅଶୁଭ ବେଳା ।ରାତି ଏକ ଏମିତି ସମୟ ଯେଉଁ ସମୟରେ ପ୍ରାୟ 70% ପ୍ରତିଶତ ଲୋକ ଭୟଭୀତ ହୋଇଥାନ୍ତି ।ଆମେ ଆମ ପୂର୍ବଜ ମାନଙ୍କ ଠାରୁ ଭୁତ ପ୍ରେତ , ଡାହାଣୀ , ଚିରୁଗୁଣୀ ଆଦି ଭୟାନକ ନାମ ସହ ସେମାନଙ୍କ ଭୟଙ୍କର କାଳ୍ପନିକ ଚିତ୍ର ର ବର୍ଣ୍ଣନା ଶୁଣିଥାଉ ।ତେବେ କଣ ସତରେ ଭୂତପ୍ରେତ ଅଛନ୍ତି? ଯଦି ଅଛନ୍ତି ସେମାନେ କାହିଁକି ମଣିଷର କ୍ଷତି ସାଧନ କରନ୍ତି ?ଆମ ମଣିଷ ସମାଜର କେଉଁଠିନା କେଉଁଠି ମନରେ କିଛି ଖରାପ ଭାବନା ଆନ୍ଦୋଳନ ସୃଷ୍ଟି ହୁଏ ।ସମସ୍ତେ ଜାଣିବାକୁ ଚାହାନ୍ତି ଯେ ଭୁତ କଣ ଓ ଏହା କିପରି ଦେଖିବାକୁ ?
ଆହୁରି ପଢ଼ନ୍ତୁଭୁତପ୍ରେତଙ୍କ ରହସ୍ୟ ଦ୍ଵିତୀୟ ଭାଗ - Mystery of Ghost Part II In Odia

ଭୁତ ତଥା ପ୍ରେତ ଶବ୍ଦ ବହୁ ପ୍ରାଚୀନ ଏହା କେଉଁଠିନା କେଉଁଠି ଧର୍ମ ସହ ନିଶ୍ଚିତ ରୂପେ ଯୋଡିହୋଇଅଛି ।ସମସ୍ତ ଧର୍ମର ଲକ୍ଷ୍ୟ ହେଉଛି ଏକ, ତାହା ହେଉଛି ମୋକ୍ଷ ପ୍ରାପ୍ତି ।ତେବେ ସବୁ ଧର୍ମ ଏହା ମଧ୍ୟ ପ୍ରମାଣ ଦିଏ ଯେ ଇଶ୍ଵର ହେଉଛନ୍ତି ପରମାତ୍ମା ।ଏହି ଭୁତ ଶବ୍ଦଆତ୍ମତତ୍ଵ ରୁ ଆସିଆଚି ।ଆତ୍ମା ତତ୍ଵ ହେଉଛି ଆତ୍ମା ସମ୍ବନ୍ଧୀୟ ତତ୍ଵ । କେବେଳ ହିନ୍ଦୁ ଧର୍ମ ନୁହେଁ ବରଂ ଅନ୍ୟ ସମସ୍ତ ଧର୍ମ ମଧ୍ୟ ଆତ୍ମା ତତ୍ତ୍ଵରେ ବିଶ୍ୱାସ କରନ୍ତି ।ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରଥମେ ପରମାତ୍ମାଙ୍କ ଠାରୁ ଆତ୍ମାର ସୃଷ୍ଟି ।ଆତ୍ମା ହେଉଛି ଏକ ଅଦୃଶ୍ୟ ରଶ୍ମୀ ।ଅର୍ଥାତ ଏକ ଆଲୋକ ବିନ୍ଦୁ ଯାହାର ରୂପ, ରଙ୍ଗ, ବର୍ଣ୍ଣ, ଜାତି କିଛି ନାହିଁ ।ପରବର୍ତ୍ତୀ ସମୟରେ ପରମାତ୍ମା ଅର୍ଥାତ ଇଶ୍ଵର ପଞ୍ଚତତ୍ଵ (ଆକାଶ, ପୃଥିବୀ, ବାୟୁ, ଅଗ୍ନି, ଜଳ) ର ସମିଶ୍ରଣରେ ଶରୀରର ରଚନା କରନ୍ତି । ଏବଂ ଆତ୍ମା ଈଶ୍ବରଙ୍କ ନିର୍ଦ୍ଦେଶରେ ସେହି ଶରୀରରେ ପ୍ରବେଶ କରେ । ଇଶ୍ଵର ନିଜ ଉଦ୍ଦେଶ୍ୟ ପୂରଣ କରିବାପାଇଁ ଆତ୍ମା ଓ ଶରୀରର ରଚନା କରନ୍ତି ।ଏହିପରି ଆତ୍ମା ପରିବର୍ତ୍ତିତ ହୁଏ ଏକ ପ୍ରାଣୀ ବା ଉଦ୍ଭିଦ ରୂପରେ । ହିନ୍ଦୁ ଶାସ୍ତ୍ର ଅନୁସାରେ ଇଶ୍ଵର 56କୋଟି ଭିନ୍ନଜୀବଙ୍କ ରଚନା କରିଛନ୍ତି ।ସେଥିମଧ୍ୟରୁ 14କୋଟି ଜୀବ ଜଳରେ, 14କୋଟି ଜୀବ ସ୍ଥଳରେ, 14କୋଟି ଜୀବ ବାୟୁରେ ଓ ଅନ୍ୟ 14କୋଟି ଜୀବ ପାତାଳରେ ବାସ କରନ୍ତି ।ଏହି 56କୋଟି ଜୀବଙ୍କ ପାଇଁ ଇଶ୍ଵର 3ଲୋକ ର ଗଠନ କରିଛନ୍ତି ।ଏହି ଲୋକ ପୃଥିବୀର ଉପରକୁ 3ଲୋକ ଅଛି ଓ ପୃଥିବୀ ତଳକୁ 3ଲୋକ ଅଛି ।ଉପରକୁ ସୂର୍ଯ୍ୟଲୋକ, ସ୍ଵର୍ଗଲୋକ, ବ୍ରହ୍ମଲୋକ ଓ ତଳକୁ ନାଗଲୋକ, ଯକ୍ଷଲୋକ, ପାତାଳ ଲୋକ ଅବସ୍ଥିତ ।

ଆହୁରି ପଢ଼ନ୍ତୁ: ରାତି ସମୟରେ ଭୂତ ପ୍ରେତ କାହିଁକି ଦେଖାଯାଆନ୍ତି , ଜାଣନ୍ତୁ ଏହା ପଛର କାରଣ

ତେବେ ଏହା କେବଳ ହିନ୍ଦୁ ଧର୍ମର ବେଦ ପୁରାଣରେ ବର୍ଣ୍ଣିତ ।ଅନ୍ୟ ସମସ୍ତ ଧର୍ମ ଆତ୍ମା କୁ ଭିନ୍ନ ଭିନ୍ନ ନାମ ରୂପରେ ବର୍ଣ୍ଣନା କରନ୍ତି । ତେବେ ସମସ୍ତ ଧର୍ମ ଏହା ସ୍ଵୀକାର କରନ୍ତି ଯେ ଆତ୍ମା ଅଦୃଶ୍ୟ ଅଟେ ।ସର୍ବଧର୍ମ ର ଚିନ୍ତୁକଗଣ ଆତ୍ମାର ରୂପ କୁ ଭିନ୍ନ ଭିନ୍ନ ରୂପେ ମତ ପ୍ରଦାନ କରିଛନ୍ତି । କିନ୍ତୁ ଆତ୍ମା ହେଉଛି ବାୟୁ ଓ ରଶ୍ମୀ ର ସମ୍ମିଶ୍ରଣ ରୂପ । ଯାହା କେବଳ ଈଶ୍ବରଙ୍କ ଦ୍ଵାରା ସୃଷ୍ଟ ।ଆତ୍ମା ଶରୀର ପ୍ରାପ୍ତ କରି ଭୂପୃଷ୍ଠାକୁ ଆସିଥାଏ ଇଶ୍ଵରଙ୍କର କିଛି ଉଦ୍ଦେଶ୍ୟ ପୂରଣ କରିବାପାଇଁ ।ଆତ୍ମା ଶରୀର ଧାରଣ କରି ଭୂପୃଷ୍ଠକୁ ଆସିବାମାତ୍ରେ ଈଶ୍ବରଙ୍କ ଆଜ୍ଞା ଭୁଲିଯାଏ । କିନ୍ତୁ ଇଶ୍ଵର ଏଥିପାଇଁ ଭାଗ୍ୟ ର ରଚନା କରିଥାନ୍ତି । ଯାହା ମନୁଷ୍ୟକୁ ଈଶ୍ବରଙ୍କ ଉଦ୍ଦେଶ୍ୟ ପୂରଣ ଦିଗକୁ ଟାଣି ନିଏ ।ଜୀବ ଭୁପୃଷ୍ଠକୁ ଆସିବା କ୍ଷଣି ସଂସାରର ମୋହାମାୟା ଜାଲରେ ଫସିଯାଏ ।ଯାହା ଫଳରେ ସେ ଦୁଖଃଯନ୍ତ୍ରଣା ଭୋଗିଥାଏ ।ଏପରିକି ବିଜ୍ଞାନ ମଧ୍ୟ ଆତ୍ମାର ଅବସ୍ଥିତିକୁ ମାନିଛି ।ହେଲେ ବିଜ୍ଞାନ ଆତ୍ମାକୁ ଏକ ଶକ୍ତି ବା ଊର୍ଜା ରୂପେ ବିବେଚନା କରିଛି ।ବିଜ୍ଞାନ ଏହା ପ୍ରମାଣ କରିଦେଇଛି ଯେ  ଶକ୍ତି କେବଳ ଗୋଟିଏ ରୂପରୁ ଅନ୍ୟ ରୂପକୁ ପରିବର୍ତ୍ତିତ ହୋଇଯାଏ ।ଅର୍ଥାତ ଯେବେ କୌଣସି ଜୀବର ମୃତ୍ୟୁ ଘଟେ ତାର ଶବକୁ ନେଇ ଗୋଟିଏ ସ୍ଥାନରେ ପୋତିଦିଆଯାଏ ।ଯାହା ଫଳରେ କିଛି ଦିନ ମଧ୍ୟରେ ଶରୀର ମାଟିରେ ମିଶିଯିବା ସହ ଶରୀରରେ ଥିବା ପୋଷାକ ତତ୍ଵ ଯୋଗୁଁ ସେଠାରେ ଅନେକ ବୃକ୍ଷ ଦେଖିବାକୁ ମିଳେ ।ଏହିପରି ଆତ୍ମା ଗୋଟିଏ ରୂପରୁ ଅନ୍ୟ ଏକ ରୂପକୁ ପରିବର୍ତ୍ତିତ ହୁଏ ।ତେବେ ଆତ୍ମା ପ୍ରେତ କିପରି ହୁଅନ୍ତି ଓ ସେମାନେ ଅନ୍ୟମାନଙ୍କର କ୍ଷାତିସାଧନ କାହିଁକି କରନ୍ତି ତାହା ଆମେ ଜାଣିବା ଅନ୍ୟ ଏକ ପୋଷ୍ଟରେ ।

Post a Comment

0 Comments