Music

ଓଡ଼ିଆ ଭାଷାରେ -ପୁଆ


ଓଡ଼ିଆ ଭାଷାରେ ପୁଆ ଏକ ବହୁ ଅର୍ଥବୋଧକ ଶବ୍ଦ । ପୁଆ ଶବ୍ଦର ଅନେକ ଅର୍ଥ ରହିଛି । ଵସ୍ତୁ ଓ ସ୍ଥଳଭେଦରେ ଏ ଶବ୍ଦର ଵ୍ଯଵହାର ହୋଇଥାଏ । ନିମ୍ନରେ ପୁଆ ଶବ୍ଦର କେତେକ ଜଣାଶୁଣା ଅର୍ଥର ଉଲ୍ଲେଖ କରାଗଲା । 

୧. କଦଳୀ ବା ବାଉଁଶ ଗଛର ମୂଳରୁ ବାହାରୁ ଥିବା ନୂଆ ଛୋଟ ଗଛ ବା ଗଜା ଗଛ l ଏହାକୁ ମୂଳରୁ ତାଡି଼ ଅନ୍ୟତ୍ର ପୋତିଲେ ନୂଆ ଗଛ ହୁଏ l(ସଂ-ପୁତ୍ର)

୨. କୁଆଁ — ଗଛର ଡାଳରୁ ବାହାରୁଥିବା ନୂଆ କେନା l (ସଂ-ପୁତ୍ର)

୩. ଘିଅ ଛଣା ଏକ ପ୍ରକାର ପିଠା l (ସଂ-ପୂପ)

୪. ଖଲ ବା ଶିଳରେ ମସଲା ବାଟିବାର ଗୋଲାକୃତି ଲମ୍ବଡା ଓ ଚିକ୍କଣ ପଥରଖଣ୍ଡ, ଯାହାକୁ ମସଲା ଉପରେ ରଖି ଘୋରାଯାଏ l (ସଂ-ପୁତ୍ର)

୫. ଡାବଲ ପୁଆ ଖେଳର ଗୋଜିଆ ଛୋଟ କାଠିଖଣ୍ଡି, ଯାହାକୁ ବଡ଼ ବାଡି଼ ସାହାଯ୍ୟରେ ଦୂରକୁ ଫିଙ୍ଗାଯାଏ l (ସଂ-ପୁତ୍ର)

୬. ଆଖୁ ପେଡା ଖାଇରେ ଘୂରୁଥିବା ଦୁଇ ଶକ୍ତ ଓ ମୋଟା କାଠଖଣ୍ଡ , ଯାହା ସନ୍ଧିରେ ଆଖୁଦଣ୍ଡ ଭର୍ତ୍ତି କଲେ ଏହାର ଚାପରେ ଆଖୁରୁ ଦୋରୁଅ ବାହାରେ l 

୭. ହେମଦସ୍ତାର ପାହୁରାଣୀ;ଖଲ,ମୂଷଳ l (ସଂ-ପୁତ୍ର)

୮. ଢିଙ୍କିର ସମଲଗା ପାହାର l 

୯.ଏକ ପାଆ ବା ୧/୪ ସେର ;

୧୦. ‘ପାଆକିଆ ପା(ହି)ଇଲି’ ନାମକ ମାପପାତ୍ର , ଯେଉଁଥିରେ ଏକ ସେରର ଚଉଠାଂଶ ମାପ କରାଯାଏ l 

୧୦.ଛୋଟ ବାଳିଆ ମାଛ(ସଂ- ପୁତ୍ର)

୧୧.ଘିଅରେ ବା ତେଲରେ ଭଜାଯାଇଥିବା ବୁଟ(ସଂ-ପୂପ)

୧୨)ସାରୁଗଛ ମୂଳ ସହ ଲାଗିରହିଥିଵା ନୂଆ ସାରୁ

ଆଧାର-ଓଡ଼ିଆ ଶବ୍ଦ ସମ୍ଭାର Facebook group

Post a Comment

1 Comments