Music

କୋଣାର୍କ ସୂର୍ଯ୍ୟ ମନ୍ଦିରର ନିର୍ମାଣ ଇତିହାସ | KONARK SUN TEMPLE BUILT HISTORY IN ODIA

konark temple built by in odia language

  Konark temple built history in odia language 

 ନମସ୍କାର ମୁଁ ଆଜି ଆପଣଙ୍କୁ କୋଣାର୍କ ମନ୍ଦିରର ନିର୍ମାଣ ବିଷୟରେ କିଛି କହିବି। କୋଣାର୍କ ମନ୍ଦିର ସାରାବିଶ୍ଵରେ ପ୍ରସିଦ୍ଧ ଲାଭ କରିଛି। ପ୍ରତେକ ବର୍ଷ ଏହାକୁ ଦେଖିବାକୁ ଦେଶ ବିଦେଶରୁ ଶହ ଶହ ଲୋକଙ୍କର ସୁଅ ଛୁଟେ। କୋଣାର୍କ ମନ୍ଦିରକୁ ସୂର୍ଯ୍ୟ ମନ୍ଦିର ବୋଲି କୁହାଯାଏ। ଏହ ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ନଦୀ ମୁହାଣ ନିକଟରେ ବଙ୍ଗପସାଗରର ବେଳାଭୂମିରେ କୋଣାର୍କ ମନ୍ଦିର ନିର୍ମାଣ ହୋଇଥିଲା।

(Konark temple built by) ଏହି ମନ୍ଦିରକୁ ପ୍ରଥମ ନରସିଂହ ଦେବ (Narasingh Dev I) ସୂର୍ଯ୍ୟଙ୍କ ଉପାସନା ପାଇଁ ନିର୍ମାଣ କରିଥିଲେ। ପ୍ରଥମ ନରସିଂହ ଦେବ ସୂର୍ଯ୍ୟଙ୍କର ପରମ ଭକ୍ତ ଥିଲେ। ୧୨୪୫ ଖ୍ରୀଷ୍ଟାଦ୍ଦରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୨୫୬ ଖ୍ରୀଷ୍ଟାଦ୍ଦରେ ଶେଷ ହୋଇଥିଲା। ମନ୍ଦିରଟି ନିର୍ମିତ ହେବାକୁ ୧୨ ବର୍ଷ ଲାଗିଥିଲା। ଏଥିରେ ଓଡିଶାର ୧୨ ବର୍ଷର ରାଜସ୍ୱ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ମନ୍ତ୍ରୀ ଶିବେଇ ସାମନ୍ତରାୟ ଓ ବିଶିଷ୍ଟ ଶିଳ୍ପୀ ବିଶୁ ମହାରଣାଙ୍କ ତତ୍ତ୍ୱlବାଧାନରେ ୧୨ ଶହ କାରିଗର ନିର୍ମାଣ କାର୍ଯ୍ୟରେ ଲାଗିଥିଲେ।

କୋଣାର୍କ ସୂର୍ଯ୍ୟ ମନ୍ଦିର ସ୍ଥାପତ୍ୟ ଶୈଳୀ (Architecture Of Konark Temple In Odia)

                ଏହି ମନ୍ଦିରଟି ଦେଖିବାକୁ ସୂର୍ଯ୍ୟଙ୍କର ଏକ ଚଳନ୍ତା ରଥପରି। ଏଥିରେ ୨୪ ଟି ଚକ ଓ ୭ଗୋଟି ଘୋଡ଼ା ସଂଯୁକ୍ତ ହୋଇ ରହିଅଛି। ମନ୍ଦିରରେ  ବିରାଟ ଲୋହକଡି ଓ ପ୍ରସ୍ତର ଖଣ୍ଡମାନ ବ୍ୟବହୃତ ହୋଇଛି। ଗୋଟିଏ ପ୍ରସ୍ତର ଖଣ୍ଡର ଓଜନ ପ୍ରାୟ ୪୮ ଶହ କିଲ ଥିଲା। ସେତେବେଳେ ସେମାନେ କିପରି ଅତ୍ୟାଧୁନିକ ଯନ୍ତ୍ରପାତି ବିନା କିପରି ଉଠାଯାଇଥିଲା ଭାବିଲେ ଆଶ୍ଚଯ୍ୟ ଲାଗେ। ମୁଖ୍ୟ ମନ୍ଦିରଟି ବର୍ତ୍ତମାନ ଭଗ୍ନ ଅବସ୍ଥାରେ ଅଛି। ଅଛି କେବଳ ମନ୍ଦିରର ଜଗମୋହନ।

ଏହି ମନ୍ଦିର ବିମାନ, ଜଗମୋହନ ଓ ନାଟମନ୍ଦିର କୁ ନେଇ ନିର୍ମିତ ହୋଇଥିଲା। ଏକ ରଥ ପରି ମନ୍ଦିରଟି ଦେଖାଯାଉଥିଲା। ଜଗମୋହନ ଏକ ପଞ୍ଚରଥ ପିଢ଼ାଦେଉଳ ଭାବରେ ପରିକଳ୍ପନା କରାଯାଇଛି। ଭଗ୍ନ ମୁଖଶାଳାଟିର ଵବର୍ତ୍ତମାନ ଉଚ୍ଚତା ପ୍ରାୟ ୪୦ ମିଟର। ମୁଖଶାଳାର ସମ୍ମୁଖରେ ସ୍ଥାପିତ ବିଶାଳ ନବଗ୍ରହ ମୂର୍ତ୍ତି କଳା ମୁଗୁନି ପଥରରେ ନିର୍ମିତ। ମନ୍ଦିର ଗାତ୍ରରେ ଖୋଦିତ ସୂର୍ଯ୍ୟ ଓ ବିଭିନ୍ନ ନାୟିକା ଓ ନର୍ତ୍ତକୀ ମୂର୍ତ୍ତି ତଥା ଅସଂଖ୍ୟ ଦେବାଦେବୀ, ପଶୁପକ୍ଷୀ, ବୃକ୍ଷଲତା, ଫଳପୁଷ୍ପ, ଆଦିର ଚିତ୍ର ଅପୂର୍ବ କାରୁକଯ୍ୟରେ ପରିପୂର୍ଣ୍ଣ।

Post a Comment

0 Comments