Music

ରାଜଗୁରୁଙ୍କୁ ଆମ୍ବୁଲ ମଗା | STORIES OF JADUMANI


Jadumani Rahasya-ଯଦୁମଣିଙ୍କୁ ସୋରିଷବଟା ମାଛ ଝୋଳ ବହୁତ ଭଲ ଲାଗେ । ମାତ୍ର ସୋରିଷ ଝୋଳରେ ଆମ୍ବୁଲ ଦି’ଖଣ୍ଡ ପଦିଲେ ତା’ର ସ୍ବାଦ ବହୁତ ବଢିଯାଏ । ସେ ବର୍ଷ ଆମ୍ବ ଭଲ ନ ଫଳିବାରୁ ଘରେ ଘରେ ଅମ୍ବୁଲ ରଖି ପାରିନଥାନ୍ତି । କେବଳ ଘରୁଆମାନେ ଯାହାକିଛି ବଣାରେ ସାଇତି ରଖିଥାନ୍ତି ।

ଯଦୁମଣିଙ୍କୁ ଦିନେ ତାଙ୍କ ପତ୍ନି ଅଞ୍ଜନା ଡାକି କହିଲେ – ହଇହୋ, ଘରେ ଆମ୍ବୁଲ ଖଣ୍ଡେ ନାହିଁ… କେଉଁଠୁ ଆଣନ୍ତ ନାହିଁ ! ମାଛଝୋଳ ସାକର କେମିତି ହେବ ?

କବିଙ୍କ ମନରେ କଥାଟା ଥାଏ । ରାଜଗୁରୁଙ୍କ ଚୌପାଢୀରେ ପହଞ୍ଚି କବି ଗାଇଲେ-

“ ଅଚ୍ୟୁତି ଖଣ୍ଡା ଚ୍ୟୁତ ହୋଇଥିବ,ଆନନ୍ଦ ମୂଳକ ଦି’ଖଣ୍ଡ ମିଳିବ ।”

ଏକଥା ଶୁଣି ରାଜଗୁରୁ ହସିଲେ । ସଙ୍ଗେ ସଙ୍ଗେ ଦୁଇଟି ଆମ୍ବୁଲ ବଣା ଯଦୁମଣିଙ୍କ ଘରକୁ ପଠାଇ ଦେବା ନିମନ୍ତେ ଚାକରକୁ ଆଦେଶ ଦେଲେ । ଯଦୁମଣି ସେଠାରୁ ରାଜ ନଅର ଆଡକୁ ମୁହାଁଇଲେ । ସେଠାରେ ବସିଥିବା ଲୋକମାନେ କିଛି ବୁଝି ପାରିଲେ ନାହିଁ । ରହସ୍ୟ କଣ ଜାଣିବା ପାଇଁ ଚାହିଁଲେ ।

ଲୋକେ ପଚାରିଲେ ଗୋସାଇଁ ମହାପ୍ରଭୁ, ଯଦୁମଣି କ’ଣ କହିଲେ କି ?

ରାଜଗୁରୁ ହସିହସି ବୁଝାଇ ଦେଲେ- ଏଇ କଥା ବୁଝି ପାରିଲ ନାହିଁ । ଅଚ୍ୟୁତ ଅର୍ଥ ବିଷ୍ଞୁ, ତାଙ୍କର ଖଣ୍ଡା ହେଉଛି ନନ୍ଦକ । ‘ଆନନ୍ଦ ମୂଳକ’  ରୁ ଚନ୍ଦନ ଚ୍ୟୁତ ହୋଇଲେ ରହିଲା ଆମୂଳ । ଆମୂଳ ଅର୍ଥ ଆମ୍ବୁଲ, ଅର୍ଥାତ୍ ସେ ଆମ୍ବୁଲ ଦୁଇ ଖଣ୍ଡ ମାଗୁଥିଲେ ।

ସମସ୍ତେ ଏକଥା ଶୁଣି ହୋ ହୋ ହୋଇ ହସିଲେ । ‘ଏମନ୍ତ କଥା’ ଆମ୍ବୁଲ ଦିଖଣ୍ଡ ପାଇଁ ଏତେ ପାଣ୍ଡିତ୍ୟ । ଧନ୍ୟ ଧନ୍ୟ ଯଦୁମଣି ।

Post a Comment

0 Comments