Music

ସାଇନସ୍‌ର ଘରୋଇ ଉପଚାର | HOME REMEDIES OF SINUS INFECTION

ସାଇନସ୍‌ର ଘରୋଇ ଉପଚାର-Home remedies of sinus infection

ସାଇନସ୍‌ ହେଉଛି ଏକ ଶ୍ୱାସଜନିତ ସମସ୍ୟା। ସାଧାରଣତଃ ବ୍ୟାକ୍ଟେରିଆ, ଫଙ୍ଗଲ୍‌ ଇନ୍‌ଫେକ୍‌ଶନ, ନାକରେ ହାଡ଼ ବଢ଼ି ତେଢ଼ା ହୋଇଯିବା ଦ୍ୱାରା ଏପରି ସମସ୍ୟା ଦେଖାଦେଇଥାଏ। ଅନ୍ୟପକ୍ଷରେ ଥଣ୍ଡା ପବନ, ଧୂଳି, ଧୂଆଁଁ ସଂସ୍ପର୍ଶରେ ଆସିଲେ ଏହି ସମସ୍ୟା ଆହୁରି ବଢ଼ିଯାଏ। ମୁଣ୍ଡ ପ୍ରବଳ ଦରଜ ହେବା, ଜ୍ୱର ଆସିବା, ନାକରେ କଫ ଆସିବା ଏବଂ ଦାନ୍ତ ଦରଜ ହେବା ଆଦି ଏହାର ପ୍ରମୁଖ ଲକ୍ଷଣ। ତେବେ ଏପରି କେତୋଟି ଘରୋଇ ଉପଚାର ରହିଛି, ଯାହାକୁ ଆପଣେଇ ପାରିଲେ ସାଇନସ୍‌ ସମସ୍ୟାରୁ କେତେକାଂଶରେ ଉପଶମ ମିଳିଥାଏ। ପୋଦିନା, ଲେମ୍ବୁରସ ଏବଂ ଲବଙ୍ଗ ତେଲକୁ ମିଶାଇ ଉଷୁମ କରନ୍ତୁ। ଏହି ମିଶ୍ରଣକୁ କପାଳ ଏବଂ ନାକରେ ମାଲିସ୍‌ କଲେ ସାଇନସ୍‌ରୁ ଆରାମ ମିଳେ। ଅଦା, ତୁଳସୀ, ଲବଙ୍ଗ, ଅଳେଇଚ ମିଶ୍ରିତ ଚା’ ପିଇଲେ ଏଥିରୁ କେତେକାଂଶରେ ଉପଶମ ଲାଗିଥାଏ। ଟମାଟୋ, ରସୁଣ ପେଷ୍ଟ କରି ସେଥିରେ ଅଳ୍ପ ଲୁଣ ଏବଂ ଗୋଲମରିଚ ଗୁଣ୍ଡ ମିଶାନ୍ତୁ। ଏଗୁଡ଼ିକୁ ଉଷୁମ ପାଣିରେ ମିଶାଇ ସୁପ୍‌ ଆକାରରେ ପିଅନ୍ତୁ। ଏହାଦ୍ୱାରା ସାଇନସ୍‌ ସମସ୍ୟାରୁ କେତେକାଂଶରେ ଆରାମ ଲାଗିବ।

Tags: ସାଇନସ୍‌ର ଘରୋଇ ଉପଚାର-Home remedies of sinus infection, ସାଇନସ୍‌ର ଆୟୁର୍ବେଦ ଚିକିତ୍ସା

Post a Comment

0 Comments